spot_img
Home Blog Page 5703

ଜେଲ ଡିଜିଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ଚଢ଼ାଉ, ମାଦକ ଦ୍ରବ୍ୟ ଜବତ

ଭୁବନେଶ୍ୱର: ଜେଲ ଡିଜିଙ୍କ ନିର୍ଦ୍ଦେଶରେ ଝାରପଡା ଜେଲରେ ଚଢ଼ାଉ କରାଯାଇଛି। ଜେଲ ପରିସରରେ ଖୋଳତାଡ଼ କରିଛନ୍ତି ଜେଲ ଆଇଜି ଓ ସୁପରିଟେଣ୍ଡେଣ୍ଟ । ଏହି ଚଢ଼ାଉ ବେଳେ କିଛି ମାଦକ ଦ୍ରବ୍ୟ ସହ ଗୋଟିଏ ମୋବାଇଲ ଜବତ ହୋଇଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମୋବାଇଲ ବ୍ୟବହାର କରୁଥିବା ଅନ୍ତେବାସୀଙ୍କ ବିରୋଧରେ ଲକ୍ଷ୍ମୀସାଗର ଥାନାରେ ଏତଲା ଦେଇଛନ୍ତି ଜେଲ ସୁପରିଟେଣ୍ଡଣ୍ଟ । ତେବେ ଚଢ଼ାଉ କରି ମୋବାଇଲ ଜବତ କରିଥିବା ଜେଲ କର୍ମଚାରୀଙ୍କୁ ଦିଆଯାଇଛି ପୁରସ୍କାର । ଏନେଇ ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ହଜାର ଟଙ୍କା ପୁରସ୍କାର ଦିଆଯାଇଛି।

ତେବେ ଆଗାମୀ ଦିନରେ ମଧ୍ୟ ଜେଲରେ ନିୟମିତ ଯାଞ୍ଚ ହେବ ବୋଲି ସୂଚନା ଦେଇଛନ୍ତି ଜେଲ ସୁପରିଟେଣ୍ଡେଣ୍ଟ ଡି. ଏନ. ବାରିକ । ଗତକାଲି ଚୌଦ୍ୱାର ଜେଲରେ ମଧ୍ୟ ବ୍ୟାପକ ଚଢ଼ାଉ ହୋଇଥିଲା।

ରାଜ୍ୟ ସରକାରଙ୍କ ମାଗଣା ଟିକାକରଣକୁ ସ୍ୱାଗତ କରିଛି ବିଜୁ ଯୁବ ଜନତା ଦଳ

ଭୁବନେଶ୍ୱର: ଯୁବପିଢିଙ୍କୁ ନିଶୁକ୍ଲ ଟିକାକରଣ ନିଷ୍ପତ୍ତିକୁ ସ୍ବାଗତ ଜଣାଇଛି ବିଜୁ ଯୁବ ଜନତା ଦଳ। ଏନେଇ ଦଳ ପକ୍ଷରୁ ଓ୍ବେବିନାର୍ ମାଧ୍ୟମରେ କୃତଜ୍ଞତା ସଭା ଅନୁଷ୍ଠିତ ହୋଇଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୩୫ଟି ସାଙ୍ଗଠନିକ ଜିଲ୍ଲାରେ ଯୁବ ବିଜେଡି ପକ୍ଷରୁ କୋଭିଡ୍ ହେଲପ୍ ଲାଇନ୍ ନମ୍ବର ଜାରି କରାଯିବ ଓ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ସୂଚନା ମିଳିଛି। ଯୁବ ପିଢିଙ୍କୁ ମାଗଣାରେ ଟିକା ଯୋଗାଇ ଦେବା ନିଷ୍ପତ୍ତି ଓ ଅନ୍ୟ ରାଜ୍ୟକୁ ଅକ୍ସିଜେନ୍ ଯୋଗାଇବା ରାଜ୍ୟ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ରାଜ୍ୟ ସରକାର ୧୮ରୁ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ଯୁବପିଢି ମାନଙ୍କ ପାଇଁ ଟିକାକରଣ ନିମନ୍ତେ ୨ ହଜାର କୋଟିର ଆର୍ଥିକ ବ୍ୟୟବରାଦ କରିଥିବାରୁ ବିଜୁ ଯୁବ ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା।

ସମ୍ମାନୀତ ଅତିଥି ରୂପେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ (ଯୁବ ବ୍ୟାପାର) ତଥା ମାନ୍ୟବର ବିଧାୟକ ଶ୍ରୀ ପ୍ରଣବ କୁମାର ବଳବନ୍ତରାୟ ମାନ୍ୟବର ମୂଖ୍ୟମନ୍ତ୍ରୀ ଙ୍କ ଐତିହାସିକ ନିଷ୍ପତି ପାଇଁ ଭୂୟସୀ ପ୍ରଶଂସା କରିବା ସହ ଯୁବ ବିଜେଡିର ସମସ୍ତ କାର୍ଯ୍ୟକର୍ତାଙ୍କୁ କୋଭିଡ୍ ହେଲ୍ପଲାଇନ ନମ୍ୱର ଜାରି କରାଯିବା ସମ୍ବଦ୍ଧୀୟ ବିସ୍ତୃତ ଖସଡ଼ା ପ୍ରଦାନ କରିଥିଲେ ।

ବିଜୁ ଯୁବ ଜନତା ଦଳର ସଭାପତି ବ୍ୟୋମକେଶ ରାୟଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଯୋଗ ଦେଇ କୋଭିଡ୍ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

 

 

୯ଟି ପ୍ରକଳ୍ପକୁ ମିଳିଲା ରାଜ୍ୟ ସରକାରଙ୍କ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ୱିଣ୍ଡୋ କ୍ଲିଅରାନ୍ସ ଅଥୋରିଟି ବୈଠକରେ ୯ଟି ପ୍ରକଳ୍ପକୁ ମିଳିଛି ରାଜ୍ୟ ସରକାରଙ୍କ ଅନୁମତି। ବୁଧବାର ଦିନ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସବୁ ପ୍ରକଳ୍ପରେ ୨୫୭୦କୋଟି ୫୪ଲକ୍ଷ ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି।

ସୂଚନା ଅନୁଯାୟୀ, ଏହି ପ୍ରକଳ୍ପ ମାଧ୍ୟମରେ ୨୭୫୫ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ୮୮୨ କୋଟିରେ ଯୋଡ଼ାରେ ୧୫ନିୟୁତ ଟନ ବେନିଫିକେସନ ପ୍ଲାଣ୍ଟ ସ୍ଥାପନ କରାଯିବ। ଆର୍ଡେଣ୍ଡ ଷ୍ଟିଲ ପକ୍ଷରୁ ବାଂଶପାଳରେ ୮୦ କୋଟିର ପୁଞ୍ଜିନିବେଶ ଲକ୍ଷ୍ୟ ରହିଛି।

ସ୍ୱର୍ଗତ ମନୋଜ ଦାସଙ୍କ ପରିବାର ସହ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଶେଷ ନିଶ୍ୱାସ ତ୍ୟାଗ କରିଥିବା ବିଶିଷ୍ଟ ସାହିତ୍ୟିକ ତଥା ଔପନ୍ୟାସିକ ମନୋଜ ଦାସଙ୍କ ପରିବାର ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ସେ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ମଧ୍ୟ ଜଣାଇଛନ୍ତି ।

ସୂଚନା ଅନୁଯାୟୀ  ପୁଡୁଚେରୀ ସରକାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମନୋଜ ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି । ଏନେଇ ପୂର୍ବରୁ ଓଡ଼ିଶା ସରକାରଙ୍କ ତରଫରୁ ପୁଡୁଚେରୀ ସରକାରଙ୍କୁ ନିବେଦନ କରାଯାଇଥିଲା । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ସେ ୧୯୬୩ ମସିହାରୁ ପୁଡୁଚେରୀର ଶ୍ରୀ ଅରବିନ୍ଦ ଆଶ୍ରମଠାରେ ଅବସ୍ଥାନ କରିଆସୁଥିଲେ। ୨୦୨୧ ମସିହା ଏପ୍ରିଲ୍ ୨୭ ତାରିଖରେ ମାତ୍ର ୮୭ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି ।

୧୯୩୪ ମସିହା ଫେବୃଆରୀ ୨୭ ତାରିଖରେ ବାଲେଶ୍ୱର ଜିଲ୍ଲା ଶଙ୍ଖାରି ଗାଁରେ ସେ ଜନ୍ମ ଗ୍ରହଣ କରିଥିଲେ । ବାପା ମାଆଙ୍କର ପଞ୍ଚମ ସନ୍ତାନ ହେଉଛନ୍ତି ମନୋଜ। ଓଡ଼ିଶା ସାହିତ୍ୟ ଏକାଡ଼େମୀର ସର୍ବୋଚ୍ଚ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନ, ସରସ୍ୱତୀ ସମ୍ମାନ ମଧ୍ୟ ଅର୍ଜନ କରିଛନ୍ତି ସେ। ମାତା କାଦମ୍ବିନୀ ଦେବୀଙ୍କ ପ୍ରଭାବରେ ବାଲ୍ୟକାଳରୁ ମନୋଜ ଦାସଙ୍କ ରାମାୟଣ ଓ ମହାଭାରତ ପ୍ରତି ଶ୍ରଦ୍ଧା ଜାତ ହୋଇଥିଲା । ବାଲେଶ୍ୱର ଜିଲ୍ଲା ସ୍କୁଲରେ ପଢିବା ସମୟରେ ତାଙ୍କ ବ୍ୟକ୍ତିତ୍ୱର ବିଭିନ୍ନ ଦିଗ ବିକଶିତ ହୋଇଥିଲା ।

ବାଲେଶ୍ୱରରେ ଅଧ୍ୟୟନ କରୁଥିବା ସମୟରେ ତାଙ୍କର ପ୍ରଥମ ଗ୍ରନ୍ଥ ସଂକଳନ ‘ସମୁଦ୍ରର କ୍ଷୁଧା’ ପ୍ରକାଶ ପାଇଥିଲା । ସେହି ସମୟରେ ‘ଦିଗନ୍ତ’ ପତ୍ରିକା ସମ୍ପାଦନା ଆରମ୍ଭ କରିଥିଲେ ।

ଅଧିକ ପଢନ୍ତୁ- ପରଲୋକରେ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ

 

ଜମ୍ମୁ-କାଶ୍ମୀରର ୧୧ ଜିଲ୍ଲାରେ ୮୪ ଘଣ୍ଟାର ଲକଡାଉନ୍ ଘୋଷଣା

ଶ୍ରୀନଗର: ସାରା ଦେଶରେ କରୋନା ଆତଙ୍କ ଜାରି ରହିଥିବା ବେଳେ ଜାମ୍ମୁ-କାଶ୍ମୀର ଉପରେ ପଡିଛି ଏହାର ପ୍ରଭାବ। ଏଠାରେ କରୋନା ପରିସ୍ଥିତିକୁ ନଜରରେ ରଖି କାଲି ସନ୍ଧ୍ୟା ୭ଟାରୁ ସୋମବାର ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଘୋଷଣା କରିଛି ସରକାର।

୧୧ ଜିଲ୍ଲାରେ ଲକଡାଉନ୍ ଜାରି ନେଇ ଘୋଷଣା କରାଯାଇଛି । ତେବେ ଏହି ସମୟରେ ଜାରି ରହିବ ଜରୁରିକାଳୀନ ସେବା । ଏବେ ଜମ୍ମୁ-କାଶ୍ମୀରରେ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଥିବା ବେଳେ ୮୪ ଘଣ୍ଟାର ଲକଡାଉନ୍ ଘୋଷଣା କରିଛନ୍ତି ସରକାର।

ସେହିପରି ଗୋଆରେ ମଧ୍ୟ ଲାଗୁ କରାଯାଇଛି ୫ ଦିନିଆ ଲକଡାଉନ୍ । କାଲି ସନ୍ଧ୍ୟା ୭ଟାରୁ ମେ ୩ ତାରିଖ ସକାଳ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି ଗୋଆ ସରକାର । ଏହି ସମୟରେ ଜରୁରିକାଳୀନ ସେବା ଜାରି ରହିବା ସହ ସମସ୍ତ ବାଣିଜ୍ୟିକ କାରବାର ଚାଲୁ ରହିବ ବୋଲି କୁହାଯାଇଛି । ଦେଶରେ ସଂକ୍ରମଣ ଉପର ମୁହାଁ ଥିବାବେଳେ ଅନେକ ରାଜ୍ୟରେ ଲକଡାଉନ୍ ଓ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି।

 

ଦିଲ୍ଲୀରେ ଉପ-ରାଜ୍ୟପାଳଙ୍କ ରାଜ୍, କେନ୍ଦ୍ରର ବିଜ୍ଞପ୍ତି ଜାରି

ନୂଆଦିଲ୍ଲୀ: ଆଜିଠୁ ଦିଲ୍ଲୀରେ ଲେଫ୍ଟେନାଣ୍ଟ ଗଭର୍ଣ୍ଣର ରାଜ୍। ଯାହା ଫଳରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ କ୍ଷମତା କମିଲା। ଜାତୀୟ ରାଜଧାନୀ ଅଞ୍ଚଳ ଶାସନ ସଂଶୋଧନ ଆଇନ ୨୦୨୧ କାର୍ଯ୍ୟକାରୀ ନେଇ କେନ୍ଦ୍ର ସରକାର ଏସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛନ୍ତି।

ଗତ କାଲିଠାରୁ ଏହାକୁ ଲାଗୁ କରିବା ପାଇଁ ଉଲ୍ଲେଖ ରହିଛି। ପୂର୍ବରୁ ସଂସଦରେ ଏନ୍‌ସିଟି ବିଲ୍ ପାରିତ ହୋଇଥିଲା । ଏହା ପରେ ମାର୍ଚ୍ଚ ୨୮ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏଥିରେ ମୋହର ମାରିଥିଲେ । ସଂଶୋଧିତ ଆଇନ ଅନୁସାରେ ଦିଲ୍ଲୀରେ ଏଣିକି ଉପ-ରାଜ୍ୟପାଳଙ୍କ ବିନା ମଂଜୁରୀରେ କୌଣସି ପଦକ୍ଷେପ ନିଆଯାଇ ପାରିବନାହିଁ।

ସୂଚନା ଅନୁଯାୟୀ ଏଣିକି ନିର୍ବାଚିତ ସରକାରଙ୍କ ଚିଠା ପ୍ରସ୍ତାବକୁ ୧୫ ଦିନ ଆଗରୁ ଓ ପ୍ରଶାସନିକ ପ୍ରସ୍ତାବକୁ ୭ ଦିନ ଆଗରୁ ଉପ-ରାଜ୍ୟପାଳଙ୍କ ନିକଟକୁ ମଂଜୁରୀ ପାଇଁ ପଠାଇବାକୁ ପଡ଼ିବ । ଯେଉଁ ଆଇନକୁ ପୂର୍ବରୁ ଅରବିନ୍ଦ କେଜ୍ରିଓ୍ବାଲ ସରକାର ବିରୋଧ କରିଆସୁଛନ୍ତି । ଏମିତିକି ରାଜ୍ୟ ସଭାରେ ବିଲ୍ ପାରିତ ହେବା ପରେ ଏହା ଦିଲ୍ଲୀ ଜନତାଙ୍କ ପାଇଁ ଅପମାନ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍।

ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଦେଶରେ ବଢୁଥିବା ସଂକ୍ରମଣ ଭିତରେ ଋଷ ରାଷ୍ଟ୍ରପତି ବ୍ଲାଦିମିର୍ ପୁଟିନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁଇ ନେତା ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଫୋନରେ କଥା ହୋଇଥିବା ସୂଚନା ମିଳିଛି।

ବିଶେଷ କରି କରୋନାକୁ ନେଇ ଭାରତ ସଂଘର୍ଷ କରୁଥିବାବେଳେ ଏହି ବିଷୟରେ ଆଲୋଚନା ହୋଇଛି । କରୋନା ମହାମାରୀ ସ୍ଥିତିରେ ଖୁବଶୀଘ୍ର ଭାରତକୁ ମିଳିବାକୁ ଯାଉଛି ଋଷ ନିର୍ମାଣ କରୁଥିବା କରୋନା ଟିକା ସ୍ପୁଟିନିକ୍-ଭି। ସେହିଭଳି ଦୁଇ ଦେଶ ମଧ୍ୟରେ ସାମରିକ କ୍ଷେତ୍ରକୁ ମଜବୁତ୍ କରିବା ପାଇଁ ଆଲୋଚନା ହୋଇଛି ।

ଦୁଇ ଦେଶ ମଧ୍ୟରେ ବିଦେଶ ଓ ରକ୍ଷା ମନ୍ତ୍ରୀଙ୍କୁ ନେଇ ଟୁ ପ୍ଲସ୍ ଟୁ ବୈଠକ ହେବା ନେଇ ସହମତି ପ୍ରକାଶ ପାଇଛି । ଏ ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

୧ ଲକ୍ଷ ଅକ୍ସିଜେନ କନସେନଟ୍ରେଟର କିଣିବେ କେନ୍ଦ୍ର ସରକାର; PM କେୟାର୍ସ ଫଣ୍ଡରୁ ଖର୍ଚ୍ଚ ହେବ ଟଙ୍କା

ନୂଆଦିଲ୍ଲୀ: କରୋନା ମହାମାରୀ ଯାେଗୁଁ ଦେଶରେ ଅକ୍ସିଜେନର ସଙ୍କଟ ଦେଖାଦେଇଛି। ଏଭଳି ପରିସ୍ଥିତିରେ  କେନ୍ଦ୍ର ୧ ଲକ୍ଷ ଅକ୍ସିଜେନ କନସେନଟ୍ରେଟର କଣିବ ବୋଲି ବୁଧବାର ଦିନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯେଉଁଥିପାଇଁ ପିଏମ କେୟାର ପାଣ୍ଠିରୁ ଟଙ୍କା ଖର୍ଚ୍ଚ ହେବ ।

କୋଭିଡ-୧୯ ପରିଚାଳନା ପାଇଁ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ଯୋଗାଣରେ ଉନ୍ନତି ଆଣିବା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ ଆଲୋଚନା କରିବାକୁ ପିଏମ ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।

PM Cares Fund ଅଧୀନରେ ପୂର୍ବରୁ ଅନୁମୋଦିତ ୭୧୩ PSA ପ୍ଲାଣ୍ଟ ବ୍ୟତୀତ, PM CARES ପାଣ୍ଠିରୁ ୫୦୦ ନୂତନ ପ୍ରେସର ସ୍ୱିଙ୍ଗ୍ ଆଡସୋର୍ସେସନ୍ ଅକ୍ସିଜେନ ପ୍ଲାଣ୍ଟକୁ ମଞ୍ଜୁରୀ ଦିଆଯାଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। କେନ୍ଦ୍ରର ଏଭଳି ନିଷ୍ପତ୍ତି ଫଳରେ ଦେଶରେ ଅକ୍ସିଜେନ୍ ଅଭାବ ଦୂର ହେବ ବୋଲି ଜଣାପଡିଛି ।

 

ପୁରୁଷୋତ୍ତମ ସ୍ପେଶିଆଲ୍ ଏକ୍ସପ୍ରେସରେ ଆଉ ମିଳିବନି କ୍ୟାଟରିଂ ସୁବିଧା

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ତଥା ଯାତ୍ରୀ ସଂଖ୍ୟା କମୁଥିବାରୁ ଏବେ ୦୨୮୦୧/୦୨୮୦୨ ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶିଆଲ୍ ଏକ୍ସପ୍ରେସରେ ଖାଦ୍ୟ ସୁବିଧା ପ୍ରଦାନ କରାଯିବ ନାହିଁ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ ଘୋଷଣା କରାଯାଇଛି।

ପୁରୀ-ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ସ୍ପେଶିଆଲ୍ ଏକ୍ସପ୍ରେସ ପୁରୀରୁ ଏପ୍ରିଲ୍ ୨୮ ତାରିଖରୁ ବାହାରି ନୂଆଦିଲ୍ଲୀରେ ଏପ୍ରିଲ୍ ୩୦ ତାରିଖରେ ପହଞ୍ଚିବ। ଏହି ସମୟରେ ଯାତ୍ରୀଙ୍କୁ କ୍ୟାଟରିଂ ସୁବିଧା ମିଳିବ ନାହିଁ ବୋଲି ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

ଯେଉଁଥିପାଇଁ ପୁରୁଷୋତ୍ତମ ଏକ୍ସପ୍ରେସରେ ଯାତ୍ରା କରିବାକୁ ଥିବା ଯାତ୍ରୀ ମାନେ ନିଜେ ନିଜର ଖାଦ୍ୟ ବ୍ୟବସ୍ଥା କରିନେବାକୁ ରେଳବାଇ ପରାମର୍ଶ ଦେଇଛି । ତେବେ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ଯାଏଁ ଏହା ବଳବତ୍ତର ରହିବ ବୋଲି ରେଳବାଇ ପ୍ରକାଶ କରିଛି ।

ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମବ୍ରାଞ୍ଚର ଖୋଳତାଡ

ବାଲିପାଟଣା: ବାଲିପାଟଣା ଥାନା ଅଧୀନ ତ୍ରାହି ଅଚ୍ୟୁତ ଆଶ୍ରମରେ କ୍ରାଇମବ୍ରାଞ୍ଚର ଖୋଳତାଡ ଆରମ୍ଭ କରିଛି। ସ୍ଵର୍ଗତ ସୁରବାବାଙ୍କ ବଡପୁଅ ତ୍ରିଲୋଚନ ମିଶ୍ରଙ୍କୁ ପଚରା ଉଚରା କରିଛି କ୍ରାଇମବ୍ରାଞ୍ଚ ।

ପ୍ରାପ୍ତ ସୂଚନା ଅନୁଯାୟୀ, ଜଗତସିଂହପୁରର ଅଜିତ ସେନାପତିଙ୍କ ନିଖୋଜ ନେଇ ଖୋଳତାଡ କରିଛି କ୍ରାଇମବ୍ରାଞ୍ଚ । ୨୦୧୧ ମସିହାରୁ ଆଶ୍ରମରୁ ନିଖୋଜ ଥିଲେ ଅଜିତ। ଅଜିତ ଆଶ୍ରମ ଭିତରେ ପୋତା ହୋଇଥିବା ସନ୍ଦେହରେ ଆଶ୍ରମର ବିଭିନ୍ନ ସ୍ଥାନରେ ଜେସିବି ଖୋଳାଖୋଳି କରିଛି କ୍ରାଇମବ୍ରାଞ୍ଚ।

ତେବେ ଏହି ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଡିଏସପି ଦେବଦତ ଚକ୍ର ଓ ଏସିପି ରଜତ ରାୟଙ୍କ ସମେତ ବାଲିଅନ୍ତ ବାଲିପାଟଣା ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।