ତଥ୍ୟ ନଥାଇ ବିଜେପି ସଭାପତି ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି: ବିଜେଡି

ଭୁବନେଶ୍ୱର: ସମୀର ମହାନ୍ତିଙ୍କ ପ୍ରେସମିଟ୍‌ ନେଇ ପ୍ରତିକ୍ରିୟା ରଖିଛି ବିଜେଡି। ଦଳର ମୁଖପାତ୍ର ଲେନିନ ମହାନ୍ତି ଏ ନେଇ ପ୍ରେସମିଟ କରିଛନ୍ତି। ଜଣେ ସଭାପତି ହିସାବରେ ନିରୁତ୍ସାହିତ କର୍ମୀଙ୍କ ଭିତରେ ସେ ଉତ୍ସାହ ଭରିଛନ୍ତି। ବିଭିନ୍ନ ରାଜ୍ୟରେ ତାଙ୍କ ପରାଜୟ ଓ ସଂଗଠନ ଦୁର୍ବଳ ଥିବା ପରିଲକ୍ଷିତ ହୋଇଛି। କୌଣସି ତଥ୍ୟ ନଥାଇ ଅମୂଳକ ଭାବେ ପ୍ରେସମିଟ କରିଛି ବିଜେପି। କୃଷକଙ୍କ ଦାବି କଥା କହିବାକୁ ଯାଇ ସେ ଭୁଲିଯାଇଛନ୍ତି ଯେ ଉତ୍ତର ପ୍ରଦେଶ ଓ ପଞ୍ଜାବ ଚାଷୀ ଆନ୍ଦୋଳନ କଥା। କେନ୍ଦ୍ର ବିଜେପି ସରକାର ଚାଷୀ ମାରଣ ସରକାର। ଓଡ଼ିଶାର ଲୋକ ଜାଣିଛନ୍ତି, ଏମ.ଏସ୍. ସ୍ୱାମୀନାଥନ ରିପୋର୍ଟ ଲାଗୁ ହୋଇନାହିଁ।

ଧାନକୁ ନେଇ କେନ୍ଦ୍ରୀୟ ସବସିଡି ୬ ହଜାର ୬ ଶହ ୨୦ କୋଟି ଟଙ୍କା ଏଯାଏଁ ଓଡ଼ିଶାକୁ ମିଳିନାହିଁ। ୧୦ ଲକ୍ଷ ମେଟ୍ରିକ ଟନ ଚାଉଳ କେନ୍ଦ୍ର ଉଠାଇନାହିଁ। ଗ୍ରାମ୍ୟ ଗୃହ ନିର୍ମାଣ ଉପରେ କହିବାକୁ ଯାଇ କେନ୍ଦ୍ର ସରକାର ଓଡ଼ିଶାକୁ ଯେ ଅନେକ ଥର ପ୍ରଶଂସା କରିଛନ୍ତି, ସେ କଥା ବୋଧେ ଭୁଲି ଯାଇଛନ୍ତି ବିଜେପି ରାଜ୍ୟ ସଭାପତି। ତଥ୍ୟ ନଥାଇ ବିଜେପି ସଭାପତି ରାଜ୍ୟବାସୀଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଥିବା କହିଛନ୍ତି ଲେଲିନ୍ । ଓଡିଶା ଲୋକେ ବିଜେପିକୁ ଭଲ ଭାବେ ଜାଣିଛନ୍ତି । ଏଣୁ ଭୋକ ବିକଳରେ ତାଟିଆ କାମୁଡୁଥିବା ରାଜ୍ୟ ବିଜେପି ନେତାଙ୍କୁ ଠିକଣା ସମୟରେ ଓଡିଶାବାସୀ ଉଚିତ ଜବାବ ଦେବେ ବୋଲି ବିଜେଡି କହିଛି ।

Leave a Reply