ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ନୂଆ ନିଷ୍ପତ୍ତି, ଆଇପ୍ୟାକରୁ ନେବେ ଅବ୍ୟାହତି

1 min read

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ତାମିଲନାଡୁରେ ଡିଏମକେ- କଂଗ୍ରେସ ମେଣ୍ଟର ବିଜୟର କାରଣ ହୋଇଥିବା ପଲିଟିକାଲ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋରଙ୍କ ନୂଆ ନିଷ୍ପତ୍ତି । ଇଣ୍ଡିଆନ ପଲିଟିକାଲ କମିଟି ବା ଆଇପାକ ତ୍ୟାଗ କରିବା ଲାଗି ଘୋଷଣା କରିଛନ୍ତି ପ୍ରଶାନ୍ତ । ଯଦିଓ ୨୦୨୬ ମସିହା ଯାଏ ପ୍ରଶାନ୍ତ କିଶୋର ନେତୃତ୍ବାଧୀନ ଇଣ୍ଡିଆନ ପଲିଟିକାଲ କମିଟି ବା ଆଇପାକ ସହ ତୃଣମୂଳ ଚୁକ୍ତି କରିଛି ତଥାପି ପ୍ରଶାନ୍ତ ଏହି ନିଷ୍ପତ୍ତି ନେଇଛନ୍ତି ।

ପ୍ରଶାନ୍ତଙ୍କ  ଦୃଢ ଦୃଷ୍ଟିଭଙ୍ଗୀ ଓ ଗୋଟିଚାଳନା ଯୋଗୁ ପଶ୍ଚିମବଙ୍ଗରେ ପୁଣି ଥରେ କ୍ଷମତାସୀନ ହୋଇଥିଲା ତୃଣମୂଳ । ତେବେ ପ୍ରଶାନ୍ତଙ୍କ ବିନା ଆଇପାକ କିପରି କାର୍ଯ୍ୟ କରିବ ତାହା ନେଇ ଏବେ ଚାଲିଛି ଚର୍ଚ୍ଚା । ଆଇପାକରେ ସମ୍ପ୍ରତି ୯ ଜଣ ସଦସ୍ୟ ରହିଛନ୍ତି । ତେବେ ସମସ୍ତ ରାଜ୍ୟ ନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଆଇପାକ ଭାଗ ନେବ ବୋଲି ସୂଚନା ଦିଆଯାଇଛି । ଆସନ୍ତାବର୍ଷ ଗୁଜରାଟ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆରେ ନିର୍ବାଚନ ହେବାକୁ ଯାଉଛି । ସେ କହିଛନ୍ତି- ଦୀର୍ଘ ସମୟ ଧରି ସେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏବେ ସେ ଦାୟିତ୍ବରୁ ଅବ୍ୟାହତି ନେଇଛନ୍ତି ।

Leave a Reply