ଲକଡାଉନରେ ଲୋକଙ୍କୁ ଲୁଟିବାକୁ ଲଟେରୀ ଫଣ୍ଡା, ନଫସିବାକୁ ସତର୍କ କଲେ ଭୁବନେଶ୍ୱର ଡିସିପି

ଲକଡାଉନରେ ଲୋକଙ୍କୁ ଲୁଟିବାକୁ ଲଟେରି ଫଣ୍ଡା। ସାଇବର ଠକ ଦେଉଛି ଲୋଭନୀୟ ଅଫର । ୨୫ ଲକ୍ଷ ଲଟେରି ଲାଗିଛି , ନମ୍ବର ପଠାଇଛି କଲ କର ଟଙ୍କା ମିଳିବ କହି ଅଭିଯୁକ୍ତ ବିଛାଉଛି ଜାଲ । ସେପଟେ ଭୁବନେଶ୍ୱର ସାଇବର ଅପରାଧୀଙ୍କୁ ପାଠ ପଢ଼େଇଲେ ସେଲ୍ସ ମ୍ୟାନେଜର । ସେପଟେ ଲୋକଙ୍କୁ ସତର୍କ କଲେ ପୋଲିସ ଓ ସାଇବର ଏକ୍ସପର୍ଟ ।

ଲକଡାଉନରେ ଅଦୃଶ୍ୟ ଠକର ଲଟେରି ଅଫର । ହାଲୋ ମୁଁ, ହ୍ୱାଟଆପ୍ ଦିଲ୍ଲୀ ହେଡ ଅଫିସରୁ କହୁଛି । ୫ଟି ଦେଶକୁ ନେଇ ଆନ୍ତର୍ଜାତୀୟ ଲକି ଡ୍ର ହୋଇଥିଲା । ଆପଣ ଯେଉଁ ମୋବାଇଲରେ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତୁ ୨୫ ଲକ୍ଷ ଟଙ୍କାର ପ୍ରାଇଜ ଲାଗିଛି । ମୁମ୍ବାଇର ଏସବିଆଇ ବ୍ୟାଙ୍କରୁ କଲ ଯିବ । ବ୍ୟାଙ୍କ ମ୍ୟାନେଜରଙ୍କ ନମ୍ବର ଦେଉଛି । ଟଙ୍କା ପାଇବାକୁ ହେଲେ ସଂପୂର୍କ୍ତ ନମ୍ବରକୁ ମୋବାଇଲରେ ସେଭ୍ କରିବେ । ହ୍ୱାଟସଆପରେ ମ୍ୟାନେଜର ଫୋନ୍ କଲେ ମ୍ୟାନେଜର ଯାହା କହିବେ ତାକୁ ଫଲୋ କରିବେ । ଏ ଥିଲା ସାଇବର ଠକର ଚାଲ । ଆପଣଙ୍କ ମୋବାଇଲ କୁ ବି ଏଭଳି ଅଡିଓ ରେକର୍ଡ ଓ ମେସେଜ୍ ଆସି ପାରେ । ଠକ କଥାରେ ପଡ଼ିଯିବେ, ତା ହେଲେ ଆକାଉଣ୍ଟ ପୁରା ଗୋଲ ହୋଇଯିବ । କେହିବି ଏଭଳି ଲୋଭାନୀୟ ଅଫର ଦେଲେ ଦୁରେଇ ରୁହନ୍ତୁ ବୋଲି ଭୁବନେଶ୍ୱର ଡ଼ିସିପି ନିବଦେନ କରିଛନ୍ତି ।

ସେପଟେ ସାଇବର ଠକକୁ ପାଠ ପଠେଇଛନ୍ତି ସେଲ୍ସ ମ୍ୟାନେଜର ସଞ୍ଜୀବ ବେହେରା । ଅନଲାଇନରେ ହେୟାର ପ୍ରଡକ୍ଟ ମଗାଇଥିଲେ ସଞ୍ଜୀବ । ପନ୍ଦର ଦିନ ବିଳମ୍ବ ହେବାରୁ ସମ୍ପୁର୍କ୍ତ ସଂସ୍ଥା କଷ୍ଟମର କେୟାରକୁ ସଂଜୀବ କଲ କରିଥିଲେ । ହେଲେ ଫୋନ୍ ଲାଗିଥିବା ଠକ ହାତରେ । କୋରନା ପାଇଁ ଆଡ଼ରେସ ଯାଂଚ ହେଉଛି । ନିୟମ ଫଲୋ କରିବାକୁ କହିଥିଲା ସାଇବାର ଅପାରାଧୀ । ହେଲେ କଷ୍ଟମର କେୟାର ଉପରେ ସନ୍ଦେହ ସଂଜୀବଙ୍କୁ ବଡ ଠକେଇରୁ ବର୍ତିାଇ ଦେଇଛି । ଅଜଣା ନମ୍ବରରୁ କଲ କିମ୍ବା ଲିଂକ ଆସିଲେ କ୍ଲିକ କରନ୍ତୁ ନାହିଁ। ପୋଲିସ ଓ ସାଇବାର ଏକ୍ସପର୍ଟଙ୍କ ସାହାର୍ଯ୍ୟ ନିଅନ୍ତୁ ବୋଲି ସାଇବର ଏକ୍ସପର୍ଟ ମତ ଦେଇଛନ୍ତି। ସାଇବାର ଅପାରାଧ ରୋକିବାକୁ ହେଲେ ନିଜେ ସଚେତନ ହେବା ହିଁ ଶେଷ ବାଟ ।

Leave a Reply