ସାବିତ୍ରୀ ପାଇଁ ବଜାରରେ ଅସମ୍ଭାଳ ଭିଡ଼, ସିଲ୍ ହେଲା ୧୮ ଦୋକାନ

ବାଲିଗୁଡ଼ା: ଦିନକ ପରେ ସାବିତ୍ରୀ ଅମାବାସ୍ୟା । ଲକଡାଉନ୍ କଟକଣା ଭିତରେ ସାବିତ୍ରୀ ବ୍ରତକୁ ଘରେ ପାଳିବେ ଗୃହିଣୀ । ବ୍ରତ ପାଇଁ ନୂଆ ଲୁଗା ସହ ଫଳ ଓ ପୂଜା ସାମଗ୍ରୀ କିଣିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ଦିନ ୧୧ଟା ସୁଦ୍ଧା ଦୋକାନ ବଜାର ବନ୍ଦ ନେଇ ନିର୍ଦ୍ଦେଶ ଥିବାବେଳେ ଅନେକ ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି । ବିଭିନ୍ନ ସ୍ଥାନର ସାମାଜିକ ଦୂରତା ରକ୍ଷା ହେଉନଥିବା ବେଳେ ଲୋକେ ସଚେତନତା ସତ୍ତ୍ୱେ ମାସ୍କ ପିନ୍ଧୁନାହାଁନ୍ତି ।

ବାଲିଗୁଡ଼ା ବଜାରରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି । ଲୋକେ କରୋନା କଟକଣାକୁ ବେଖାତିର୍ କରି ଏକାଠି ହୋଇଛନ୍ତି । ବଜାରରେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ଚଢ଼ାଉ କରିଛି । କଟକଣା ଉଲ୍ଲଂଘନ କରି ସାମାଜିକ ଦୂରତା ରକ୍ଷା କରିନଥିବାରୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ଟି ଦୋକାନ ସିଲ୍ କରିଛି ବାଲିଗୁଡ଼ା ପ୍ରଶାସନ ।

Leave a Reply