spot_img
Home Blog Page 5628

କରୋନା ଟିକା ଉତ୍ପାଦନ ଲାଗି ଅଧିକ ଔଷଧ କମ୍ପାନୀଙ୍କୁ ଦିଆଯାଉ ମଞ୍ଜୁରୀ: ନିତିନ ଗଡକରୀ

ନୂଆଦିଲ୍ଲୀ: କରୋନା ଭ୍ୟାକ୍ସିନର ଉତ୍ପାଦନ ବଢାଇବା ଲାଗି ଅଧିକ ଔଷଧ କମ୍ପାନୀଙ୍କୁ ମଞ୍ଜୁରୀ ଦିଆଯାଉ ବୋଲି ମଙ୍ଗଳବାର ଦିନ ପରାମର୍ଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ। ଏକ ଭିଡ଼ିଓ କନଫରେନ୍ସିଂ ଜରିଆରେ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ସମ୍ବୋଧନ କରିବା ଅବସରରେ ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏସମ୍ପର୍କରେ ଚିନ୍ତା କରିବା ଉଚିତ୍ । ଏଥିସହ ଦେଶରେ ଜୀବନ ରକ୍ଷାକାରୀ ଟିକାର ଉତ୍ପାଦନ ବଢାଇବା ଲାଗି ଅଧିକ ଔଷଧ କମ୍ପାନୀକୁ ମଞ୍ଜୁରୀ ପ୍ରଦାନ କରିବା ଲାଗି ଆଇନ୍ ମଧ୍ୟ ପ୍ରସ୍ତୁତ କରାଯିବ । ଏଥିରେ ଔଷଧର ପେଣ୍ଟେଟ ଧାରକକୁ ଅନ୍ୟ ଔଷଧ କମ୍ପାନୀ ଦ୍ୱାରା ୧୦% ରୟାଲଟି ଦେବାର ବ୍ୟବସ୍ଥା କରାଯିବା ଉଚିତ୍ ।

ଯଦି ଟିକା ଉତ୍ପାଦନ ଅନୁସାରେ ଚାହିଦା ଅଧିକ ବଢୁଛି ତାହେଲେ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି । ଏଥିପାଇଁ ଗୋଟିଏ କମ୍ପାନୀ ବଦଳରେ ୧୦ରୁ ଅଧିକ କମ୍ପାନୀକୁ ଟିକା ଉତ୍ପାଦନରେ ଲଗାଇବା ଉଚିତ୍ ।

ଏହା ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏସମ୍ପର୍କରେ ଚିଠି ଲେଖିଥିଲେ । କେନ୍ଦ୍ର ପକ୍ଷରୁ ଟିକା ନିର୍ମାଣ କରୁଥିବା ଦୁଇ କମ୍ପାନୀର ଫର୍ମୁଲା ଅନ୍ୟ ଯୋଗ୍ୟ ଔଷଧ ନିର୍ମାତା କମ୍ପାନୀକୁ ଦିଆଯିବା ଉଚିତ୍ । ଯାହା ଫଳରେ ଟିକାର ଉତ୍ପାଦନ ବଢାଯାଇପାରିବ ।

ଛୋଟପିଲାଙ୍କୁ କରୋନା ହେଲେ ଜାଣିବେ କେମିତି ?

ଭାରତରେ ଭୟାନକ ମହାମାରୀ ସୃଷ୍ଟି କରୁଛି ନୂଆ ନୂଆ ଅଧ୍ୟାୟ । ଏହି ଅଧ୍ୟାୟର ପ୍ରତ୍ୟେକ ପୃଷ୍ଠାରେ ଲେଖାହେଉଛି ଅସଂଖ୍ୟ ମୃତ୍ୟୁର କାହାଣୀ । ଡାକ୍ତରଙ୍କ ଅନୁସାରେ ବର୍ତମାନ ଛୋଟ ପିଲାଙ୍କୁ ଆୟତ୍ତରେ ନେଲାଣି କରୋନା । ଆଉ ଛୋଟପିଲାଙ୍କ ଭିତରେ କରୋନା ମହାମାରୀ ଲକ୍ଷଣ ଜାଣିବା କାଠିକର ପାଠ ହୋଇପଡୁଛି । କିଛି ପିଲାଙ୍କ ଭିତରେ କରୋନା ଥାଇ ବି ଲକ୍ଷଣ ଜଣାପଡୁନି ତ ଆଉ କିଛି ପିଲାଙ୍କୁ ଭିନ୍ନ ଭିନ୍ନ ପ୍ରକାରର ଲକ୍ଷଣ ଦେଖାଯାଉଛି । ତେଣୁକରି ନିଜ ପିଲାଙ୍କୁ ମହାମାରୀଠୁ କେମିତି ବଂଚାଇବେ ତାହା ପରିବାର ଲୋକଙ୍କୁ ଚିନ୍ତାରେ ପକାଇଲାଣି । ହଁ ଏହି ମହାମାରୀର ଦ୍ୱିତୀୟ ଲହର ଏବେ ଜଙ୍ଗଲର ନିଆଁ ଭଳି ବ୍ୟାପୁଛି । ଆଉ ସେହି ନିଆଁରେ ବୟସ୍କ,ଯୁବଗୋଷ୍ଠୀ ଓ ଛୋଟପିଲା ସମସ୍ତଙ୍କୁ ଜାଳି ପାଉଁଶ କରିଦେଉଛି । ପ୍ରଥମ ଲହର ସମୟରେ ବିଶେଷ ଭାବେ ବୟସ୍କ ବ୍ୟକ୍ତିଙ୍କୁ ଆକ୍ରାନ୍ତ କରୁଥିଲା ଏହି ମହାମାରୀ । କିନ୍ତୁ ବର୍ତମାନ ନା ବୟସର ଅନ୍ତର ନା ହିଁ ପିଢିର ବ୍ୟବଧାନ । କିଛି ଦେଖୁନାହିଁ ଏହି ପ୍ରଳୟଙ୍କରୀ ମହାମାରୀ । ତେଣୁକରି ସାବଧାନ ହେଇଯାଆନ୍ତୁ ଓ ପିଲାଙ୍କ ଭିତରେ କେଉଁ ସବୁ ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନେବେ ସେ ବିଷୟରେ ଜାଣିରଖନ୍ତୁ ।

ଛୋଟପିଲାଙ୍କୁ ଟାର୍ଗେଟ କରୁଥିବା କରୋନା ଭୟଙ୍କର ରୂପ ଧାରଣ କରିବା ପୂର୍ବରୁ ତାର ଚିହ୍ନଟ କରିବା ଆବଶ୍ୟକ । ଏଥିପାଇଁ କେନ୍ଦ୍ରସରକାର  MyGovIndiaରେ  କିଛି ନିର୍ଦ୍ଧିଷ୍ଟ ସୂଚନା ଜାରୀ କରିଛନ୍ତି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ,ସାମାନ୍ୟ ଜ୍ୱର,ଥଣ୍ଡା,କାଶ,ନିଶ୍ୱାସ ନେବାରେ ଅସୁବିଧା ହେଲେ,ଶରୀରର ମାଂସପେଶୀରେ କଷ୍ଟ ଅନୁଭବ ହେଲେ,ଦୁର୍ବଳ ଲାଗିଲେ ଓ ଖାଦ୍ୟର ସ୍ୱାଦ ବାରିନପାରିଲେ ଏହା କରୋନାର ପ୍ରମୁଖ ଲକ୍ଷଣ ବୋଲି ଜାଣିନେବେ । ହେଲେ ଏହିସବୁ ଲକ୍ଷଣ ବ୍ୟତୀତ କିଛି ପିଲାଙ୍କୁ ପେଟ ଓ ଛାତିଯନ୍ତ୍ରଣା ସହ ଜଡିତ ସମସ୍ୟା ମଧ୍ୟ ଦେଖାଯାଉଛି । ଆଉ ତାସହ କିଛି ଅସମାନ୍ୟ ଲକ୍ଷଣ ମଧ୍ୟ ପରିଲକ୍ଷିତ ହେଉଛି । ଏହିସବୁ ଲକ୍ଷଣ ଯେ କୈାଣସି ବୟସର ଛୋଟପିଲାଙ୍କ ଭିତରେ ଦେଖାଯିବାର ସମ୍ଭାବନା ରହିଛି ।
ଏକ ରିସର୍ଚ ମୁତାବିକ,ପିଲାମାନଙ୍କ ଭିତରେ ମଲ୍ଟି ସିଷ୍ଟମ ଇନଫ୍ଲାମେଣ୍ଟରୀ ନାମକ ଏକ ନୂଆ ସିଣ୍ଡ୍ରମ ଦେଖିବାକୁ ମିଳୁଛି ।

 

ଏହା କୈାଣସୀ ରୋଗ ନୁହେଁ ବରଂ କିଛି ଲକ୍ଷଣ ଉପରେ ହିଁ ଆଧାରିତ ଏକ ସିଣ୍ଡ୍ରୋମ । ସାଧାରଣତଃ ଯେଉଁ ପିଲା କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହେଉଛନ୍ତି ସେମାନଙ୍କ ଭିତରେ ଜ୍ୱର,ଥଣ୍ଡା ଓ ଶ୍ୱାସଜନିତ ଲକ୍ଷଣ ଦେଖିବାକୁ ମିଳୁଛି । କିନ୍ତୁ ଯେଉଁ ପିଲାମାନେ ମଲ୍ଟି ସିଷ୍ଟମ ଇନଫ୍ଲାମେଣ୍ଟରୀ ସିଣ୍ଡ୍ରୋମରେ ପିଡିତ ରହୁଛନ୍ତି ସେମାନଙ୍କୁ ଛାତିରେ କଷ୍ଟ,ରକ୍ତ ସଂଚାଳନରେ ବାଧକ,ପାଚନ ତନ୍ତ୍ରରେ ଅନିୟମିତତା ,ଶରୀର ଓ ଆଖିରେ ଇନଫେକସନ୍ ହେବା ଭଳି ଲକ୍ଷଣ ଦେଖାଯାଉଛି । ତେବେ ଯଦି ଛୋଟ ପିଲାଙ୍କ ଭିତରେ ମଲ୍ଟି ସିଷ୍ଟମ ଇନଫ୍ଲାମେଣ୍ଟରୀ ସିଣ୍ଡ୍ରୋମର ସାମାନ୍ୟ ଲକ୍ଷଣ ବି ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ତାଛଡା ଯଦି ଆପଣଙ୍କ ପରିବାରରେ କେହି କରୋନା ଦ୍ୱାରା ସଂକ୍ରମିତ ହୋଇଥିଲେ ତେବେ ଘରେ ପିଲାମାନଙ୍କର ବି ଟେଷ୍ଟ ତୁରନ୍ତ କରାଇନିଅନ୍ତୁ ।  ହୁଏତ ସଂକ୍ରମଣ ପିଲାମାନଙ୍କ ଦେହକୁ ବି ବ୍ୟାପିଯାଇପାରେ । ଆଉ ଯଦି ପିଲାମାନଙ୍କ ଭିତରେ କେବଳ କାଶ,ଗଳାରେ ଯନ୍ତ୍ରଣା,ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ଅଛି ତାହାଲେ ଯାଂଚ ନ କରି ପିଲାଙ୍କୁ ହୋମ ଆଇସୋଲେସନରେ ମଧ୍ୟ ରଖିପାରିବେ । ହେଲେ ପିଲାଙ୍କୁ ଯଦି ଜ୍ୱର ଆସୁଛି ତାହାଲେ ପ୍ରତି ୪ରୁ ୬ ଘଣ୍ଟା ବ୍ୟବଧାନରେ ପାରାସିଟାମଲ୍ ୧୦ରୁ ୧୫ ଏମ୍ ଜି ଦେଇପାରିବେ । ତାସହ ଗରମ ପାଣିରେ ଟିକିଏ ଲୁଣ ପକାଇ ଗାର୍ଗେଲିଙ୍ଗ କରିପାରିବେ । ତାଛଡା ପିଲାଙ୍କୁ ଘରେ ସୁଷମ ଖାଦ୍ୟ ଖାଇବାକୁ ଦେବେ ବାହାରର ଖାଦ୍ୟ ଓ ବହୁଳ ତେଲ ବ୍ୟବହୃତ ଖାଦ୍ୟକୁ ସଂମ୍ପୂର୍ଣ୍ଣ ରପେ ବନ୍ଦ କରିବେ । ଆପଣମାନେ ବର୍ତମାନର ହସ୍ପିଟାଲ,ଅକ୍ସିଜେନ ଅଭାବ ଓ ଆଇସିୟୁର ଅଭାବ ଭଳି ଦୃଶ୍ୟ ତ ଦେଖିବାକୁ ପାଉଛନ୍ତି । ତେଣୁକରି ଧ୍ୟାନ ରଖନ୍ତୁ ବିଶେଷ ଜରୁରୀ ନଥିଲେ ହସ୍ପିଟାଲ ଯାଆନ୍ତୁ ନାହିଁ । ବରଂ ଡାକ୍ତରଙ୍କ ସହ ପରାମର୍ଶ କରି ଘରେ ହିଁ ଚିକିତ୍ସିତ ହେବାକୁ ଚେଷ୍ଟାକରନ୍ତୁ ।

କରୋନା ମୁକାବିଲାରେ ଆଗାମୀ ୭ରୁ ୧୦ ଦିନ ବେଶ୍ ଗୁରୁତ୍ୱପୂର୍ଣ୍ଣ : ଜାଣନ୍ତୁ କାହିଁକି

ଭୁବନେଶ୍ୱର: ରାଜ୍ୟରେ ପିକ୍‌ ଆଡ଼କୁ ମୁହାଁଉଛି ସଂକ୍ରମଣ । ଆଗାମୀ ୭ ରୁ ୧୦ ଦିନ ଆମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ  । ଯେହେତୁ ରାଜ୍ୟରେ ବର୍ତ୍ତମାନ ଲକ୍‌ଡାଉନ୍ ସ୍ଥିତି ରହିଛି ତେଣୁ ସମାନ୍ତରାଳ ସ୍ଥିତିରେ ରହିଛି ଓଡ଼ିଶା । ଆଗାମୀ ୭ ରୁ ୧୦ ଦିନ ପରେ କୋଭିଡ ପରିସଂଖ୍ୟାନ ଶୀର୍ଷକୁ ଛୁଇଁ କ୍ରମାନ୍ଵୟରେ ହ୍ରାସ ପାଇବ ।  ଜୁନ ମାସ ପ୍ରଥମ ସପ୍ତାହ ବେଳକୁ ରାଜ୍ୟରେ ସଂକ୍ରମଣ ହାର କମି ଯାଇଥିବ । ତେଣୁ ସେତେବେଳକୁ ଆଉ ବିଶେଷ ବ୍ୟବସ୍ଥା ଆବଶ୍ୟକ ପଡ଼ିବନି । ବର୍ତ୍ତମାନ ଆମ ପାଇଁ ବଡ଼ ଉପଲବ୍ଧି ଆମର ସଂକ୍ରମଣ ହାର ୨୦ ପ୍ରତିଶତ ତଳକୁ ଆସିଛି । ପ୍ରଥମ ଲକଡ଼ାଉନ ପାଇଁ ରାଜ୍ୟରେ ସଂକ୍ରମଣ ପ୍ଲାଟ୍ୟୁ ସ୍ଥିତିରେ ଅଛି ନଚେତ ଏହା ୨୦ ରୁ ୨୫ ହଜାରରେ ରହିଥାନ୍ତା । ଭୁବନେଶ୍ୱରରେ ପଜିଟିଭ୍ ହାର ପାଖାପାଖି ୩୫ ପ୍ରତିଶତ ରହୁଛି । ବର୍ତ୍ତମାନ ସ୍ଥିତିରେ ଆମକୁ ଆଇସିୟୁ ବେଡ଼ ବଢାଇବାର ଆବଶ୍ୟକତା ରହିଛି । ଅତିକମରେ ଏଇ ୧୫ ଦିନ ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରଖିବାକୁ ପଡ଼ିବ । ବର୍ତ୍ତମାନ ଗ୍ରାମାଞ୍ଚଳକୁ ଫୋକସ କରିବା ପାଇଁ ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ବହୁତ ଭଲ ପଦକ୍ଷେପ ନେଇଛନ୍ତି । ମାକ୍ସ ବାଣ୍ଟିବା ଦ୍ୱାରା ଲୋକେ ସଚେତନ ହେବେ ସଂକ୍ରମଣଠୁ ଦୁରେଇ ରହିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୧୧୦୯୯ କରୋନା ସଂକ୍ରମିତ ଚିହ୍ନଟ

ବାତ୍ୟା ତାଉତେର ତାଣ୍ଡବ : ମୁମ୍ବାଇ ତଟରୁ ୧୪ ମୃତଦେହ ଉଦ୍ଧାର, ଗୁଜୁରାଟରେ ୩୪ ମୃତ

ମୁମ୍ବାଇ/ଅହମ୍ମଦାବାଦ: ବାତ୍ୟା ତାଉତେ କାରଣରୁ ମୁମ୍ବାଇରେ ୧୪ ଜଣଙ୍କ ଜୀବନ ଯାଇଛି । ଆରବ ସାଗରରୁ ଏହି ୧୪ ଜଣଙ୍କ ଶବ ଉଦ୍ଧାର ହୋଇଛି । ବାତ୍ୟା ସମୟରେ ଏକ ନୌକା ପି-୩୫୦ ଡୁବିଯାଇଥିଲା । ସବୁ ମୃତକ ଏଥିରେ ସବାର ଥିଲେ । ଏହି ନୌକାରେ ମୋଟ ୨୭୩ ଜଣ ସବାର ଥିଲେ । ସେମାନଙ୍କ ମଧ୍ୟରୁ ୭୮ ଜଣ ନିଖୋଜ ଥିଲେ । ନିଖୋଜଙ୍କ ମଧ୍ୟରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ବାକି ଲୋକଙ୍କ ତଲାସ ଅଭିଯାନ ଏବେ ମଧ୍ୟ ଜାରି ରହିଛି । ଅନ୍ୟପକ୍ଷରେ ଗୁଜୁରାଟରେ ତୋଫାନ କାରଣରୁ ମୃତକଙ୍କ ସଂଖ୍ୟା ୩୩ରେ ପହଂଚିଛି ।

ନୌସେନା ପକ୍ଷରୁ ବୁଧବାର ଦିନ ଜାରି ବୟାନରେ କୁହାଯାଇଛି ଯେ, ଖରାପ ପାଗ ବିରୋଧରେ ଲଢେଇ କରି ନୌସନିକ ପି-୩୫୦ରେ ସବାର ଥିବା ଯାତ୍ରୀଙ୍କ ମଧ୍ୟରୁ ୧୮୪ ଜଣଙ୍କୁ ଉଦ୍ଧାର କରିଛନ୍ତି । ଅନ୍ୟ ଦୁଇଟି ନୌକା ଓ ଅଏଲ ରିଗରେ ଥିବା ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ନୌସେନା ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଏହି ନୌକା ବାତ୍ୟା ତାଉତେ ଗୁଜୁରାଟ ଉପକୂଳରେ ମାଡ ହେବାର କେଇ ଘଣ୍ଟା ପୂର୍ବରୁ ମୁମ୍ବାଇ ପାଖରେ ଆରବ ସାଗରରେ ଫସି ଯାଇଥିଲା । ଆଇଏନଏସ କୋଚ୍ଚି ଓ ଆଇଏନଏସ କୋଲକାତା ନୌକାରେ ସବାର ଥିବା ବ୍ୟକ୍ତିଙ୍କୁ ନେଇ ମୁମ୍ବାଇ ବନ୍ଦରକୁ ଫେରୁଛି । ଅନ୍ୟପକ୍ଷରେ ଆଇଏନଏସ ତେଗ୍, ଆଇଏନସ ବେତବା, ଆଇଏନଏସ ବ୍ୟାସ, ପି୮୧ ବିମାନ ଓ ହେଲିକପ୍ଟରଙ୍କୁ ଉଦ୍ଧାର କାର୍ଯ୍ୟରେ ମୁତୟନ କରାଯାଇଛି ।

ଅମାନବୀୟ: ବିଲେଇକୁ ମାରି କୁକୁର ମୁହଁକୁ ଫିଙ୍ଗିଦେଲେ ଯୁବକ, ଗିରଫ କଲା ପୋଲିସ

ଭୁବନେଶ୍ୱର: ଛୁଆ ବିଲେଇକୁ ମାରି କୁକୁର ମୁହଁକୁ ଫିଙ୍ଗିବା ଅଭିଯୋଗରେ ଗିରଫ ହେଲେ ଭୁବନେଶ୍ବର ପ୍ରଶାନ୍ତ ବିହାର ଅଂଚଳର ମୁରଲୀଧର ବେହେରା । ଗତ ୧୩ ତାରିଖରେ ଛୁଆ ବିଲେଇକୁ ମାଡ଼ ମାରିବା ସହ ବୁଲା କୁକୁରଙ୍କ ମୁହଁକୁ ଫିଙ୍ଗିଥିଲେ ମୁରଲୀ । ସିସିଟିଭିରେ କଏଦ ହୋଇଥିଲା ଏପରି ଅମାନବୀୟ ଦୃଶ୍ୟ । ମୁରଲୀକୁ ଗିରଫ କଲା ଇନ୍ଫୋସିଟି ଥାନା ପୋଲିସ । ଘରେ ବିଲେଇ ପଶିବାରୁ ବିଲେଇକୁ ପିଟିବା ସହ ବଞ୍ଚିଥିବା ଅବସ୍ଥାରେ କୁକୁର ମୁହଁକୁ ଫିଙ୍ଗି ଦେଇଥିଲେ ମୁରଲୀ ।

ଏଥିସହିତ ପଢ଼ନ୍ତୁ: ୧୫ ଦିନ ମଧ୍ୟରେ ୧୯ ହଜାର ଶିଶୁ କରୋନାରେ ସଂକ୍ରମିତ

୧୫ ଦିନ ମଧ୍ୟରେ ୧୯ ହଜାର ଶିଶୁ କରୋନାରେ ସଂକ୍ରମିତ

ନୂଆଦିଲ୍ଲୀ: ତୃତୀୟ ଲହର ପୂର୍ବରୁ ଶିଶୁଙ୍କ ଉପରେ ଘନେଇଲାଣି ବିପଦ । ଦେଶର ବିଭିନ୍ନ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତ ଶିଶୁଙ୍କ ସଂଖ୍ୟା । ଗତ ୧୫ ଦିନ ମଧ୍ୟରେ  ଦେଶରେ ପ୍ରାୟ ୧୯ହଜାର ଶିଶୁ କରୋନା ଆକ୍ରାନ୍ତ ହୋଇଛନ୍ତି । ଏପ୍ରିଲ ପରଠାରୁ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି । ଉତ୍ତରାଖଣ୍ଡ, ଦିଲ୍ଲୀ ଓ କର୍ଣ୍ଣାଟକରେ ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ଦେଖାଯାଉଛି । ଗତ ୧୦ ଦିନ ମଧ୍ୟରେ ଉତ୍ତରାଖଣ୍ଡରେ ଏକ ହଜାରରୁ ଉର୍ଦ୍ଧ୍ବ ଶିଶୁ କରୋନା ପଜିଟିଭ୍ ହୋଇଛନ୍ତି । ସମସ୍ତ ଆକ୍ରାନ୍ତଙ୍କ ବୟସ ୯ବର୍ଷରୁ କମ୍ ହୋଇଥିବା ବେଳେ କେତେଜଣ ଗୁରୁତର ହୋଇ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଛନ୍ତି । ଏପ୍ରିଲ ଦ୍ବିତୀୟ ସପ୍ତାହ ପରଠାରୁ ଉତ୍ତରାଖଣ୍ଡରେ ଶିଶୁ ସଂକ୍ରମଣ ବୃଦ୍ଧି ପାଇଛି । ଏପ୍ରିଲ ୧ରୁ ୧୬ ମଧ୍ୟରେ ୨୬୪ ଶିଶୁ ପଜିଟିଭ୍ ହୋଇଥିବା ବେଳେ ଏପ୍ରିଲ ୧୬ରୁ ୩୦ ମଧ୍ୟରେ ୧୦୫୩ ଜଣ ଶିଶୁ ସଂକ୍ରମିତ ହୋଇଛନ୍ତି । ମେ ୧ରୁ ୧୫ ମଧ୍ୟରେ ୧୬୧୮ ଶିଶୁଙ୍କ ଦେହରେ କରୋନା ଲକ୍ଷଣ ଦେଖାଯାଇଛି । ସେପଟେ ଦିଲ୍ଲୀରେ ୫ବର୍ଷରୁ କମ୍ ୨ ଶିଶୁଙ୍କର କରୋନାରେ ମୃତ୍ୟୁ ହୋଇଛି । କର୍ଣ୍ଣାଟକରେ ବି ଶିଶୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ ଚିନ୍ତା ବଢ଼ିଛି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ୟଶ’: ୨୩ରୁ ୨୫ ତାରିଖ ମଧ୍ୟରେ ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ୍

ଯଶିପୁରର ପୂର୍ବତନ ବିଧାୟକ କମଳାକାନ୍ତଙ୍କ ପରଲୋକ: ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ମୟୂରଭଞ୍ଜ: ଯଶିପୁରର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କମଳାକାନ୍ତ ନାୟକଙ୍କର ପରଲୋକ । ସେ ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେବା ପରେ ବିଜୁ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ ୧୯୯୬ ମସିହାରେ ରାଜନୀତିରେ ଯୋଗ ଦେଇଥିଲେ। ଏଥିସହିତ ସେ ଜନତା ଦଳରୁ ପ୍ରାର୍ଥୀ ମଧ୍ୟ ହୋଇଥିଲେ ।

୨୦୦୪ ମସିହାରେରେ ସ୍ଵାଧୀନ ପ୍ରାର୍ଥୀ ରୂପେ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ। ଏହାପରେ ବିଜୁ ଜନତା ଦଳ ପକ୍ଷରୁ ନିର୍ବାଚନ ଲଢି ୨୦୦୯ ମସିହାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଏହି ଆସନରୁ ସେ ୨୦୦୯ ରୁ ୨୦୧୪ ପର୍ଯ୍ୟନ୍ତ ବିଧାୟକ ରହିଥିଲେ । କିଛି ଦିନ ହେବ ସେ ବିଜେଡି ଦଳ ଛାଡି ବିଜେପି ଦଳରେ ଯୋଗ ଦେଇଥିଲେ। ତେବେ ଆଜି ସକାଳେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଥିଲା। ତାଙ୍କ ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ଗ୍ରାମ ତଥା ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି । ଅପରପକ୍ଷରେ ତାଙ୍କ ଦେହାନ୍ତ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଏଥିସହିତ ପଢ଼ନ୍ତୁ: ରଘୁନାଥ ମହାପାତ୍ରଙ୍କ ପୁତ୍ର ପ୍ରଶାନ୍ତଙ୍କ ପରଲୋକ

ଶୋଇଥିବା ବେଳେ ଯୁବକଙ୍କ ଗଳା କାଟିଲେ ଦୁର୍ବୃତ୍ତ

କଳାହାଣ୍ଡି: ଅଭାବନୀୟ ଘଟଣା । ଯୁବକଙ୍କ ଗଳା କାଟି ଅତି ନିର୍ମମ ଭାବେ ହତ୍ୟା  ଅଭିଯୋଗ । ଘର ସାମ୍ନାରେ ରାତିରେ ଶୋଇଥିବା ବେଳେ ଧାରୁଆ ଅସ୍ତ୍ରରେ ଯୁବକଙ୍କ ଗଳାକାଟି ହତ୍ୟା କରାଯାଇଛି । ଅତି ନିର୍ମମ ଭାବେ ମୁଣ୍ଡ ଗଣ୍ଠି ଅଲଗା କରିଛନ୍ତି ଦୁର୍ବୃତ୍ତ ।  ଘଟଣା ଘଟିଛି ଲାଞ୍ଜିଗଡ଼ ଥାନା ସିମିଲିଭଟ୍ଟା ଗାଁରେ । ମୃତକ ୩୨ ବର୍ଷିୟ ନୀଳମଣି ଦଣ୍ଡସେନା । ସକାଳୁ ସ୍ତ୍ରୀ ଚଞ୍ଚଳା ଦଣ୍ଡାସେନା ମୃତଦେହ ଦେଖି ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଲାଞ୍ଜିଗଡ଼ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଘର ସାମ୍ନାରେ ନିର୍ମମ ହତ୍ୟା ସତ୍ବେ ଘରେ ଶୋଇଥିବା ସ୍ତ୍ରୀ ଜାଣି ନ ପାରିବା ପୋଲିସର ସନ୍ଦେହ ପ୍ରକାଶ ପାଇଛି ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ୟଶ’: ୨୩ରୁ ୨୫ ତାରିଖ ମଧ୍ୟରେ ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ୍

ରଘୁନାଥ ମହାପାତ୍ରଙ୍କ ପୁତ୍ର ପ୍ରଶାନ୍ତଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ଓଡ଼ିଆ ରଣଜୀ ଖେଳାଳି ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ । ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଦିଂବଗତ ସାଂସଦ ତଥା  ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କ ପୁତ୍ର ହେଉଛନ୍ତି ପ୍ରଶାନ୍ତି । ଗତ କିଛି ଦିନ କଳେ ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହୋଇଥିବା ବେଳେ ବୁଧବାର ସକାଳେ ପ୍ରଶାନ୍ତ ଦେହାନ୍ତ ହୋଇଛି । ସେ ବିସିସିଆଇ ରେଫେରୀ ଟିମ୍‌ର ମଧ୍ୟ ସଦସ୍ୟ ଥିଲେ ।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ୟଶ’: ୨୩ରୁ ୨୫ ତାରିଖ ମଧ୍ୟରେ ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ୍

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ୪ ଦୋକାନ ସିଲ୍

ଆରଡି: ମହାମାରୀ କରୋନା ସଂକ୍ରମଣ ବୃଦ୍ଧିକୁ ନେଇ ରାଜ୍ଯ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି। ଏବେ କରୋନା ସଂକ୍ରମଣ ଗ୍ରାମାଞ୍ଚଳରେ ଅଧିକ ଦେଖା ଦେଉଥିବାରୁ ଆଜି ପୁର୍ନବାର ଜୁନ୧ ଯାଏଁ ଲକଡାଉନ ଓ ସଟ୍‌ଡାଉନ୍ ବୃଦ୍ଧି କରାଯିବା ସହ ଅତ୍ଯାବଶକୀୟ ଦୋକାନ ଖୋଲିବା ଉପରେ ମଧ୍ଯ ସମୟ ନିର୍ଘଣ୍ଟ ଜାରି ହୋଇଛି। ହେଲେ ଭଦ୍ରକ ଜିଲା ଆରଡିପୀଠରେ ଆଜି ସଂଧ୍ଯାରେ କେତେକ ଦୋକାନୀ କୋଭିଡ ନିୟମକୁ ଉଲଂଘନ କରି ଦୋକାନ ଖୋଲା ରଖିଥିବା ସମୟରେ ଚାନ୍ଦବାଲି ତହସିଲିଦାର ସୁଶାନ୍ତ ସୁତାର, ଅତିରିକ୍ତ ତହସିଲିଦାର, ଆରଡି ଆର.ଆଇ ପ୍ରମୁଖ ଅଚାନକ ଚଢାଉ କରି ୪ଟି ଦୋକାନ ସିଲ କରିଛନ୍ତି । ଏପରିକି ମୋଟା ଅଙ୍କରେ ଫାଇନ କଟାଯାଇଥିବା ତହସିଲିଦା କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ଆସୁଛି ବାତ୍ୟା ‘ୟଶ’: ୨୩ରୁ ୨୫ ତାରିଖ ମଧ୍ୟରେ ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ୍