ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବାକୁ ଗଛ ଉପରେ ଘର କଲେ ଶିକ୍ଷକ

1 min read

ବାଙ୍ଗାଲୋର: ଶିକ୍ଷକଙ୍କ ନିଆଁର ପ୍ରୟାସ । କରୋନା ସମୟରେ ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ ନ ରଖିବାକୁ ଗଛରେ ଘର କରିଛନ୍ତି  ଶିକ୍ଷକ । ଏମିତି ଏକ ଘଟଣା କୋଡଗୁ ଜିଲ୍ଲାର ମୁଲୁର ଗାଁରେ ଦେଖିବାକୁ ମିଳିଛି । ଜଣେ ସ୍କୁଲ ଶିକ୍ଷକ ତାଙ୍କ ଛାତ୍ରମାନଙ୍କ ସହିତ ଡିଜିଟାଲ୍ ସଂଯୋଗ କରିବା ଏବଂ COVID-19 ମହାମାରୀ ସମୟରେ ସେମାନଙ୍କ ଶିକ୍ଷାର ନିରନ୍ତରତାକୁ ସୁନିଶ୍ଚିତ କରିବା ପାଇଁ ଏକ ବୃକ୍ଷର ସାହାରା ନେଇଛନ୍ତି ।

ବିଦ୍ୟାଳୟ ଶିକ୍ଷକ ବାଉଁଶ ଏବଂ ଘାସ ସମେତ ବର୍ଜ୍ୟବସ୍ତୁ ବ୍ୟବହାର କରି ଆମ୍ବ ଗଛରେ ଏକ ଘର ତିଆରି କରିଛନ୍ତି । ଭୂମିରୁ ୨୦ ଫୁଟ ଉଚ୍ଚରେ ନିର୍ମିତ ଏହି ଘରଟିରେ ବର୍ତ୍ତମାନ ନେଟୱର୍କର କୌଣସି ସମସ୍ୟା ନାହିଁ ।

ସିଏସ୍ ସତୀଶ ଲୋଅର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ

ସିଏସ୍ ସତୀଶ ସରକାରୀ ଲୋୟର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ସେ ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଦେଇଥାନ୍ତି । COVID-19 ମହାମାରୀରେ ଲକଡାଉନ ଯୋଗୁଁ ପିଲାମାନଙ୍କର ଶିକ୍ଷା ଯେପରି ବ୍ୟାହତ ନ ହୁଏ ସେଥିପାଇଁ ଆଦିବାସୀ ତଥା ପ୍ରଥମ ପିଢିର ପିଲାଙ୍କ ଅଧ୍ୟୟନ ସୁବିଧାକୁ ଦୃଷ୍ଟିରେ ରଖି ସେମାନଙ୍କ ନିକଟରେ ପହଞ୍ଚିବା ପାଇଁ ଏମିତି ଏକ ପନ୍ଥା ବାଛିଛନ୍ତି । ସତୀଶ ପିଲାମାନଙ୍କୁ ଇଂରାଜୀ, ଗଣିତ ଏବଂ କାନାଡା ଶିକ୍ଷା ଦିଅନ୍ତ । ପିଲାମାନଙ୍କୁ ଶିକ୍ଷା ଦେବାର ଉତ୍ସାହ ତାଙ୍କୁ ଏମିତି ନିଆରା ପ୍ରୟାସ କରିବାକୁ ପ୍ରୋତ୍ସାହନ ଦେଇଛି ।

ସତୀଶ କେବଳ ଗଛ ଉପରେ ଏହି ଶ୍ରେଣୀଗୃହରେ ଏକ ମୋବାଇଲ୍ ଷ୍ଟାଣ୍ଡ ଏବଂ ଏକ ଫୋକସ୍ ଲାଇଟ୍ ମଧ୍ୟ ରଖିଛନ୍ତି । ଫୋକସ୍ ଲାଇଟ୍ ମାଧ୍ୟମରେ ସେ ନିଶ୍ଚିତ କରନ୍ତି ଯେ ତାଙ୍କ ଶ୍ରେଣୀରେ ଥିବା ପିଲାମାନେ ଯେମିତି ସବୁକିଛି ସ୍ପଷ୍ଟ ଭାବରେ ଦେଖିପାରିବେ ।

Leave a Reply