ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର

1 min read

ଭୁବନେଶ୍ୱର: ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର ।  କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ASI ସୁପରିନ୍‌ଟେଣ୍ଡେଣ୍ଟ ସଦସ୍ୟ ରହିବେ  । ସେହିପରି କମିଟିରେ  ୩ଜଣ ସେବାୟତ ମଧ୍ୟ କମିଟିରେ ରହିବେ  । ଏକାମ୍ରକ୍ଷେତ୍ରର ବିକାଶ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନା ଅନୁଯାୟୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ୮୦ଏକର ଜମିର ହେବ ବିକାଶ  । ଲିଙ୍ଗରାଜ ମନ୍ଦିର କଳାକୃତିର ସୁରକ୍ଷା ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦେଇ ବିକାଶର ପ୍ଲାନ ଆଙ୍କିଥିଲେ ନବୀନ  ।

ଡକ୍ଚର ସନ୍ତୃପ୍ତ ମିଶ୍ର ଏବେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ  ନିର୍ଦ୍ଦେଶକ ଥିବା ବେଳେ, କାର୍ବନ ବ୍ଲାକ ଓ କେମିକାଲ ବିଜନେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି  । ସେହିପରି କର୍ପୋରେଟ ହାଉସ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି  । ଉଦାରୀକରଣ ଅର୍ଥନୀତି ଓ ଉଦ୍ୟୋଗ ଜଗତର ଏହି ସୁଦକ୍ଷ ବିଜିନେସ୍ ଲିଡର  ହେଲେ ଡ. ସଂତୃପ୍ତ ମିଶ୍ର । ପୂର୍ବରୁ ଟାଟା ଗ୍ରୁପ୍, ଜେ.କେ ଗ୍ରୁପ୍ ଓ ହିନ୍ଦୁସ୍ତାନ ଲିଭର ପରି ପ୍ରତିଷ୍ଠିତ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ସନ୍ତୃପ୍ତ  । ଏହାଛଡ଼ା ଭାରତର ପ୍ରାୟ ୪୦ରୁ ଅଧିକ ସଂସ୍ଥାର ଟ୍ରେନର ଓ ପରାମର୍ଶଦାତା ରହିଆସିଛନ୍ତି । ସଂତୃପ୍ତ ମିଶ୍ର ଉଭୟ ଭାରତ ଓ ଇଂଲଣ୍ଡରେ ରାଜନୀତି ବିଜ୍ଞାନ ଏବଂ ପର୍ସୋନେଲ ମ୍ୟାନେଜମେଣ୍ଟ ଅଫ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଜି କରିଛନ୍ତି ।

ସେହିପରି ଭାରତରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଓ ଇଂଲଣ୍ଡରେ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଏଚଡି କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରରୁ ଶିକ୍ଷା ସଂପୂର୍ଣ୍ଣ ପରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସରେ ଶିକ୍ଷା ସମାପ୍ତ କରିଥିଲେ । ପରେ ଆଷ୍ଟନ୍ ବିଜିନେସ୍ ସ୍କୁଲରେ ନାମ ଲେଖାଇଥିଲେ  ଓ ଆଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ନିଜ ଅସାଧାରଣ କାର୍ଯ୍ୟଦକ୍ଷତା ପାଇଁ ସଂତୃପ୍ତ ମିଶ୍ର ବହୁ ଜାତୀୟ ଓ ଅନ୍ତର୍ଜୀତାୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ୨୦୦୦ରେ ନାସନାଲ ଏଚଆରଡି ନେଟୱର୍କ ପକ୍ଷରୁ ଚିଫ୍ ଏଚଆର ଆୱର୍ଡ, ୨୦୦୨ରେ ଏଚଆରଡି କଂଗ୍ରେସ ଆୱର୍ଡ, ୨୦୦୪ରେ ଏଚଆର ପ୍ରଫେସନାଲ ଅଫ୍ ଦ ଇଅର ଆୱାର୍ଡ , ବିଜିନେସ୍ ଟୁ ଡେ ପକ୍ଷରୁ ୨୦୦୨ରେ ଦେଶର ଟପ୍-୨୦ ୟଙ୍ଗ ଏକଜିକ୍ୟୁଟିଭ୍ ଆୱାର୍ଡ ଆଦି ବଡ଼ ସମ୍ମାନ ସହିତ ଅନ୍ୟ ପ୍ରତିଷ୍ଠାନ ଓ ବିଜିନେସ୍ ମାଗଜିନ୍ ପକ୍ଷରୁ ବହୁ ସମ୍ମାନ ଓ ସ୍ୱୀକୃତି ପାଇଛନ୍ତି ।

ତେବେ କମିଟି ଅଧ୍ୟକ୍ଷ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସନ୍ତୃପ୍ତ ମିଶ୍ର । ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେବା ଏକ ଗୌରବ କଥା ବୋଲି କହି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ ରଖିଥିବାରୁ କୃତଜ୍ଞତା ଜଣାଇଛନ୍ତି । କମିଟିର ସଦସ୍ୟ ହେବା ଏକ ସମ୍ମାନ ଓ ପ୍ରେରଣାଦାୟୀ କାର୍ଯ୍ୟ, ରାଜ୍ୟ ପାଇଁ କିଛି କରିବାର ଏହା ହିଁ ସୁଯୋଗ । ନିଜ ଅଭିଜ୍ଞତା ଓ ଦକ୍ଷତାରୁ ଏହି ପ୍ରକଳ୍ପ ସଫଳ ହେବ ବୋଲି ସନ୍ତୃପ୍ତ କହିଛନ୍ତି । ‘ଜଣେ ଶିବ ଭକ୍ତଭାବେ ଏହି ଦାୟିତ୍ୱ ମୋ ପାଇଁ ଆଶିର୍ବାଦ, ଅନେକଙ୍କ ଭଳି ମୋ ପାଇଁ ଶ୍ରୀଲିଙ୍ଗରାଜ ଆଶା ଓ ଆଶ୍ୱାସନାର ପ୍ରତୀକ’ ବୋଲି କହିଛନ୍ତି ସନ୍ତୃପ୍ତ ମିଶ୍ର ।

Leave a Reply