spot_img
Home Blog Page 5629

ରାଜ୍ୟରେ ଆଉ ୧୧୦୯୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧୧୦୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୬୨୧୪ ଓ ଲୋକାଲ କଣ୍ଟାକ୍ଟରୁ ୪୮୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନୁଗୁଳରୁ ୫୫୨, ବାଲେଶ୍ୱର ୪୦୮, ବରଗଡ଼ ୩୩୯, ଭଦ୍ରକ ୪୩୧, ବଲାଙ୍ଗୀର ୨୮୮, ବୌଦ୍ଧ ୨୧୩, କଟକ ୮୬୭, ଦେବଗଡ଼ ୧୦୭, ଢେଙ୍କାନାଳ ୧୬୨, ଗଜପତି ୮୨, ଗଞ୍ଜାମ ୧୯୬, ଜଗତସିଂହପୁର ୩୦୨, ଯାଜପୁର ୩୭୮, ଝାରସୁଗୁଡ଼ା ୩୦୭, କଳାହାଣ୍ଡି ୨୯୯, କଳାହାଣ୍ଡି ୮୮, କେନ୍ଦ୍ରାପଡ଼ା ୧୫୬, କେନ୍ଦୁଝର ୧୬୫, ଖୋର୍ଦ୍ଧା ୧୪୬୦, କୋରାପୁଟ ୨୮୦, ମାଲକାନଗିରି ୧୦୨, ମୟୂରଭଞ୍ଜ ୫୦୭, ନବରଙ୍ଗପୁର ୩୫୧, ନୟାଗଡ଼ ୨୭୭, ନୂଆପଡ଼ା ୨୩୨, ପୁରୀ ୩୫୬, ରାୟଗଡ଼ା ୧୭୦, ସମ୍ୱଲପୁର ୫୪୭, ସୋନପୁର ୨୫୨, ସୁନ୍ଦରଗଡ଼ ୯୮୩ ଓ ଷ୍ଟେଟ୍ ପୁଲରୁ ୨୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ୟଶ’: ୨୩ରୁ ୨୫ ତାରିଖ ମଧ୍ୟରେ ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ୍

ଆସୁଛି ବାତ୍ୟା ‘ୟଶ’: ୨୩ରୁ ୨୫ ତାରିଖ ମଧ୍ୟରେ ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ୍

ଭୁବନେଶ୍ୱର: ମେ’ ମାସରେ କମୁନି ବାତ୍ୟା ଭୟ । ଆସୁଛି ବାତ୍ୟା ‘ୟଶ’ । ଆସନ୍ତା ୨୩ରୁ ୨୫ ମଧ୍ୟରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ । ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ଲଘୁଚାପରେ ପରିଣତ ହୋଇ ଭୟଙ୍କର ବାତ୍ୟାର ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । କୋଲକାତାର ଅଲିପୁର ପାଣିପାଗ କେନ୍ଦ୍ର ଏହାକୁ ମହାବାତ୍ୟା ବୋଲି କହିଛି । ଏହି ବାତ୍ୟାକୁ ୟଶ ନାଁ ଦେଇଛି ଆଇଏମଡି । ଗତବର୍ଷର ଅମ୍ଫାନଠାରୁ ଏହା ଅଧିକ ଭୟଙ୍କର ହେବ ।

ସୁପର ସାଇକ୍ଲୋନ୍ ବା ମହାବାତ୍ୟାର ରୂପ ନେଇପାରେ । ସୁନ୍ଦରବନକୁ ମେ ୨୩ରୁ ୨୫ ମଧ୍ୟରେ ହିଟ୍ କରିବ ବୋଲି ସ୍ପଷ୍ଟ କରି ଅଲିପୁର ପାଣିପାଗ କେନ୍ଦ୍ର। । ସେପଟେ ଜୁନ୍ ୧ ତାରିଖ ସୁଦ୍ଧା ମୌସୁମୀ କେରଳ ଓ ଜୁନ୍ ପ୍ରଥମ କିମ୍ବା ଦ୍ବିତୀୟ ସପ୍ତାହରେ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି । ସମ୍ଭାବ୍ୟ ବାତ୍ୟା ଓ ମୌସୁମୀ ପୂର୍ବରୁ ରାଜ୍ୟର ୧୩ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆଜି ନୂଆପଡ଼ା, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ସମେତ ଦକ୍ଷିଣ ଓଡ଼ିଶାର ରାୟଗଡ଼ା, ଗଜପତି, କୋରାପୁଟ ଓ ମାଲକାନଗିରି  ଜିଲ୍ଲାରେ ବର୍ଷାର ସମ୍ଭାବନା ଅଛି ।

ଏଥିସହିତ ପଢ଼ନ୍ତୁ: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ବାତ୍ୟାର ରୂପ ନେବା ଆଶଙ୍କା

ଯେଉଁଠି ରୁହନ୍ତି ଆଲେକଜାଣ୍ଡରଙ୍କ ବଂଶଧର,ରାତି ହେଲେ ବାହାର ଲୋକଙ୍କ ପାଇଁ ଗାଁ ମନା

ପାହଡ ବନାନି ଘେରା ଏକ ଛୋଟିଆ ଗାଁ । ଯାହାର ସୁନ୍ଦରତାକୁ ଦେଖିଲେ କାହାର ବି ମନମୋହିଯିବ । ହିମାଳୟର ଉପରିଭାଗରେ ଅବସ୍ଥିତ ଥିବା ଏହି ପ୍ରାଚୀନ ଗାଁ, ନିଜ ଭିତରେ ଲୁଚାଇ ରଖିଛି ଅନେକ ରହସ୍ୟ । ହିମାଚଳ ରାଜ୍ୟର କୁଲୁ ଉପତ୍ୟକାର ଉତ୍ତରପୂର୍ବ ରେ ରହିଛି ଏହି ଗାଁ ମଲାଣା । ମଲାଣା ଗାଁ ଆଧୁନିକ ଦୁନିଆଠୁ ଖୁବ୍ ଦୂରରେ । ସେଥିପାଇଁ ଏହି ଗାଁରେ ଥିବା ଲୋକମାନଙ୍କର ଭିନ୍ନ ଧରଣର ଜୀବନଶୈଳୀ ଓ ଚାଲିଚଳନ ରହିଛି । ମଲାଣା ଗାଁର ଇତିହାସ ଖୁବ୍ ପୁରାତନ । କୁହାଯାଏ ଏହି ଗାଁରେ ଜମୁଲୁ ନାମକ ଜଣେ ଋଷି ରହୁଥିଲେ ଯିଏକି ଏଠାରେ ପ୍ରଚଳିତ ଥିବା ନିୟମକାନୁନକୁ ତିଆରି କରିଥିଲେ । ଆର୍ଯ୍ୟଙ୍କ ସମୟରୁ ଜମୁଲୁ ରୁଷିଙ୍କର ପୂଜା କରାଯାଉଥିଲା ବୋଲି ମଧ୍ୟ କୁହାଯାଏ । ଏଠାକାର ଲୋକଙ୍କ କହିବା ଅନୁସାରେ ଏହି ଗାଁର ଗଣତନ୍ତ୍ର ସବୁଠୁ ପୁରାତନ । କିଛି ଲୋକ ମଲାଣା ଗାଁର ଲୋକଙ୍କୁ ଜମୁଲୁ ଋଷିଙ୍କର ବଂଶଜ ବୋଲି କୁହନ୍ତି । ହେଲେ ଏହି ଗାଁଲୋକଙ୍କ ଅନୁସାରେ ସେମାନେ ଆଲେକଜାଣ୍ଡାରଙ୍କ ସୈନିକମାନଙ୍କର ବଂଶଜ । । ଆଲେକଜାଣ୍ଡାରଙ୍କ ସହିତ ଭାରତ ଆସିଥିବା ଏହି ସୈନିକ ପରେ ସବୁଦିନ ପାଇଁ ମଲାଣ ଗାଁରେ ରହିଯାଇଥିଲେ ବୋଲି କୁହାଯାଏ । ଆହୁରି ମଧ୍ୟ ଶୁଣିବାକୁ ମିଳେ ଯେ ଭାରତରେ ମୋଗଲଶାସନ ସମୟରେ ଥରେ ଅକବର୍ ଏହି ଗାଁଙ୍କୁ ନିଜର ଚିକିତ୍ସା କରାଇବାକୁ ଆସିଥିଲେ । ଯେବେ ସେ ସଂମ୍ପୂର୍ଣ୍ଣ ରୂପେ ଠିକ୍ ହୋଇଗଲେ ସେତେବେଳେ ଏହି ଗାଁର ଲୋକଙ୍କୁ ସବୁଦିନ ପାଇଁ କରଛାଡ କରିଦେଇଥିଲେ । ଏ ତ ଥିଲା ଇତିହାସର କଥା । ହେଲେ ଏହି ଗାଁର ଲୋକେ ନିଜ ଧର୍ମ,ଭାଷା,ପରମ୍ପରା ପାଇଁ ବି ବେଶ୍ ପରିଚିତ ।

ଏମାନେ ନିଜର ଧର୍ମ,ସଂସ୍କୃତି ଓ ଦେବତାକୁ ନେଇ ଖୁବ୍ ଅଧିକ ବିଶ୍ୱାସୀ । ତେଣୁ କରି ବାହାରୁ କେହି ବି ଅଜଣା ଲୋକ ଏହି ଗାଁକୁ ବୁଲିବାକୁ ଆସିଲେ ,ସେମାନେ ନିଜର ପୂଜାଘର,ଠାକୁର କିମ୍ବା ପୁରାତନ ଦେବସ୍ଥଳୀ ଗୁଡିକୁ ସ୍ଫର୍ଶ କରିବାକୁ ଅନୁମତି ଦେଇନଥାନ୍ତି । ଏହି ଗାଁର ଲୋକେ କନାଶି ଭାଷାରେ କଥା ହୁଅନ୍ତି । ଯାହା ଆମ ଦେଶରେ ଆଉ କେଉଁ ଅଂଚଳରେ ବି ବ୍ୟବହାର ହୁଏନି । ଏହି ଭାଷା ଶୁଣିବାକୁ ଖୁବ୍ ରହସ୍ୟମୟୀ ଲାଗେ । ମଲାଣାର ଗାଁ ଲୋକେ କନାଶି ଭାଷାକୁ ଏକ ପବିତ୍ର ଭାଷା ବୋଲି କୁହନ୍ତି ।

ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହି ଗାଁକୁ ବୁଲିବାକୁ ଆସନ୍ତି ସତ ହେଲେ ଏହି ଗାଁର ନୀତି ନିୟମ ଅନୁସାରେ ହିଁ ଏଠାରେ ବୁଲିବାର ଅନୁମତି ପାଆନ୍ତି । ପର୍ଯ୍ୟଟକମାନେ ବୁଲିସାରି ଏହି ଗାଁରେ ରହିବାର କୈାଣସି ବ୍ୟବସ୍ଥା ନାହିଁ । ଯଦି କେହି ବୁଲିବାକୁ ଆସନ୍ତି ତାହାଲେ ସେମାନେ ସଂନ୍ଧ୍ୟା ପୂର୍ବରୁ ଏ ଗାଁରୁ ପ୍ରସ୍ଥାନ କରିବା ଜରୁରୀ । ତାସହ ମଲାଣା ଗାଁର ବୟସ୍କ ଲୋକେ ଛୁଆଁ ଅଛୁଆଁକୁ ନିଜର ପରମ୍ପରା ମାନନ୍ତ ି । ଏବେବି ଏହି ଗାଁର ଏମିତି କିଛି ଦୋକାନ ବଜାର ରହିଛି । ଯେଉଁଠୁ ଆପଣ ଜିନିଷ କିଣିଲେ ଆପଣଙ୍କୁ ହାତ ହାତି କେହି ବି ଜିନିଷ ଦେବେନାହିଁ କିମ୍ବା ହାତାହାତି ପଇସା ନେବେନାହିଁ । ଗୋଟିଏ ସ୍ଥାନରେ ସେମାନେ ଜିନିଷ ରଖିବେ ଆଉ ଆପଣ ବି ସେଇଠି ପଇସା ରଖନ୍ତୁ ବୋଲି ସେମାନେ କହିବେ । ଏହି ଗାଁରେ ଲୋକେ ବିବାହ ପାଇଁ ବି ଏକ ନିର୍ଦ୍ଦିଷ୍ଟ ନିୟମ ରଖିଛନ୍ତି ।

ମଲାଣା ଗାଁର ଲୋକେ କେବଳ ସେହି ଗାଁ ଭିତରେ ହିଁ ବିବାହ କରିପାରିବେ । ଏହି ଗାଁର ଲୋକେ ଅନ୍ୟ କେଉଁ ଗାଁରୁ ଯଦି ବିବାହ କରନ୍ତି । ତେବେ ତାଙ୍କୁ ଗାଁରୁ ବାସନ୍ଦ କରିଦିଆଯାଏ । କିନ୍ତୁ ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଏହି ଗାଁରେ ଅଧାରୁ ଅଧିକ ଯୁବକ ଡ୍ରଗ୍ସ ତିଆରି କରିବାର କାମ କରୁଛନ୍ତି । କାହିଁକି ନା ମଲାଣା ଗାଁରେ ଗଂଜେଇ,ଚରସ ଆଦି ନିଶାଦ୍ରବ୍ୟ ବହୁଳ ପରିମାଣରେ ଉତ୍ପାଦନ ହୁଏ । ଆଉ ଏହି ନିଶାଦ୍ରବ୍ୟର ବାହାର ରାଜ୍ୟକୁ ଚାଲାଣ କରିବାର ରେକର୍ଡ ମଧ୍ୟ ମଲାଣାର ରହିଛି । ସେଥିପାଇଁ ଏହି ଗାଁର ନିୟମକାନୁନକୁ ଜମଲୁ ଦେବତାଙ୍କର ଆଦେଶ କହି ଗାଁ ଲୋକେ ପର୍ଯ୍ୟଟକମାନଙ୍କୁ ରାତ୍ରିଯାପନ କରିବାକୁ ଅନୁମତି ଦିଅନ୍ତି ନାହିଁ । ଏହାହିଁ ଥିଲା ଭାରତର ଏକ ଅଜବଗଜବ ଗାଁର କଥା ।

ଆସନ୍ନ ପ୍ରସବାଙ୍କୁ କୋଭିଡ ଟେଷ୍ଟିଂ ପାଇଁ ପଠାଇଲେ ଡାକ୍ତର: ଟେଷ୍ଟିଂ ସେଣ୍ଟରରେ ପୁତ୍ର ସନ୍ତାନକୁ ଜନ୍ମ ଦେଲେ ମହିଳା

ନବରଙ୍ଗପୁର: କୋଭିଡ ଟେଷ୍ଟିଂ ସେଣ୍ଟରରେ ପ୍ରସବ । ନବରଙ୍ଗପୁର ଜିଲ୍ଲା ଉମରକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ସୂଚନା ମୁତାବକ ରାଇଘର ବ୍ଳକର ପାରୁଆ ଗ୍ରାମର ଭକ୍ତ ମାଳିଙ୍କ ସ୍ତ୍ରୀ ଉର୍ମିଳା ମାଳି ପ୍ରସବ ଯନ୍ତ୍ରଣା ହେବା ପରେ ୧୦୨ ଯୋଗେ ଉମରକୋଟ ଚିକିତ୍ସାଳୟକୁ ପହଞ୍ଚିଥିଲେ । ଚିକିତ୍ସାଳୟକୁ ପହଞ୍ଚିବା ପରେ ସ୍ତ୍ରୀ ବିଶେଷଜ୍ଞ ଡାକ୍ତର କୋଭିଡ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ । ହେଲେ କୋଭିଡ ଟେଷ୍ଟି ସେଣ୍ଟର ନିକଟରେ ଗର୍ଭବତୀ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଅଳ୍ପ ସମୟ ମଧ୍ୟରେ ଗର୍ଭବତୀ ମହିଳା ଜଣଙ୍କ  ସର୍ବସାଧାରଣ ସ୍ଥଳରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । କରୋନାର ଦ୍ଵିତୀୟ ଲହରରେ ଜିଲ୍ଲାର ସୀମାନ୍ତବର୍ତ୍ତୀ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ବେଶ୍‌ ପ୍ରଭାବିତ କରିଛି । ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସଂକ୍ରମଣର ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ସଂକ୍ରମଣ ଭୟରେ ଲୋକେ ଘରରୁ ବାହାରକୁ ବାହାରିବାକୁ ଭୟ କରୁଛନ୍ତି । ଏହାସହ କୌଣସି ଶାରୀରିକ ସମସ୍ୟା ଦେଖାଦେଲେ ସ୍ୱାସ୍ଥ୍ୟ ସେବା ପାଇଁ ମେଡିକାଲକୁ ଯିବାକୁ ଭୟ କରୁଛନ୍ତି ।

ଏଥିସହିତ ପଢ଼ନ୍ତୁ: ସିଙ୍ଗାପୁରର କୋଭିଡ ଷ୍ଟ୍ରେନ୍ ଲାଗି ରଦ୍ଦ କରାଯାଉ ବିମାନ ସେବା: କେଜ୍ରିୱାଲ୍

ଭାରତୀୟ କ୍ରିକେଟର୍ସଙ୍କ ଲୁଚାଛପା ପ୍ରେମ କାହାଣୀ

ବଲିଉଡ ଷ୍ଟାରଙ୍କ ରିଲେଶନ କିଛି ନୂଆ କଥା ନୁହେଁ । ୮୦ ଦଶକରୁ ଇଣ୍ଡିଆନ କ୍ରିକେଟ ଷ୍ଟାର ଓ ବଲିଉଡ ଡିଭା ପରସ୍ପରକୁ ଡେଟ କରିବାର ନଜିର ରହିଛି । କେବେ ସମ୍ପର୍କ ନିବିଡ଼ ହୋଇ ମାଗାଜିନରେ କଭର ପିକ ହୋଇଛି ତ୍ ଆଉ କେତେବେଳେ ଫ୍ରେଣ୍ଡସିପରେ ସୀମିତ ରହିଛି । ଆଉ ଏ ସମ୍ପର୍କ କେବେ Affair ଆଉ କେବେ ଗସିପ୍ ଚର୍ଚ୍ଚା ସାଉଁଟିଛି । ଷ୍ଟାଇଲିସ ରବି ହୁଅନ୍ତୁ କି କ୍ୟାପଟେନ କୁଲ ଧୋନୀ । ବିରାଟ ହୁଅନ୍ତୁ ଅବା ମୁମ୍ବାଇ ଛୋକ୍ରା ରୋହିତ । ଗ୍ଲାମର ଲେଡିଙ୍କ ସହ ଏମାନଙ୍କ ଡେଟିଂ ବଡ଼ ଖବର ପାଲଟିଛି । ତେବେ ଆଜି ଏ ଭଳି କିଛି କ୍ରିକେଟ ଷ୍ଟାର ଓ ବଲିଉଡ ଡିଭାଙ୍କ ସିକ୍ରେଟ ଡେଟିଂ ବାବଦରେ ସୂଚନା ଦେବି ମୁଁ ପ୍ରାଚୀ , ଯାହା ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଛି । କିନ୍ତୁ କୌଣସି ନା କୌଣସି କାରଣରୁ ଅଧୁରା ରହିଯାଇଛି ।

କ୍ରିକେଟ-ବଲିଉଡ, ଯେଉଁଠି ରାତାରାତି ମିଳେ ଷ୍ଟାରଡମ । ତା ସାଙ୍ଗକୁ ରହିଛି ନେମ, ଫେମ ଓ ପ୍ରେମ । କୁହାଯାଏ କ୍ରିକେଟର – ହିରୋଇନ ରିଲେଶନ ସିଲସିଲା ଆରମ୍ଭ ହୋଇଥିଲା ୭୦ ଦଶକରେ । ପୂର୍ବତନ ଭାରତୀୟ କ୍ରିକେଟ କ୍ୟାପଟେନ ନବାବ ମନସୁର ଅଲି ପଟୌଦୀ ଓ ଶର୍ମିଳା ଟାଗୋରଙ୍କ ବିବାହରୁ ଆରମ୍ଭ ହୋଇଥିଲା ଏହି ସମ୍ପର୍କ । ଏମାନଙ୍କର ସିନା ସଫଳ ହେଲା କିନ୍ତୁ ଏମାନଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଟ୍ରେଣ୍ଡରେ କେବେ କଭି ଖୁସି, କଭି ଗମର ଟ୍ୟାଗ ଲାଗିଲା । ଅନେକ କ୍ରିକେଟର – ହିରୋଇନଙ୍କ ନିକଟତର ଖବର ଆସିଛି । ହେଲେ କିଛି ସମ୍ପର୍କ ରଙ୍ଗ ନେଇଛି, ଆଉ କିଛି ଫିକା ପଡିଛି ।

ରବି ଶାସ୍ତ୍ରୀ-ଅମୃତା ସିଂ:- ଭାରତୀୟ ଦଳର ବର୍ତ୍ତମାନର ମୁଖ୍ୟ କୋଚ୍ ତାଙ୍କ ସମୟରେ ବଲିଉଡ ହିରୋଇନଙ୍କ ଦିଲରେ ରାଜ୍ କରୁଥିଲେ । ସେ ସମୟରେ ରବି ଅନେକ ବଲିଉଡ ହିରୋଇନଙ୍କ ସହ ଡେଟିଂ କରିଥିବା ନେଇ କୁହାଯାଏ । ଏମିତିକି କ୍ରିକେଟର ଆଝାରୁଦ୍ଧିନଙ୍କ ଅଝାର ଫିଲ୍ମରେ ରବିଙ୍କ ଲଭର ବୟ ଇମେଜ ଦର୍ଶାଯାଇଥିଲା । ଏହାକୁ ନେଇ ସେ ସମୟରେ ବିବାଦ ମଧ୍ୟ ସୃଷ୍ଟି ହୋଇଥିଲା ।

ଏମିତି କି କୋର୍ଟ ପର୍ଯ୍ୟନ୍ତ କଥା ଯାଇଥିଲା । ସେ ସମୟର ଚୁଲବୁଲି ନାୟିକା ବେତାବ ଗାର୍ଲ ଅମୃତା ସିଂ ସହ ରବିଙ୍କ ରିଲେଶନ ଚର୍ଚ୍ଚିତ ହୋଇଥିଲା । ସେ ସମୟରେ କ୍ୟାରିଅରର ପିକରେ ଥିବା ରବି-ଅମୃତାଙ୍କ ସମ୍ପର୍କ ବେଶ ଚର୍ଚ୍ଚିତ ହୋଇଥିଲା । ଅନେକ ସମୟରେ ଷ୍ଟାଡିୟମରେ ରବିଙ୍କୁ ଅମୃତା ଚିୟର ଅପ କରୁଥିବା ଚିତ୍ର ସାମ୍ନାକୁ ଆସିଛି । ବିଭିନ୍ନ ହାଇପ୍ରୋଫାଇଲ ପାର୍ଟିରେ ଉଭୟଙ୍କୁ ହମ ସାଥ ସାଥ ହେଁ ମୁଦ୍ରାରେ ଦେଖିବାକୁ ମିଳିଥିଲା । ହେଲେ engagementର କିଛି ଦିନ ପରେ ଉଭୟଙ୍କର ବ୍ରେକ ଅପ ଖବର ଆସିଲା ।

ସୌରଭ-ନଗମା:-
କ୍ରିକେଟକୁ ନୂଆ ରୂପ ଦେଇଥିଲେ ସୌରଭ ଗାଙ୍ଗୁଲି । ସେ ମଧ୍ୟ ଗୋଟେ ସମୟରେ ବଲିଉଡ ସୁନ୍ଦରୀ ନଗମାଙ୍କ ପ୍ରେମରେ ପାଗଳ ଥିବା ଖର ସାମ୍ନାକୁ ଆସିଛି । ବେଙ୍ଗଲ ଟାଇଗର ଭାବେ ପରିଚିତ ଦାଦା, ବଲିଉଡ ଡିବାଙ୍କ ପ୍ରେମ ଜାଲରେ ଛନ୍ଦି ହୋଇଥିଲେ । ତେବେ ନଗମା-ସୌରଭ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ସେତେବେଳେକୁ ଦୀର୍ଘ ଦିନର ବାନ୍ଧବୀ ଡୋନାଙ୍କୁ ବିବାହ କରିସାରିଥିଲେ । ନଗମା-ସୌରଭଙ୍କ ସମ୍ପର୍କ ଯେବେ ଖବରକାଗଜ ପୃଷ୍ଠା ମଣ୍ଡନ କଲା ଡୋନା-ସୌରଭଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଲା । ଶେଷରେ ନଗମା-ସୌରଭଙ୍କ ବାଟ ଅଲଗା ହୋଇଗଲା ।

ଯୁବରାଜ ସିଂ- କିମ ଶର୍ମା:-

ସିକ୍ସର କିଙ୍ଗ ଯୁବରାଜଙ୍କର ଥିଲେ କୋଟି କୋଟି ଫିମେଲ ଫ୍ୟାନ । fieldରେ ଛକା ଚୌକା ମାରି ବୋଲରଙ୍କ ଲାଇନ ଲେନ୍ଥ ବିଗାଡିଥିବା ୟୁବି ଅନେକ ବଲିଉଡ ହିରୋଇନଙ୍କର ନିଦ ଉଡେଇଥିଲେ । ପଞ୍ଜାବୀ ମୁଣ୍ଡା ଯୁବରାଜ କ୍ୟୁଟି କିମିଙ୍କ ମଧ୍ୟରେ ଥିଲା ଷ୍ଟ୍ରଙ୍ଗ ବଣ୍ଡିଙ୍ଗ । ପ୍ରାୟ ୪ ବର୍ଷ ପରସ୍ପରଙ୍କୁ ଡେଟ୍ କରିଥିଲେ ଉଭୟ । ବିଭିନ୍ନ ପାର୍ଟିରେ ଉଭୟଙ୍କୁ ଏକା ସହ ଦେଖିବାକୁ ମିଳିଥିଲା । ହେଲେ ଯୁବରାଜଙ୍କ ମା’ଙ୍କୁ କିମ୍ ପସନ୍ଦ ନଥିଲେ।

ୟୁବି-ଦୀପିକାଙ୍କ ଲଭ ଆଫାୟରକୁ ନେଇ ମଧ୍ୟ ଉଠିଛି ଅନେକ ଚର୍ଚ୍ଚା । 2007 ରେ ଓଁ ଶାନ୍ତି ଓଁ ଜରିଆରେ ବଲିଉଡରେ ଡେବ୍ୟୁ କରିଥିବା ଦୀପିକାଙ୍କ ନାଁ ୟୁବିଙ୍କ ସହ ଜୋଡା ଯାଇଥିଲା । ହେଲେ ଏ ସମ୍ପର୍କ ବେଶୀ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରିନଥିଲା । ଏମିତି ଅନେକ ହିରୋଇନଙ୍କ ସହ ନାଁ ଯୋଡା ଯିବା ପରେ ଶେଷରେ ମଡେଲ-ଆକଟ୍ରେସ ହେଜେଲ କୋଚଙ୍କୁ ବିବାହ କରିଛନ୍ତି ୟୁବି ।

କ୍ୟାପଟେନ କୁଲ ଧୋନୀ-
ୱାର୍ଲଡ଼ କ୍ରିକେଟରେ କ୍ୟାପଟେନ କୁଲ ଭାବେ ମହେନ୍ଦ୍ର ସିଂ ଧୋନୀଙ୍କ ନାଁ ଅନେକ ବଲିଉଡ ହିରୋଇନଙ୍କ ସହିତ ଯୋଡ଼ା ଯାଇଛି । ତାମିଲ ହିରୋଇନ ରାଜଲକ୍ଷ୍ମୀ, ଆସିନଙ୍କ ସହିତ ଜୋଡା ଯାଇଛି । ତେବେ ଏ ସମ୍ପର୍କ ନେଇ କେହି ବି କିଛି ସ୍ପଷ୍ଟୀକରଣ ଦେଇନାହାନ୍ତି ।

ଜାହିର ଖାଁ- ଇସା ସର୍ବାଣି-
ଫାଷ୍ଟ ବୋଲର ଜାହିର ଓ ଫ୍ଲେକ୍ସିବୁଲ ଇସା ପ୍ରାୟ ବର୍ଷେ ପାଇଁ ସିରିୟସ ଵାଲା ରିଲେଶନସିପରେ ଥିଲେ । ଉଭୟଙ୍କୁ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ଦେଖିବାକୁ ମିଳୁଥିଲା । ତେବେ କ୍ୟାରିଅରକୁ ଉଭୟ ଅଧିକ ସ୍କୋପ ଦେବା ଲାଗି ସମ୍ପର୍କରେ ପୂର୍ବଛେଦ ପକେଇଥିଲେ ଉଭୟ ।

ସୁରେଶ ରାଇନା- ସୃତି ହାସନ
ହ୍ବାଇଟ ବଲ କ୍ରିକେଟର ମିଷ୍ଟର ମିଡ଼ିଲ ମ୍ୟାନ ଭାବେ ପରିଚିତ ସୁରେଶ, ସୃତି ହାସନଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚା ଗୋଟେଇ ଥିଲା । ଆଇପିଏଲରେ ଚେନ୍ନାଇ ଟିମକୁ ସପୋର୍ଟ କରୁଥିବା କମଲ ହାସନଙ୍କ ଲାଡ଼ଲି ସୁରେଶଙ୍କୁ ଚିୟର୍ସ କରୁଥିବା ନଜର ଆସିଥିଲେ । ଏହା ସହ ମିସେସ କୋହଲି ଅନୁଷ୍କାଙ୍କୁ ବି ଡେଟ କରିସାରିଛନ୍ତି ସୁରେଶ ।

ରୋହିତ ଶର୍ମା- ସୋଫିଆ ହେୟାତ

ବ୍ରିଟିସ ମଡେଲ ତଥା ହିରୋଇନକୁ ଡେଟ କରୁଛନ୍ତି ରୋ-ହିଟ-ମ୍ୟାନ ଶର୍ମା । 2012ରେ ଲଣ୍ଡନର ଏକ କ୍ଳବରେ ଉଭୟଙ୍କର ଭେଟଘାଟ ହୋଇଥିଲା । ସମ୍ପର୍କ ନିବିଡ ହୋଇଥିଲା । ଭୟଙ୍କ କପୁଲ ପିକ ସୋସିଆଲ ମିଡ଼ିଆରେ ଟ୍ରେଣ୍ଡ କରିଥିଲା । ତେବେ ଏହି ସମ୍ପର୍କକୁ ଅସ୍ବୀକାର କରିବା ସହ ସୋଫିଆ ତାଙ୍କ ଫ୍ୟାନ ବୋଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଥିଲେ ଶର୍ମାଜୀଙ୍କ ଲାଡ଼ଲା । ତେବେ ରୋହିତଙ୍କ ବିସ୍ଫୋରଣରେ ସୋଫିଆ-ରୋହିତଙ୍କ ସମ୍ପର୍କରେ ଭାରି ପଡିଥିଲା ।

ବିରାଟ-ତମାନ୍ନା

ଭାରତୀୟ କ୍ରିକେଟରେ ବର୍ତ୍ତମାନର ସବୁଠାରୁ ବଡ଼ ଖେଳାଳୀ ବିରାଟ କୋହଲି ସୁନ୍ଦରୀ ତମାନ୍ନାଙ୍କୁ ଡେଟ କରିଥିବା ଖବର ରହିଛି । ଏକ ଆର୍ଡ ଫିଲ୍ମ ସୁଟିଂ ସମୟରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ ଉଭୟ । ଦିଲ୍ଲୀ ବୟ ବିରାଟଙ୍କ ସହ କେଉଁ କାରଣରୁ ସମ୍ପର୍କ କଟିଲା, ତାହା ସେମାନଙ୍କୁ ଜଣା । ଏହା ସହ ବ୍ରାଜିଲିଆନ ମଡେଲ ଇଜାବେଲ ଲେୟଟ ଓ କନ୍ନଡ ହିରୋଇନ ସଂଜନାଙ୍କୁ ଡେଟି କରଛନ୍ତି କିଙ୍ଗ କୋହଲି ।

ହାର୍ଦିକ ପାଣ୍ଡିଆ- ଏଲି ଇବ୍ରାହମ

ଏମିତିରେ ଅନେକ ଝିଅଙ୍କ ସହ ଡେଟ କରି ଚର୍ଚ୍ଚାରେ ରହିଛନ୍ତି ଟିମ ଇଣ୍ଡିଆର ରିଲାଏବଲ ଅଲରାଉଣ୍ଡର ହାର୍ଦିକ ପାଣ୍ଡିଆ । ତେବେ ଏଲି ଇବ୍ରାହମଙ୍କ ସହ ନଜଦିକିଆଁ ହାର୍ଦିକଙ୍କୁ ଅଧିକ ଚର୍ଚ୍ଚିତ କରିଥିଲା । ବଡ଼ ଭାଇ କୁର୍ଣ୍ଣାଲଙ୍କ ବାହାଘରରେ ହାର୍ଦିକଙ୍କ ପରିବାର ସହ ଥିଲେ ଏଲି । ତେବେ ସମ୍ପର୍କରେ କେଉଁ କାରଣରୁ ଫାଟ ସୃଷ୍ଟି ହୋଇଥିଲା । ଲତାସା ଷ୍ଟାଙ୍କଭିକଙ୍କୁ ବିବାହ କରିବା ପୂର୍ବରୁ ହାର୍ଦିକ ଉର୍ବଶୀ ରାଉତେଲଙ୍କୁ ଡେଟ କରିଛନ୍ତି ।

କେଏଲ ରାହୁଲ- ଅଥେୟା ସେଟ୍ଟୀ

ଦୀର୍ଘ ଦିନ ହେଲା ବଲିଉଡ ଆନ୍ନା ସୁନୀଲ ସେଟ୍ଟୀଙ୍କ ଝିଅ ଅଥେୟା ସେଟ୍ଟୀଙ୍କୁ ଡେଟ କରୁଛନ୍ତି କେଏଲ । ସୋସିଆଲ ମିଡ଼ିଆ ଉଭୟଙ୍କ ଫଟୋ ଭାଇରଲ ହେବାରେ ଲାଗିଛି । ବିଭିନ୍ନ ହୋଟେଲ ଆଣ୍ଡ ପାର୍ଟିରେ ଉଭୟଙ୍କୁ ଦେଖୁବାକୁ ମିଳୁଛି । ଅଥେୟାଙ୍କ ପୂର୍ବରୁ କେଏଲ ନିଧି ଅଗ୍ରବାଲଙ୍କ ସହ ଦେଖିବାକୁ ମିଳିଥିଲେ । ମୁନ୍ନା ମାଇକେଲ ଫ୍ରେମର ନିଧିଙ୍କ ସହ କେଏଲଙ୍କ କେମେଷ୍ଟ୍ରି ସୋସିଆଲ ମିଡ଼ିଆ ୟୁଜରଙ୍କୁ ବେଶ ପସନ୍ଦ ଆସିଥିଲା । ତେବେ ଏବେ ଏମାନଙ୍କୁ ଏବେ ଆଉ ଏକାଠି ଦେଖିବାକୁ ମିଳୁନି ।

ଏହି ଦେଶରେ କଲଗାର୍ଲ କରୁଛନ୍ତି ଲୋକଙ୍କ କରୋନା ଟେଷ୍ଟ…

କରୋନା ଭୂତାଣୁ ମୁକାବିଲା ପାଇଁ ସମଗ୍ର ବିଶ୍ୱ ସଂଘର୍ଷ କରୁଛି । ଏହି ମହାମାରୀ ସହ ଲଢିବାକୁ ସମସ୍ତେ ନିଜ ନିଜ ସ୍ତରରେ ଚେଷ୍ଟା ଚଲାଇଛନ୍ତି । ଜର୍ମାନୀରେ ମଧ୍ୟ ସମାନ ସ୍ଥିତି ରହିଛି । ତେବେ ସେଠାରେ ଏମିତି କିଛି ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଚମ୍ବିତ କରିବ। ଜର୍ମାନୀରେ ଗୋଟିଏ ବେଶ୍ୟାଳୟକୁ କରୋନା ପରୀକ୍ଷା କେନ୍ଦ୍ର ଭାବରେ ପରିଣତ କରାଯାଇଥିଲା ଏବଂ ଏଠାରେ କାର୍ଯ୍ୟ କରୁଥିବା ମହିଳାମାନେ ମଧ୍ୟ ଏହି କାର୍ଯ୍ୟରେ ସକ୍ରିୟ ହୋଇଛନ୍ତି ।

ଏହି ବେଶିୟାଳୟ ଦକ୍ଷିଣ-ପଶ୍ଚିମ ଜର୍ମାନୀରେ ହାୟଡଲବର୍ଗ ନାମକ ଏକ ସହରରେ ଅବସ୍ଥିତ । ଏଠାରେ ୨୫ ଜଣ ମହିଳା କାମ କରନ୍ତି । ଜର୍ମାନୀର ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଏହି ମହିଳାମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କରୋନା ପରୀକ୍ଷା କରିବା ନେଇ ପରୀକ୍ଷଣ ଦେଇଛନ୍ତି। ଏଠାରେ କାର୍ଯ୍ୟ କରୁଥିବା ଜଣେ ୪୫ ବର୍ଷୀୟ ମହିଳା ଏହି ବିଷୟରେ ନିଜେ କହିଥିଲେ । ମହିଳାଙ୍କ କହିବା ଅନୁସାରେ ସବୁବେଳେ ସେ ଏକ ପ୍ରୋଟେକ୍ଟିଭ୍ ଗାଉନ୍, ମାସ୍କ ଏବଂ ଗ୍ଲୋଭସ୍ ପିନ୍ଧି ରହୁଛନ୍ତି । ସାଧାରଣତଃ ସେ କେବେ ବି ଏମିତି ପିନ୍ଧି ରୁହନ୍ତି ନାହିଁ । କିନ୍ତୁ ଏହି ଭୂତାଣୁ ହେତୁ ତାଙ୍କୁ ସଚେତନ ହୋଇ ରହିବାକୁ ପଡୁଛି । ଏହା ସହ ପ୍ରତିଦିନ ବଢୁଥିବା ଆକ୍ରାନ୍ତଙ୍କ ସଂଖ୍ୟା ଦୃଷ୍ଟିରେ ରଖି ସମସ୍ତ ସତର୍କତା ଅବଲମ୍ବନ କରୁଛନ୍ତି ସେଠାର କର୍ମୀମାନେ ।

ସେ ଆହୁରି କହିଛନ୍ତି ଯେ, ତାଙ୍କ ଚାକିରିରେ ତାଙ୍କୁ ବହୁତ ସମ୍ବେଦନଶୀଳ ରହିବାକୁ ପଡିଥାଏ ଏବଂ କରୋନା ପରୀକ୍ଷା ସମୟରେ ତାଙ୍କୁ ଅଧିକ ସଚେତନ ହୋଇ ରହିବାକୁ ପଡୁଛି । ପରୀକ୍ଷାର ୨୦ମିନିଟ୍ ମଧ୍ୟରେ, ଯେକୌଣସି ବ୍ୟକ୍ତି ନିଜ ମୋବାଇଲରେ କରୋନା ଟେଷ୍ଟର ଫଳାଫଳ ପାଇଯାଆନ୍ତି ।

 

ଏହି ସ୍ଥାନର ମାଲିକ ଅଣସଠି ବର୍ଷ ପୂରୁଣା । ସେ ଏହି ସ୍ଥାନକୁ ପ୍ରଶାସନକୁ ମାଗଣାରେ ଉପଲବ୍ଧ କରାଇଛନ୍ତି। ସେ କହିଛନ୍ତି ଯେ ଏହି ମହାମାରୀର ମୁକାବିଲା ପାଇଁ ସେମାନେ ତାଙ୍କର ଅବଦାନ ଦେବାକୁ ଚାହୁଁଛନ୍ତି। ସୂଚନାଅନୁସାରେ , ଜର୍ମାନୀରେ ଟୀକାକରଣ ପ୍ରକିୟା ଦ୍ରୁତ ଗତିରେ ଚାଲିଛି । ଜର୍ମାନୀରେ ପ୍ରାୟ ୨ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ କରୋନା ଟିକା ଦିଆଯାଇସାରିଛି। ଏହା ବ୍ୟତୀତ ୯୦ ଲକ୍ଷ ଲୋକଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇସାରିଛି। ତେବେ ସାରା ବିଶ୍ୱ ଏହି ମହାମାରୀ ସହ ଲଢ଼ୁଥିବା ସମୟରେ ବେଶ୍ୟାଳୟର ମହିଳାମାନଙ୍କର ସାହାଯ୍ୟମୂଳକ ପଦକ୍ଷେପ ସମସ୍ତଙ୍କ ପାଇଁ ଏକ ଉଦାହରଣ ।

ରାଜ୍ୟରେ ୧୦ ହଜାର ୨୪୨ କରୋନା ସଂକ୍ରମିତ ସୁସ୍ଥ

ରାଜ୍ୟରେ ଆଉ ୧୦ ହଜାର ୨୪୨ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୪୧୮ ସଂକ୍ରମିତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୯୪୩ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିଭଳି କଟକରୁ ୮୮୭, ପୁରୀରୁ ୭୦୭, ସମ୍ୱଲପୁରରୁ ୬୪୧, କଳାହାଣ୍ଡିରୁ ୪୬୫, ବରଗଡ଼ରୁ ୪୪୮,ଅନୁଗୁଳରୁ ୪୩୮, ଝାରସୁଗୁଡ଼ାରୁ ୩୩୧, ବଲେଶ୍ୱରରୁ ୩୦୧, ନବରଙ୍ଗପୁରରୁ ୨୯୧, ବଲାଙ୍ଗୀରରୁ ୨୭୩, ନୟାଗଡ଼ରୁ ୨୫୪ ଜଣ, ଯାଜପୁରରୁ ୨୨୨, ନୂଆପଡ଼ାରୁ ୨୧୪, ମୟୂରଭଞ୍ଜ ୨୦୭, ଗଞ୍ଜାମ ୧୯୫, ସୋନପୁରରୁ ୧୭୯, କେନ୍ଦୁଝର ୧୭୭, ଢେଙ୍କାନାଳ ୧୬୭, କେନ୍ଦ୍ରାପନା ୧୫୮, ଜଗତସିଂହପୁର ୧୩୭, ଦେବଗଡ଼ରୁ ୧୩୬, ରାୟଗଡ଼ାରୁ ୧୩୬, କୋରାପୁଟରୁ ୧୨୨, ଗଜପତି ୧୧୬, ବୌଦ୍ଧ ୧୧୩, ଭଦ୍ରକରୁ ୧୦୦, କନ୍ଧମାଳରୁ ୧୦୦, ମାଲକାନଗିରିରୁ ୯୪ ଏବଂ ଷ୍ଟେଟ୍ ପୁଲ୍‌ରୁ ୨୭୨ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଅକ୍ସିଜେନ୍ ପରିଚାଳନା ପାଇଁ ୯ ଜଣିଆ କମିଟି ଗଠନ

ଭୁବନେଶ୍ୱର: ରାଜ୍ୟରେ ଅକ୍ସିଜେନ୍ ପରିଚାଳନା ପାଇଁ ଟାସ୍କଫୋର୍ସ ଗଠନ କଲେ ରାଜ୍ୟ ସରକାର  । ଏକ ୯ ଜଣିଆ କମିଟି ଗଠନ କରିଛନ୍ତି ସରକାର  । କମିଟି ଅଧ୍ୟକ୍ଷରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ । ରାଜ୍ୟରେ ଅକ୍ସିଜେନର ଉତ୍ପାଦନ ବୃଦ୍ଧି ନେଇ କାମ କରିବ ଏହି କମିଟି  । କିଭଳି ଠିକ୍ ଭାବେ ରୋଗୀଙ୍କ ପାଖରେ ଅକ୍ସିଜେନ୍ ପହଞ୍ଚି ପାରିବ ଓ ସଠିକ୍ ପରିଚାଳନା ହୋଇପାରିବ ତାହା ଉପରେ ଧ୍ୟାନ ଦେବ ଏହି ଟିମ୍ । ରାଜ୍ୟରେ ଦୀର୍ଘ ସମୟ ଧରି କିଭଳି ଅକ୍ସିଜେନର ଅଭାବ ନ ରହିବ ସେଥିପାଇଁ କାମ କରିବ ଏହି କମିଟି  । କମିଟିରେ ଥିବା ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଶିଳ୍ପ ବିଭାଗ ପ୍ରମୁଖ ସଚିବ, ଶ୍ରମ ବିଭାଗ ସଚିବ, ମ୍ୟାନେଞ୍ଜିଂ ଡାଇରେକ୍ଟର ଇଣ୍ଡଷ୍ଟ୍ରିଆଲ୍ ପ୍ରମୋସନ୍ ଆଣ୍ଡ ଇନ୍‌ଭେଷ୍ଟମେଣ୍ଟ କର୍ପୋରେସନ୍ ଅଫ୍ ଓଡ଼ିଶା ( ଆବାହକ),  OSMC ମ୍ୟାନେଞ୍ଜିଂ ଡାଇରେକ୍ଟର, ଶିଳ୍ପ ନିର୍ଦ୍ଦେଶକ, ଡ୍ରଗ୍ସ କଣ୍ଟ୍ରୋଲର, ଫିକି (ଜାତୀୟ ପାର୍ଟନର) , ୟୁସିସିଆଇ (ଆଞ୍ଚଳିକ ପାର୍ଟନର)

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ: ରୋଗୀଙ୍କ ସମ୍ପର୍କୀୟଙ୍କୁ ସଠିକ୍ ସୂଚନା ଦେବାକୁ ଗୁରୁତ୍ୱ

ସିଙ୍ଗାପୁରର କୋଭିଡ ଷ୍ଟ୍ରେନ୍ ଲାଗି ରଦ୍ଦ କରାଯାଉ ବିମାନ ସେବା: କେଜ୍ରିୱାଲ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମଣ ବ୍ୟାପୁଥିବା ବେଳେ ସିଙ୍ଗାପୁରରେ କୋଭିଡ ଷ୍ଟ୍ରେନ୍ ଅତି ସାଂଘାତିକ ହୋଇପଡିଛି। ଛୋଟ ପିଲାଙ୍କୁ ଏହି ଷ୍ଟ୍ରେନ ଅଧିକ ସଂକ୍ରମଣ କରୁଥିବା ଜଣାପଡିଛି। ଯେଉଁଥିପାଇଁ ଏବେଠୁ ସରକାରୀ ସ୍ତରରେ ପ୍ରସ୍ତୁତ ରହିବା ଦରକାର। ସିଙ୍ଗାପୁରର ଏହି ଷ୍ଟ୍ରେନ ଭାରତ ଷ୍ଟ୍ରେନଠୁ ସମ୍ପୂର୍ଣ୍ଣ ଭିନ୍ନ ।

ହୁଏତ ସିଙ୍ଗାପୁରର ଏହି ଷ୍ଟ୍ରେନ୍ ଭାରତରେ କରୋନାର ତୃତୀୟ ପ୍ରବାହ ହୋଇ ଆସିପାରେ । ଯାହାକୁ ଦୃଷ୍ଟିରେ ରଖି ସିଙ୍ଗାପୁରକୁ ବିମାନ ଉଡାଣ ରଦ୍ଦ କରିବାକୁ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍।

ସିଙ୍ଗାପୁରରେ ଏଥିପାଇଁ ସ୍କୁଲ କଲେଜକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରି ଦିଆଯାଇଛି । ଛୋଟପିଲାଙ୍କୁ ଘରୁ ବାହାର କରିବାକୁ ସ୍ବତନ୍ତ୍ର ଭାବେ ଗାଇଡଲାଇନ୍ ଜାରି କରାଯାଇଛି । ସେମାନଙ୍କ ପ୍ରତି ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ପରିବାର ଲୋକଙ୍କୁ ମଧ୍ୟ ପରାମର୍ଶ ଦେଇଛନ୍ତି ।

 

ରାଜସ୍ଥାନ କଂଗ୍ରେସରେ ପୁଣି ରାଜନୈତିକ ସଙ୍କଟ, ବିଧାୟକ ହେମାରାମ ଚୗେଧୁରୀଙ୍କ ଇସ୍ତଫା

ଜୟପୁର: ରାଜସ୍ଥାନ କଂଗ୍ରେସରେ ପୁଣି ଥରେ ରାଜନୖେତିକ ସଙ୍କଟ ଦେଖାଦେଇଛି । ପାଇଲଟ ଗ୍ରୁପର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ହେମାରାମ ଚୌଧୁରୀ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଗେହଲଟ୍ ସରକାରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ସେ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି । ହେମାରାମ ଗୁଡାମାଲାନୀରୁ ବିଧାୟକ ଥିଲେ ।

ରାଜସ୍ଥାନରେ ଗତ ବର୍ଷ ରାଜନୈତିକ ସଙ୍କଟ ବେଳେ ହେମାରାମ ପାଇଲଟ୍ ମୋର୍ଚ୍ଚାରେ ସାମିଲ ହୋଇଥିଲେ । ନିକଟରେ ସେ ସୁବେର ଗେହଲଟ୍ ସରକାରଙ୍କ  କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠାଇଥିଲେ । ଖାସ୍ କରି ନିଜ ସରକାର ବିରାେଧରେ ବଗାବତ୍ ମନୋଭାବ ରଖି ଏକଦା ଚର୍ଚ୍ଚାରେ ଥିଲେ ସେ ।

ଅଶୋକ ଗେହଲଟ୍ ସରକାରଙ୍କ ବିରୋଧରେ ଦଳୀୟ ବିଧାୟକଙ୍କ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି। ଏହା ପୂର୍ବରୁ କଂଗ୍ରେସର ୮ ଜଣ ବିଧାୟକ ସରକାର ବିରୋଧରେ ଅସନ୍ତୋଷ ପ୍ରକାଶ କରିବା ସହ ଏକ ମଧ୍ୟ ଖୋଲିବାକୁ ପଛାଇନଥିଲେ ।

ଉଲ୍ଲେଖଯୋଗ୍ୟ, ହେମାରାମ ଚୗେଧୁରୀଙ୍କ ବ୍ୟତୀତ ପୂର୍ବତନ ମନ୍ତ୍ରୀ ରମେଶ ମିନା, ବିଧାୟକ ବେଦ ପ୍ରକାଶ ସୋଲଙ୍କି, ମୁରାରୀ ଲାଲ ମିନା ଓ ପୂର୍ବତନ ମନ୍ତ୍ରୀ ବିଶ୍ୱେନ୍ଦ୍ର ସିଂହ ରାଜସ୍ଥାନ ସରକାରଙ୍କ କାର୍ଯ୍ୟକଳାପ ବିରୋଧରେ ଅସନ୍ତୋଷ ଜାହିର କରିସାରିଛନ୍ତି ।