ପଜିଟିଭ୍ ରେଟ୍ ୫ ପ୍ରତିଶତରୁ କମ୍ ଥିବା ଜିଲ୍ଲାରେ କୋହଳ ହୋଇପାରେ କଟକଣା

1 min read

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଥମିଛି । ରାଜ୍ୟରେ ସଂକ୍ରମଣ ମାମଲା କମୁଥିବା ବେଳେ ଦୈନିକ ମୃତ୍ୟୁ ୪୦ ଉପରେ ରହୁଛି । ଏହାରି ଭିତରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି । ସ୍ଵାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ତୃତୀୟ ଲହର ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ଆସିପାରେ । କରୋନାର ତୃତୀୟ ପ୍ରବାହରେ ଶିଶୁ ମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

CM Naveen Patnaik Directs For House Damage Assessment Within 7 Days Cyclone Yass

ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଛୋଟ ଶିଶୁ ମାନଙ୍କର ଚିକିତ୍ସା ଅନ୍ୟ ରୋଗୀଙ୍କ ଅପେକ୍ଷା ଭିନ୍ନ ହୋଇଥିବାରୁ ସେମାନଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସେଥିପାଇଁ ଏବେଠୁ ଡାକ୍ତର ମାନଙ୍କୁ ଟ୍ରେନିଂ ଦେବା ସହ ଜେନେରାଲ ଓ ଆଇସିୟୁ ବେଡ୍ ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ କହିଛନ୍ତି, କରୋନାର ତୃତୀୟ ଲହରରେ ଶିଶୁମାନେ ବିଶେଷ ପ୍ରଭାବିତ ହେବେ କି ନାହିଁ ସେନେଇ କୌଣସି ତଥ୍ୟ ନାହିଁ । ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ମାମଲା କମୁଥିବାରୁ କଟକଣା କୋହଳ ନେଇ ବିଚାର ଚାଲିଛି । ଯେଉଁ ଜିଲ୍ଲାରେ ଟେଷ୍ଟ ପଜେଟିଭ ରେଟ୍ ୫ ପ୍ରତିଶତରୁ ତଳେ ରହିଛି ସେଠି ଅନଲକ୍ ପକ୍ରିୟାକୁ ଯାଇ କଟକଣାରେ କିଛିଟା କୋହଳ କରିବାକୁ ବିଚାର ବିମର୍ଶ ଚାଲିଛି ।

Opn Commnet Area

Leave a Reply

Your email address will not be published. Required fields are marked *

Close Bitnami banner