୨୪ ଘଣ୍ଟାରେ ଦେଶରେ ୨,୫୪୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୨ ହଜାର ୨୨୪ ନୂଆ ସଂକ୍ରମିତ । ସେହିପରି  ଆଉ ୨୫ଶହ ୪୨ ଜୀବନ ନେଇଛି ମହାମାରୀ । ଏହାସହ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧ ଲକ୍ଷ ୭ ହଜାର  ୬ଶହ ୨୮ ଜଣ ସଂକ୍ରମିତ  । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୬ ଲକ୍ଷ  ୩୩ ହଜାର ୧୦୫ରେ ପହଞ୍ଚିଛି  ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏବେ ସୁଦ୍ଧା କରୋନାରୁ ମୋଟ ୨ କୋଟି ୮୩ ଲକ୍ଷ ୮୮ ହଜାର ୧ ଶହ ସଂକ୍ରମିତ ସୁସ୍ଥ ହୋଇଛନ୍ତି  । ଏବଂ ବର୍ତ୍ତମାନ ସୁଦ୍ଧା ଦେଶରେ ୮ ଲକ୍ଷ ୬୫ ହଜାର ୪୩୨ ସକ୍ରିୟ ମାମଲା ରହିଛି  । ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯ ହଜାର ୫୭୩କୁ ବୃଦ୍ଧି ପାଇଛି  । ସେପଟେ ଦେଶରେ ଟିକାକରଣ ଜାରି ଥିବା ବେଳେ ମୋଟ ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ଜଣଙ୍କୁ ଟିକା ଦିଆଯାଇଛି  ।

ସେହିପରି ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ୭,୬୫୨ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୫,୧୭୬ଜଣ ସୁସ୍ଥ ହୋଇଛନ୍ତି । ଏବଂ ୧,୪୫୮ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ସୁଦ୍ଧା ଏଠାରେ ୫୯.୨୪ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୫୬.୬୯ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବଂ  ସମୁଦାୟ ୧.୧୪ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧.୩୮ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଦିନ ୨୨୮ଜଣ କରୋନା ପଜିଟିଭ୍ ହୋଇଛନ୍ତି । ୩୬୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏବଂ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୧୪.୩୧ ଲକ୍ଷ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ଏଥିମଧ୍ୟରୁ ୧୪.୦୩ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇଥିବାବେଳେ ୨୪,୮୫୧ ରୋଗୀଙ୍କ ମୃତ୍ୟୁ ହୋଇଛି। ଏଠାରେ ୩,୦୭୮ ରୋଗୀ ଚିକିତ୍ସିତ ହେଉଛନ୍ତି।

Leave a Reply