spot_img
Home Blog Page 5679

ଆଜିଠାରୁ ଆରମ୍ଭ ହେଲା ୧୪ ଦିନିଆ ଲକ୍‌ଡାଉନ୍‌, ସେପଟେ ବଢ଼ିଲା ଆଳୁ ପିଆଜର ଦର

କଟକ: ଆଜି ଠାରୁ ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ  ଆରମ୍ଭ ହୋଇଛି। ସକାଳୁ ଦିନ ୧୨ ଟା ପର୍ଯ୍ୟନ୍ତ ସବୁ ଅତ୍ୟାବସ୍ୟକ ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଲୋକେ ଲକ୍‌ଡାଉନରେ କାଳେ କିଛି ମିଳିବନି ବୋଲି ଭାବି ସବୁ ଖାଇବା ଜିନିଷକୁ ଅଧିକ ପରିମାଣରେ କିଣିବାରେ ଲାଗିଛନ୍ତି। ଯେଉଁଥିପାଇଁ ଆଳୁ ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି।

କଟକରେ ଆଳୁ ପିଆଜ ଦର ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। କଟକ ଛତ୍ରବଜାର ରେ ଆଜି ଆଳୁ, ପିଆଜ ଦର ଏବେ ଆକାଶ ଛୁଆଁ। ଗତକାଲି ଠାରୁ ଆଜି ପିଆଜ ଦର ଏକ କୁଇଣ୍ଟାଲ ପ୍ରତି ୨୦୦ ବୃଦ୍ଧି ପାଇଥିବା ବେଳେ ଆଜି ଆହୁରି ୪୦୦ ଟଙ୍କା ଵୃଦ୍ଧି ଘଟି ୬୦୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଆଳୁ କୁଇଣ୍ଟାଲ ପ୍ରତି ୪୦୦ ରୁ୪୫୦ ଟଙ୍କା ବୃଦ୍ଧି ଘଟିଛି।

ସେପଟେ ସିଧାସଳଖ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିଛି। ଦେଖିବାକୁ ଗଲେ ଜିଲ୍ଲା ପ୍ରଶାସନ ଏହା ଉପରେ କୌଣସି ନଜର ରଖୁନଥିବାରୁ। କଟକରେ ଆଳୁ ପିଆଜ କଳା ବଜାର ହେଉଥିବା ଅଭିଯୋଗ ହେଉଛି। କିନ୍ତୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୁଇଟ କରି କହିଛନ୍ତି ଯେ ୩୦ ଟି ଜିଲ୍ଲାରେ ଏବେ ସ୍କ୍ୱାଡ ଗଠନ କରାଯାଇଛି କଳା ବଜାରୀ କୁ ରୋକିବା ପାଇଁ।

କରୋନା ଯୁଦ୍ଧରେ ହାତ ବଢ଼ାଇଲା RBI, ସ୍ୱାସ୍ଥ୍ୟ ସେବା ପାଇଁ ଦେଲା ୫୦ ହଜାର କୋଟି ଟଙ୍କା

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ମଧ୍ୟରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସାମ୍ବାଦିକ ସମ୍ମିଳନୀ। କରୋନା ଦ୍ୱିତୀୟ ପ୍ରବାହରେ ଦେଶର ଅର୍ଥନୀତି କେମିତି ପ୍ରଭାବିତ ହୋଇଛି ତାକୁ ନେଇ କରିଛନ୍ତି ସାମ୍ବାଦିକ ସମ୍ମିଳନୀ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ କରୋନାର ଦ୍ୱିତୀୟ ପ୍ରବାହ ଅର୍ଥନୀତିକୁ ବହୁ ପରିମାଣରେ ପ୍ରଭାବିତ କରିଛି।

ଏହା ଉପରେ ଆରବିଆଇ ସବୁ ସମୟରେ ନଜର ରଖିଛି । ତେବେ ଦ୍ୱିତୀୟ ପ୍ରବାହ ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଶକ୍ତିକାନ୍ତ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ କରୋନା ପ୍ରବାହ ପରେ ଦେଶରେ ଅର୍ଥନୀତିରେ ଧିରେ ଧିରେ ସୁଧାର ଆସିଥିଲା । କିନ୍ତୁ ଏବେ ଦ୍ୱିତୀୟ ପ୍ରବାହ ପୁଣି ଥରେ ସଙ୍କଟ ସୃଷ୍ଟି କରିଛି।

ଏବେ କେନ୍ଦ୍ର ସରକାର ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଶ୍ୱ ଅର୍ଥବ୍ୟବସ୍ଥାରେ ପୁନରୁଦ୍ଧାରର ଲକ୍ଷଣ ଦେଖିବାକୁ ମଳୁଛି। ଯଦି ଭାରତକୁ ଦେଖିବା ତେବେ ଭାରତୀୟ ଅର୍ଥନୀତି ମଧ୍ୟ ଚାପରୁ ମୁକୁଳୁଥିବା ଜଣାପଡ଼ିଛି।

ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆରବିଆଇ ୫୦ ହଜାର କୋଟି ଟଙ୍କା ଦେଇଛି। ଏହା ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ଟିକା ନିର୍ମାତା, ଟିକା ପରିବହନ, ରପ୍ତାନିକାରୀମାନଙ୍କୁ ସହଜ କିସ୍ତିରେ ଲୋନ ପ୍ରଦାନ କରିବେ। ଏହା ବ୍ୟତୀତ ଡାକ୍ତରଖାନା, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଧ୍ୟ ଏହି ସୁବିଧା ପାଇବେ। ପ୍ରାଥମିକ କ୍ଷେତ୍ର ପାଇଁ ଶୀଘ୍ର ଲୋନ ଏବଂ ପ୍ରୋତ୍ସାହନ ଦିଆଯିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

 

ଦେଶରେ ଗତ ୨୪ ଘଣ୍ଟାରେ ୩ଲକ୍ଷ ୮୨ହଜାର ୩୧୫ ନୂଆ ସଂକ୍ରମିତ ଚିହ୍ନଟ, ୩୭୮୦ ରୋଗୀଙ୍କର ମୃତ୍ୟୁ

ନୂଆଦିଲ୍ଲୀ: କରୋନା ସଂକ୍ରମଣ ସାରା ଦେଶରେ ତାର କାୟା ବିସ୍ତାର କରିଛି । ପ୍ରତିଟି ମୁହୂର୍ତ୍ତରେ ଚାଲିଯାଉଛି ମୁ୍ଲ୍ୟବାନ ଜୀବନ। ଏପ୍ରିଲର କରୋନା ଏମିତି ରୂପ ବଦଳାଇବା କେହି କେବେ ବିଶ୍ୱାସ କରିନଥିଲେ। କାରଣ ମଶାଣି ଆଜି ଶବ ମାନଙ୍କର ଗହଳିରେ ରୁନ୍ଧି ହୋଇଛି ଆଉ ମଣିଷ ସଜଡ଼ା କାରଖାନା ବିଫଳ ହୋଇଛି। ଦେଶରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର କେଉଁଭଳି ଭାବରେ ଭୁସୁଡ଼ି ପଡ଼େ ତାହା କରୋନା ଆମକୁ ଦେଖାଇଛି। କେଉଁଠି ଅକ୍ସିଜେନର ଅଭାବ ତ ପୁଣି କେଉଁଠି ଚିକିତ୍ସା ପାଇଁ ସଜ୍ୟା ନାହିଁ ।

ସାରା ଦେଶରେ ଜାରି ରହିଛି କରୋନା କହର। ଦେଶରେ କରୋନା ସଂକ୍ରମଣ କମିବାର ନାଁ ନେଉନି। ଦିନକରେ ୩ଲକ୍ଷ ଉପରେ ରହୁଛି ସଂକ୍ରମିତଙ୍କ ସଂଖ୍ୟା ୨୪ ଘଣ୍ଟାରେ ଦେଶରେ ୩ଲକ୍ଷ ୮୨ହଜାର ୩୧୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ ୩ହଜାର ୭୮୦ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୩ଲକ୍ଷ ୩୮ହଜାର ୪୩୯ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨କୋଟି ୬ଲକ୍ଷ ୬୫ହଜାର ୧୪୮ ଥିବା ବେଳେ ମୋଟ୍ ସୁସ୍ଥ ସଂଖ୍ୟା କୋଟିଏ ୬୯ଲକ୍ଷ ୫୧ହଜାର ୭୩୧ ରହିଛି । ମୋଟ୍ ମୃତ୍ୟୁସଂଖ୍ୟା ୨ଲକ୍ଷ ୨୬ହଜାର ୧୮୮ ଥିବା ବେଲେ ଆକ୍ଟିଭ କେସ୍ ରହିଛି ୩୪ଲକ୍ଷ ୮୭ହଜାର ୨୨୯ ।

ଭାଇରସ ଭୟ ଏତେ ମାତ୍ରାରେ ରହିଛି ଯେ, ଦେଶର ପ୍ରାୟତଃ ରାଜ୍ୟରେ ଲକଡାଉନ୍, ନାଇଟ୍ କର୍ଫ୍ୟୁ ଓ ସପ୍ତାହାନ୍ତ ସଟଡାଉନ ଜାରି ରହିଛି । ଦ୍ୱିତୀୟ ଲହରରେ ଅଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ, ମଧ୍ୟ ପ୍ରଦେଶ ଓ ଗୁଜରାଟରୁ ସଂକ୍ରମିତ ସଂଖ୍ୟା କମୁଥିବା ସରକାର କହୁଥିବାବେଳେ ଉତ୍ତର ପ୍ରଦେଶ, କର୍ଣ୍ଣାଟକ, କେରଳରେ କରୋନା ମାଡିଚାଲିଛି। ଅଧିକ ମାତ୍ରାରେ ସଂକ୍ରମିତ ଚିହ୍ନଟ ହେଉଥିବାରୁ ଅନେକ ହସ୍ପିଟାଲରେ ବେଡ୍ ଓ ଅକ୍ସିଜେନର ସଙ୍କଟ ଦେଖାଦେଇଛି। ଯାହାଫଳରେ ରୋଗୀଙ୍କ ଅକ୍ସିଜେନ୍ ଅଭାବରୁ ଜୀବନ ଯାଉଥିବା ଦେଖିବାକୁ ମିଳିଛି ।

ବିଶ୍ୱରେ ବିରଳ, ଏକାଥରେ ୯ ସନ୍ତାନଙ୍କୁ ଜନ୍ମ ଦେଲେ ୨୫ ବର୍ଷୀୟ ମହିଳା

ମୋରକ୍କୋ: ବିଶ୍ୱରେ ଏମିତି ଅନେକ ଜିନିଷ ଘଟେ ଯାହା ଅଧିକାଂଶ ସମୟରେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥାଏ । ମାଆ ଶବ୍ଦ ହିଁ ନିଆରା । ମାଆ ଶବ୍ଦରୁ ଦିନ ଆରମ୍ଭ ହୋଇଥାଏ । ମାଆ ତା ଶିଶୁ କୁ ୯ ମାସ ଗର୍ଭରେ ରଖି ଜନ୍ମ ଦେଇଥାଏ । ସୃଷ୍ଟି କେତେବେଳେ ଯେ କଣ କରେ ତାହା କେହି କହିପାରିବେ ନାହିଁ । ତେବେ ଆଜି ଏଭଳି ଏକ ଖବର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଚମ୍ୱିତ କରିଦେଇଛି । ଜଣେ ମହିଳା ସାଧାରଣତଃ ଏକା ସାଙ୍ଗେ ୨ କିମ୍ବା ୩ ସନ୍ତାନଙ୍କୁ ଜନ୍ମ ଦେଇଥାଏ । କିନ୍ତୁ ୯ ସନ୍ତାନଙ୍କୁ ଜନ୍ମ ଦେବା ବିରଳ ଘଟଣା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ମାଲିର ଜଣେ ମହିଳା ମରୋକ୍କୋରେ ମଙ୍ଗଳବାର ଦିନ ୯ଟି ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।ସମସ୍ତ ନବଜାତକ ସୁସ୍ଥ ଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ,ମାଲି ସରକାର ୨୫ ବର୍ଷୀୟ ମହିଳା ହଲିମା ସିଜେଙ୍କୁ ଦେଖାରଖା ପାଇଁ ମାର୍ଚ୍ଚ ୩୦ ରେ ମରୋକ୍କୋ ପଠାଇଦେଇଥିଲେ । ପ୍ରଥମେ ତାଙ୍କ ଗର୍ଭରେ ୭ଜଣ ଶିଶୁ ଥିବା ଜଣା ପଡିଥିଲା । ଏକା ସଙ୍ଗେ ୭ ଶିଶୁଙ୍କୁ ଜନ୍ମ ଦେବା ସାଧାରଣ କଥା ନୁହେଁ । ସେହିପରି ୯ ଶିଶୁଙ୍କୁ ଜନ୍ମ ଦେବା ଆହୁରି ବିରଳ ।

ମୋରକ୍କୋ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରବକ୍ତା ରଚିଦ ଚୌଧୁରୀ କହିଛନ୍ତି ଯେ, ଦେଶରେ କେହି ମହିଳା ୯ ଶିଶୁଙ୍କୁ ଜନ୍ମ ଦେଇଥିବା ତଥ୍ୟ ତାଙ୍କ ପାଖରେ ନାହିଁ । କିନ୍ତୁ ମୋରକ୍କୋ ସ୍ୱାସ୍ଥ୍ୟ ମନ୍ତ୍ରାଳୟ କହିଛି ଯେ,ମହିଳାଙ୍କ ସିଜେରିଆନ କରାଯାଇଥିଲା । ଯେଉଁଥିରେ ସେ ୬ କନ୍ୟା ଓ ୩ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ । ଏବେ ସୁଦ୍ଧା ମାଆ ଓ ଶିଶୁ ସୁସ୍ଥ ଅଛନ୍ତି । ମାଲି ସ୍ୱାସ୍ଥ୍ୟ ମନ୍ତ୍ରୀ ଫାନ୍ତା ସିବେ ମଧ୍ୟ ସମାନ କଥା ଦୋହରାଇଛନ୍ତି ।

ଅନେକ ସମୟରେ ଏପରି ବିରଳ ଘଟଣା ସାମ୍ନାକୁ ଆସିଥାଏ । ନିକଟରେ ବ୍ରିଟେନର ଜଣେ ମହିଳା ଏକ ଅଦ୍ଭୁତ ଶିଶୁକୁ ଜନ୍ମ ଦେଇଥିଲେ।  ଯାହା ଆକାରଠୁ ଖୁବ ବଡ଼ ଥିଲା । ପ୍ରସବ ସମୟରେ ଡାକ୍ତରମାନେ ବି ଶିଶୁକୁ ଦେଖି ଚକିତ ହୋଇ ଯାଇଥିଲେ ।

ପାଚେରୀ ଭାଙ୍ଗି ନନ୍ଦନକାନନ ଭିତରକୁ ପଶିଲେ ୨ ଚନ୍ଦକା ଜଙ୍ଗଲୀ ହାତୀ

ଭୁବନେଶ୍ୱର: ବିଳମ୍ବିତ ରାତିରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଭାଙ୍ଗିଲା ପାଚେରୀ । ପଛପଟ ଗେଟର ପାଚେରୀ ଭାଙ୍ଗି ନନ୍ଦନକାନନ ଭିତରକୁ ପଶିଲେ ୨ ଚନ୍ଦକା ଜଙ୍ଗଲୀ ହାତୀ। ହାତୀ ଘଉଡାଇବାକୁ ଯାଇ ନନ୍ଦନକାନନ ବନବିଭାଗ କର୍ମଚାରୀ ହୋଇଛନ୍ତି ନାକେଦମ। ଜଙ୍ଗଲୀ ହିଂସ୍ର ହାତୀ ମାଖେନା ଅନେକ ଥର ନନ୍ଦନକାନନ ଓ ବୋଟାନିକାଲ ଗର୍ଡେନର ପାଚେରୀ ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଛି ।

ହେଲେ ଏଥର ୨ଟି ହାତୀ ପାଚେରୀ ଭାଙ୍ଗି ପଶିଥିବା ବେଳେ ଜନ୍ତୁ ଖୁଆଡ଼କୁ କିପରି ପ୍ରବେଶ ନକରିବେ ସେଥିପ୍ରତି ବନବିଭାଗ ନଜର ରଖିବା ସହ ୪ ରୁ ୫ଘଣ୍ଟା ପରେ ହାତୀ ଘଉଡାଇବାରେ ସଫଳ ହୋଇଥିଲା । ଆଜି ସକାଳୁ ପୁଣି ପଛ ପାଚେରୀ ଦେଇ ହାତୀ ପଶିଥିବା ବେଳେ ନନ୍ଦନକାନନର ପୋଶା ହାତୀ ସହଯୋଗରେ ବାହାର କରାଯିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ରାଜ୍ୟରେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇନି ଆନ୍ଧ୍ର ଷ୍ଟ୍ରେନ୍‌, ସ୍ୱାସ୍ଥ୍ୟ ବିଭାଗ କହିଲା ଭୟଭୀତ ହେବାର ଆବଶ୍ୟକତା ନାହିଁ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଦୁର୍ବଳ ହେଉନଥିବା ବେଳେ ଏବେ ଚିନ୍ତା ବଢାଇଲା ନୂଆ ଷ୍ଟ୍ରେନ୍‌। ଆନ୍ଧ୍ର ପ୍ରଦେଶରେ ଚିହ୍ନଟ ହୋଇଛି ଏହି ନୂଆ ଷ୍ଟ୍ରେନ୍‌। ରାଜ୍ୟରେ କରୋନା ବଢ଼ୁଥିବା ସ୍ଥିତିରେ ନୂଆ ରୂପ ଏବେ ଲୋକଙ୍କ ମନରେ ଭୟ ଶ୍ରୁଷ୍ଟି କରିଛି। ସବୁଠାରୁ ବଡ଼ କଥା ହେଉଛି ଓଡ଼ିଶାରେ ଏଯାଏଁ ଆନ୍ଧ୍ର ଷ୍ଟ୍ରେନ ଚିହ୍ନଟ ହୋଇନି। ତେବେ ଏହାକୁ ନେଇ ଭୟଭୀତ ହେବାର ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏଥିପାଇଁ ରାଜ୍ୟସରକାର ସବୁ ପ୍ରକାର ପ୍ରସ୍ତୁତି କରିଛନ୍ତି। ଆନ୍ଧ୍ରରେ ନୂଆ ରୂପ ଆସିବା ପରେ ଏବେ ୬ଟି ସୀମାବର୍ତ୍ତୀ ଜିଲ୍ଲାରେ କଡ଼ାକଡ଼ି ଯାଞ୍ଚ କରାଯାଉଛି। ନିୟମ ଅନୁସାରେ ସାମ୍ପୁଲ ଟେଷ୍ଟ ହେଉଛି।

ଆନ୍ଧ୍ର ଓ ତେଲେଙ୍ଗାନାରୁ ଆସୁଥିବା ଲୋକଙ୍କୁ ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କରାଇଛନ୍ତି ଏସଆରସି। ଯେହେତୁ ପଡୋଶୀ ରାଜ୍ୟରେ ଚିହ୍ନଟ ହୋଇଛି ଓଡ଼ିଶା ଗୁରୁତର ସହ ନେଇଥିବା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ କୁହାଯାଇଛି। ୧୫ ଗୁଣା ଅଧିକ ସଂକ୍ରାମକ ଏହି ଷ୍ଟ୍ରେନ୍‌। ବୈଜ୍ଞାନିକଙ୍କ ଦାବି ଅନୁସାରେ ଅଧିକ ବିପଦଜନକ ଏହି ନୂଆ ଷ୍ଟ୍ରେନ୍‌। ୩ରୁ ୪ ଦିନରେ କରୋନା ରୋଗୀ ଗୁରୁତର ହେଉଛନ୍ତି। ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ନୂଆ ଷ୍ଟ୍ରେନ୍‌ ଚିହ୍ନଟ ହୋଇଛି। ପୂର୍ବରୁ ଥିବା ଷ୍ଟ୍ରେନ୍‌ରୁ ବି ଏହା ଅଧିକ ଭୟଙ୍କର।

ଏମ୍.କେ.ସି ଉଚ୍ଚ ବିଦ୍ୟାଳୟରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ଦିଆସିଲି ଓ ଦୁର୍ବୃତ୍ତର ଆଧାର କାର୍ଡ ଜବତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ସର୍ବପୁରାତନ ବିଦ୍ୟାଳୟ ଏମ୍.କେ.ସି ଉଚ୍ଚ ବିଦ୍ୟାଳୟରେ ନିଆଁ। ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ କୋଠରୀ ସହିତ ପ୍ରଧାନ ଶିକ୍ଷକଙ୍କ କାର୍ଯ୍ୟାଳୟରେ ନିଆଁ ଲାଗିଥିବା ସୂଚନା ମିଳିଛି। କୌଣସି ଦୁର୍ବୃତ୍ତ କିରାସିନି ଢାଳି ନିଆଁ ଲଗାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏଭଳି ସୂଚନା ଦେଇଛନ୍ତି।

କାରଣ ଘଟଣାସ୍ଥଳରୁ ଦିଆସିଲି ଓ ଦୁର୍ବୃତ୍ତର ଆଧାର କାର୍ଡ ଜବତ ହୋଇଛି। ସକାଳୁ ବିଦ୍ୟାଳୟ ଖୋଲିବାକୁ ଆସିଥିବା କର୍ମଚାରୀ ନିଆଁ ଲାଗିଥିବା ଦେଖିବାକୁ ପାଇଥିଲେ। ଏହାପରେ ସଙ୍ଗେସଙ୍ଗେ ଏ ସମ୍ପର୍କରେ ପ୍ରଧାନ ଶିକ୍ଷକଙ୍କୁ ଅବଗତ କରାଇଥିଲେ। ବାରିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। କାର୍ଯ୍ୟାଳୟ ମଧ୍ୟରୁ ବହୁ ଜରୁରୀ କାଗଜପତ୍ର ପୋଡ଼ି ନଷ୍ଟ ହୋଇଥିବା ଜଣାପଡ଼ିଛି।

ମାଛ ବଦଳରେ ଜାଲରେ ପଡ଼ିଲା ବିରାଟ କୁମ୍ଭୀର

ଆରଡ଼ି: ମାଛ ବଦଳରେ ଜାଲରେ ପଡ଼ିଲା ବିରାଟ କୁମ୍ଭୀର। ବଡ଼ ମାଛ ପଡ଼ିଛି ଭାବି ଖୁସିରେ ଜାଲ ଉଠାଇଲା ବେଳାକୁ ଦେଖିଲେ ଜାଲରେ କୁମ୍ଭୀର ଲାଗିଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି  ଭଦ୍ରକ ଜିଲା ଆରଡି ନିକଟସ୍ଥ ନାନ୍ଦପୁର ଗାଁ ଦେଇ ପ୍ରବାହିତ ହେଉଥିବା ସାଳନ୍ଦୀ ନଦୀର ଶାଖା ନଦୀ ହଂସଦୀଆ ନଦୀରେ। ଗତକାଲି ରାତିରେ ଜଣେ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ଉକ୍ତ ନଦୀକୁ ଯାଇଥିଲା। ପ୍ରଥମେ ଥରେ ଦୁଇଥର ଜାଲରେ ମାଛ ପଡ଼ିଥିଲା କିନ୍ତୁ ପରେ ଆଉଥରେ ଜାଲ ଟାଣୁଥିବା ବେଳେ ଏକ ୪ଫୁଟିଆ ହିଂସ୍ର କୁମ୍ଭୀର ଜାଲର ଫାସରେ ପଡ଼ିଥିଲା।

ବଡ଼ ମାଛ ଭାବି ଡଙ୍ଗା ଦ୍ୱାରା ମତ୍ସ୍ୟଜୀବୀ ଜଣକ ନଦୀକୂଳକୁ ଜାଲ ଆଣିଥିଲେ। ଜାଲକୁ ଉପରକୁ ଆଣିବା ପରେ ଜାଲରେ କୁମ୍ଭୀର ଲାଗିଛି ବୋଲି ଦେଖିବାକୁ ପାଇଥିଲେ। ଏହା ଦେଖିବା ପରେ ଭୟରେ ଜାଲ ଡଙ୍ଗା ଛାଡ଼ି ଦୌଡି ପଳାଇଥିଲେ ମତ୍ସ୍ୟଜୀବୀ ଜଣକ। ପରେ ଗ୍ରାମବାସୀ କୁମ୍ଭୀରକୁ ଉଦ୍ଧାର କରିବା ସହ ଆରଡି ପୁଲିସ ଓ ଧାମନଗର ବନଖଣ୍ଡ ବିଭାଗକୁ ଖବର ଦେବା ପରେ ବନଖଣ୍ଡ ଅଧିକାରୀ କୁମ୍ଭୀରକୁ ନେଇ ଅନ୍ୟତ୍ର ଛାଡିଥିଲେ। ଏପରି ହିଂସ୍ର କୁମ୍ଭୀରକୁ ନେଇ ଗ୍ରାମବାସୀ ଭୟଭିତ ହୋଇପଡ଼ିଥିଲେ। ଏହି ନଦୀରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଗାଧୋଇବା ସହ ଘରର ନିତ୍ୟ ବ୍ୟବହାର ପାଇଁ ପାଣି ଆଣିଥାନ୍ତି।

ଏମିତି ଦେଖାଯାଏ ଦ୍ୱିତୀୟ ପ୍ରବାହରେ ତାଣ୍ଡବ ରଚିଥିବା କରୋନାର ନୂଆ ରୂପ

ନୂଆଦିଲ୍ଲୀ: ଭାରତରେ ଏବେ କରୋନାର ଦ୍ୱିତୀୟ ପ୍ରବାହ ତାଣ୍ଡବ ରଚିଛି। ପ୍ରତିଦିନ ୪ ଲକ୍ଷରୁ ଅଧିକ ସଂକ୍ରମିତ ଦେଶରୁ ଚିହ୍ନଟ ହେଉଛନ୍ତି। ଆଉ ଏଥିପାଇଁ ଦାୟୀ ଥିବା କରୋନା ଭାରିଏଣ୍ଟ B.୧.୧.୭ ର ପ୍ରଥମ ଚିତ୍ର ପ୍ରକାଶ ପାଇଛି। ଏହି ଚିତ୍ରେ ସ୍ପଷ୍ଟ ଭାବରେ ଦେଖାଯାଇଛି ଯେ କରୋନା କିପରି ଶରୀରର କୋଷ ଗୁଡ଼ିକରେ ଲାଗି ରହିଥାଏ। ଏହି ଷ୍ଟ୍ରେନ୍ ଅନେକ ଦେଶରେ କରୋନା ସଂକ୍ରମଣର ଦ୍ୱିତୀୟ ଲହରୀ ସୃଷ୍ଟି କରିଛି। କାନାଡର ଅନୁସନ୍ଧାନକାରୀମାନେ ଏହି ପ୍ରକାରର ପ୍ରଥମ ମଲିକୁଲାର ଚିତ୍ର ପ୍ରକାଶ କରିଛନ୍ତି। ଗତ ବର୍ଷ ଡିସେମ୍ବର ମଧ୍ୟଭାଗରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO, B.୧.୧.୭ ପ୍ରକାର ବିଷୟରେ ସୂଚନା ଦେଇଥିଲା।

ବିସି ବିଶ୍ୱବିଦ୍ୟାଳୟ କହିଛି  ଅନୁସନ୍ଧାନକାରୀ ଦଳ  SARS-CoV-2 ସ୍ପାଇକ୍ ପ୍ରୋଟିନର ଏକ ଅଂଶରେ ମିଳୁଥିବା ଏକ ଗଠନମୂଳକ ଚିତ୍ରକୁ ପ୍ରକାଶ କରିଥିବା ଏକ ଦଳ । ସ୍ପାଇକ୍ ପ୍ରୋଟିନ୍ ଭୂତାଣୁ ଏତିଏକ ଅଂଶ ଯାହା ସଂକ୍ରମଣ ପାଇଁ ଦାୟୀ। ଏବଂ ମ୍ୟୁଟେସନ୍ ହେଉଛି ଏମିତି ଏକ ପରିବର୍ତ୍ତନ ଯାହା ପରେ ଭୂତାଣୁ ଶୀଘ୍ର ବିସ୍ତାର ହୋଇଥାଏ ।

କରୋନାର ଭାରିଏଣ୍ଟ କାହିଁକି ଏତେ ସଂକ୍ରାମକ ?

ବ୍ରିଟିଶ କଲମ୍ବିଆ ବିଶ୍ୱବିଦ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ B.୧.୧.୭ ଏକ ଚିତ୍ର ଦର୍ଶାଇଛି ଯେ ଏହା କାହିଁକି ଏତେ ସଂକ୍ରାମକ ? ଏହା କାହିଁକି ଭାରତ, ବ୍ରିଟେନରେ ହଇଚଇ ସୃଷ୍ଟି କଲା ଏବଂ ବର୍ତ୍ତମାନ କାନାଡାରେ ମଧ୍ୟ ସମସ୍ୟା ବଢ଼ାଉଛି। ୟୁବିସି କହିଛି ଯେ ଏହି ଚିତ୍ରଗୁଡ଼ିକ ପରମାଣୁ ରିଜୋଲ୍ୟୁସନ୍ର ନିକଟତର ଅଟେ, ଅର୍ଥାତ୍ ଚିତ୍ରରେ ରିଜୋଲୁସନରେ ଭୂତାଣୁର କଣିକା ମଧ୍ୟ ରହିଛି।

ୟୁବିସିର ମେଡିସିନ୍ ବିଭାଗର ବାୟୋକେମେଷ୍ଟ୍ରି ଏବଂ ମଲିକୁଲାର ବାୟୋଲୋଜି ବିଭାଗର ପ୍ରଫେସର ଡକ୍ଟର ଶ୍ରୀରାମ ସୁବ୍ରମଣ୍ୟମଙ୍କ ନେତୃତ୍ୱରେ ଏକ ଟିମ୍ କହିଛନ୍ତି ଯେ ଫଟୋଗ୍ରାଫରେ ଦର୍ଶାଯାଇଛିଯେ ଏହା ମଣିଷ ଶରୀରର କୋଷରେ ଅତି ସହଜରେ ପ୍ରବେଶ କରିପାରେ। PLOS ବାୟୋଲୋଜିରେ ପ୍ରକାଶିତ ଦଳର ବିଶ୍ଳେଷଣରୁ ଜଣାପଡିଛି ଯେ ଟିକା ମାଧ୍ୟମରେ ଭୂତାଣୁ ମାନଙ୍କୁ ନଷ୍ଟ କରାଯାଇପାରିବ।

କରୋନାକୁ ବ୍ରେକ୍‌ ଦେବା ପାଇଁ ରାଜ୍ୟରେ ଆଜିଠାରୁ ଲକ୍‌ଡାଉନ୍‌

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବାକୁ ଲାଗୁଛି। ପ୍ରତିଦିନ ରାଜ୍ୟରୁ ୯ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। କରୋନାକୁ ମାତ ଦେବାକୁ ଆଜିଠୁ ଘରେ ରହୁଛି ପୁରା ରାଜ୍ୟ। କରୋନାକୁ କଣ୍ଟ୍ରୋଲକୁ ଆଣିବ ଲକଡାଉନ। ରାଜ୍ୟରେ ଆଜିଠୁ ଲାଗୁ ହୋଇଛି ୧୪ଦିନିଆ ଲକ୍‌ଡାଉନ୍। ଶୂନଶାନ ହୋଇଛି ରାସ୍ତାଘାଟ ସହର ବଜାର। ସବୁଠି ନିରବତାର ରାଜୁତି। ସବୁଠି କଡ଼ା କଟକଣା। ଅତ୍ୟାବଶ୍ୟକ ସେବା ବ୍ୟତିତ ଅନ୍ୟ ସବୁକିଛି ବନ୍ଦ ରହିଛି ।

ମେ ୧୯ ତାରିଖ ଯାଏଁ ଲକଡାଉନ କଟକଣା ବଳବତ୍ତର ରହିବ। ଏହି ସମୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ବି ଲାଗୁ ହେବ। କଟକଣା ସମୟରେ ସ୍ୱାସ୍ଥ୍ୟସେବା ଓ ଜରୁରୀ ସେବାକୁ ଅନୁମତି ମିଳିଛି। ଲକ୍‌ଡାଉନ୍ ବେଳେ ଘରଠାରୁ ୫ଶହ ମିଟର ଭିତରେ ସକାଳ ୬ଟାରୁ ୧୨ଟା ମଧ୍ୟରେ ଚାଲି ଚାଲି ଯାଇ ପରିବା କିଣିପାରିବେ ଜନସାଧାରଣ। ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି SRC। ଅତ୍ୟାବଶ୍ୟକ ହେଲେ ବାଇକରେ ଜଣେ ଯାଇପାରିବେ।

କାର, ଅଟୋ, ଓବେର, ଓଲାରେ ଯାଉଥିଲେ ଡ୍ରାଇଭର ସହ ୨ଜଣ ଯାଇପାରିବେ। ଜରୁରୀ ଚିକିତ୍ସା ସେବା ପାଇଁ ୨ଜଣ ପଛ ସିଟରେ ବସି ମଧ୍ୟ ଯାଇପାରିବେ। CRUT ପକ୍ଷରୁ କେବଳ ଏୟାରପୋର୍ଟ, ରେଲଓ୍ୱେ ଷ୍ଟେସନରୁ ମୋ ବସ୍‌ ସେବା ଜାରି ରହିବ। ୨ଟି ସ୍ଥାନ ବ୍ୟତୀତ ଅନ୍ୟ କେଉଁଠି ବି ରହିବନି ମୋ ବସ୍। ଯାତ୍ରାବେଳେ ବସ’ରେ ଛିଡା ହୋଇ କେହି ଯାଇପାରିବେ ନାହିଁ।