ଭୁବନେଶ୍ୱର ରେଳ ଷ୍ଟେସନରୁ ଗଞ୍ଜେଇ ଜବତ, ୨ କିନ୍ନର ଗିରଫ

1 min read
Two Kinner Arrested For Smugling Of Ganja Bhubaneswar By Train

ଭୁବନେଶ୍ୱର: ଭୁବନେଶ୍ୱର ରେଲୱେ ଷ୍ଟେସନରୁ ଗଞ୍ଜେଇ ଜବତ ହୋଇଛି । କିନ୍ନର କରୁଥିଲେ ଗଞ୍ଜେଇ ବେପାର । ଟ୍ରେନ୍ ଯୋଗେ ଅହମଦାବାଦ ଗଞ୍ଜେଇ ଚାଲାଣ ବେଳେ କ୍ରାଇମବ୍ରାଞ୍ଚ ଓ ଭୁବନେଶ୍ୱର ଆରପିଏଫର ମିଳିତ ଚଢ଼ାଉ ବେଳେ ଧରା ପଡ଼ିଛନ୍ତି କିନ୍ନର । ପୁରୀ-ଗୁଜରାଟ ଗାନ୍ଧିଧାମ ଏକ୍ସପ୍ରେସରେ ଅହମଦାବାଦ ଗଞ୍ଜେଇ ଚାଲାଣ କରୁଥିଲେ ।

Two Kinner Arrested For Smugling Of Ganja Bhubaneswar By Train

ଭୁବନେଶ୍ୱର ରେଳ ଷ୍ଟେସନର ରେଲୱେ ମେଲ୍ ସର୍ଭିସ ଅଫିସ ସାମ୍ନାରୁ ୨ ଜଣ କିନ୍ନର ଗଞ୍ଜେଇ ସହ ଧରା ପଡ଼ିଛନ୍ତି । ସେମାନେ ହ୍ୟାଣ୍ଡବ୍ୟାଗ ଓ ସୁଟକେସରେ ଗଞ୍ଜେଇ ନେଉଥିଲେ । ଅଭିଯୁକ୍ତ ଦୁହେଁ ହେଲେ ଲକ୍ଷ୍ମୀଧର ମହାନ୍ତି ଓରଫ ଲିଜା ଏବଂ ଅନ୍ୟଜଣେ ବସନ୍ତ ସ୍ୱାଇଁ ଓରଫ ବାସନ୍ତୀ । ଦୁଇ ଜଣଙ୍କଠାରୁ ୧୫ କେଜିରୁ ଅଧିକ ଗଞ୍ଜେଇ ଜବତ ହୋଇଛି । ଜବତ ଗଞ୍ଜେଇର ଅନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ।

Two Kinner Arrested For Smugling Of Ganja Bhubaneswar By Train

ଦୁହେଁ ସୋମବାର ପ୍ରଶାନ୍ତି ଏକ୍ସପ୍ରେସରେ ବାଲୁଗାଁରୁ ଗଞ୍ଜେଇ ଆଣି ଭୁବନେଶ୍ୱର ଆସିଥିଲେ । ପରେ ଗାନ୍ଧୀଧାମ ଏକ୍ସପ୍ରେସରେ ସୋମବାର ରାତି ୯ଟାରେ ଭୁବନେଶ୍ୱର ଷ୍ଟେସନରୁ ଅହମଦାବାଦ ଅଭିମୁଖେ ଯାଇଥାନ୍ତେ । ତା’ପୂର୍ବରୁ ସୂଚନା ପାଇ ରାତି ୮ଟା ସମୟରେ ଗଞ୍ଜେଇ ସହ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି ।

Leave a Reply