spot_img
Home Blog Page 5710

ଭାଇର ହତ୍ୟା ମାମଲାରେ ଅଭିନେତ୍ରୀ ଗିରଫ

ବେଙ୍ଗାଲୁରୁ: କନ୍ନଡ଼ ଅଭିନେତ୍ରୀ ଶନୟା କାଟୱେଙ୍କୁ ପୁଲିସ ଗିରଫ କରିଛି। ସନାୟାଙ୍କୁ ତାଙ୍କ ଭାଇଙ୍କ ହତ୍ୟା ମାମଲାରେ କର୍ଣ୍ଣାଟକର ହୁବଲି ପୁଲିସ୍ ଗିରଫ କରିଛି। ଖବର ଅନୁଯାୟୀ, ନିକଟରେ ଅଭିନେତ୍ରୀଙ୍କ ଭାଇ ରାକେଶଙ୍କର କଟା ମୁଣ୍ଡ ଜଙ୍ଗଲରୁ ମିଳିଛି। ଏବଂ ତାଙ୍କ ଶରୀରର ବିଭିନ୍ନ ଅଂଶ ଗାଦାଗ ରୋଡ ଏବଂ ହୁବଲିର ବିଭିନ୍ନ ସ୍ଥାନରୁ ଉଦ୍ଧାର କରାଯାଇଛି।

ଖବର ଅନୁଯାୟୀ ଶନାୟା, ନୟାଜ ଅହମ୍ମଦ ନାମକ ଯୁବକଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ ଏବଂ ତାଙ୍କ ଭାଇ ଏହାକୁ ପସନ୍ଦ କରୁନଥିଲେ। କୁହାଯାଉଛି ଯେ ଭାଇ ଓ ଭଉଣୀଙ୍କ ମଧ୍ୟରେ ଏହାକୁ ନେଇ ଝଗଡ଼ା ହୋଇଥିଲା ଯାହା ଫଳରେ ଏହି ଘଟଣା ଘଟିଛି।

ରାକେଶଙ୍କୁ ତାଙ୍କ ଘରେ ହୁବଲିରେ ହତ୍ୟା କରାଯାଇଛି। ତେବେ ଶାନୟା ତାଙ୍କର ନୂଆ ଚଳଚ୍ଚିତ୍ରର ପ୍ରମୋସନ ପାଇଁ ସହରରେ ପହଞ୍ଚି ରାକେଶଙ୍କ ସହ ରହିଥିଲେ। ଏବଂ କୁହାଯାଉଛି ଯେ ସେଇଠି ହିଁ ସେ ରାକେଶଙ୍କ ମୃତ୍ୟୁ ପାଇଁ ଏକ ଯୋଜନା ପ୍ରସ୍ତୁତ କରିଥିଲେ। ତେବେ ଏହି ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନାଯୋଗ୍ୟ, ଶନାୟା ହେୁଛନ୍ତି ଜଣେ କନ୍ନଡ଼ ଫିଲ୍ମ ଅଭିନେତ୍ରୀ। ସେ 2018ରେ ‘ଇଜମ୍ ପ୍ରେମମ୍ ଜୀବନମ୍’ରୁ ଡେବ୍ୟୁ କରିଥିଲେ। ଏହାପରେ ସେ ଅନେକ ହିଟ୍ ସିନେମାରେ କାମ କରିଛନ୍ତି। ନିକଟରେ ସେ ନିଜ ନୂଆ ଫିଲ୍ମ ‘ଓନଡୁ ଘାଣ୍ଟେୟ କାଥେ’ର ପ୍ରମୋଶନ ବି କରୁଥିଲ। ଏହି ଫିଲ୍ମରେ ଅଜୟ ରାଜ ଏବଂ ସବତୀ ଶର୍ମାଙ୍କ ପରି ଜଣାଶୁଣା କଳାକାର ଲ୍ିଡ୍ ରୋଲରେ ଅଭିନୟ କରିଛନ୍ତଚି। ତେବେ କନ୍ନଡ ସିନେମାର ବହୁ ପ୍ରତୀକ୍ଷିତ ଫିଲ୍ମର ମଧ୍ୟରୁ ଏହା ଅନ୍ୟତମ।

ବାହାର ରାଜ୍ୟକୁ ଅକ୍ସିଜେନ୍ ପଠାଉଛି ଓଡ଼ିଶା, ଏଯାଏଁ ପଠାଇଲାଣି ୯୦ ଟ୍ୟାଙ୍କର ଅମ୍ଲଜାନ

ନୂଆଦିଲ୍ଲୀ: କରୋନା ସଂକଟ ସମୟରେ ଦେଶକୁ ସାହାଯ୍ୟ କରୁଛି ଓଡ଼ିଶା । ୮ ରାଜ୍ୟକୁ ଓଡ଼ିଶାରୁ ଅକ୍ସିଜେନ୍ ପଠାଯାଇଛି । ୯୦ଟି ଟ୍ୟାଙ୍କରରେ ୧୬୭୫.୭ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଇଛି ଓଡ଼ିଶା । ତେଲଙ୍ଗାନାକୁ  ୧୯ଟି ଟ୍ୟାଙ୍କରରେ ୩୨୪.୦୭୯ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଥିବା ବେଳେ ଆନ୍ଧ୍ର ପ୍ରଦେଶକୁ ୩୦ଟି ଟ୍ୟାଙ୍କରରେ ୬୪୪.୭୨ ମେଟ୍ରିକ୍ ଟନ୍, ତାମିଲନାଡୁକୁ ଗୋଟିଏ ଟ୍ୟାଙ୍କରରେ ୧୫.୯୮ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି ।

ହରିୟାଣାକୁ ୮ଟି ଟ୍ୟାଙ୍କରରେ ୧୮୭. ୫୧ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି । ସେହିପରି ମହାରାଷ୍ଟ୍ରକୁ ୬ଟି ଟ୍ୟାଙ୍କରରେ ୧୧୨.୬, ମଧ୍ୟପ୍ରଦେଶକୁ ୧୫ଟି ଟ୍ୟାଙ୍କରରେ ୨୧୫. ୮୨ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି । ଛତିଶଗଡ଼କୁ ୪ଟି ଟ୍ୟାଙ୍କରରେ ୬୧.୪୪ ଓ ଉତ୍ତରପ୍ରଦେଶକୁ ୭ଟି ଟ୍ୟାଙ୍କରରେ ୧୧୪.୧୭ ମେଟ୍ରିକ ଟନ୍ ଅକ୍ସିଜେନ୍ ପଠାଯାଇଛି । ଏସବୁ ଅକ୍ସିଜେନ୍ ଟ୍ୟାଙ୍କର ଅନୁଗୁଳ, ଢେଙ୍କାନାଳ, ଯାଜପୁର ଓ ରାଉରକେଲାରୁ ଯାଇଛି ।

ଅନୁଗୁଳ ଜିଲ୍ଲାରୁ ମୋଟ ୧୬ ଟ୍ୟାଙ୍କରରେ ୨୩୩.୮୨ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠା ଯାଇଥିବା ବେଳେ ଢେଙ୍କାନାଳରୁ ୧୨ଟି ଟ୍ୟାଙ୍କରରେ ୧୯୯.୬୬ ମେଟ୍ରିକ୍ ଟନ୍, ଯାଜପୁରରୁ ୨୫ଟି ଟ୍ୟାଙ୍କରରେ ୫୩୯.୯୨ ମେଟ୍ରିକ୍ ଟନ୍, ରାଉରକେଲାରୁ ୩୭ଟି ଟ୍ୟାଙ୍କରରେ ୭୦୨.୩୮୧ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ପଠାଯାଇଛି । ପ୍ରତି ଅକ୍ସିଜେନ୍ ଟ୍ୟାଙ୍କରକୁ ସ୍ୱତନ୍ତ୍ର କରିଡରରେ ଓଡ଼ିଶା ପୋଲିସ ଏସକର୍ଟ କରି ନେଉଛି ।

ସାମାଜିକ ଦୂରତା ପାଳନ ନକଲେ ୪୦୬ ଲୋକଙ୍କୁ ସଂକ୍ରମିତ କରିପାରେ ଜଣେ ବ୍ୟକ୍ତି: କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଯଦି କୌଣସି କରୋନା ସଂକ୍ରମିତ ବ୍ୟକ୍ତି ମାକ୍ସ ପିନ୍ଧୁନାହିଁ ଏବଂ ସାମାଜିକ ଦୂରତା ପାଳନ କରୁନାହିଁ ତେବେ ସେ ୩୦ ଦିନ ମଧ୍ୟରେ ୪୦୬ ସୁସ୍ଥ ଲୋକଙ୍କୁ ସଂକ୍ରମିତ କରିପାରେ । କେନ୍ଦ୍ରସରକାରଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହା ସହିତ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଆପଣଙ୍କ ଘରେ କେହି ସମକ୍ରମିତ ନଥିଲେ ମଧ୍ୟ ଘରେ ମାସ୍କ ପିନ୍ଧିରହିବା ଉଚିତ । କେନ୍ଦ୍ର ସରକାରଙ୍କ ସୂଚନା ଅନୁଯାୟୀ ଏବେ ମଧ୍ୟ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ଅବଲମ୍ବନ କରିବା ନିହାତି ଜରୁରୀ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ ସୂଚନା ଦେଇଛନ୍ତି ଯେ ଅନେକ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚରେ ଏହି ତଥ୍ୟ ସାମ୍ନାକୁ ଆସିଛି ଯେ, ସାମାଜିକ ଦୂରତା ଅବଲମ୍ବନ ନକଲେ ଜଣେ ସଂକ୍ରମିତ ବ୍ୟକ୍ତି ୪୦୬ ସୁସ୍ଥ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବ ।

ଏହା ବ୍ୟତୀତ ଯଦି କରୋନା ସଂକ୍ରମିତ ଏବଂ ସୁସ୍ଥ ବ୍ୟକ୍ତି ମାନେ ମାସ୍କ ପିନ୍ଧନ୍ତି ତେବେ ସଂକ୍ରମଣ ପ୍ରସାରର ଆଶଙ୍କା ୧.୫ ପ୍ରତିଶତ ହିଁ ରହିବ । ଅଗ୍ରୱାଲଙ୍କ କହିବା ଅନୁଯାୟୀ, ଯଦି ସଂକ୍ରମିତ ବ୍ୟକ୍ତି ନିଜ ଏକ୍ସପୋଜର ୫୦ ପ୍ରତିଶତ କମ କରନ୍ତି ତେବେ ସେ ଏକ ମାସରେ ୪୦୬ ବ୍ୟକ୍ତି ବ୍ୟତୀତ ମାତ୍ର ୧୫ ଜଣଙ୍କୁ ସଂକ୍ରମିତ କରିପାରିବ । ଏହା ବ୍ୟତୀତ ଯଦି ଏକ୍ସପୋଜର ୭୫ ପ୍ରତିଶତ ପର୍ଯ୍ୟନ୍ତ କମ କରାଯାଏ ତେବେ ସଂକ୍ରମିତ ବ୍ୟକ୍ତି ମାସେ ଭିତରେ ମାତ୍ର ୨ ଜଣ ବ୍ୟକ୍ତିଙ୍କୁ ସଂକ୍ରମିତ କରିପାରିବ । ମାସ୍କର ବ୍ୟବହାରରେ ଜୋର ଦେଇ ସେ କହିଛନ୍ତି ଯେ, ଗୋଟେ ପଟେ ଆମକୁ କ୍ଲିନିକାଲ ମ୍ୟାନେଜମେଣ୍ଟର ଆବଶ୍ୟକତା ଥିବାବେଳେ ଅନ୍ୟପଟେ ସାମାଜିକ ଦୂରତା ନିୟମର ପାଳନ କରିବା ମାସ୍କ ପିନ୍ଧିବା ମଧ୍ୟ ଜରୁରୀ ଅଟେ ।

 ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଯଦି ସଂକ୍ରମିତ ବ୍ୟକ୍ତି ୬ ମିଟର ଦୂରତାରେ ରହୁଛି, ତେବେ ମଧ୍ୟ ସଂକ୍ରମଣ ବ୍ୟାପିବାର ଆଶଙ୍କା ରହିଛି । ହୋମ ଆଇସୋଲେସନ ସ୍ଥିତିରେ ମଧ୍ୟ ଘରେ ଏଭଳି ହୋଇପାରେ । ଯଦି ମାସ୍କକୁ ସଠିକ ଭାବରେ ନପିନ୍ଧାଯାଏ ତେବେ, ୯୦ ପ୍ରତିଶତ ଆଶଙ୍କା ରହିଛି ଯେ ସଂକ୍ରମିତ ବ୍ୟକ୍ତି ଅନ୍ୟ ବ୍ୟକ୍ତିଙ୍କୁ କରୋନା ଭୂତାଣୁ ଦେଇପାରିବ । ସଂକ୍ରମିତ ହେଉ ବା ସୁସ୍ଥ ସମସ୍ତଙ୍କ ପାଇଁ ମାସ୍କ ପିନ୍ଧିବା ନିହାତି ଜରୁରୀ । ଯଦି ସୁସ୍ଥ ବ୍ୟକ୍ତି ମାସ୍କ ପିନ୍ଧୁଛି କିନ୍ତୁ ସଂକ୍ରମିତ ବ୍ୟକ୍ତି ପିନ୍ଧୁନାହିଁ ତେବେ ଇନଫେକସନର ଆଶଙ୍କା ୩୦ ପ୍ରତିଶତ ବଢ଼ିଯାଇଥାଏ ।

୮ ଟି ରାଜ୍ୟରେ କରୋନା ସଂକ୍ରମଣର ଏକ ଲକ୍ଷରୁ ମଧ୍ୟ ଅଧିକ ଆକ୍ଟିଭ ମାମଲା

ସୂଚନା ଅନୁଯାୟୀ ଦେଶରେ କରୋନା ସଂକ୍ରମଣ ମାମଲା ଦୃତ ଗତିରେ ମାଡ଼ି ଚାଲିଛି । ବିଗତ ଏକ ସପ୍ତାହ ହେବ କରୋନା ସଂକ୍ରମଣର ୩ ଲକ୍ଷରୁ ଅଧିକ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଉତ୍ତର ପ୍ରଦେଶ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଞ୍ଜାବ ସମେତ ଦେଶର ୮ ରାଜ୍ୟ ରହିଛି, ଯେଉଁଠି କରୋନା ସଂକ୍ରମଣର ୧ ଲକ୍ଷରୁ ଅଧିକ ଆକ୍ଟିଭ କେସ ରହିଛି ।

କରୋନା ଭ୍ୟାକ୍ସିନର ଅଲଗା ଅଲଗା ଦାମକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତିକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ଚାଲିଛି । ଶୁଣାଣି ବେଳେ ସୁପ୍ରିମକୋର୍ଟ ଭ୍ୟାକ୍ସିନର ଭିନ୍ନ ଭିନ୍ନ ଦାମକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଭ୍ୟାକ୍ସିନର ଅଲଗା ଅଲଗା ଦରକୁ ନେଇ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ ।

କୋର୍ଟ କହିଛନ୍ତି- ଡ୍ରଗ୍ କଣ୍ଟ୍ରୋଲର ଆକ୍ଟ ଓ ପେସେଣ୍ଟ ଆକ୍ଟ ଅନୁସାରେ ସରକାରଙ୍କ ପାଖରେ କ୍ଷମତା ରହିଛି । କେନ୍ଦ୍ର ସରକାରଙ୍କ ସୈନ୍ୟ ବଳ, ଅର୍ଦ୍ଧ ସୈନ୍ୟ ବଳ ଏବଂ ରେଲୱେ ଥିବାବେଳେ କିଭଳି ବ୍ୟବହାର କରାଯାଉଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି । ସମସ୍ତ ସମ୍ବଳର ବ୍ୟବହାର କରାଯାଉଥିବା କେନ୍ଦ୍ର ସରକାର କୋର୍ଟଙ୍କୁ ଜଣାଇଛନ୍ତି ।

Supreme Court Raises Question On Different Pricing Of Ccoronavirus Vaccine

କରୋନା ସ୍ଥିତିକୁ ନେଇ ଅଲଗା ଅଲଗା ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । ଏହାକୁ ନେଇ କୋର୍ଟ ଆଉଥରେ ପ୍ରଶ୍ନ କରିଛନ୍ତି ସ୍ଥାନୀୟ ପରିସ୍ଥିତି ନେଇ ହାଇକୋର୍ଟ ଭଲଭାବେ ଅବଗତ । ଏଥିପାଇଁ ଆମେ ଶୁଣାଣିକୁ ବନ୍ଦ କରିବୁ ନାହିଁ ।

ଗତ ଶୁଣାଣି ବେଳେ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଏସ୍.ଏ ବୋବଡେ, ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାୱ ଏବଂ ଏସ୍ ରବୀନ୍ଦ୍ର ଭଟ୍ଟ କହିଥିଲେ କୌଣସି ହାଇକୋର୍ଟରେ ଚାଲିଥିବା ଶୁଣାଣି ରୋକିବା ସେମାନଙ୍କ ଉଦ୍ଦେଶ୍ୟ ନୁହେଁ । ସେମାନଙ୍କ ଚେଷ୍ଟା କେବଳ ଜାତୀୟ ସ୍ତରରେ ଆବଶ୍ୟକ ଔଷଧ ଓ ଉପକରଣ ଉତ୍ପାଦନ ଓ ଆମଦାନୀକୁ ନେଇ ଦେଖା ଦେଉଥିବା ଅସୁବିଧାକୁ ସହଜ କରିବ ।

ଏଥିସହ ପଢ଼ନ୍ତୁ- କରୋନା ଠାରୁ ବର୍ତ୍ତିବା ଲାଗି ସରକାରଙ୍କ ପାଖରେ କଣ ରହିଛି ଜାତୀୟ ଯୋଜନା ? ସୁପ୍ରିମକୋର୍ଟରେ ଆଜି ଶୁଣାଣି

DC vs RCB, IPL 2021: ମୁହାଁମୁହିଁ ହେବେ ଦିଲ୍ଲୀ-ବ୍ୟାଙ୍ଗଲୋର୍, କିଏ ମାରିବ ବାଜି?

0

ଅହମ୍ମଦାବାଦ: ଆଇପିଏଲ୍  ମଇଦାନରେ ମଙ୍ଗଳବାର ମୁହାଁମୁହିଁ  ହେବେ ରୟାଲ ଚ୍ୟାଲେଞ୍ଜର୍ସ ବ୍ୟାଙ୍ଗଲୋର ଓ ଦିଲ୍ଲୀ କ୍ୟାପିଟାଲ୍ସ। ଗତ ମ୍ୟାଚର ପରାଜୟ ପରେ ଆଜି ବିରାଟ ବାହୀନି ପୁଣିଥରେ ନିଜର ପୂରୁଣା ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ। ଗତ ମ୍ୟାଚରେ ଆରସିବିକୁ ଧୋନିଙ୍କ ଚେନ୍ନାଇ ସୁପର କିଂଗ୍ସ 69 ରନରେ ହରାଇଥିଲା।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ କିନ୍ତୁ ଗତ ମ୍ୟାଚରେ ସରାଇଜର୍ସ ହାଇଦ୍ରାବାଦକୁ ମାତ ଦେଇଥିଲା ଓ ବିଜୟ ହାସଲ କରିଥିଲା। ତେବେ ଏଥର ମଧ୍ଯ ଋଷଭଙ୍କ ଟିମ୍ ଆରସିବିକୁ ହରାଇ ବିଜୟ ହାସଲ କରିବାକୁ ଚେଷ୍ଟା କରିବ। ତେବେ ଦିଲ୍ଲୀ ବିପକ୍ଷରେ ଆରସିବିକୁ ଜିତିବାକୁ ହେଲେ ମିଡିଲ ଓଭରରେ ଅଧିକ ଗୁରୁତ୍ୱ ଦେବାକୁ ପଡ଼ିବ। ଆରସିବିର ଦୁଇ ଓପନର ବିରାଟ କୋହଲି ଓ ଦେବଦତ୍ତ ପାଡ଼ିକଲ ଜବରସ୍ତ ଖେଳି ଭଲ ଓପନିଂ କରୁଛନ୍ତି। ତେବେ ତାଙ୍କ ସହ ମିଡିଲ ଓଭରରେ ମ୍ୟାକ୍ସୱେଲ ଓ ଏବି ଡେଭିଲିୟର୍ସ ଓ ୱାଶିଂଟନ ସୁନ୍ଦରଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ତେବେ ମ୍ୟାକ୍ସୱେଲ୍ ଗତ ମ୍ୟାଚଗୁଡ଼ିକରେ ଭଲ ପ୍ରଦର୍ଶନ କରିଛନ୍ତି।

ଏହା ବ୍ୟତୀତ ଆରସିବିକୁ ବୋଲିଂରେ ଟିକେ ବେଶି ଗୁରୁତ୍ୱ ଦେବାକୁ ପ଼ିବ। କାରଣ ଚେନ୍ନାଇ ବିପକ୍ଷ ମ୍ୟାଚରେ ଶେଷ ଓଭରରେ ଆରସିବିର ସବୁଠୁ ସଫଳ ବୋଲର ହର୍ଷଲ ପଟେଲଙ୍କ ବଲ୍ରେ ରବିନ୍ଦ୍ର ଜାଡେଜା  37 ରନ୍ ସ୍କୋର କରି ମ୍ୟାଚର ନକସା ବଦଳାଇଥିଲେ। ତେଣୁ ଏଥର ତାଙ୍କୁ ଟିକେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଏହା ବ୍ୟତୀତ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ କାଇଲ୍ ଜାମିସନଙ୍କୁ ମଧ୍ୟ ଭଲ କରିବାକୁ ପଡ଼ିବ। ଆରସିବି ନବଦୀପ ସାଇନି କିମ୍ବା ଡ୍ୟାନ୍ ଖ୍ରୀଷ୍ଟିଆନଙ୍କ ସ୍ଥାନରେ ବାମହାତୀ ସ୍ପିନର ଶାହାବାଜ ଅହମ୍ମଦଙ୍କୁ ଖେଲାଇପାରନ୍ତି।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ଓପନର ତଥା ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍ କରିଥିବା ଶିଖର ଧାୱନ (259 ରନ୍) ତାଙ୍କ ଫର୍ମ ବଜାୟ ରଖିବାକୁ ଓ ଶତକ ମାରିବାକୁ ଚେଷ୍ଟା କରିବେ। ତାଙ୍କ ବ୍ୟତୀତ ଓପନର୍ ପୃଥ୍ବୀ ଶ ମଧ୍ ଭଲ ସ୍କୋର କରିବାକୁ ଚହିଁବେ। ତେବେ ଦିଲ୍ଲୀ କ୍ୟାପିଟାଲ୍ସର ମିଡିଲ ବ୍ୟାଟିଂ ଅର୍ଡର ବେସ୍ ମଜଭୁତ ରହିଛି।  ଯେଉଁଥିରେ କ୍ୟାପ୍ଟେନ  ଋଷଭ ପନ୍ଥ, ଷ୍ଟିଭ୍ ସ୍ମିଥ୍, ମାର୍କସ ଷ୍ଟୋଇନିସ ଏବଂ ହେଟମାୟର ଅଛନ୍ତି ଆଉ ଏମାନେ ମ୍ୟାଚକୁ କେଉଁ ବି ସମୟରେ ପଲଟାଇପାରନ୍ତି।

ଅନ୍ୟପଟେ ଦିଲ୍ଲୀର ବୋଲିଂ ଉପରେ ସ୍ପିନର ଆର ଅଶ୍ୱିନଙ୍କ ଅନୁପସ୍ଥିତି ପ୍ରଭାବ ପକାଇପାରେ। ଅଶ୍ୱିନ କରନୋ ଭଳି କଠିନ ସମୟରେ ନିଜ ପରିବାର ସହ ରହିବାକୁ ଟୁର୍ଣ୍ଣାମେଣ୍ଟ ଅଧାରୁ ଛାଡ଼ିଦେଇଛନ୍ତି। ତେବେ ଦଳରେ ତାଙ୍କର ଅଭାବକୁ ଅକ୍ଷର ପଟେଲ ଏବଂ ଅମିତ ମିଶ୍ରଙ୍କୁ ପୂରଣ  କରିବାକୁ ପଡ଼ିବ। ଅକ୍ଷରର ସନରାଇଜର୍ସ ବିପକ୍ଷରେ ଏକ ଚମତ୍କାର ସୁପର ଓଭର ପକାଇ ଜିତିଥିବାବେଳେ ଅମିତ ମିଶ୍ର ମୁମ୍ବାଇ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରିଥିଲେ। ଦ୍ରୁତ ବୋଲର ଆବେଶ ଖାନ ପାଞ୍ଚଟି ମ୍ୟାଚରେ 11 ୱିକେଟ୍ ନେଇଛନ୍ତି। ତେବେ ଆଜିର ମ୍ୟାଚରେ ଦଳ ପରିଚାଳକ ଲଲିତ ଯାଦବଙ୍କୁ ମଧ୍ୟ ଖେଳାଇପାରନ୍ତି, ଯିଏ କି ଅଫ୍ ସ୍ପିନ୍ ସହିତ ଭଲ ବ୍ୟାଟିଂ ବି କରିପାରିବେ।

ସାମ୍ଭାବ୍ୟ ପ୍ଲେଇଂ ଇଲେଭେନ୍:

ଆରସିବି: ଦେବଦତ୍ତ ପାଡ଼ିକଲ, ବିରାଟ କୋହଲି(କ୍ୟାପ୍ଟେନ), ଗ୍ଲେନ ମ୍ୟାକ୍ସ ୱେଲ୍, ଏବି ଡେଭିଲିୟର୍ସ, ଡାନିଏଲ୍ ଖ୍ରୀଷ୍ଟିଆନ, ୱାଶିଂଟନ୍ ସୁନ୍ଦର, ଡାନିଏଲ୍ ସାମସ୍, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଶାହାବାଜ ଅହମ୍ମଦ ଏବଂ ୟୁଜଭେନ୍ଦ୍ର ଚହଲ।

ଦିଲ୍ଲୀ କ୍ୟାପିଟାଲ୍ସ: ପୃଥ୍ବୀ ଶ, ଶିଖର ଧାୱନ, ଷ୍ଟିଭ ସ୍ମିଥ, ଋଷଭ ପନ୍ତ (ୱିକେଟକିପର, କ୍ୟାପ୍ଟେନ୍), ଶିମ୍ରନ ହେଟମେୟର, ମାର୍କସ ଷ୍ଟୋଇନିସ, ଅଷର ପଟେଲ, କାଗିସୋ ରାବାଡ଼ା, ଲଲିତ ଯାଦବ, ଅବେଶ ଖାନ, ଏବଂ ଉମେଶ ଯାଦବ।

ଗୋଟିଏ ଆମ୍ବୁଲାନ୍ସରେ ୨୨ କରୋନା ରୋଗୀଙ୍କ ଶବ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ବେଲଗାମ ହୋଇସାରିଛି ଏବଂ ପ୍ରତିଦିନ ମୃତ୍ୟୁ ନୂଆ ରେକର୍ଡ଼ କରୁଛି । ପରିସ୍ଥିତି ଏଭଳି ଶୋଚନୀୟ ହୋଇଯାଇଛିଯେ, ଶବକୁ ନେବାପାଇଁ ରହିଥିବା ଆମ୍ବୁଲାନ୍ସ ମଧ୍ୟ ଯଥେଷ୍ଟ ନୁହେଁ । ଗୋଟିଏ ଆମ୍ବୁଲାନ୍ସରେ ପ୍ରାୟ ଦୁଇ ଡର୍ଜନ ଶବକୁ ଲଦି ଶ୍ମଶାନ ପହଞ୍ଚା ଯାଉଛି । ନିକଟରେ ମହାରାଷ୍ଟ୍ରରେ ଏହିଭଳି ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି ।

ମହାରାଷ୍ଟ୍ରର ବିଡ୍ଜିଲ୍ଲାର ଅମ୍ବାଜୋଗାଇରେ ସ୍ୱାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ କରୋନାରେ ମୃତ୍ୟୁବରଣ କରିଥିବା ୨୨ଟି ମୃତ ଶରୀରକୁ ରବିବାର ଗୋଟିଏ ଆମ୍ବୁଲାନ୍ସରେ ଲଦି ଶ୍ମଶାନରେ ପହଞ୍ଚାଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ହେଉଛି ଆମ୍ବୁଲାନ୍ସ ଅଭାବରୁ ଏଭଳି ପଦକ୍ଷେପ ନିଆଯାଇଛି । ତେବେ ଏହି ଅମାନବୀୟ ଘଟଣା ସାମ୍ନାକୁ ଆସିବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି ।

 

ସୂଚନାଯୋଗ୍ୟ ବିଡ୍ଜିଲ୍ଲାରେ ଦିନକୁ ଦିନ କରୋନା ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫଳସ୍ୱରୂପ ଅମ୍ବଜୋଗାଇ ଅଞ୍ଚଳର ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହି କାରଣରୁ ଏଠାରେ ଥିବା ସ୍ୱାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ ଅଧିକ ଚାପ ପଡ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି । ଏଠାକାର ରୋଗୀଙ୍କୁ ବାଦ୍ଦେଲେ ଆଖପାଖ ଅଞ୍ଚଳର ରୋଗୀଙ୍କୁ ମଧ୍ୟ ସ୍ୱାମୀ ରାମାନନ୍ଦ ତୀର୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଉଥିବାରୁ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । ତେବେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

 

୨୫ ଅପ୍ରେଲରେ ଗୋଟିଏ ଆମ୍ବୁଲାନ୍ସରେ ୨୨ ରୋଗୀଙ୍କୁ ଲଦି ଅନ୍ତିମ ସଂସ୍କାର ପାଇଁ ଯେଉଁଭଳି ନିଆଯାଉଥିଲା, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଲୋକଙ୍କ ମନରେ ପ୍ରଶାସନକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।

 

 

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅନୁସାରେ, ହସ୍ପିଟାଲରେ କେବଳ ଦୁଇଟି ଆମ୍ବୁଲାନ୍ସ ରହିଛି । ମହାମାରୀକୁ ନଜରରେ ରଖି ଆଉ ପାଞ୍ଚୋଟି ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଦାବି ହୋଇଛି । ଯଦିଓ ୧୭ ମାର୍ଚ୍ଚ ୨୦୨୧ରେ ଅତିରିକ୍ତ ଆମ୍ବୁଲାନ୍ସ ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଥିଲା, ତଥାପି ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ ହୋଇପାରିନାହିଁ । ଆମ୍ବୁଲାନ୍ସ ଅଭାବରୁ ଲୋକଙ୍କୁ ଏଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ଦୀନବନ୍ଧୁଙ୍କ ଆତ୍ମାହୁତି ମାମଲାରେ ରାଜ୍ୟପାଳଙ୍କ ଅସନ୍ତୋଷ, କୁଳପତିଙ୍କୁ ରିପୋର୍ଟ ତଲବ

ଭୁବନେଶ୍ୱର: ସମ୍ବଲପୁର ବିଶ୍ବବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ରଙ୍କ ଆତ୍ମାହୁତି ମାମଲା । କୁଳାଧିପତି ତଥା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ତୀବ୍ର ଅସନ୍ତାଷ ପ୍ରକାଶ କରିବା ସହ କୁଳପତିଙ୍କୁ ବିସ୍ତୃତ ରିପୋର୍ଟ ତଲବ କରିଛନ୍ତି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାର ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆତ୍ମାହୁତି ପୁର୍ବରୁ ଦୀନବନ୍ଧୁ ମିଶ୍ର ସୁଇସାଇଡ ନୋଟରେ କୁଳପତି ସଞ୍ଜୀବ ମିତ୍ତଲଙ୍କ ନାଁ ସହ ଅନ୍ୟ ଦୁଇଜଣ ଅଧିକାରୀଙ୍କ ନାମ ଉଲ୍ଲେଖ କରିଥିଲେ ।

Governor Seeks Report On Sambalpur University Dinabandhu Case

ଏତେବଡ଼ ଘଟଣା ଘଟିବା ପରେ ମଧ୍ୟ କୁଳପତି ପ୍ରଫେସର ମିତ୍ତଲ ସିଣ୍ଡିକେଟ ବୈଠକରେ ଅଧ୍ୟକ୍ଷତା କରିବା ଘଟଣାକୁ କୁଳାଧିପତି ନାପସନ୍ଦ କରିଛନ୍ତି । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଦୀନବନ୍ଧୁ ମିଶ୍ର ୨୭ବର୍ଷ ଚାକିରି କରିବା ସତ୍ତ୍ୱେ କାହିଁକି ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯାଇନଥିଲା, କୁଳପତିଙ୍କ ଚ୍ୟାମ୍ବର ସମ୍ମୁଖରେ ଦୀନବନ୍ଧୁ ଆତ୍ମାହୁତି ଦେଉଥିବା ବେଳେ ତାଙ୍କୁ କାହିଁକି ସେଥିରୁ ରୋକା ଯାଇନଥିଲା ?

Governor Seeks Report On Sambalpur University Dinabandhu Case

ସୁଇସାଇଡ ନୋଟରେ ଦୀନବନ୍ଧୁ ଯେଉଁ ଅଭିଯୋଗ କରିଛନ୍ତି ତାହା କେତେଦୂର ସତ୍ୟ, ଏଭଳି ବିଭିନ୍ନ ବିଷୟ ଉପରେ ସବିଶେଷ ରିପୋର୍ଟ ରାଜଭବନକୁ ପଠାଇବାକୁ କୁଳାଧିପତି ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଭିସିଙ୍କ ଗିରଫଦାରି ଦାବିରେ କର୍ମଚାରୀଙ୍କ ଧାରଣା ଦ୍ବିତୀୟ ଦିନରେ ମଧ୍ୟ ଜାରି ରହିଛି ।

ଘରଠାରୁ ଶହେ ମିଟର ଦୂରରେ ସ୍ତ୍ରୀକୁ ମାରିବା ପରେ ସ୍ୱାମୀର ଆତ୍ମହତ୍ୟା

ନବରଙ୍ଗପୁର: ନବରଙ୍ଗପୁରରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ବାଙ୍କୁଲି ପଞ୍ଚାୟତ ଭଣ୍ଡିମାଲ ଗାଁରେ ଏହି ଘଟଣା ଘଟିଛି । ହତ୍ୟାକାଣ୍ଡର କାରଣ  ଅସ୍ପଷ୍ଟ ରହିଛି ।

ଏଥିସହ ପଢ଼ନ୍ତୁ- ରାଜ୍ୟରୁ ଆଉ ୬ ହଜାର ୭୩ ସଂକ୍ରମିତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ସ୍ତ୍ରୀ ପାର୍ବତୀ ଜାନୀଙ୍କୁ ସ୍ୱାମୀ ନୀଳଧର ଜାନୀ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗଛରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି । ଘର ଠାରୁ ମାତ୍ର ଶହେ ମିଟର ଦୂରରେ ଏଭଳି ଘଟଣା ଘଟିଛି । ପୋଲିସ ତଦନ୍ତ କରୁଛି ।

ଏଥିସହ ପଢ଼ନ୍ତୁ- ମେ’ ୧ରୁ ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକାକରଣ ନେଇ ଆଶଙ୍କା, ଆଜି ମାତ୍ର ୬ ଶହ କେନ୍ଦ୍ରରେ ଦିଆଯାଉଛି ଟିକା

https://youtu.be/xT-kmJKUvnI

୪ଟି ଜିଲ୍ଲାକୁ ନେଇ କରାଯାଉଛି କ୍ଲଷ୍ଟର, ଜିଲ୍ଲା ଭିତରେ ରୋଗୀଙ୍କୁ ମିଳିବ ବେଡ୍

ଭୁବନେଶ୍ୱର: ଆଇଆଇଟି କାନପୁରର ଆକଳନ ଅନୁସାରେ, ଦେଶରେ ମେ’ ଦ୍ଵିତୀୟ ସପ୍ତାହ ବେଳକୁ କରୋନା ପିକକୁ ଆସିପାରେ । ଏକଥା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଟେଷ୍ଟିଂ କମିନି, ଆମେ ଆବଶ୍ୟକ ଲୋକଙ୍କର ଟେଷ୍ଟ କରାଉଛୁ । ଟାର୍ଗେଟେଡ୍ ସାମ୍ପଲିଂ କରାଉଛୁ । ଟେଷ୍ଟିଂ କୀଟର ଅଭାବ ନାହିଁ । ଟେଷ୍ଟିଂର ଡିମାଣ୍ଡ ଏବେ ଅଧିକ ଅଛି । ଲୋକ ସ୍ୱଇଚ୍ଛାରେ ଆସି ଅଧିକ ଟେଷ୍ଟ କରାଉଛନ୍ତି ।

Four Dist One Covid Cluster For Provide Beds To Corona Infected

ରେମଡେସିଭର ରାମବାଣ ନୁହଁ । ଏହି ମେଡିସିନ କେବଳ ଗୁରୁତର ଆକ୍ରାନ୍ତଙ୍କୁ ଦିଆଯାଏ । କିନ୍ତୁ କିଛି ଲୋକ ରେମଡେସିଭର କିଣି ଘରେ ରଖି କୁତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ଆମ ପାଖରେ ଆବଶ୍ୟକ ପରିମାଣର ମେଡିସିନ୍ ମହଜୁଦ୍ ଅଛି । ବେଡର ଅଭାବ ରହିବ ନାହିଁ ଆଗକୁ ୪ଟି ଲେଖାଏଁ ଜିଲ୍ଲାକୁ ନେଇ କ୍ଲଷ୍ଟର କରାଯାଉଛି । ସେଇ ଜିଲ୍ଲା ଭିତରେ ରୋଗୀଙ୍କୁ ବେଡ୍ ଯୋଗାଇ ଦିଆଯିବ । ଲୋକଙ୍କୁ ଅନୁରୋଧ ଅତି ଆବଶ୍ୟକ ନ ଥିଲେ, ଅଯଥାରେ ହସ୍ପିଟାଲରେ ବେଡ୍ ନିଅନ୍ତୁ ନାହିଁ । ଘରେ ରହି ଚିକିତ୍ସତ ହୁଅନ୍ତୁ ।

ମେ’ ୧ରୁ ୧୮ରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଟିକାକରଣ ନେଇ ଆଶଙ୍କା, ଆଜି ମାତ୍ର ୬ ଶହ କେନ୍ଦ୍ରରେ ଦିଆଯାଉଛି ଟିକା

ଭୁବନେଶ୍ୱର: ଅନିଶ୍ଚିତତା ଭିତରେ ମେ’ ପହିଲାରୁ ୧୮ରୁ ୪୪ ବର୍ଷ ବୟସ୍କଙ୍କୁ ଟିକାକରଣ । ଦେଶରେ ମେ’ ୧ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହେବ । କିନ୍ତୁ ରାଜ୍ୟରେ ଭ୍ୟାକ୍ସିନ୍ ସଂକଟ ଲାଗି ରହିଛି । ଭ୍ୟାକ୍ସିନ୍ ଅଭାବ ଯୋଗୁଁ ଗତକାଲି ରାଜ୍ୟରେ ମାତ୍ର ୮୮ ହଜାର ୭୭୦ ଜଣଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଆଜି ଯାଏ ସମୁଦାୟ ୫୬ ଲକ୍ଷ ୩୯ ହଜାର ୧୫୦ ଜଣଙ୍କୁ ଟିକା ଦିଆଯାଇଛି । ଆଜି ୬ ଶହ କେନ୍ଦ୍ରରେ ଓ ସବୁ ଜିଲ୍ଲାରେ ଟିକା ଦିଆଯାଉଛି ।

Vaccination To 18 Years Old Above People From 1st May In Doubt

ଏବେ ୧.୨୩ ଲକ୍ଷ କୋଭିସିଲ୍ଡ ଅଛି, ଆଜି ପାଇଁ ଏହା ଚାଲିବ । ୩.୬୫ ଲକ୍ଷ କୋଭାକ୍ସିନ୍ ଅଛି ଯାହା ଆଉ ୪ ସପ୍ତାହ ଚାଲିବ । ଅଧିକ କୋଭିସିଲ୍ଡ ପାଇଁ ଗତକାଲି କେନ୍ଦ୍ରକୁ ଚିଠି ଲେଖିଛୁ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ତେବେ ଆସନ୍ତାକାଲି ଠାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ୧୮ରୁ ୪୪ ବର୍ଷ ବୟସ୍କ Co-WIN ପୋର୍ଟାଲରେ ପଞ୍ଜିକରଣ ହେବ ।

Vaccination To 18 Years Old Above People From 1st May In Doubt

ଆମେ ଏ  ଯାଏ ଟିକା ପାଇନୁ । ଟିକା ପାଇବା ପରେ ଜଣେଇବୁ କେବେ ସେମାନେ ଟିକା ନେବେ । ଆମେ ଯାହା ଖବର ପାଇଛୁ, କୋଭିସିଲ୍ଡ ପାଇବାରେ ଡେରି ହେବ । କୋଭାକ୍ସିନ୍ ମେ’ ଭିତରେ ଦେଇ ଦେବେ । ଟିକା ପାଇବା ପରେ ଆମେ ଜଣେଇବୁ ୧୮ରୁ ୪୪ ବର୍ଷ ଲୋକଙ୍କ ଲାଗି କେବେ ଠାରୁ ଟିକାକରଣ ଆରମ୍ଭ ହେବ ।