ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ଆଧାରରେ ଖୋଲିବ ଦୋକାନ, ଦ୍ୱନ୍ଦରେ ବେପାରୀ

1 min read

 ନୂଆଦିଲ୍ଲୀ:  ଏବେ ଦିଲ୍ଲୀରେ ଲକଡାଉନ କୋହଳ କରିବେ ସରକାର । ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଏହାକୁ ନେଇ ବଡ଼ ଘୋଷଣା କରିଛନ୍ତି । କରୋନା ଭୂତାଣୁ ଚେନ୍‌ଭାଙ୍ଗିବା ପାଇଁ ଏପ୍ରିଲ୍‌୧୯ ତାରିଖରୁ ଦିଲ୍ଲୀରେ ଜାରି ହୋଇଥିବା ‘ଲକ୍‌ଡାଉନ୍‌’ ବଳବତ୍ତର ରହିବ ବୋଲି କହିବା ସହ କେତେକ କଟକଣା କୋହଳ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଘୋଷଣା କରିଛନ୍ତି।

ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ଆଧାରରେ ସ୍ଥାନୀୟ ବଜାର ସବୁ ଖୋଲି ପାରିବ ବୋଲି ସେ କହିଛନ୍ତି। ମଲ୍‌ସବୁ ବି ଖୋଲି ବ୍ୟବସାୟ ଚଳାଇ ପାରିବେ କିନ୍ତୁ, ସେମାନଙ୍କ ପାଇଁ ମଧ୍ୟ ଯୁଗ୍ମ ଅଯୁଗ୍ମ ଗାଇଡ୍‌ଲାଇନ୍ ପ୍ରଯୁଜ୍ୟ ହେବ। ଅନ୍ୟପଟେ ପାଖାପାଖି ଲାଗି ରହିନଥିବା ଦୋକାନ ଗୁଡ଼ିକ ଦୈନିକ ଖୋଲିପାରିବ ବୋଲି କୁହାଯାଇଛି ।

କେବଳ ସେତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତିଯେ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ ଅଫିସ ସବୁ କାର୍ଯ୍ୟ କରିବା ପାଇଁ ଅନୁମତି ପାଇବେ। ସରକାରୀ ଅଫିସ୍‌ସବୁ ୧୦୦ ପ୍ରତିଶତ ‘ଗ୍ରୁପ୍‌ଏ’ ଏବଂ ୫୦ ପ୍ରତିଶତ ‘ଗ୍ରୁପ୍‌ବି’ କର୍ମଚା‌ରୀମାନଙ୍କୁ ନେଇ କାର୍ଯ୍ୟ କରିପାରିବେ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ କରାଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, କୋଭିଡ୍-୧୯ର ପରବର୍ତ୍ତୀ ପ୍ରବାହର ମୁକାବିଲା ନିମନ୍ତେ ଦିଲ୍ଲୀ ପ୍ରସ୍ତୁତ ଅଛି। କୋଭିଡ୍‌୧୯ ତୃତୀୟ ପ୍ରବାହ ମୁକାବିଲା ନିମନ୍ତେ ୪୨୦ ଟନ୍‌ଅମ୍ଳଜାନ ଷ୍ଟୋରେଜ୍ କ୍ୟାପାସିଟି ପ୍ରସ୍ତୁତି ହେଉଛି। ତୃତୀୟ ପ୍ରବାହରେ ପିଲାମାନେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଉଥିବାରୁ ‘ପେଡିଆଟ୍ରିକ୍‌ଟାସ୍କ୍‌ଫୋର୍ସ’ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ ଏହି ଅଡ ଇଭେନ ଫର୍ମୁଲାକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି ବେପାରୀ ।

Leave a Reply