ଟ୍ୱିନ୍ ସିଟିର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା: ୨ ମୃତ, ଅଳ୍ପକେ ବର୍ତ୍ତିଲେ ପୋଲିସ କର୍ମଚାରୀ

ଭୁବନେଶ୍ୱର/କଟକ: ରସୁଲଗଡ଼ ଓଭରବ୍ରିଜ୍ ଉପରେ ସଡ଼କ ଦୁର୍ଘଟଣା  । ପିସିଆରକୁ ପଛପଟୁ ଧକା ଦେଲା ଟ୍ରକ୍  । ଅଳ୍ପକେ ବର୍ତ୍ତିଲେ ୫ ପୋଲିସ କର୍ମଚାରୀ । ଦୁର୍ଘଟଣାରେ ୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି  । ସକାଳ ୫ଟା ୪୫ରେ ଏହି ଦୁର୍ଘଟଣା ଘଟିଛି  । ଧକ୍କା ଦେଇ ପଳାଉଥିବା ଅନ୍ୟ ଏକ ପିସିଆର ଟିମ୍ ଟ୍ରକ୍‌କୁ ପିଛା କରିଥିଲା  । ପାହାଳ ନିକଟରେ ଟ୍ରକକୁ ଜବତ କରିଛି ପୋଲିସ  । ଘଟଣାସ୍ଥଳରୁ ଗାଡିର ଡ୍ରାଇଭର ଓ ହେଲଫର ଫେରାର ହୋଇଯାଇଛନ୍ତି  । ଅପରପକ୍ଷରେ ମଙ୍ଗୁଳି ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୨ ମୃତ, ଜଣେ ଗୁରୁତର । ଚଣ୍ଡିଖୋଲରୁ ଆସୁଥିବାବେଳେ ରାସ୍ତାରେ ଥୁଆହୋଇଥିବା ଏକ ଟ୍ରଲରକୁ ଧକା ଦେଇଥିଲା ପିକଅପ୍ ଭ୍ୟାନ୍ । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଛି ପୋଲିସ୍ । ତେବେ ଅଧା ରାସ୍ତାରେ ଟ୍ରଲରଟି ବେଆଇନ୍ ପାର୍କିଂ କରିଥିବାରୁ ଏଭଳି ଦୁର୍ଘଟଣା ହୋଇଥିବା ଜଣାପଡିଛି ।

ଏଥିସହିତ ପଢ଼ନ୍ତୁ: ସୁସ୍ଥତା ଆଡ଼କୁ ଅଗ୍ରସର ଓଡ଼ିଶା: ୩ହଜାର ୫୩୫ ସଂକ୍ରମିତ ଚିହ୍ନଟ

 

 

Leave a Reply