ଟ୍ୱିଟରକୁ ଶେଷ ସୁଯୋଗ, ନିୟମ ମାନିନିଅ ନଚେତ୍‌ ପରିଣାମ ଭୋଗିବାକୁ ପ୍ରସ୍ତୁତ ରୁହ

ନୂଆଦିଲ୍ଲୀ:  ନୂଆ ଆଇଟି ରୁଲ୍ସକୁ ନେଇ ଟ୍ୱିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ବିବାଦ କମୁନାହିଁ ।  କେନ୍ଦ୍ର ସରକାରଙ୍କ ପକ୍ଷରୁ ଶନିବାର ଟ୍ୱିଟରକୁ ଫାଇନାଲ ନୋଟିସ୍‌ ଜାରି ହୋଇଛି ।  ଏହି ନୋଟିସରେ ଟ୍ୱିଟରକୁ  କଡ଼ା ଚେତାବନୀ ଦେଇ କୁହାଯାଇଛିଯେ, ନିୟମ ମାନ ନଚେତ୍‌ ପରିଣାମ ଭୋଗିବାକୁ ପ୍ରସ୍ତୁତ ହୋଇଯାଅ ।

ବାସ୍ତବରେ ୨୫ ଫେବୃୟାରୀରେ ହୋଇଥିବା ନୂଆ ଆଇଟି ରୁଲ୍ସରେ ସରକାର ସଫା ସଫା କହି ଦେଇଥିଲେ, ଯେଉଁ ସୋସିଅଲ ମିଡିଆ ପ୍ଲାଟଫର୍ମରେ ୫୦ ଲକ୍ଷରୁ ଅଧିକ ୟୁଜର୍ସ ଥିବେ, ତାଙ୍କୁ ଭାରତରେ  ଅଭିଯୋଗ ଅଧିକାରୀ ନିଯୁକ୍ତ କରିବାକୁ ପଡ଼ିବ ।  ଏଥିପାଇଁ ସମୟସୀମା ଥିଲା ତିନି ମାସ ।  କିନ୍ତୁ ୨୫ ମଇକୁ ଏହାର ଅବଧି ଶେଷ ହୋଇଯାଇଛି । ଗତ ସପ୍ତାହରେ  ଟ୍ୱିଟର ପକ୍ଷରୁ ଦିଲ୍ଲୀ ହାଇକୋର୍ଟରେ କୁହାଯାଇଥିଲାଯେ,  ୨୮ ମଇକୁ ସେ ଅଭିଯୋଗ ଅଧିକାରୀ ନିଯୁକ୍ତ କରି ସାରିଛନ୍ତି । କିନ୍ତୁ  ସରକାର ଏଥିରେ ସନ୍ତୁଷ୍ଟ ନାହାଁନ୍ତି ।

ଆଇଟି ମନ୍ତ୍ରଣାଳୟ ପକ୍ଷରୁ ନୂଆ ନିୟମକୁ ନେଇ  ୨୬ ମଇରେ ପ୍ରଥମ ଥର ଟ୍ୱିଟରକୁ ନୋଟିସ୍‌ ପଠାଯାଇଥିଲା ।  ଏହାପରେ ୨୮ ମଇ ଏବଂ ୨ ଜୁନରେ ମଧ୍ୟ ନୋଟିସ୍‌ ଜାରି ହୋଇଥିଲା ।  ଏବେ ଶନିବାର ଶେଷ ନୋଟିସ୍‌ ପଠାଯାଇଥିଲା । ଆଇଟି ମନ୍ତ୍ରଣାଳୟ ପକ୍ଷରୁ ଲେଖା ଯାଇଥିବା ନୋଟିସରେ ଲେଖାଅଛିଯେ, ସରକାର ଟ୍ୱିଟର ଜବାବରେ ସନ୍ତୁଷ୍ଟ ନାହାଁନ୍ତି ।  ଟ୍ୱିଟର ପକ୍ଷରୁ ଭାରତରେ ଯେଉଁ ଅଧିକାରୀ ଏବଂ ନୋଡାଲ ଅଫିସରଙ୍କୁ ନିଯୁକ୍ତ କରାଯାଇଛି ସେମାନେ ଟ୍ୱିଟରର କର୍ମଚାରୀ ମଧ୍ୟ ନୁହଁନ୍ତି ।

ନୋଟିସରେ ଲେଖାଅଛିଯେ, ଭାରତ ହେଉଛି ସବୁଠାରୁ ବୃହତ୍‌ ଗଣତନ୍ତ୍ର ।  ଟ୍ୱିଟରକୁ ଏଠାରେ ଏକ ସ୍ୱତନ୍ତ୍ର ସ୍ଥାନ ଦିଆଗଲା । କିନ୍ତୁ ୧୦ ବର୍ଷ କାମ କରିବା ପରେ ମଧ୍ୟ ଟ୍ୱିଟର ଏଭଳି କୌଣସି ମେକାନିଜମ ତିଆରି କରିପାରିନାହିଁ, ଯେଉଁଥିରେ ଭାରତୀୟ ଲୋକଙ୍କ ଅଭିଯୋଗର ସମସ୍ୟାର ସମାଧାନ ହୋଇପାରିବ । ଯେଉଁ ଲୋକଙ୍କୁ ଟ୍ୱିଟର ପ୍ଲାଟଫର୍ମରେ ଅପଶବ୍ଦର ସାମ୍ନା କରିବାକୁ ପଡ଼ୁଛି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଜ୍ଞାନ କୌଶଳର ଆବଶ୍ୟକତା ରହିଛି । ୨୬ ମଇ ୨୦୨୧ ଠାରୁ ଟ୍ୱିଟରକୁ  ନିୟମ ମାନିବାକୁ ପଡ଼ିବ ।

Abusive Content Supreme Court Issues Notice To Centre And Twitter

ଏହା ସହିତ ଲେଖାଯାଇଛିଯେ,  ସଦଭାବନାକୁ ନଜରରେ ରଖି ନୂଆ ଆଇଟି ନିୟମର ପାଳନର ଏକ ଶେଷ ସୁଯୋଗ ଟ୍ୱିଟରକୁ ଦିଆଯାଉଛି ।  ଯଦି ନିୟମ ପାଳନ ନ ହୁଏ ତେବେ ଆଇଟି କାନୁନ ଧାରା ୭୯ ଅନୁସାରେ ଟ୍ୱିଟର ଦାୟୀତ୍ୱ ପ୍ରତ୍ୟାହାର କରିବ । ଏହା ସହିତ ପରିଣାମ ଭୋଗିବାକୁ ପଡ଼ିବ ।

Leave a Reply