ଏଟା: କନ୍ୟା ୧ ବର ୨, ଜଣେ ପିନ୍ଧିଲା ବରମାଳା ଆଉ ଜଣେ ଶିଶୁପାଳ

ଏଟା: ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ କନ୍ୟାକୁ ବିବାହ କରିବା ପାଇଁ ପହଞ୍ଚିଥିଲେ ୨ଟି ବର । ଜଣେ କନ୍ୟାକୁ ବରମାଳା ପିନ୍ଧାଇଲେ ତ ଆଉ ଜଣେ ଶିଶୁପାଳ ହୋଇ ଫେରିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍ଚର୍ଚ୍ଚା । ଘଟଣା ଏଭଳି ହେଲାଯେ, ପରିସ୍ଥିତି ସମ୍ଭାଳିବା ମଧ୍ୟ କଷ୍ଟସାଧ୍ୟ ହୋଇଗଲା ।

ମାମଲା ଏଟା ଜିଲ୍ଲାର କୋତବାଲି ଦେହାତ ଅଞ୍ଚଳର ସିସଙ୍ଗ ଗାଁର । ଏଠାରେ ଜଣେ ଝିଅକୁ ବିବାହ କରିବା ପାଇଁ ପହଞ୍ଚିଥିଲେ ଦୁଇଟି ଯୁବକ। ପ୍ରଥମେ ପହଞ୍ଚିଥିବା ବର ସହିତ ଝିଅ ଜଣକ ବରମାଳା ପିନ୍ଧାଇଲେ ସତ କିନ୍ତୁ ବିବାହ କଲେ ପରବର୍ତ୍ତୀ ମୁହୂର୍ତ୍ତରେ ପହଞ୍ଚିଥିବା ପୁଅକୁ । ଯାହାପରେ ବରମାଳା ପିନ୍ଧିଥିବା ପୁଅର ପରିବାର ଉତ୍ୟକ୍ତ ହୋଇ ଝଗଡ଼ା ଆରମ୍ଭ କରିଦେଲେ ଏବଂ ଥାନାରେ ଅଭିଯୋଗ କଲେ । ଥାନାରେ ଅଭିଯୋଗ ପରେ ପୋଲିସ ଉକ୍ତ କନ୍ୟାଙ୍କ ବାପା ଏବଂ ବିବାହ କରିଥିବା ବରର ପରିବାର ସଦସ୍ୟଙ୍କୁ ହେପାଜତକୁ ନେଇଛି ।

ସିସଙ୍ଗ ଗାଁରେ ଏହାକୁ ନେଇ ଚର୍ଚ୍ଚା କମୁନାହିଁ । କିଏ କହୁଛି ବିବାହ କରିଥିବା ଯୁବକଙ୍କ ବୟସ କମ୍ତ କିଏ କହୁଛି ଏହା ବିବାହ ନୁହେଁ ଠକାମି । କିନ୍ତୁ ପୋଲିସ ଏହାକୁ ନେଇ ତଦନ୍ତ ଜାରି ରଖିଛି ।

Leave a Reply