spot_img
Home Blog Page 5709

କରୋନା ସମୟରେ ରନ୍ଧାଖାଦ୍ୟର ଅର୍ଥ ପାଇନଥିବାରୁ ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ

କାମାକ୍ଷାନଗର: ମହିଳା ସରପଞ୍ଚଙ୍କୁ ସଂଘବଦ୍ଧ ଆକ୍ରମଣ। ସର୍ବସମ୍ମୁଖରେ ମହିଳା ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ମହିଳା ସରପଞ୍ଚ ରେଣୁବାଳା ପଲାଇଙ୍କୁ କଙ୍କିଳି ଗାଁର ଗୋଟିଏ ପରିବାରର ପାଞ୍ଚଜଣ ସଦସ୍ୟ ଘରୁ ଘୋଷାଡ଼ି ଘୋଷାଡ଼ି ସଂଘବଦ୍ଧ ଭାବେ ଆକ୍ରମଣକରି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଆକ୍ରମଣକାରୀମାନେ ସରପଞ୍ଚ ଓ ତାଙ୍କ ସ୍ବାମୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଗତ କରୋନା ସମୟରେ ସରକାରଙ୍କ ତରଫରୁ ବିଭିନ୍ନ ପଞ୍ଚାୟତରେ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଥିଲା। କଙ୍କିଳି ପଞ୍ଚାୟତରେ ମଧ୍ୟ ଏକ ମହିଳା ଗୋଷ୍ଠୀକୁ ପଞ୍ଚାୟତ ତରଫରୁ ରନ୍ଧାଖାଦ୍ୟ ବଣ୍ଟନ ଦାୟିତ୍ୱ ଦିଆଯାଇଥିଲା। କିନ୍ତୁ ସେହି ଗୋଷ୍ଠୀ ଆଜି ପର୍ଯ୍ୟନ୍ତ ଅର୍ଥ ପାଇ ନଥିବା ଅଭିଯୋଗ କରି ସରପଞ୍ଚଙ୍କୁ ବାରମ୍ବାର ଅର୍ଥ ମାଗୁଥିଲେ। ସରପଞ୍ଚ ସେମାନଙ୍କୁ କିଛି ପଇସା ଦେଇ ଅବଶିଷ୍ଟ ବିଲ୍‌ ହେବା ପରେ ଦେବାକୁ କହି ଆସୁଥିଲେ। କିନ୍ତୁ ବାରମ୍ବାର ନିଜ ପଇସା ପାଇବାରୁ ବଞ୍ଚିତ ହେବାରୁ ଗତକାଲି ମହିଳା ଗୋଷ୍ଠୀର ସମ୍ପାଦିକା ଓ କିଛି ଲୋକ ସରପଞ୍ଚଙ୍କ ଘରକୁ ଯାଇ ତାଙ୍କୁ ପଇସା ଦେବା ସହ କରୋନା ସମୟରେ ଦିଆଯାଇଥିବା ଖାଦ୍ୟ ବିଲ ମାଗିଥିଲେ।

ସରପଞ୍ଚଙ୍କ ସ୍ୱାମୀ ସେମାନଙ୍କ ପାଖରେ ବିଲ ନାହିଁ ଓ ପଞ୍ଚାୟତ ସେକ୍ରେଟାରୀ ଆସିଲେ ବିଲ ଓ ଅନ୍ୟ ଖାଦ୍ୟ ଖର୍ଚ୍ଚର ବିବରଣୀ ଦେବାକୁ କହିଥିଲେ। ଯାହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ବଚସା ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା। ଯାହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଗଣ୍ଡଗୋଳକୁ ନେଇ ଉଭୟ ପକ୍ଷରୁ ପରଜଙ୍ଗ ଥାନାରେ ମାମଲା ରୁଜୁ କରାଯାଇଛି।

ସମସ୍ୟା ସମାଧାନ ନହେଲେ ପିପିଲି ଉପନିର୍ବାଚନରେ ଭୋଟ ବର୍ଜନ କରିବୁ: ଗ୍ରାମବାସୀ

ପିପିଲି: ସମସ୍ୟା ସମାଧାନ ନହେଲେ ଭୋଟ ବର୍ଜନ ଧମକ। ସମସ୍ୟା ସମାଧାନ ନହେଲେ ପିପିଲି ଉପନିର୍ବାଚନ ଭୋଟ ବର୍ଜନ କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି ଗ୍ରାମବାସୀ ! ଏ ଅଭିଯୋଗ ଆସିଛି ପିପିଲି ତେଇଶପୁର ପଂଚାୟତ ନୂଆଗୋଡ଼ି ଗାଁରୁ। ନୂଆଗୋଡ଼ି ଗାଁ ବାଙ୍ଗରପଡ଼ା ମୌଜାର ୧୦୮ ଜଣ ଭୋଟର ଥିବାବେଳେ ସେମାନେ ଅନ୍ୟ ପଞ୍ଚାୟତରେ ଭୋଟ ଦେଇଆସୁଛନ୍ତି। ପଞ୍ଚାୟତ ଭୋଟ ନିଜ ଗାଁ ବୁଥରେ ମତଦାନ କରୁଥିବାବେଳେ ବିଧାନସଭା ପାଇଁ ଅନ୍ୟ ପଞ୍ଚାୟତକୁ ଯିବାକୁ ପଡୁଛି। ସହଜପୁରରେ ସେମାନେ ଭୋଟ ଦେଉଛନ୍ତି।

ତେଣୁ ପିପିଲି ଉପନିର୍ବାଚନ ପାଇଁ ନୂଆଗୋଡ଼ିରେ ବୁଥ କରିବା ପାଇଁ ସେମାନେ ପିପିଲି ବିଡିଓଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି। ଯଦି ପ୍ରଶାସନ ସମସ୍ୟା ସମାଧାନ କରିବାରେ ଅସଫଳ ହୁଅନ୍ତି ତେବେ ଆଗାମୀ ପିପିଲି ଉପନିର୍ବାଚନ ବର୍ଜନ କରିବେ ବୋଲି ବାଙ୍ଗରପଡ଼ା ମୌଜାର ଅଧିବାସୀ ଧମକ ଦେଇଛନ୍ତି। ତେବେ ଏବେ ଖୁବ କମ ସମୟ ଥିବାରୁ ସମସ୍ୟାର ସମାଧାନ ସମ୍ଭବପର ନହୋଇପାରେ। ତଥାପି ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ପିପିଲି ବିଡିଓ।

ରଥଯାତ୍ରା ପାଇଁ ପଞ୍ଚମ ପର୍ଯ୍ୟାୟରେ ବୌଦ୍ଧରୁ ଆସିଲା ୫୧ଖଣ୍ଡ ଅସନ ଓ ଧଉରା କାଠ

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପଞ୍ଚମ ପର୍ଯ୍ୟାୟରେ ବୌଦ୍ଧରୁ ୫୧ଖଣ୍ଡ ଅସନ ଓ ଧଉରା କାଠ ଆସି ପହଞ୍ଚିଛି। ସକାଳେ ଚତୁର୍ଥ ପର୍ଯ୍ୟାୟରେ ୪୫ଖଣ୍ଡ କାଠ ଆସିଥିଲା। ଗତକାଲି ନୟାଗଡ ବନଖଣ୍ଡରୁ ତୃତୀୟ ପର୍ଯ୍ୟାୟରେ ୧୭ଟି ଧଉରା ଓ ଅସନ କାଠ ଆସିଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ପୂର୍ବ ବର୍ଷର ୬୯ ଖଣ୍ଡ କାଠ ବଳକା ରହିଛି। ତେଣୁ ଚଳିତ ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି। ତେବେ ୭୯୭ ଖଣ୍ଡରୁ ଆଜି ପର୍ଯ୍ୟନ୍ତ ମୋଟ ୧୭୫ଖଣ୍ଡ କାଠ ପୁରୀରେ ପହଞ୍ଚିଥିବା ବେଳେ ବଳକା କାଠ ପର୍ଯ୍ୟାୟ କ୍ରମେ ଆସି ପହଞ୍ଚିବ। ଖପୁରିଆ କରତକଳକୁ ୩୬୦ଖଣ୍ଡ କାଠ ପଠାଯାଇ ସାରିଛି। ଗତ ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇଥିଲା। ଆସନ୍ତା ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ତିନିରଥ ନିର୍ମାଣ ପାଇଁ ପରମ୍ପରା ଅନୁଯାୟୀ ଶ୍ରୀରାମ ନବମୀ ଠାରୁ କଟକ ସ୍ଥିତ ଖପୁରିଆ କରତକଳରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ହୋଇଛି।

ପିପିଲି ଉପ ନିର୍ବାଚନ ପୂର୍ବରୁ ତୁଟୁଛି ଭରସା, ବିଜେଡିରେ ସାମିଲ୍ ହେଲେ ୪ ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି

ଭୁବନେଶ୍ୱର: ମେ ୧୬ରେ ହେବାକୁ ଯାଉଛି ପିପିଲି ଉପନିର୍ବାଚନ। ଆଉ ଏଥିପାଇଁ ପ୍ରସ୍ତୁତ ଏବେ ବିଜେପି ବିଜେଡି ଏବଂ କଂଗ୍ରେସ। ହେଲେ ପିପଲି ଉପନିର୍ବାଚନରେ ଦଳ ଆମର ପୁରା ପ୍ରସ୍ତୁତ ଅଛି ବୋଲି କଂଗ୍ରେସ କହୁଥିବା ବେଳେ କଂଗ୍ରେସ କର୍ମୀ ଆସି ବିଜେଡିରେ ମିଶିଛନ୍ତି। ଯାହାପରେ ବିଜେଡିର ଶକ୍ତି ବଢ଼ିବାରେ ଲାଗିଛି। ପିପିଲି ନିର୍ବାଚନ ମଣ୍ଡଳୀର ୪ଟି ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଆଜି ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି। ପିପିଲି ବ୍ଲକ ଅନ୍ତର୍ଗତ ସରସ୍ୱତୀପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ବାଲୁଙ୍କେଶ୍ୱର ମହାପାତ୍ର, ରୁପୁଦେଈପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ନୃସିଂହ ବେହେରା, ଯଶୁଆପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି କାଳୁଚରଣ ପ୍ରଧାନ ଏବଂ ରଥ-ପୁରୁଷୋତ୍ତମପୁର ଗ୍ରାମପଞ୍ଚାୟତର କଂଗ୍ରେସ କମିଟି ସଭାପତି ଜୟନ୍ତ କୁମାର ପରିଡ଼ା ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି। ଏମାନଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ୍ ହୋଇଛନ୍ତି। ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନେତୃତ୍ୱରେ ଅନୁଷ୍ଠିତ ଆଜିର ଏହି ମିଶ୍ରଣ ପର୍ବରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ବିଧାୟକ ପ୍ରତାପ କେଶରୀ ଦେବ ଉପସ୍ଥିତ ଥିଲେ।

ଦସ୍ତଖତକୁ ନେଇ ନର୍ସ-ଡାକ୍ତର ହାତାହାତି

ଲକ୍ଷ୍ନୗେ: ଦସ୍ତଖତକୁ ନେଇ ନର୍ସ-ଡାକ୍ତର ହାତାହାତି ହୋଇଥିବା ଅଭିଯୋଗ ହୋଇଛି। ଏକ ମୃତ୍ୟୁ ପ୍ରମାଣପତ୍ରରେ ଡାକ୍ତରଙ୍କ ଦସ୍ତଖତକୁ ନେଇ ଉଭୟଙ୍କ ମଧ୍ୟରେ ମାରପିଟ୍ ହୋଇଛି। ପ୍ରଥମେ ପରସ୍ପରକୁ ଗାଳିଗୁଲଜ କରିବା ପରେ ନର୍ସ ଜଣକ ଡାକ୍ତରଙ୍କୁ ଏକ ଚାପୁଡ଼ା ମାରିଥିଲେ । ଯାହାପରେ ଡାକ୍ତର ମଧ୍ୟ ଉତ୍ତ୍ୟକ୍ତ ହୋଇ ନର୍ସଙ୍କୁ ମାଡ଼ ମାରିବାକୁ ପଛାଇନଥିଲେ। ଘଟଣା ଘଟିଛି ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ।

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହସ୍ପିଟାଲରେ ଆଡମିଟ୍ ଥିବା ଜଣେ କରୋନା ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟ ମୃତ୍ୟୁ ପ୍ରମାଣପତ୍ର ମାଗିଥିଲେ । ପ୍ରମାଣ ପତ୍ରରେ ଡାକ୍ତରଙ୍କ ଦସ୍ତଖତ ମାଗିବାରୁ ଡାକ୍ତର ମନା କରିଦେଇଥିଲେ । ଯାହାକୁ ନେଇ ନର୍ସ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ, ଲୋକଙ୍କ ସାମ୍ନାରେ ଗାଳିଗୁଲଜ ଓ ମାରପିଟ କରିବାକୁ ପଛାଇନଥିଲେ ଡାକ୍ତର ଓ ନର୍ସ।

ସୂଚନା ଅନୁଯାୟୀ, ଘଟଣାଟି ଘଟିଛି ସୋମବାର ରାତିରେ । ଭିଡ଼ିଓଟି ଭାଇରାଲ୍ ହେବାପରେ ଡିଏମ୍ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଦୁଇ ଜଣଙ୍କୁ ଡକାଯାଇ ବୁଝାଶୁଝା କରାଯାଉଥିବା ଜଣାପଡିଛି । ଏନେଇ ସିଟି ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ଦୁଇ ଜଣଙ୍କର ଭିନ୍ନ ଭିନ୍ନ ଅଭିଯୋଗ ରହିଛି । ହସ୍ପିଟାଲରେ ପ୍ରବଳ ଭିଡ଼ ଯୋଗୁଁ ଚାପଗ୍ରସ୍ତ ପରିସ୍ଥିତି ରହୁଛି । ଆଉ ଯେଉଁ ଘଟଣା ଘଟିଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଏହାର ସମ୍ପୂର୍ଣ୍ଣ ତଦନ୍ତ ହେବ ଏବଂ ଆଗାମୀ ଦିନରେ ଏଭଳି ଅପ୍ରିତିକର ପରିସ୍ଥିତି ଯେପରି ନହେବ ସେଥିପ୍ରତି ଧ୍ୟାନ ଦିଆଯିବ ।

କରୋନା ସଙ୍କଟ ନେଇ କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ଭର୍ସନା; ଶୁକ୍ରବାର ସୁଦ୍ଧା ଯବାବ ରଖିବ କେନ୍ଦ୍ର

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ପରିଚାଳନା ସହ ଜଡିତ ଅକ୍ସିଜେନର ଅଭାବ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଶୁଣାଣି କରିଛନ୍ତି। ସର୍ବୋଚ୍ଚ ଅଦାଲତ ଟିକା ମୂଲ୍ୟ, ଟିକା ଉପଲବ୍ଧତା, ଅକ୍ସି୍ଜେନ ସମେତ ଅନ୍ୟ କେତେକ ପ୍ରସଙ୍ଗରେ କୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଛନ୍ତି।

ତେବେ ଏ ନେଇ ଏପ୍ରିଲ 30 ଶୁକ୍ରବାର ଶୁଣାଣି ହେବ ବୋଲି ତିନିଜଣିଆ ଖଣ୍ଡପୀଠ କହିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର ମଧ୍ଯ ଶୁକ୍ରବାର ସୁଦ୍ଧା ସମସ୍ତ ପ୍ରସଙ୍ଗରେ ଉତ୍ତର ରଖିବେ ବୋଲି କହିଛନ୍ତି।

ଲୋକଙ୍କ ଜୀବନ ରକ୍ଷା ପାଇଁ ସୁପ୍ରିମ କୋର୍ଟ ହସ୍ତକ୍ଷେପ କରିବ:

ମଙ୍ଗଳବାର ଶୁଣାଣି କରି ଜଷ୍ଟିସ୍ ଡି.ଚନ୍ଦ୍ରଚୁଡ଼ କହିଛନ୍ତି ଯେ ଯେବେ ଆମେ ଅନୁଭବ କରିବୁ ଯେ ଲୋକଙ୍କ ଜୀବନ ରକ୍ଷା ପାଇଁ ସୁପ୍ରିମ କୋର୍ଟକୁ ହସ୍ତକ୍ଷେପ କରିବା ଉଚିତ, ସେତେବେଳେ ଆମେ ହସ୍ତକ୍ଷେପ କରିବୁ। ଜଷ୍ଟିସ୍ ଏସ୍ ରବିନ୍ଦ୍ର ଚାନ୍ଦ କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ଯେ, ମହାମାରୀ ସଙ୍କଟକୁ ମୁକାବିଲା କରିବା ପାଇଁ କେନ୍ଦ୍ରର ଜାତୀୟ ଯୋଜନା କ’ଣ ?  ଏବଂ ଏହାର ମୁକାବିଲା ପାଇଁ ଟୀକାକରଣ ମୁଖ୍ୟ ବିକଳ୍ପ କି?

ନିରବଦ୍ରଷ୍ଟା ସାଜିପାରିବନି ସୁପ୍ରିମ କୋର୍ଟ:

ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି ଯେ କେତେକ ଜାତୀୟ ପ୍ରସଙ୍ଗରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବା ଆବଶ୍ୟକ। ଏହା ବ୍ୟତୀତ ସୁପ୍ରିମକୋର୍ଟ ଜାତୀୟ ସଙ୍କଟ ସମୟରେ ନିରବଦ୍ରଷ୍ଟା ହୋଇପାରିବେ ନାହିଁ। ଯଦି ଆଞ୍ଚଳିକ ସୀମା ହେତୁ ହାଇକୋର୍ଟର କୌଣସି ସମସ୍ୟାର ମୁକାବିଲା କରିବାରେ ଅସୁବିଧା ହୁଏ, ତେବେ ଆମେ ସାହାଯ୍ୟ କରିବୁ।

ଜଷ୍ଟିସ ରବିନ୍ଦ୍ର ଭଟ ମଧ୍ଯ ଟିକା ମୂଲ୍ୟ ନେଇ କେନ୍ଦ୍ରସରକାରଙ୍କୁ ପ୍ରଶ୍ନ କରିଛନ୍ତି। ଜଷ୍ଟିସ ଭଟ ପଚାରିଛନ୍ତି ଯେ ‘ଟୀକାର ବିଭିନ୍ନ ନିର୍ମାତା ବିଭିନ୍ନ ମୂଲ୍ୟ ନେଇ ଆସୁଛନ୍ତି। କେନ୍ଦ୍ର ସରକାର ଏହା ବିଷୟରେ କ’ଣ କରୁଛନ୍ତି? ଜଷ୍ଟିସ ଭଟ କହିଛନ୍ତି ଯେ ପେଟେଣ୍ଟ ଆକ୍ଟର ଧାରା 6 ଅନୁଯାୟୀ ଡ୍ରଗ୍ କଣ୍ଟ୍ରୋଲର୍ ଆକ୍ଟର କ୍ଷମତା ରହିଛି। ଏହା ମହାମାରୀ ଏବଂ ଜାତୀୟ ସଙ୍କଟର ସମୟ। ତେବେ ଏହି କ୍ଷମତା ବ୍ୟବହାର କରିବାର ଏହା ଠିକ୍ ସମୟ ନୁହେଁ କି? ଏହାର ସମୟ ଆଉ କେବେ ଆସିବ?’

କେନ୍ଦ୍ର ସପକ୍ଷରେ ସଲିସିଟରଙ୍କ ଯୁକ୍ତି:

ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ସମର୍ଥନ କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅମ୍ଳଜାନର ଅଭାବ ଏବଂ କରୋନା ମହାମାରୀର ପରିଚାଳନା ନେଇ କହିଛନ୍ତି ଯେ ଆମେ ପରିସ୍ଥିତିକୁ ଅତି ସତର୍କତାର ସହ ପରିଚାଳନା କରୁଛୁ। ଉଚ୍ଚ ସ୍ତରୀୟ କମିଟି ଏହା ଉପରେ କାର୍ଯ୍ୟ କରୁଛି ଏବଂ ପ୍ରଧାନମନ୍ତ୍ରୀ ନିଜେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସେ କହିଛନ୍ତି ଯେ ଏହା ଏକ ଜାତୀୟ ପ୍ରସଙ୍ଗ ଏବଂ ଦେଶ ଏକାଠି ଛିଡା ହୋଇଛି। ଏହା ଆପ, ବାମ ଦଳ କିମ୍ବା ଅନ୍ୟ କୌଣସି ଦଳର ପ୍ରସଙ୍ଗ ନୁହେଁ। ସେ କହିଛନ୍ତି ଯେ ହାଇକୋର୍ଟ ହେଉ କିମ୍ବା ସୁପ୍ରିମକୋର୍ଟ ହେଉ କୌଣସି ସାମ୍ବିଧାନିକ ଅଦାଲତକୁ କେନ୍ଦ୍ର ବିରୋଧ କରିବ ନାହିଁ। କେନ୍ଦ୍ର ଉଚ୍ଚ ସ୍ତରୀୟ କମିଟି ସହିତ ସମସ୍ୟାର ସମାଧାନ କରୁଛି। ପ୍ରତ୍ୟେକ ଘଣ୍ଟାର ସ୍ଥିତିକୁ ଆଧାର କରି ବର୍ତ୍ତମାନର ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଉଛି।

 

Hanuman Jayanti: କିଏ ଥିଲେ ହନୁମାନଙ୍କ ପିତା ? ଜାଣନ୍ତୁ ତାଙ୍କ ଜନ୍ମ ସମ୍ପର୍କରେ…

ହନୁମାନଙ୍କ ଅଦ୍ଭୁତ ଶକ୍ତି ଓ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରତି ଥିବା ତାଙ୍କର ଭକ୍ତିକୁ ନେଇ ଅନେକ ପୌରାଣିକ କାହାଣୀ ରହିଛି । ହେଲେ ଜାଣିଛନ୍ତି କି କିପରି ହୋଇଥିଲା ସଙ୍କଟମୋଚନ ହନୁମାନଙ୍କ ଜନ୍ମ । ଯାହାକୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ରହିଛି । ହନୁମାନ ଜୟନ୍ତୀ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସମ୍ପର୍କରେ…

କୁହାଯାଏ ହନୁମାନଙ୍କ ଜନ୍ମ ଏକ ବାନର ରୂପରେ ହାେଇଥିଲା । ଆଉ ତାଙ୍କ ମାତାଙ୍କ ଅଞ୍ଜନା ଜଣେ ଅପସରି ଥିଲେ। ଆଉ ଏକ ଅଭିଶାପ କାରଣରୁ ସେ ମର୍ତ୍ତ୍ୟରେ ବାନର ରୂପେ ଜନ୍ମ ହୋଇଥିଲେ। ଖାଲି ଏତିକି ନୁହେଁ ସେ ଜଣେ ବାନରକୁ ଜନ୍ମ ଦେବାପରେ ଶାପମୁକ୍ତ ହେବା ସଙ୍ଗେସଙ୍ଗେ ପୂର୍ବ ରୂପ ଫେରିପାଇବେ।

ବାଲ୍ମିକି ରାମାୟଣ ଅନୁଯାୟୀ ହନୁମାନଙ୍କ ପିତା କେଶରୀ ବୃହସ୍ପତିଙ୍କ ପୁତ୍ର ଥିଲେ। ଯିଏକି ସ୍ୱୟଂ ରାମଙ୍କ ସେନାରେ ମିଶି ରାବଣ ବିରୋଧରେ ଲଢେଇ କରିଥିଲେ । ଉଭୟ ଅଞ୍ଜନା ଓ କେଶରୀ ପୁତ୍ର ପ୍ରାପ୍ତି ପାଇଁ ଭଗବାନ ଶିବଙ୍କୁ ଆରାଧନା କରିଥିଲେ ଆଉ ତାଙ୍କ ଆଶିର୍ବାଦରୁ ପୁତ୍ର ଲାଭ ହୋଇଥିଲା । ଅନ୍ୟଏକ କାହାଣୀ ଅନୁସାରେ ଶିବଙ୍କ ଅବତାର ହେଉଛନ୍ତି ହନୁମାନ ।

ପୌରାଣିକ କଥା ଅନୁଯାୟୀ ବାୟୁ ଅଞ୍ଜନୀଙ୍କ କାନ ଦେଇ ଶରୀର ଭିତରେ ପ୍ରବେଶ କରିଥିଲେ ଯାହାପରେ ସେ ଗର୍ଭବତୀ ହୋଇଥିଲେ ।

ବିଷ୍ଣୁ ପୁରାଣ ଓ ନାରଦ ପୁରାଣ କଥାନୁସାରେ, ନାରଦ ଜଣେ ରାଜକୁମାରୀଙ୍କ ଉପରେ ବିମୋହିତ ହୋଇ ବିଷ୍ଣୁଙ୍କ ପାଖରେ ପହଞ୍ଚିଥିଲେ । ଆଉ ତାଙ୍କୁ ହରିଙ୍କ ମୁଖମୁଣ୍ଡଳ ଦେବା ପାଇଁ ଅନୁରୋଧ କରିଥିଲେ । ହେଲେ ଭଗବାନ ବିଷ୍ଣୁ ନାରଦକୁ ତାଙ୍କ ରୂପ ବଦଳରେ ଏକ ବାନରର ରୂପ ଦେଇଥିଲେ ।

ସ୍ୱୟମ୍ବରରେ ଜଣେ ବାନରକୁ ଦେଖି ସମସ୍ତେ ହସିବାରେ ଲାଗିଥିଲେ । ପୂରା ସଭାରେ ନାରଦ ପାଇଥିବା ଅପମାନକୁ ସହିନପାରି ସେ ବିଷ୍ଣୁଙ୍କୁ ଅଭିଶାପ ଦେଇଥିଲେ । ଦିନେନା ଦିନେ ଭଗବାନ ବିଷ୍ଣୁଙ୍କୁ ଜଣେ ବାନର ଉପରେ ନିର୍ଭର କରିବାକୁ ପଡିବ ବୋଲି ଅଭିଶାପ ଦେଇ ବସିଲେ।

ପ୍ରବାସୀଙ୍କ ପାଇଁ ଭୋକରେ ରହିଲେ ସବ୍ୟସାଚୀ

ଭୁବନେଶ୍ୱର: ଭୋକିଲା ରଖିଲା ଭୂତାଣୁ । ବେଙ୍ଗଳୁରୁରେ ଲଡକାଉନ୍ ଲାଗୁ ହୋଇଥିବା ବେଳେ ଠପ୍ ହୋଇଯାଇଛି କାମଧନ୍ଦା । ଭୂତାଣୁ ଭୟରେ ଘରେ ବନ୍ଦୀ ହୋଇ ରହିଛନ୍ତି ପ୍ରବାସୀ ଶ୍ରମିକ । କରୋନା ପାଇଁ କିଏ ମେଡିକାଲରେ ବାହାରେ ଘଣ୍ଟା ଘଣ୍ଟା ଧରି ବେଡ୍, ଅକ୍ସିଜେନ୍ ପାଇଁ ସଂଘର୍ଷ କରୁଛି ତ ଆଉ କିଏ ପେଟପାଟଣା ପାଇଁ । ଏଭଳି ଦୁଃସମୟରେ ଓଡ଼ିଆଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି ସବ୍ୟସାଚୀ ।

ବେଙ୍ଗଳୁରୁର ଏକ କମ୍ପାନୀରେ କାମ କରୁଥିବା ୫ ଜଣଙ୍କ ପାଖରେ ଟଙ୍କା ସରିଯିବା ସହ ରୋଷେଇ ଗ୍ୟାସ୍ ସରି ଯାଇଥିଲା । ଫଳରେ ସେମାନେ ଭୋକ ଉପାସରେ ୩ ଦିନ କାଟିବା ପରେ ସବ୍ୟସାଚୀଙ୍କୁ ଟ୍ୱିଟ୍ କରିଥିଲେ । ଯାହା ପରେ ସବ୍ୟସାଚୀ ବଢ଼ାଇଥିଲେ ସହାୟତାର ହାତ । ସେମାନଙ୍କ ଲାଗି ଅନଲାଇନରେ ବିରିୟାନୀ ଅର୍ଡର କରିବା ସହ ସେମାନେ ଖାଇବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ସବ୍ୟସାଚୀ । ପ୍ରବାସୀଙ୍କ ପାଖରେ ବିରିୟାନୀ ପହଞ୍ଚିଲା । ସେମାନେ ଖାଇବା ପରେ ସବ୍ୟସାଚୀ ଖାଇଥିଲେ ।

Actor Sabyasachi Mishra Was Starving For Migrants

ଏତିକି ନୁହେଁ କର୍ଣ୍ଣାଟକରେ ସଂକ୍ରମଣ ପିକରେ ରହିଥିବା ବେଳେ କାମଧନ୍ଦା ବନ୍ଦ ଥିବାରୁ ସେମାନଙ୍କୁ ଚଳିବା ଲାଗି ସବ୍ୟସାଚୀ ମିଶ୍ର ଟଙ୍କା ମଧ୍ୟ ପଠାଇଛନ୍ତି । ପୁନଶ୍ଚ କାମଧନ୍ଦା ଆରମ୍ଭ ହେବା ଯାଏ ସବ୍ୟସାଚୀ ସେମାନଙ୍କ ଖାଇବା, ପିଇବା କଥା ବୁଝିବେ ବୋଲି କହିଛନ୍ତି । ସବ୍ୟସାଚୀଙ୍କ ଠାରୁ ସାହାଯ୍ୟ ପାଇବେ ପରେ ପ୍ରବାସୀ ଓଡ଼ିଆ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Actor Sabyasachi Mishra Was Starving For Migrants

ବେଙ୍ଗଳୁରୁରେ ଫସିଥିବା ଏହି ୫ ଜଣ ନୁହେଁ ଏମିତି ଦେଶର ବିଭିନ୍ନ ସ୍ଥାନରେ କରୋନା ପାଇଁ ହଇରାଣ ହେଉଥିବା ପ୍ରବାସୀ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ସବ୍ୟସାଚୀ ମିଶ୍ର । ଆବଶ୍ୟକତା ଅନୁସାରେ କୋଭିଡ୍ ଆକ୍ରାନ୍ତଙ୍କୁ ବେଡ୍ ସହ ଔଷଧ ଯୋଗାଇ ଦେଉଛନ୍ତି ସବ୍ୟସାଚୀ । କରୋନାର ପ୍ରଥମ ଲହର ବେଳେ ସବ୍ୟସାଚୀ ମଧ୍ୟ ଅସହାୟଙ୍କୁ ସହାୟତାର ହାତ ବଢ଼ାଇଥିଲେ । ଏବେ ସହାୟତା ଲାଗି ସବ୍ୟସାଚୀ ଅନଲାଇନ୍ ଫର୍ମ ଲିଙ୍କ୍ ଦେଇଛନ୍ତି । https://bit.ly/patient_details_urgent ଲିଙ୍କରେ କ୍ଲିକ୍ କରି ଆପଣ ବି ସହାୟତା ପାଇପାରିବେ ।

ଗାଙ୍ଗଟକରେ ଚାଲିଛି ସୁସ୍ମିତାଙ୍କ ନୂଆ ଗୀତର ସୁଟିଂ

ଭୁବନେଶ୍ୱର: ଲୋକପ୍ରିୟ ଗାୟିକା ସୁସ୍ମିତା ଦାସଙ୍କ ‘ଅୟଗିରି ନନ୍ଦିନୀ’ ଓ ‘ପ୍ରେମର ଭାଷା’ର ସଫଳତା ପରେ ଆଉ ଏକ ନୂଆ ପ୍ରୋଜେକ୍ଟ ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏହାର ନୂଆ ଗୀତ ସୁଟିଂ ପାଇଁ ସୁସ୍ମିତା ଓ ତାଙ୍କ ଟିମ୍ ଜୋରସୋରରେ ଲାଗି ପଡିଛନ୍ତି।

ପୂର୍ବରୁ ସେ ‘ପ୍ରେମର ଭାଷା, ହାତୀ ସଯ କର, ମାୟା ଦର୍ପଣ, ନୂଆ ଲୁହ ପୁରୁଣା ଲୁହ’ ଆଦିର ନୂଆ ଭିଡ଼ିଓ ରୂପାନ୍ତରିତ କରୁଥିବା ନେଇ ସେ ସୂଚନା ଦେଇଥିଲେ । ଆଉ ଗାଙ୍ଗଟକରେ ଚାଲିଥିବା ଗୀତ ସୁଟିଂ ତାହା ମଧ୍ୟରେ ଗୋଟିଏ ବୋଲି ସୁତ୍ରରୁ ପ୍ରକାଶ।

ସୁସ୍ମିତାଙ୍କ ନୂଆ ଗୀତ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ଆଶା କରାଯାଉଛି ।

 

ମଞ୍ଚରୁ ସମସ୍ତଙ୍କୁ ହସାଉଥିଲେ, ଆଜି କନ୍ଦାଇ ଚାଲିଗଲେ

ଭୁବନେଶ୍ୱର: ଆଉ ନାହାନ୍ତି ଓଡ଼ିଆ ଯାତ୍ରା ଜଗତର ବର୍ଷିଆନ୍‌ ହାସ୍ୟ କଳାକାର ଜଗବନ୍ଧୁ ରାଉତ ଓରଫ ଜଗାବୁଢ଼ା । କରୋନାରେ ତାଙ୍କର ଦେହାନ୍ତ ହୋଇଛି । ଜଗବନ୍ଧୁ କରୋନାରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସାଧୀନ ଥିଲେ । ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । ଯାତ୍ରା ଜଗତର ଆଗଧାଡ଼ିର ହାସ୍ୟ କଳାକାର ଭାବେ ସେ ନିଜର ପରିଚୟ ସୃଷ୍ଟି କରିଥିଲେ ।

ସାତସଙ୍ଖ, କୋଣାର୍କ, କଳିଙ୍ଗ ଗଣନାଟ୍ୟରେ ସେ କାମ କରିଥିଲେ । ଦୀର୍ଘ ୬୨ ବର୍ଷର ଅଭିନୟ ଭିତରେ ଯାତ୍ରା ଜଗତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ରହିଛି । ସମସ୍ତେ ତାଙ୍କୁ ସ୍ନେହରେ ଜଗା ମଉସା ବୋଲି ଡାକନ୍ତି । ଜିଭ ଆଗରେ ଅସଜଡ଼ା କଥା କହି ହସିହସି ବେଦମ କରାନ୍ତି ଦର୍ଶକଙ୍କୁ । ଲଣ୍ଠନ ଯାତ୍ରାରୁ କ୍ୟାରିଅର ଆରମ୍ଭ କରିଥିବା ଜଗା ପରବର୍ତ୍ତୀ ସମୟରେ ଗୋଟିଏ ପରେ ଗୋଟିଏ ଯାତ୍ରା ଦର୍ଶକଙ୍କୁ ଭେଟି ଦେଇଥିଲେ । ରାଜଧାନୀ ତତେ ଦୂରୁ ଜୁହାର, କହଲୋ ବଉଳ କିଏ ତୋ ବର, ନକହିଲେ କୂଳ ଭାସି ଯାଉଛି, ଆକାଶ କଇଁଆ ଚିଲିକା ମାଛ, କାଗଜ ଫୁଲ, ବୋହୂ ଆଣିଥିଲି ବେଶ୍ୟା ପଡ଼ାରୁ ଭଳି ବହୁ ଯାତ୍ରା କରି ସେ ଦର୍ଶକଙ୍କ ବେଶ୍ ମନୋରଞ୍ଜନ କରାଇଛନ୍ତି । ୧୦ ବର୍ଷ ଛୋଟମୋଟ ପାର୍ଟିରେ ଅଭିନୟ କରିବା ପରେ ୧୯୬୮ ମସିହା‌ରେ ସାତଶଙ୍ଖ ଅପେରାକୁ ଆସିଲେ । ୩୫ ବର୍ଷ କାଳ ସାତଶଙ୍ଖ ଅପେରାରେ ନିଜ ହସର ପରଶ ବୁଣି ଚାଲିଥିଲେ । ସମ୍ପ୍ରତି କଳିଙ୍ଗ ଗଣନାଟ୍ୟରେ ଅଭିନୟ କରୁଥିଲେ ।

ଯାତ୍ରା ପାଇଁ ଘର ଛାଡ଼ିଥିବା ଜଗା ଆଜି କରୋନା ପାଇଁ ତାଙ୍କର ଅଗଣିତ ପ୍ରଶଂସକଙ୍କୁ ଛାଡ଼ି ପରପାରିକୁ ଚାଲିଯାଇଛନ୍ତି । ଜଗବନ୍ଧୁ ରାଉତଙ୍କ ବିୟୋଗ ଯାତ୍ରା ଜଗତ ପ୍ରତି ଅପୂରଣୀୟ କ୍ଷତି ପହଞ୍ଚାଇଛି । କରୋନା ସଂକ୍ରମିତ ହେବା ପରେ ତାଙ୍କୁ ପ୍ରଥମେ ୨୨ ତାରିଖରେ ପୁରୀ କଲରା ହସ୍ପିଟାଲ ଓ ପରେ ୨୫ ତାରିଖ ଦିନ ଭୁବନେଶ୍ୱର ନିଆ ଯାଇଥିଲା । ଆଜି ମୃତ୍ୟୁ ହୋଇଛି । ଜଗାଙ୍କ ଅବର୍ତ୍ତମାନେର ଯାତ୍ରା ଜଗତରେ ଶୋକର ଛାୟା ଖେଳି ଯାଇଛି ।