ପାକିସ୍ତାନ, ଚୀନ ଠାରୁ ଡ୍ରୋନ ଆଣି ଭାରତ ଉପରେ ଆକ୍ରମଣ କରିଥିବା ଚର୍ଚ୍ଚା

ଶ୍ରୀନଗର: ଜମ୍ମୁ ଏୟାରଫୋର୍ସ ଷ୍ଟେସନ ଉପରେ ହୋଇଥିବା ଡ୍ରୋନ୍ ଆକ୍ରମଣ ପଛରେ କିଏ  ? ଘଟଣାକୁ ୪୮ ଘଣ୍ଟା ବିତିଯାଇଛି କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରୁ ନାହିଁ । ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ହେଉଥିବା ବେଳେ ଏହି ଆକ୍ରମଣ ପଛର ତଦନ୍ତ ଦାୟିତ୍ୱ ଏନଆଇଏ ବା ନ୍ୟାସନାଲ ଇନଭେସ୍ଟିଗେସନ ଏଜେନ୍ସିକୁ ଦିଆଯାଇଛି ।  ସୂଚନା ଅନୁସାରେ ଆକ୍ରମଣ ପାଇଁ ଯେଉଁ ବିସ୍ଫୋରକର ବ୍ୟବହାର କରାଯାଇଥିଲା ତାହା କେବଳ କୌଣସି ଦେଶର ସେନା ପାଖରେ ହିଁ ରହିଥାଏ । ଏହି ବିସ୍ଫୋରକ କେମିତି ଆତଙ୍କବାଦୀଙ୍କ ପାଖରୁ ଆସିଲା ସେନେଇ ତଦନ୍ତ ଜୋରସୋରରେ ଚାଲିଛି ।

ପିଜା ଡେଲିଭରୀ ପାଇଁ କିଣାଯାଇନଥିଲା ଡ୍ରୋନ

ଗୁଇନ୍ଦା ବିଭାଗର ସୂଚନା ଅନୁସାରେ, କିଛି ଦିନ ତଳେ ପାକିସ୍ତାନ ବହୁ ସଂଖ୍ୟାରେ ଡ୍ରୋନ୍ ଚୀନ ଠାରୁ କିଣିଥିଲା । ଏବଂ ଏତେ ସଂଖ୍ୟକ ଡ୍ରୋନ କିଣାଯିବା ନେଇ ପାକିସ୍ତାନ କହିଥିଲା ଯେ, ଏହି ଡ୍ରୋନ ଗୁଡ଼ିକ ପିଜା ଡେଲିଭରୀ ସହ ଘରେ ଘରେ ଔଷଧ ଡେଲିଭରୀ କରାଇବାରେ ସହାୟକ ହେବ ।

ତେବେ ପାକିସ୍ତାନର କଥା ଅନୁସାରେ ଡ୍ରୋନର ବ୍ୟବହାର ସେହି କାମରେ ବ୍ୟବହାର ହୋଇଥିବାର ବିଶ୍ୱାସ କରାଯାଇପାରିବନାହିଁ । କାରଣ ଯେଉଁ ଡ୍ରୋନ୍ କିଣିବାର କଥା ପାକିସ୍ତାନ କହୁଛି ସେଗୁଡିକ ସେଠାରେ ପିଜା ଡେଲିଭରୀ ପାଇଁ ବ୍ୟବହାର ହୋଇନାହିଁ । ଏହି ଡ୍ରୋନର ବ୍ୟବହାର ଆକ୍ରମଣରେ ହୋଇଥିବା ସନ୍ଦେହ କରାଯାଉଛି । ଯଦିଓ ଏହି ଡ୍ରୋନ ଏଭଳି ବ୍ୟବହାର ହେବ ସେ ପ୍ରତି ଯାଞ୍ଚ କରିବା ନିହାତି ଆବଶ୍ୟକ ।

ଏହି ଡ୍ରୋନ୍ ଆକ୍ରମଣ ଦ୍ୱାରା ଅଧିକ କ୍ଷତି ପହଞ୍ଚାଯିବାର ଆଶଙ୍କାକୁ ମଧ୍ୟ ଏଡାଇଯାଇପାରୁନାହିଁ । କାରଣ ପୂର୍ବରୁ ପୁଲୱାମାରେ ଯବାନଙ୍କ ଉପରେ ବିସ୍ଫୋରକ ଭର୍ତ୍ତି ଗାଡି ଦ୍ୱାରା ଯେଭଳି ଆକ୍ରମଣ କରାଯାଇଥିଲା ସେଭଳି ଆକ୍ରମଣ କରିବାର ଆବଶ୍ୟକ ଆଉ ପଡିବ ନାହିଁ  । କାରଣ ଜମ୍ମୁକାଶ୍ମୀର ହାଇୱେରେ ଏମିତି ଅନେକ ପାହାଡ ଅଛି ଯେଉଁଠାରେ ଆତଙ୍କବାଦୀ ଲୁଚି ରହି ସେନା ଉପରେ ଡ୍ରୋନ୍ ମାଧ୍ୟମରେ ମଧ୍ୟ ଆକ୍ରମଣ କରିପାରିବେ । ଯଦିଓ ଏହାର ପ୍ରତିଉତ୍ତର ଦେବା ପାଇଁ ଭାରତ ସକ୍ଷମ ଅଛି । ଯଦି ଆତଙ୍କବାଦୀମାନଙ୍କ ଡ୍ରୋନମାଧ୍ୟମରେ ଏଭଳି ଆକ୍ରମଣରେ ଯବାନ ମାନେ ରକ୍ତାତ ହୁଅନ୍ତି ତେବେ ଭାରତର ପାଲଟା ଆକ୍ରମଣ ଭୟାବହ ହେବ ବୋଲି କୁହାଯାଉଛି ।

Leave a Reply