ପର୍ଲ ବି ପୁରୀଙ୍କୁ ମିଳିଲାନି ଜାମିନ୍‌, ଦୁଷ୍କର୍ମ ଅଭିଯୋଗରେ ୧୪ ଦିନର ନ୍ୟାୟିକ ହେପାଜତ

1 min read

ମୁମ୍ବାଇ: ଦୁଷ୍କର୍ମ ଅଭିଯୋଗରେ ଗିରଫ ହୋଇଥିବା ଟିଭି ଆକ୍ଟର ପର୍ଲ ବି ପୁରୀଙ୍କ ସମସ୍ୟା ଅଧିକ ଜଟିଳ ହୋଇଯାଇଛି । ପର୍ଲଙ୍କୁ କୋର୍ଟ ୧୪ ଦିନିଆ ନ୍ୟାୟିକ ହେପାଜତରେ ପଠାଇ ସାରିଛନ୍ତି । ଏହା ପୂର୍ବରୁ ପର୍ଲଙ୍କ କଥିତ ଏକ୍ସ ଗର୍ଲଫ୍ରେଣ୍ଡ ଏବଂ ଅଭିନେତ୍ରୀ କରିସ୍ମା ତନ୍ନା ପର୍ଲଙ୍କୁ ଜାମିନ୍‌ମିଳି ସାରିଥିବା କଥା ସୋସିଅଲ ମିଡିଆରେ ଶେୟାର କରିଥିଲେ । କିନ୍ତୁ ବର୍ତ୍ତମାନ ଆସିଥିବା ଖବର ଅନୁସାରେ ପର୍ଲଙ୍କୁ ଜାମିନ୍‌ମିଳିନାହିଁ, ବରଂ ତାଙ୍କ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।

 

 

View this post on Instagram

 

A post shared by Karishma Tanna (@karishmaktanna)

ପର୍ଲ ବି ଦୁଷ୍କର୍ମ ମାମଲାରେ ଗିରଫ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କରିସ୍ମା ତନ୍ନାଙ୍କ ସମେତ ଏକାଧିକ ସେଲିବ୍ରିଟି ପର୍ଲଙ୍କ ସମର୍ଥନରେ ଆସିଛନ୍ତି । କରିସ୍ମା ପର୍ଲଙ୍କ ସହିତ ଏକ ଫଟୋ ଶେୟାର କରି ଲେଖିଛନ୍ତି, ସତ୍ୟମେବ ଜୟତେ । ଅନ୍ୟପଟେ ପର୍ଲଙ୍କ କୋ-ଷ୍ଟାର ଅନୀତା ହସନନ୍ଦନୀ ମଧ୍ୟ ଏକ ପୋଷ୍ଟ ଶେୟାର କରି ପର୍ଲ ବି ପୁରୀଙ୍କୁ ସମର୍ଥନ କରିଛନ୍ତି । ନିର୍ଦ୍ଦେଶକ ଏବଂ ପ୍ରଯୋଜକ ଏକତା କପୂରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

ସୂଚନାଯୋଗ୍ୟ ପର୍ଲଙ୍କ ଉପରେ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଶୁକ୍ରବାର ପୀଡ଼ିତାଙ୍କ ବୟାନ ପରେ ପର୍ଲଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଯାହାପରେ ପର୍ଲଙ୍କୁ ଗିରଫ କରାଯାଇଛି ।

ପର୍ଲ ନାଗିନ୍‌ବ୍ୟତୀତ ଦିଲ କି ନଜର ସେ ଖୁବସୁରତ ଏବଂ ଫିର ଭି ନା ମାନେ ବତମିଜ ଦିଲ ଭଳି ଏକାଧିକ ଟିଭି ଶୋ’ରେ ନଜର ଆସିଛନ୍ତି ।

Leave a Reply