ଖୁବ୍ ଶୀଘ୍ର ବଜାରକୁ ଆସିବ 5G JioPhone ! ଏତେ ଶସ୍ତା ଯେ, ସହଜରେ କିଣି ପାରିବେ ସାଧାରଣ ଜନତା

1 min read

ନୂଆଦିଲ୍ଲୀ:   ବିଳମ୍ବରେ ଆସିପାରେ ବହୁ ପ୍ରତିକ୍ଷିତ 5G JioPhone । ପୂର୍ବରୁ କୁହାଯାଉଥିଲା ଯେ, 5G JioPhone ସ୍ମାର୍ଟଫୋନ୍ ରିଲାଏନ୍ସ ଜିଓର AGM 2021ରେ ଲଞ୍ଚ କରାଯିବ । କିନ୍ତୁ ଏଥିରେ କିଛି ପରିବର୍ତ୍ତନ ଆସିଥିବାର ନଜର ଆସିଛି । ଜୁନ ୨୪ରେ ଏହା ବଜାରକୁ ଆସିବାର ଥିଲା କିନ୍ତୁ ନିକଟରେ ହୋଇଥିବା ସୂଚନା ଅନୁସାରେ କିଛି ଭିନ୍ନ ସୂଚନା ଦିଆଯାଇଛି । ନୂଆ ରିପୋର୍ଟରୁ ଜଣାପଡିଛି ଯେ ଚଳିତ ବର୍ଷ ଦୀପାବଳିରେ 5G JioPhone ଲଞ୍ଚ ହେବାକୁ ଯାଉଛି । ତେଣୁ ଯଦି ଆପଣ ଭାବୁଛନ୍ତି ଯେ Google-Jio 5G Smartphoneକୁ ଆପଣ ଶିଘ୍ର କିଣିପାରିବେ ତେବେ, ଆପଣଙ୍କୁ ଏଥିପାଇଁ ସାମାନ୍ୟ ଅପେକ୍ଷା କରିବାକୁ ପଡିବ।

ଅକ୍ଟୋବର-ନଭେମ୍ବର ମଧ୍ୟରେ ଲଞ୍ଚ କରାଯାଇପାରେ ଫୋନ୍

ନିକଟରେ ଗୁଗୁଲର ସିଇଓ ସୁନ୍ଦର ପିଚାଇ ସୂଚନା ଦେଇଥିଲେ ଯେ, ସେ ରିଲାଏନ୍ସ ଜିଓ ସହଭାଗୀତାରେ ଭାରତରେ 5G ସ୍ମାର୍ଟଫୋନ୍ ଲଞ୍ଚ କରିବା ଉପରେ କାର୍ଯ୍ୟ କରୁଛନ୍ତି। ଯଦିଓ ପିଚାଇ ଫୋନର କୌଣସି ଲଞ୍ଚ ତାରିଖ ଘୋଷଣା କରିନାହାଁନ୍ତି କି ଏନେଇ ରିଲାଏନ୍ସ ଜିଓ କିଛି ସୂଚନା ଦେଇ ନାହାଁନ୍ତି । ସଦ୍ୟ ରିପୋର୍ଟ ଅନୁଯାୟୀ, ଆଗାମୀ Google-Jio 5G Smartphone, ଯାହା 5G JioPhone ନାମରେ ଜଣାଶୁଣା, ତାହା ଅକ୍ଟୋବର-ନଭେମ୍ବର ମଧ୍ୟରେ ଲଞ୍ଚ ହୋଇପାରେ।

ଯଦିଓ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ରିଲାଏନ୍ସ କିମ୍ବା ଜିଓ ଏନେଇ ସୂଚନା ଦିଆଯିବା ଆବଶ୍ୟକ । ଏହାସହ ଯେଉଁମାନେ ଜିଓ କିମ୍ବା ରିଲାଏନ୍ସ ସହ ଜଡିତ ଅଛନ୍ତି ସେମାନେ କହିଛନ୍ତି ଯେ Jio Phone 5G ସ୍ମାର୍ଟଫୋନ୍ ଗବେଷଣା ଏବଂ ବିକାଶ ପର୍ଯ୍ୟାୟ ଅତିକ୍ରମ କରିସାରିଛି । ତେଣୁ ଏହା ଖୁବ ଶୀଘ୍ର ବଜାରକୁ ଆସିପାରେ ।

ଏହା ବ୍ୟତୀତ ଫୋନର ମୂଲ୍ୟ ସମ୍ପର୍କରେ ସାମାନ୍ୟ ସୂଚନା ଦିଆଯାଇଛି । ରିପୋର୍ଟ ଅନୁଯାୟୀ, ଆଗାମୀ Google Jio 5G ସ୍ମାର୍ଟଫୋନର ମୂଲ୍ୟ ୫୦ ଡଲାରରୁ କମ୍ ହୋଇପାରେ, ଯାହା ଭାରତୀୟ ମୁଦ୍ରା ଅନୁଯାୟୀ ପ୍ରାୟ ୩୬୫୦ ଟଙ୍କା ହୋଇପାରେ। ତେଣୁ ଆମେ ଅନୁମାନ ଲଗାଇପାରିବା ଯେ, Google Jio 5G ମୂଲ୍ୟ ୩୫୦୦ ଟଙ୍କା ପାଖାପାଖି ହେବ । ଏହା ମଧ୍ୟ ଜାଣିବାକୁ ମିଳୁଛି ଯେ 5G JioPhone ର ପ୍ରି-ବୁକିଂ ମଧ୍ୟ ଶୀଘ୍ର ଆରମ୍ଭ ହୋଇପାରେ । ଯଦିଓ ଏସମ୍ପର୍କରେ କୌଣସି ସଠିକ୍ ସୂଚନା ମିଳିପାରି ନାହିଁ ।

Leave a Reply