spot_img
Home Blog Page 5680

ରାଜ୍ୟରେ ଥମୁନି କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୯ହଜାର ୮୮୯ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ଏବେ ସଂଙ୍ଗିନ। ଦିନକୁ ଦିନ କରୋନା ସଂକ୍ରମଣ ରାଜ୍ୟରେ ତାର କାୟା ଅଧିକରୁ ଅଧିକ ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ କମୁନି କରୋନା ଗ୍ରାଫ୍। ଆଜି ରାଜ୍ୟରେ ଆଉ ୯ହଜାର ୮୮୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଲଗାତାର ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ସର୍ବାଧିକ ୧୩୩୧ ଚିହ୍ନଟ  । ସେହିପରି ସୁନ୍ଦରଗଡ଼ରୁ ୧୧୩୭ ଓ କଟକରୁ ୭୯୦ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୁଳରୁ ୪୪୩, ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୪୮୩, ଭଦ୍ରକରୁ ୫୨, ବଲାଙ୍ଗୀରରୁ ୩୨୬, ବୌଦ୍ଧରୁ ୧୨୯, ଦେବଗଡ଼ରୁ ୭୫, ଢ଼େଙ୍କାନାଳରୁ ୯୦, ଗଜପତିରୁ ୧୧୭, ଗଞ୍ଜାମରୁ ୩୧୦, ଜଗତସିଂହପୁରରୁ ୧୫୬, ଯାଜପୁରରୁ ୨୮୨, ଝାରସୁଗୁଡ଼ାରୁ ୩୮୬, କଳାହାଣ୍ଡିରୁ ୪୧୪, କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୧୩୩, କେନ୍ଦୁଝରରୁ ୧୯୫, କୋରାପୁଟରୁ ୯୪, ମାଲକାନାଗିରିରୁ ୮୬, ମୟୂରଭଞ୍ଜରୁ ୨୪୩, ନବରଙ୍ଗପୁରରୁ ୪୧୪,  ନୟାଗଡ଼ରୁ ୨୨୩, ନୂଆପଡ଼ାରୁ ୩୩୫, ପୁରୀରୁ ୪୩୬, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୪୭୦, ସୋନପୁରରୁ ୧୫୮ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଷ୍ଟଟ ପୁଲର ରହିଛନ୍ତି ୨୪୯ ଜଣ କରୋନା ରୋଗୀ ।

 

ପଶ୍ଚିମବଙ୍ଗ ପରେ ଉତ୍ତରପ୍ରଦେଶ ନିର୍ବାଚନରେ ମାଟି କାମୁଡ଼ିଛି ବିଜେପି

ଗେରୁଆର ବାନା ଉଡାଇ ଭଗବାନଙ୍କୁ ରାଜନୀତିର ପଶାପାଲି କରି ପଲିଟିକ୍ସ କରୁଥିବା ବିଜେପିକୁ ଶକ୍ତ ଧକ୍କା ।ପଶ୍ଚିମବଙ୍ଗ ପରେ ଉତ୍ତରପ୍ରଦେଶ ପଞ୍ଚାୟତ ନିର୍ବାଚନରେ ବ୍ୟାକଫୁଟ୍‌ରେ ବିଜେପି। ରାମ ଜନ୍ମ ଭୂମି ଅଯୋଧ୍ୟାରୁ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ଖାଲି ଅଯୋଧ୍ୟା ନୁହେଁ  ମଥୁରା ଓ କାଶୀର ପଞ୍ଚାୟତ ନିର୍ବାଚନରେ ବି ମାଟି କାମୁଡିଛି ବିଜେପି।

ଧର୍ମକୁ ନେଇ ରାଜନୀତି କରୁଥିବା ଦଳକୁ ପ୍ରତ୍ୟାଖାନ କରି ଲୋକେ ବିକାଶକୁ ପ୍ରାଧାନ୍ୟ ଦେଇଛନ୍ତି। ଏହି ତିନୋଟିଯାକ ଅଞ୍ଚଳରେ ସମାଜବାଦୀ ପାର୍ଟି ବିଜୟ ପତାକା ଉଡାଇଛି। ତଥାପି ବିଜେପି କିନ୍ତୁ ଏହି ପରାଜୟକୁ ମାନିବାକୁ ନାରାଜ। ବିଜେପିର କହିବା କଥା ଜିତିଥିବା ଅଧାରୁ ଅଧିକ ପ୍ରାର୍ଥୀ ତାଙ୍କ ଦଳର। ୩ ହଜାର ୫୧ ଜଣ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରୁ ୯୧୮ ଜଣ ବିଜୟ ହାସଲ କରିଥିବା ବେଳେ ୪୫୬ ଜଣ ପ୍ରାର୍ଥୀ ଗଣତିରେ ଆଗରେ ଅଛନ୍ତି। ଅନ୍ୟପଟେ ସମାଜବାଦୀ ପାର୍ଟିର କହିବା କଥା ୫୦ ପ୍ରତିଶତରୁ ଅଧିକ ବିଜେତା ପ୍ରାର୍ଥୀ ତାଙ୍କ ଦଳ ସହ ସମ୍ପର୍ଥନରେ ନିର୍ବାଚନ ଲଢ଼ିଥିଲେ।

କେବଳ ସହର ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ବିଜେପିର ଶାସନ ଫେଲ ମାରିଛି। କରୋନା ସମୟରେ ବିଜେପିର ବିଫଳତା ପଦାକୁ ଆସିଛି ବୋଲି ସମାଜବାଦି ପାଟି କହିଛି। ଅଯୋଧ୍ୟା ପଞ୍ଚାୟତ ନିର୍ବାଚନରେ ୪୦ଟି ଆସନରେ ଭୋଟିଂ ହୋଇଥିବା ବେଳେ ସମାଜବାଦି ପାର୍ଟି ୨୪ଟି ଆସନରେ ବିଜୟ ଲାଭ କରିଛି। ଏଥିସହ ୧୨ ଜଣ ନିର୍ଦଳିୟ ପ୍ରାର୍ଥିଙ୍କର ବିଜୟ ହୋଇଛି। ସେମାନେ ବିଜେପି ଉପରେ ଅସନ୍ତୋଷ ହୋଇ ନିର୍ଦଳୀୟ ନିର୍ବାଚନ ଲଢିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ରରେ ମଧ୍ୟ ବିଜେପିକୁ ଶକ୍ତ ଧକ୍କା ମିଳିଛି। ବିଧାନ ପରିଷଦ ନିର୍ବାଚନରେ ବାରାଣାସିରୁ ପରାଜୟର ସମ୍ମୁଖିନ୍ନ କରିଥିବା ଦଳକୁ ପଞ୍ଚାୟତ ନିର୍ବାଚନରେ ମଧ୍ୟ ଶକ୍ତ ଧକ୍କା ମିଳିଛି । ବାରାଣାସିର ୪୦ଟି ଆସନରୁ ବିଜେପି ମାତ୍ର ୮ଟି ଆସନରେ ବିଜୟ ହାସଲ କରିଛି।

ନବୀନଙ୍କ ରାସ୍ତାରେ ଷ୍ଟାଲିନ୍, ସାମ୍ବାଦିକଙ୍କୁ ଘୋଷଣା କଲେ ସମ୍ମୁଖ ଯୋଦ୍ଧା

ନୂଆଦିଲ୍ଲୀ: ବାଟ ଦେଖାଇଲେ ନବୀନ, ଅନୁସରଣ କରୁଛି ସାରା ଦେଶ। କାଲି ମଧ୍ୟପ୍ରଦେଶ ପରେ ଆଜି ତାମିଲନାଡୁ ଓ କର୍ଣ୍ଣାଟକ ନିଜ ରାଜ୍ୟର ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଛନ୍ତି। ତାମିଲନାଡୁରେ ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ଦେଇଛନ୍ତି ଡିଏମକେ ଅଧ୍ୟକ୍ଷ ଏମକେ ଷ୍ଟାଲିନ୍।

କରୋନା ଭଳି ମହାମାରୀ ସମୟରେ ଲୋକଙ୍କ ପାଖରେ ସଠିକ ତଥ୍ୟ ପହଞ୍ଚାଉଛନ୍ତି ସାମ୍ବାଦିକ। ଲୋକଙ୍କୁ କରୋନା ସମ୍ପର୍କରେ ସଚେତନ କରାଉଛନ୍ତି। ତେଣୁ ସେମାନଙ୍କ ଗୁରୁତ୍ୱପୂର୍ଣ୍ଣ କାମକୁ ନଜରରେ ରଖି ତାମିଲନାଡ଼ୁରେ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧାର ଆଖ୍ୟା ଦିଆଯାଇଛି। ଏଥିସହିତ ସାମ୍ବାଦିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ମଧ୍ୟ କହିଛନ୍ତି

ସେହିପରି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ମଧ୍ୟ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଛନ୍ତି।  ସେହିଭଳି ଉତ୍ତରପ୍ରଦେଶ ସରକାର ମଧ୍ୟ ସାମ୍ବାଦିକଙ୍କୁ ଅଗ୍ରାଧିକାର ଭିତ୍ତିରେ ଟିକା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ମଧ୍ୟପ୍ରଦେଶ ସରକାର ମଧ୍ୟ ସାମ୍ବାଦିକଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧା ମାନ୍ୟତା ଦେଇଥିଲେ।

ଏହା ପୂର୍ବରୁ ଓଡ଼ଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ମୁଖ ଯୋଦ୍ଧାର ମାନ୍ୟତା ଦେଇସାରିଛନ୍ତି। ସାମ୍ବାଦିକଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବାରେ ଓଡିଶା ପ୍ରଥମ ରାଜ୍ୟ ହୋଇଛି।

 

ରାଜ୍ୟରୁ ଆଉ ୯ ହଜାର ୮୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ, ୨ ଜିଲ୍ଲାରେ ହଜାରେ ଉପରେ ଦୈନିକ ମାମଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ଥମିବାର ନାଁ ନେଉନି । ମେ’ ୪ ମଙ୍ଗଳବାର ଦିନକରେ ରାଜ୍ୟରୁ ଆଉ ୯ ହଜାର ୮୮୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ଟି କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲଲାରୁ ୧୧୩୭ଟି ମାମଲା ଆସିଛି ।

ଅନୁଗୁଳରୁ ୪୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୧୫୧, ବରଗଡ଼ରୁ ୪୮୩, ଭଦ୍ରକରୁ ୫୨, ବଲାଙ୍ଗିରରୁ ୩୨୬, ବୌଦ୍ଧରୁ ୧୨୯, କଟକରୁ ୭୯୦, ଦେବଗଡ଼ରୁ ୭୫, ଢେଙ୍କାନାଳରୁ ୯୦, ଗଜପତିରୁ ୧୧୭, ଗଞ୍ଜାମରୁ ୩୧୦, ଜଗତସିଂହପୁରରୁ ୧୫୬, ଯାଜପୁରରୁ ୨୮୨, ଝାରସୁଗୁ଼ଡ଼ାରୁ ୩୮୬, କଳାହାଣ୍ଡିରୁ ୪୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି କନ୍ଧମାଳରୁ ୫୨, କେନ୍ଦ୍ରାପଡ଼ାରୁ ୧୩୩, କେନ୍ଦୁଝରରୁ ୧୯୫, ଖୋର୍ଦ୍ଧାରୁ ୧୩୩୧, କୋରାପୁଟରୁ ୯୪, ମାଲକାନଗିରିରୁ ୮୬, ମୟୂରଭଞ୍ଜରୁ ୨୪୩, ନବରଙ୍ଗପୁରରୁ ୪୧୪, ନୟାଗଡ଼ରୁ ୨୨୩, ନୂଆପଡ଼ାରୁ ୩୩୫, ପୁରୀରୁ ୪୩୬, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୪୭୦, ସୋନପୁରରୁ ୧୫୮, ସୁନ୍ଦରଗଡ଼ରୁ ୧୧୩୭ ଏବଂ ଷ୍ଟେଟ୍ ପୁଲରୁ ୨୪୯ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଦ୍ୱିତୀୟଥର କରନ୍ତୁ ନାହିଁ RT-PCR ଟେଷ୍ଟ, ICMR ଜାରି କଲା ନୂଆ ଆଡଭାଇଜରି

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ପ୍ରତ୍ୟେକଦିନ ଲକ୍ଷାଧିକ ଲୋକ ସଂକ୍ରମିତ ଦେଉଛନ୍ତି। ତେବେ ଏଭଳି ସ୍ଥିତିରେ ଦେଶରେ ଟେଷ୍ଟିଂ ଓ ଟିକାକରଣ ମଧ୍ୟ ଜାରି ରହିଛି।  ତେବେ କୋଭିଡ ଟେଷ୍ଟିଂ ନେଇ ICMRପକ୍ଷରୁ ନୂଆ ଆଜଭାଇଜରି ଜାରି ହୋଇଛି। ଏହି ଆଡଭାଇଜରରେ ଆରଟିପିସିଆର୍ ଟେଷ୍ଟକୁ ସର୍ବନିମ୍ନ କରିବା ଓ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ବଢ଼ାଇବା କଥା କୁହାଯାଇଛି।

ଆଡଭାଇଜରରେ କୁହାଯାଇଛି ଯେ ଆଇସୋଲେସନ ଓ ଘରେ ରହି ଚିକିତ୍ସା କଲେ ସଂକ୍ରମଣ ରୋକାଯାଇପାରିବ। ସାରା ଦେଶରେ ୩ଟି ସିଫ୍ଟରେ ଦୈନିକ ୧୫ଲକ୍ଷ ଟେଷ୍ଟିଂ କ୍ଷମତା ରହିଛି । ତେବେ ଥରେ ପଜିଟିଭ ହୋଇଥିଲେ ଠିକ୍‌ ହେବା ପରେ ଆଉଥରେ ରାପିଡ ଆଣ୍ଟିଜେନ ଟେଷ୍ଟ (RAT) କିମ୍ବା RT-PCR ଟେଷ୍ଟ କରନ୍ତୁ ନାହିଁ । ମେଡିକାଲରୁ ଡିସଚାର୍ଜ ହୋଇଥିଲେ ଆଉଥରେ ଟେଷ୍ଟ ଅନାବଶ୍ୟକ।

ଏଥିରେ ଆହୁରି କୁହାଯାଇଛି ଯେ MoH ଦ୍ୱାରା ଜାରି ଡିସଚାର୍ଜ କଟକଣା ମାନିଥିଲେ ଟେଷ୍ଟିଂ ଅନାବଶ୍ୟକ । ସଂକ୍ରମଣ ସନ୍ଦେହରେ RT-PCR ଟେଷ୍ଟ କରିଥିଲେ ସଙ୍ଗରୋଧରେ ରହିବେ। ସଂକ୍ରମଣ ଏଡାଇବା ପାଇଁ ଲକ୍ଷଣଯୁକ୍ତଙ୍କୁ ଯିବାଆସିବା ବାରଣ କରାଯାଇଛି। ଲକ୍ଷଣବିହୀନ ଟ୍ରାଭେଲ କରୁଥିଲେ ଅଣ୍ଡରଟେକିଂ ଦେବା ବାଧ୍ୟ। ରାଜ୍ୟମାନେ ମୋବାଇଲ RT-PCR ଟେଷ୍ଟିଂ ବଢାଇପାରିବେ।

ତେବେ ଏହା ବ୍ୟତୀତ ନୂଆ ଆଜଭାଇଜରିରେ ଘରୋଇ ଓ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣ୍ଟିଜେନ୍(RAT) ଟେଷ୍ଟକୁ ଅନୁମତି ମିଳିଛି । ବିଭିନ୍ନ ସହର ଓ ଗାଁରେ RAT ଟେଷ୍ଟ ବୁଥ୍‌ କରିବାକୁ ପରାମର୍ଶ ଦିଆଯାଇଛି। ଦିନରାତି ୨୪ଘଣ୍ଟା ଏହି RAT ଟେଷ୍ଟିଂ ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହାର କେନ୍ଦ୍ରରେ ପଲିଥିନ ମନା, ଜାଣନ୍ତୁ କେମିତି ନେବେ ପାର୍ସଲ…

ଭୁବନେଶ୍ୱର: ଲକଡାଉନରେ ଖୋଲା ରହିବ ଆହାର କେନ୍ଦ୍ର । ଖାଇ ହେବନି, କିନ୍ତୁ ପାର୍ସଲ ନେଇ ପାରିବେ । ତେବେ ରାଜ୍ୟରେ ସିଙ୍ଗଲ୍ ୟୁଜ ପ୍ଲାଷ୍ଟିକ୍ ଏବଂ ପଲିଥିନ୍ ବ୍ୟାନ କରାଯାଇଥିବାରୁ କୌଣସି ଆହାର କେନ୍ଦ୍ରରେ ଏଥିରେ ଖାଦ୍ୟ ଦିଆଯିବ ନାହିଁ । ଏନେଇ ଜିଲ୍ଲା ଆଧାର ସୋସାଇଟିକୁ ଓଏସଡି ଆହାର ଚିଠି ଲେଖି ଜଣାଇଛନ୍ତି ।

ରାଜ୍ୟରେ ମେ ୫ରୁ ୧୯ ଯାଏ ଲକଡାଉନ୍ ଲାଗୁ ହେବ । ଏହି ସମୟରେ ଆହାର କେନ୍ଦ୍ର ଖୋଲା ରହିବ । ସାମାଜିକ ଦୂରତା ରକ୍ଷା କରି ଆହାର କେନ୍ଦ୍ର ଗୁଡ଼ିକରେ ଖାଦ୍ୟ ପାର୍ସଲ୍ ଦେବାକୁ କୁହାଯାଇଛି । ପଲିଥିନ ନିଷିଦ୍ଧ ଥିବାରୁ ଖାଦ୍ୟ ନେବାକୁ ଆସୁଥିବା ବ୍ୟକ୍ତିଙ୍କୁ ନିଜର ଟିଫିନ୍ କ୍ୟାରିଅର ଆଣିବାକୁ ପଡ଼ିବ । ନଚେତ୍ ଖାଦ୍ୟ ମିଳିବ ନାହିଁ । ଏଥିସହ ଲକଡାଉନକୁ ଦୃଷ୍ଟିରେ ରଖି ଆହାର କେନ୍ଦ୍ରରେ ମିଲ୍ ସଂଖ୍ୟା ହ୍ରାସ୍ କରାଯାଇଛି ।

ଲକଡାଉନରେ ବାଇକରେ ଯାଇପାରିବେନି ୨ଜଣ

ଭୁବନେଶ୍ୱର: କରୋନା ଚେନରେ ବ୍ରେକ୍ ଲଗାଇବା ପାଇଁ ଆସନ୍ତାକାଲିଠୁ ଆରମ୍ଭ ହେଉଛି ରାଜ୍ୟବ୍ୟାୀ ୧୪ ଦିନିଆ ଲକଡାଉନ୍। ଏହି ସମୟରେ ଅଟୋ, ବସ୍ ଟ୍ୟାକ୍ସି ଓ ରିକ୍ସା ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ। ସମସ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ତେବେ ଯଦି ଆପଣ ରେଳ ଷ୍ଟେସନ, ମେଡିକାଲ ଯିବା ପାଇଁ ନିଜର କିମ୍ବା ଭଡ଼ା ଗାଡ଼ିରେ ଯାଉଛନ୍ତି ତେବେ ସେଥିପାଇଁ ମଧ୍ୟ କିଛି ନିୟମ ଜାରି କରିଛନ୍ତି ରାଜ୍ୟ ସରକାର।

ବାଇକରେ କେବଳ ଜଣେ ଯାଇପାରିବେ। ସେହିଭଳି ଅଟୋ, କାର୍, ଟ୍ୟାକ୍ସି, ଭଡ଼ା କ୍ୟାବରେ ଯାଉଥିଲେ, ଡ୍ରାଇଭରଙ୍କ ସହ ପଛ ସିଟରେ ମାତ୍ର ୨ ଜଣ ଯାତ୍ରା କରିପାରିବେ।  ତେବେ ଏମାନଙ୍କୁ କେବଳ କୋଭିଡ ପରୀକ୍ଷା କେନ୍ଦ୍ର, ଡାକ୍ତରଖାନା, ଏୟାରପୋର୍ଟ, ରେଳ ଷ୍ଟେସନ, ବାହାଘର ଓ ଶୁଦ୍ଧ କ୍ରିୟାରେ ଯିବାକୁ ଅନୁମତି ମିଳିବ।

ପିକଅପ୍ ଭ୍ୟାନ୍ ସହ ୭୦ ପ୍ୟାକେଟ୍ ଆଳୁ ଜବତ

ଖୋର୍ଦ୍ଧା: ଲକଡାଉନ୍ ଭୟରେ ବଜାରରେ ଭିଡ଼ । ଫାଇଦା ନେଉଛନ୍ତି ଅସାଧୁ ବ୍ୟବସାୟୀ । ବଜାରରେ ପରିବା ପାଇଁ ଲୋକଙ୍କ ଭିଡ଼ ଦେଖି ପନିପରିବାର ଦର ବଢ଼ିଛି । ଅନ୍ୟପଟେ କିଛି ଅସାଧୁ ବ୍ୟବସାୟୀ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ଆଳୁ, ପିଆଜ ଭଳି ପରିବାକୁ ବେଆଇନ୍ ଭାବେ ଗଚ୍ଛିତ ରଖି କଳାବଜାରୀ କରିବାକୁ ଚେଷ୍ଟା କରୁଛନ୍ତି ।

ଖୋର୍ଦ୍ଧା ଯୋଗାଣ ବିଭାଗ ପକ୍ଷରୁ ସହରରେ ବିଭିନ୍ନ ଦୋକାନରେ ଚଢ଼ାଉ  ବେଳେ ଏକ ଆଳୁ ବୋଝେଇ ମିନି ଟ୍ରକ ଯୋଗେ ଧରାପଡ଼ିଛି । ଆଳୁ ବୋଝେଇ ଗାଡ଼ିଟି ଦ୍ରୁତଗତିରେ ପଳାଉଥିଲା । ଯୋଗାଣ ବିଭାଗ ପକ୍ଷରୁ ଗାଡ଼ିଟିକୁ ଅଟକାଇ କାଗଜ ପତ୍ର, ବିଲ୍ ଯାଞ୍ଚ କରାଯାଇଥିଲା । ଗାଡ଼ିରେ ପ୍ରାୟ ୭୦ ପ୍ୟାକେଟ ଆଳୁ ଥିବାବେଳେ କୌଣିସ ବିଲ୍ ନଥିଲା । ଫଳରେ ୭୦ ପ୍ୟାକେଟ ଆଳୁ, ସହ ଟ୍ରକ ଜବତ କରି ବିଭାଗ ତଦନ୍ତ ଚଳାଇଛି ।

ଦୀପିକାଙ୍କ ପୂରା ପରିବାରକୁ କରୋନା, ଡାକ୍ତରଖାନାରେ ଭର୍ତ୍ତି ହେଲେ ପିତା ପ୍ରକାଶ ପାଦୁକୋନ

ମୁମ୍ବାଇ: କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ନିଜର କରାଳ ରୂପ ଦେଖାଉଛି। ପ୍ରତ୍ୟେକ ଦିନ ଲକ୍ଷୀଧିକ ଲୋକ ସଂକ୍ରମିତ ହେବା ସହ ହଜାର ହଜାରଲୋକଙ୍କ ମୃତ୍ୟୁ ହେଉଛି। ଏହାର ପ୍ରଭାବ ବଲିଉଡରେ ବି ପଡ଼ିଛି। ଅନେକ ବଲିଉଡ ସେଲେବ୍ରିଟି ସଂକ୍ରମିତ ହୋଇଛନ୍ତି । ତେବେ ବର୍ତ୍ତମାନ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି।

 

View this post on Instagram

 

A post shared by Deepika Padukone (@deepikapadukone)

କିଛିଦିନ ପୂର୍ବରୁ ତାଙ୍କ ପିତା ପୂର୍ବତନ ବ୍ୟଡମିଣ୍ଟନ ଚାମ୍ପିୟନ ପ୍ରକାଶ ପାଦୁକୋନ ମଧ୍ୟ ପଜିଟିଭ ଚିହ୍ନ ହୋଇଥିଲେ । ନିକଟରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ଦୀପିକା ମଧ୍ୟ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସୂଚନା ମୁତାବକ ପ୍ରକାଶ ପାଦୁକୋନ ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ୨-୩ ଦିନ ଭିତରେ ସେ ଡାକ୍ତରଖାନାରୁ ଡିସଚାର୍ଯ ହୋଇପାରନ୍ତି।

ତେବେ କବଳ ଏହି ଦୁହେଁ ନୁହଁ ଦୀପିକାଙ୍କ ମାଆ ଓ ଭଉଣୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ଦୀପିକା ନିଜ ପରିବାର ସହ ବେଙ୍ଗାଲୁରୁରେ ଅଛନ୍ତି । ଫ୍ୟାନମାନେ ଦୀପିକା ଓ ତାଙ୍କ ପରିବାରର ଆଶୁଆରୋଗ୍ୟ କାମନା କରିଛନ୍ତି। ଦୀପିକାଙ୍କ ପୂର୍ବରୁ ଆଲିଆ ଭଟ୍ଟ, ଭୁମି ପେଡନେକର, ବିକି କୌଶଲ, କ୍ୟାଟ୍ରିନା କୈଫ, ଅକ୍ଷୟ କୁମାର ଏବଂ ସୋନୁ ସୁଦଙ୍କ ଭଳି ତାରକା କରୋନା ସଂକ୍ରମିତ ହୋଇଛନ୍ତି।

ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଆସିଲେ ୧୪ ଦିନିଆ କ୍ୱାରେଣ୍ଟାଇନ୍

ଭୁବନେଶ୍ୱର: ପଡ଼ୋଶୀ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ କରୋନା ଭୂତାଣୁର ନୂଆ ରୂପ ସାମ୍ନାକୁ ଆସିଛି । କରୋନାର ଭିରୁଲେଣ୍ଟ ଭାରିଆଣ୍ଟ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ଚିହ୍ନଟ ପରେ ସତର୍କ ହୋଇଛି ଓଡ଼ିଶା । ରାଜ୍ୟରେ ନୂଆ ଭୂତାଣୁର ପ୍ରବେଶ ରୋକିବାକୁ ଏସଆରସି କଟକଣା ଜାରି କରିଛନ୍ତି । ସୀମାବର୍ତ୍ତୀ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ଏସଆରସି ।

ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ଲାଗି ରହିଥିବା ୬ ଜିଲ୍ଲାର ସୀମାରେ ବର୍ଡର ଚେକ୍ ପୋଷ୍ଟ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି । ଏଥିସହ ଉଭୟ ରାଜ୍ୟରୁ ଓଡ଼ିଶା ଆସୁଥିବା ସମସ୍ତଙ୍କ ଉପରେ ନଜର ରଖାଯିବ । ଯିଏ କେହି ବି ତେଲଙ୍ଗାନା କିମ୍ବା ଆନ୍ଧ୍ରପ୍ରଦେଶରୁ ଆସିବେ, ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ୧୪ ଦିନ ଲାଗି ବାଧ୍ୟତାମୂଳକ ଗୋଷ୍ଠୀ ସଂଗରୋଧରେ ରଖିବା ନେଇ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟ ରାଜ୍ୟରୁ ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଦେଇ ଓଡ଼ିଶାକୁ ଆସି ହେବ । ୨ ରାଜ୍ୟରୁ ଆସୁଥିବା ସମସ୍ତ ଯାତ୍ରୀ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବ । ଯାତ୍ରାର ୪୮ ଘଣ୍ଟା ପୂର୍ବର ଆରଟି-ପିସିଆର୍ କୋଭିଡ୍ ନେଗେଟିଭ୍ ସାର୍ଟିଫିକେଟ୍ କିମ୍ବା ୨ଟି ଡୋଜ୍ ଟିକା ନେଇଥିବା ପ୍ରମାଣପତ୍ର ଥିଲେ ୭ ଦିନ ଲାଗି ହୋମ୍ ଆଇସୋଲେସନରେ ରହିବାକୁ ଅନୁମତି ମିଳିବ । ହୋମ୍ କ୍ୱାରେଣ୍ଟାଇନରେ ରହିବା ବେଳେ ନିୟମ ନମାନିଲେ ତାଙ୍କୁ ଗୋଷ୍ଠୀ ସଂଗରୋଧ କେନ୍ଦ୍ରରେ ୭ ଦିନ ରଖାଯିବ ।