ବାବାଇଦାଙ୍କ ୫୪ତମ ଜନ୍ମଦିନ ଅବସରରେ ୫୦୦ ଲୋକଙ୍କୁ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ପ୍ରପୌତ୍ର ପୂଜନୀୟ ଅର୍କଦ୍ୟୁତି ଚକ୍ରବର୍ତ୍ତୀ ( ବାବାଇଦା)ଙ୍କ ୫୪ତମ ଜନ୍ମ ଦିବସ ଦେଶ ବିଦେଶରେ ପାଳନ କରାଯାଇଛି । ସେ ହେଉଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତିଷ୍ଠିତ ସତସଙ୍ଗର ମୁଖ୍ୟ ପ୍ରଶାସକ ଏବଂ ସତସଙ୍ଗର ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ ଦାଦାଙ୍କ ଜ୍ୟେଷ୍ଠ ପୁତ୍ର।

ଏହି ଅବସରରେ ଅନୁଷ୍ଠାନର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାନଙ୍କ ପକ୍ଷରୁ ବିଶ୍ୱ ମଙ୍ଗଳ ଉଦ୍ଦେଶ୍ୟରେ ଘରେ ରହି ପ୍ରାର୍ଥନା ଓ ଅନବରତ ନାମ ଧ୍ୟାନ ଜପ ଆଦି କରାଯାଇଥିଲା । କରୋନା ମାର୍ଗଦର୍ଶିକା ପାଳନ ପୂର୍ବକ କୌଣସି ବିଶେଷ ଅନୁଷ୍ଠାନର ଆୟୋଜନ କରା ନ ଯାଇ ଗରିବ ଲୋକଙ୍କ ଉଦ୍ଦେଶ୍ୟରେ ସେବା କାର୍ଯ୍ୟ କରାଯାଇଥିଲା ।

 

ଅନୁଷ୍ଠାନର ଭୁବନେଶ୍ୱର ଶାଖା ପକ୍ଷରୁ ଡମଣାରେ ୫୦୦ରୁ ଅଧିକ ବସ୍ତି ବାସିନ୍ଦାଙ୍କୁ ପୁଷ୍ଟିକର ରନ୍ଧାଖାଦ୍ୟ ବିତରଣ ହୋଇଥିଲା । କରୋନା ମୁକ୍ତ ଭାରତ ଗଠନ ପାଇଁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ମାସ୍କ ବଣ୍ଟନ କରାଯାଇଥିଲା ।

ତେବେ ସାରା ବିଶ୍ୱରେ କରୋନା ମହାମାରୀ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ କିଭଳି କରୋନା ସହିତ ଲଢିହେବ ଏବଂ ସାରା ବିଶ୍ୱ ଏହା କବଳରୁ ରକ୍ଷା ପାଇବ ତାହାକୁ ନେଇ ମଙ୍ଗଳ କାମନା କରାଯାଇଛି ।

Leave a Reply