ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ କବଜାରେ ବ୍ରାଉନସୁଗାର ବେପାରୀ । କୋଟିଏ ଟଙ୍କାର ବ୍ରାଉନ ସୁଗାର ଜବତ । ହାଇ ପ୍ରୋଫାଇଲରରେ କରୁଥିଲା ଧଳାଜହର କାରବାର । ନାଇଟ କର୍ଫ୍ୟୁର ଫାଇଦା ନେଇ ଖୋର୍ଦ୍ଧା ବରୁଣେଇ ପାହଡ଼ ତଳେ କରୁଥିଲେ ଡିଲ୍ । ଲୁଙ୍ଗି ଗାମୁଛା ପିନ୍ଧି ଛଦ୍ମ ବେଶରେ ମାଡି ବସିଲା ଏସଟିଏଫ୍ । ମାଷ୍ଟର ମାଇଣ୍ଡ ବିଜୟ ସମେତ ଜଳେଶ୍ବର ଓ ଜଗତସିଂହପୁର ୪ ଜଣ ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନେ ହେଲେ ବାଲେଶ୍ବର ଜଳେଶ୍ବରର ଏସ.କେ. ଜୁମାନ ଓ ଜଗତସିଂହପୁରର ସୌମ୍ୟଜିତ ପରିଜା, ସାଗର ବେହେରା, ସପନ ଭଟ୍ଟାଚାର୍ଯ୍ୟ ଓ ଖୋର୍ଦ୍ଧା ବରୁଣେଇର ବିଜୟ ମହାନ୍ତି । ଏସଟିଏଫର ରେଡ୍ ବେଳେ କୋଟିଏ ଟଙ୍କାର ୧ କିଲୋ ୫୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ପେକିଙ୍ଗ ମେସିନ, ଗୋଟିଏ କାର ଓ ଡିଲ୍ ପାଇଁ ଆଣିଥିବା ୫ଲକ୍ଷ ୩୦ ହଜାର ଟଙ୍କା ଜବତ କରିଛି ଏସଟିଏଫ । ବିଗତ ଏକ ବର୍ଷ ମଧ୍ୟରେ ୨୯ କେଜି ବ୍ରାଉନସୁଗାର ଜବତ କରିଥିବା ବେଳେ ୧୦୦ ଜଣଙ୍କୁ ଗିରଫ କରିଛି ଏସଟିଏଫ ।
ରାଉରକେଲାରେ ଆଉ ଏକ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍
ରାଉରକେଲା: ରାଉରକେଲାର ଆଉ ଏକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କଲା ପ୍ରଶାସନ । ରାଉରକେଲା ମୁନସିପାଲଟି କର୍ପୋରେସନ୍ର କମିଶନର ଦିବ୍ୟଜ୍ୟୋତି ପରିଡ଼ା ଶିଳ୍ପାଞ୍ଚଳର ପିଏଫ୍ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି । ଏହି ସବୁ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଫଳରେ ଚିହ୍ନଟ ସଂକ୍ରମିତମାନେ ଯେଉଁ ସବୁ ଲୋକଙ୍କ ସମ୍ପର୍କରେ ଆସିଥିଲେ ସେମାନଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ଟେଷ୍ଟିଂ କରାଯିବ । ଏହି ଅଞ୍ଚଳ ମଧ୍ୟକୁ ସବୁ ପ୍ରକାର ଯାନବାହନ ଚଳାଚଳକୁ ମଧ୍ୟ ବାରଣ କରାଯାଇଛି । ଏଥିସହିତ କଣ୍ଟେନମେଣ୍ଟ ଜୋନ୍ରେ ରହୁଥିବା ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ କଣ୍ଟେନମେଣ୍ଟ ଜୋନ୍ ମଧ୍ୟରେ ଥିବା ଲୋକଙ୍କୁ ଆବଶ୍ୟକ ଔଷଧ ଓ ଅନ୍ୟ ସାମଗ୍ରୀ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି । ସେମାନେ ଲୋକଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବେ ।
ଏଥିସହିତ ପଢ଼ନ୍ତୁ: କେତେ ଭୟଙ୍କର ବେଙ୍ଗଲର ଟ୍ରିପଲ ମ୍ୟୁଟାଣ୍ଟ?
ରାଜ୍ୟରେ ରହୁଥିବା ରାଜ୍ୟ ବାହାରର ଲୋକଙ୍କୁ ମଧ୍ୟ ମିଳିବ ମାଗଣା ଟିକା
ହାଇଦ୍ରାବାଦ: ରାଜ୍ୟର ସମସ୍ତ ଲୋକଙ୍କୁ ମିଳିବ ମାଗଣା କରୋନା ଟିକା । ଉଭୟ ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଟିକା ଯୋଗାଇ ଦିଆଯିବ । ଆଉ ଏଥିଲାଗି ଖର୍ଚ୍ଚ ହେବ ୨ହଜାର ୫୦୦ କୋଟି ଟଙ୍କା । ଏଭଳି କି ବିଭିନ୍ନ ରାଜ୍ୟର ଆସି କାମ କରୁଥିବା ପ୍ରାୟ ୩୫ ଲକ୍ଷ ଲୋକଙ୍କୁ ମଧ୍ୟ ମାଗଣା ଟିକା ଦିଆଯିବ ବୋଲି କହିଛନ୍ତି ତେଲେଙ୍ଗାନା ସରକାର ।
ଆମ ପାଇଁ ଟଙ୍କା ଅପେକ୍ଷା ଲୋକଙ୍କ ଜୀବନ ଅଧିକ ଗୁରୁତ୍ୱପୂର୍ଣ୍ଣ । ଏରୁ ଆମେ ସମସ୍ତ ମାଗଣା ଟିକା ଦେବାକୁ ନେଇ ନିଷ୍ପତ୍ତି ନେଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ଡ. ରେଡ୍ଡୀସ୍ ଲ୍ୟାବ୍ ଏବଂ ଅନ୍ୟ କମ୍ପାନୀ କରୋନା ଭ୍ୟାକ୍ସିନ୍ର ଉତ୍ପାଦନ ନେଇ ଆଗେଇ ଆସିବା ପରେ କରୋନା ଟିକାର ଅଭାବ ହେବନାହିଁ ବୋଲି ସେ କହିଛନ୍ତି । ବର୍ତ୍ତମାନ ଶ୍ରୀ ରାଉ କରୋନା ସଂକ୍ରମିତ ଚିହ୍ନଟ ହୋଇ କ୍ୱାରେଣ୍ଟାଇନ୍ରେ ରହିଛନ୍ତି । ଏଣୁ ସେ ନେଗେଟିଭ୍ ଚିହ୍ନଟ ହେବା ପରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଇ ଏହି କାର୍ଯ୍ୟକ୍ରମ ତଦାରଖ କରିବେ ବୋଲି ସେ କହିଛନ୍ତି । ଏଥିସହିତ କରୋନାକୁ ନେଇ କେହି ଭୟଭୀତ ନ ହେବାକୁ ସେ କହିଛନ୍ତି ।
ଏଥିସହିତ ପଢ଼ନ୍ତୁ: ଆମଦାନୀ ହେଉଥିବା କରୋନା ଟିକା ଉପରୁ କଷ୍ଟମ୍ ଡ୍ୟୁଟି ଛାଡ଼ କଲେ ସରକାର
ଗାଁ ଗୁଡ଼ିକରେ କରୋନା ବ୍ୟାପିବାକୁ ରୋକିବା ନେଇ ଯତ୍ନବାନ ହେବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ
ନୂଆଦିଲ୍ଲୀ: ଦେଶରେ ବଢ଼ୁଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗାଁ ଗୁଡ଼ିକରେ କରୋନା ବ୍ୟାପିବାରୁ ରୋକିବାକୁ ନେଇ ସମସ୍ତ ଯତ୍ନବାନ ହେବାକୁ ଆହ୍ୱାନ ଦେଇଛନ୍ତି । ସେ ଆହୁରୀ କହିଛନ୍ତି ଯେ, ଗତ ବର୍ଷ ଆମେ ଯେତେବେଳେ ପଞ୍ଚାୟତିରାଜ ଦିବସ କଥା ହେଉଥିଲେ ପୂରା ଦେଶ କରୋନା ସହ ଲଢ଼ୁଥିଲା । ସେତେବେଳେ ଆପଣ କରୋନାକୁ ଗାଁରେ ପହଞ୍ଚିବାରେ ରୋକିବା ନେଇ ଆଗଭର ହୁଅନ୍ତୁ । କେବଳ ଗାଁରେ କରୋନା ପହଞ୍ଚିବାରେ ରୋକାଗଲା, ଏବଂ ଲୋକଙ୍କୁ ମଧ୍ୟ ଏ ନେଇ ଯଥେଷ୍ଟ ସଚେତନ କରାଗଲା । ବର୍ତ୍ତମାନ ମଧ୍ୟ ଆମେ କରୋନା ବିରୋଧରେ ଲଢ଼ୁଛେ ଏବଂ ଏବେ ଗାଁକୁ କରୋନା ପହଞ୍ଚାଇବାରୁ ରୋକିବା ଆମ ପାଇଁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି । ଏଣୁ ଆମକୁ ସମସ୍ତ ଗାଇଡଲାଇନକୁ ମାନିବାକୁ ପଡ଼ିବ । ଏବଂ ପୂରା ଗାଁ ଯେଭଳି ଏହି ଗାଇଡଲାଇନ୍ର ପାଳନ କରିବା ଏ ନେଇ ଯତ୍ନବାନ ହେବା ଜରୁରୀ । ଏଥର ଆମ ପାଖରେ ଭ୍ୟାକ୍ସିନ୍ ରହିଛି । ଏଣୁ ଆମକୁ ସୁନିଶ୍ଚିତ କରିବାକୁ ପଡ଼ିବ ଯେଭଳି ଗାଁର ସମସ୍ତ ଲୋକେ କରୋନା ଟିକା ନେବେ ।
ଗତକାଲି ହିଁ ଭାରତ ସରକାର ପ୍ରଧାନମନ୍ତ୍ରୀ ଗରୀବ କଲ୍ୟାଣ ଯୋଜନା ଅନୁଯାୟୀ, ମାଗଣା ରାସନ୍ ବଣ୍ଟନ ଯୋଜନାର ଶୁଭାରମ୍ଭ କରାଯାଇଛି । ମଇ ଏବଂ ଜୁନ୍ ମାସ ପାଇଁ ଦେଶର ଗରିବ ଲୋକଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ ।
















