ଅନଲକ ପଞ୍ଜାବ: ୫୦ ପ୍ରତିଶତ ଲୋକରେ ଖୋଲିବ ଢାବା, ରେଷ୍ଟୁରେଣ୍ଟ, ସିନେମା ହଲ ଓ ଜିମ ସେଣ୍ଟର

ଚଣ୍ଡିଗଡ଼: ବିଭିନ୍ନ ରାଜ୍ୟରେ ନିୟନ୍ତ୍ରଣରେ ଆସୁଛି କରୋନା ସଂକ୍ରମଣ । ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ ପଞ୍ଜାବରେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣରେ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ମଧ୍ୟ କଟକଣା କୋହଳ କରାଯାଉଛି । ଏହି ଧାରାରେ ଆଜି ସାମିଲ ହୋଇଛି ପଞ୍ଜାବ । ସଂକ୍ରମଣ କମୁଥିବାରୁ ପଞ୍ଜାବରେ ଆଜିଠାରୁ ଆରମ୍ଭ ହେଉଛି ଅନଲକ ପ୍ରକ୍ରିୟା । ରାଜ୍ୟରେ ୫୦ ପ୍ରତିଶତ ଲୋକରେ ଢାବା, ରେଷ୍ଟୁରେଣ୍ଟ, ସିନେମା ହଲ ଓ ଜିମ ସେଣ୍ଟର ଖୋଲାଯିବ ।

ସେହିପରି ବିବାହ ଓ ଶେଷକୃତ୍ୟରେ ୫୦ ଜଣ ଲୋକଙ୍କୁ ଅନୁମତି ଦିଆଯାଇଛି । ଏବଂ ଗମନାଗମନ ଉପରୁ ମଧ୍ୟ କଟକଣା ହଟିଛି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଏସି ବସ ଚଳାଚଳ କରିହେବା ନେଇ ଅନୁମତି ମିଳିଛି । ଏହାସହ ରାତ୍ରିକାଳିନ କର୍ଫ୍ୟୁ ଜାରି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ ।

ସେପଟେ ଦେଶରେ ଲଗାତାର କମିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୧୧ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ୫୭୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବିହାରରେ ମଧ୍ୟ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି ଏହାକୁ ଦୃଷ୍ଟିରେ ରଖି ଲକଡାଉନ କଟକଣା କୋହଳ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏଣିକା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

Leave a Reply