ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ଥିବା ଉହାନ୍‌ ଲ୍ୟାବ୍‌ ଦେଖିବାକୁ କିଭଳି?

ଉହାନ ଚୀନର ସବୁଠାରୁ ବଡ଼ ସହର । ଓ୍ୱର୍ଲଡ କ୍ଲାସ ସିଟିରେ ଯେଉଁ ସମସ୍ତ ସୁବିଧା ଥାଏ, ଏହି ସହରରେ ମଧ୍ୟ ସେହି ସମସ୍ତ ପ୍ରକାରର ସୁବିଧା ରହିଛି । ମଧ୍ୟ ଚୀନର ଏହା ସବୁଠାରୁ ଅଧିକ ଅଧିବାସୀ ଥିବା ସହର । ଏହି ସହରରେ ଥିବା ଉହାନ ଇନଷ୍ଟିଚ୍ୟୁଟ୍‌ଅଫ୍‌ବାୟୋରୋଲୋଜି ଲ୍ୟାବ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହି ଆସିଛି । ଏହି ଲ୍ୟାବ୍‌ଦେଖିବାକୁ କିଭଳି ଏବଂ ସହରଠାରୁ କେତେ ଦୂରରେ ଅବସ୍ଥିତ?

ଗୁଗଲ ମ୍ୟାପ୍‌ଅନୁସାରେ ଉହାନ ସହରରୁ ଉହାନ ଇନଷ୍ଟିଚ୍ୟୁଟ୍‌ ୧୦.୪ କିଲୋମିଟର ଦୂରରେ ଅବସ୍ଥିତ । ସହରଠାରୁ ଏଠାରେ ପହଞ୍ଚିବା ପାଇଁ ପ୍ରାୟ ୨୧ ମିନିଟ୍‌ସମୟ ଲାଗେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏକ ସୁରକ୍ଷାବଳ ମଧ୍ୟରେ ରହିଛି । ଇନଷ୍ଟିଚ୍ୟୁଟର ପରିସର ଖୁବ୍‌ବୃହତ୍‌। ଏହା ମଧ୍ୟରେ ରହିଛି ବଡ଼ ବଡ଼ ବିଲଡିଙ୍ଗ୍‌। ଏହା ପାଖାପାଖି କିଛି ଇଣ୍ଡଷ୍ଟ୍ରି ରହିଛି । ଏହା ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ।

ଏହାର ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି ଚୀନ୍‌ସୈନିକ । ଏଠାରେ କାମ କରିଥିବା ବୈଜ୍ଞାନିକଙ୍କ ଅନୁସାରେ ଏହି ଲ୍ୟାବକୁ ୨୪ ଘଣ୍ଟା କଡ଼ା ସୁରକ୍ଷା ଦିଆଯାଉଛି । ଏହା ମଧ୍ୟକୁ ପ୍ରବେଶ କରିବା କାହା ପାଇଁ ମଧ୍ୟ ସମ୍ଭବ ନୁହେଁ । ଅଧିକାଂଶ ସମୟରେ ଏହି ଲ୍ୟାବକୁ ବିଦେଶୀ ବୈଜ୍ଞାନିକ ଆସିଥାନ୍ତି ।
ଅବଶ୍ୟ ଚୀନ୍‌ଏହି ଲ୍ୟାବକୁ ସିବିଲିୟନ କାମ ପାଇଁ ନିର୍ମାଣ ହୋଇଥିବା କହେ । କିନ୍ତୁ ଆମେରିକାର କହିବା ହେଉଛି, ଏହି ଲ୍ୟାବ ଗୁପ୍ତ ଭାବରେ ଚୀନ୍‌ସୈନିକଙ୍କ ପାଇଁ କାମ କରୁଛି । ଏଠାରେ କେତେକ ଗୁପ୍ତ ପ୍ରକଳ୍ପ ଉପରେ ମଧ୍ୟ କାମ ଚାଲୁଛି । ଏହା ସହିତ ଗବେଷଣା ମଧ୍ୟ । କୁହାଯାଏ ଚୀନର ଏହି ଲ୍ୟାବ ସହିତ ଆମେରିକା, ଫ୍ରାନ୍ସ ଏବଂ କାନାଡ଼ାର ଯୋଗାଯୋଗ ରହିଛି । ନାମକୁ ମାତ୍ର ଯଦିଓ ଏହି ଲ୍ୟାବ ଗୁଡ଼ିକ ସହିତ ମିଶି ସେ କାମ କରୁଛି, କିନ୍ତୁ ଗୁପ୍ତ ଭାବରେ ଏଠାରେ ଚାଲିଛି ଏକାଧିକ ଗବେଷଣା ।

ଯେପରି ଉହାନର ଏହି ଲ୍ୟାବରେ ଚେମେଡ଼ିକୁ ନେଇ ଗବେଷଣା ଜାରି ରହିଛି ଏବଂ କରୋନା ଭୂତାଣୁ ସମ୍ବଦ୍ଧିତ ଗବେଷଣା ଜାରି ରହିଥିଲା । ତେଣୁ କରୋନା ଭୂତାଣୁ ଲିକ୍‌ଏହି ସ୍ଥାନରୁ ହୋଇଛି ବୋଲି ସନ୍ଦେହ କରାଯାଉଛି । ଅବଶ୍ୟ ଉହାନ ମାଂସ ବଜାରରୁ ଏହି ରୋଗର ଉତ୍ପତ୍ତି ହୋଇଥିବା ଦାବି କରାଯାଉଥିବାବେଳେ ଏହି ଇନଷ୍ଟିଚ୍ୟୁଟର କେତେକ ବୈଜ୍ଞାନିକଙ୍କ ନିକଟରେ କରୋନା ଭୂତାଣୁର ଲକ୍ଷଣ ଦେଖା ଦେଇଥିଲା ।

୧୯୫୬ରେ ଏହି ଲ୍ୟାବ୍‌ସ୍ଥାପନ ହୋଇଥିଲା । ପରେ ଏକାଧିକ ଥର ଏହାର ନାଁ ଏବଂ ଷ୍ଟାଟସରେ ପରିବର୍ତ୍ତନ କରାଯାଇଛି । ଏହାକୁ ନିମର୍ମାଣ କରିବାରେ ମୋଟା ରକମ ମଧ୍ୟ ଖର୍ଚ୍ଚ ହୋଇଥିବା କୁହାଯାଏ । ଏହି ଲ୍ୟାବ ଏତେ ସୁରକ୍ଷିତଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଏହାକୁ ନଷ୍ଟ କରିପାରିବ ନାହିଁ ।

Leave a Reply