spot_img
Home Blog Page 5587

ଦିନକୁ ଟିକା ନେବେ ଏକ କୋଟି ଲୋକ, ସିଙ୍ଗଲ ଡୋଜ ହୋଇପାରେ କୋଭିସିଲଡ୍

ନୂଆଦିଲ୍ଲୀ: ଦେଶରେ ଟିକାକରଣ ଚାଲିଛି । କିନ୍ତୁ ୧୮ରୁ ୪୪ ବର୍ଷ ବୟସର ଟିକାକରଣ ଏକପ୍ରକାର ବନ୍ଦ ହୋଇଯାଇଛି । ଏହାର ପ୍ରମୁଖ କାରଣ ଏହା କୁହାଯାଇପାରେ, ଟିକା ଅଭାବ । ନିହାତି ଯୁକ୍ତି ଯୁକ୍ତ ପ୍ରସଙ୍ଗ ଏହା ଯେ, ଦେଶରେ ଆବଶ୍ୟକୀୟ ଟିକାର ଅଭାବ ଯୋଗୁଁ ବର୍ତ୍ତମାନ ଟିକାକରଣ ବନ୍ଦ ଅଛି । କେବଳ ୪୫ ବର୍ଷ କିମ୍ବା ଏହାଠୁ ଅଧିକ ବୟସର ଲୋକଙ୍କୁ ଭ୍ୟାକସିନ ପ୍ରଦାନ କରାଯାଉଛି । କିନ୍ତୁ ସଦ୍ୟତମ ସୂଚନା ମୁତାବକ ଭାରତ ସରକାର ପ୍ରତିଦିନ ଏକ କୋଟି ଲୋକଙ୍କୁ ଟିକା ପ୍ରଦାନ କରିବା ନେଇ ଲକ୍ଷ ରଖିଛନ୍ତି ।

ଦୁଇଟି ଭ୍ୟାକସିନ୍ କୋଭାକ୍ସିନ ଏବଂ କୋଭିସିଲଡ ହିଁ ଟିକାକରଣରେ ସାମିଲ ହୋଇଛି । ସେପଟେ ଭାରତ ସରକାର ଅନେକ ବିଦେଶୀ କମ୍ପାନୀକୁ ଅନୁମତି ଦେଇଥିଲେ ସୁଦ୍ଧା ଭ୍ୟାକ୍ସିନେସନ ଆରମ୍ଭ ହୋଇନାହିଁ । ସେପଟେ ପ୍ରତିଦିନ ଏକକୋଟି ଲୋକଙ୍କୁ ଟିକା ଦେବା ନେଇ ଲକ୍ଷ ରଖିଥିବାବେଳେ ସୋହି ଅନୁପାତରେ ଉତ୍ପାଦନ କ୍ଷମତା ମଧ୍ୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ତେଣୁ ପ୍ରତି ମାସରେ ୩୦ରୁ ୩୨ କୋଟି ଭ୍ୟାକ୍ସିନ ଉତ୍ପାଦନ କରିବା ଲକ୍ଷ ଧାର୍ଯ୍ୟ କରିଛନ୍ତି ସରକାର ।

ସୂଚନା ମୁତାବକ ଆସନ୍ତା ମାସରେ ଦେଶକୁ ୨୫ କୋଟି କୋଭିସିଲଡି ଟିକା ମିଳିବାକୁ ଯାଉଛି । ଏହାଛଡା ଟିକାକରଣକୁ ତ୍ୱରାନିତ କରିବା ପାଇଁ କେନ୍ଦ୍ର ସରକାର ଅନ୍ୟ ବିଦେଶୀ କମ୍ପାନୀ ଗୁଡିକ ଉପରେ ମଧ୍ୟ ନଜର ରଖିଛନ୍ତି । ଯେପରିକି ସ୍ପୁଟନିକ ଭି ଏବଂ ଅନ୍ୟ ଟିକାଗୁଡିକୁ କିପରି ଦେଶରେ ସାମିଲ କରାଯାଇପାରିବ ସେନେଇ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର । ଚଳିତ ବର୍ଷ ହିଁ ବିଦେଶୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନ ଗୁଡିକୁ ଦେଶରେ ସାମିଲ କରାଯିବା ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି ।

ସେପଟେ କେନ୍ଦ୍ର ସରକାର ସ୍ପୁଟନିକ-ବି ଭଳି ଗୋଟିଏ ଡୋଜ ଦେବାକୁ ସ୍ଥିର କରିଛନ୍ତି । କୋଭିସିଲଡି ଭ୍ୟାକ୍ସିନ ଭଲ କାର୍ଯ୍ୟକ୍ଷମ ହେଉଥିବାବେଳେ ଏହାକୁ ଦେଶରେ ଆଉ ଦୁଇଥର ନୁହେଁ । ଗୋଟିଏ ଥର ଦେବାକୁ ଯୋଜନା କରୁଥିବା ଜଣାପଡିଛି । ଯଦି ଏଭଳି ହୁଏ, ତେବେ ଆଗାମୀ ଦିନରେ ଭ୍ୟାକ୍ସିନେସନ ତ୍ୱରାନିତ ହେବା ସହ ଟିକାକରଣରେ ସମସ୍ୟା ସୃଷ୍ଟି ହେବ ନାହିଁ । ଏନେଇ ପରୀକ୍ଷା ମଧ୍ୟ ଜାରି ରହିଛି । ଯଦି କୋଭିସିଲଡି ଗୋଟିଏ ଡୋଜ ଦିଆଯେବେ, ତେବେ ଏହା ସେତିକି କାର୍ଯ୍ୟକାରୀ ହେବତ, ଯେତିକି ଦୁଇଟି ଜୋଡରେ ହେଉଥିଲା ।

ଏ ହେଉଛନ୍ତି ମେହୁଲ ଚୋକସିର ପ୍ରେମିକା…ଡୋମିନିକାକୁ ବୁଲିବାକୁ ଯାଇଥିବା ବେଳେ ହୋଇଥିଲେ ଗିରଫ

ନୂଆଦିଲ୍ଲୀ: ପଳାତକ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି । ଭାରତରେ ପାଖାପାଖି ୧୫ହଜାକ କୋଟି ଟଙ୍କା ବ୍ୟାଙ୍କ ଠକେଇ କରିଥିବା ମେହୁଲ ଡୋମିନିକା ଦ୍ୱୀପରେ ଗରିଫ ହୋଇଛି । ହୀରା ବ୍ୟବସାୟୀ ମେହୁଲ ଚୋକସି ଆଣ୍ଟିଗୁଆ ଦ୍ୱୀପରେ ଦୀର୍ଘ ସମୟ ଧରି ରହୁଥିଲେ, କିନ୍ତୁ ଗତ କିଛି ଦିନ ହେବ ସେ ଆଣ୍ଟିଗୁଆ ଛାଡି ନିଜ ପ୍ରେମିକାଙ୍କ କହ କିଛି ଭଲ ମୁହୂର୍ତ୍ତ ବିତାଇବାକୁ ଡୋମିନିକା ଯାଇଥିଲା । ଆଉ ସେଠାରେ ହିଁ ତାକୁ ଗିରଫ କରାଯାଇଛି । ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ମଧ୍ୟ ମେହୁଲ ଚୋକସିଙ୍କ ଗର୍ଲଫ୍ରେଣ୍ଡ ବିଷୟରେ ତାଙ୍କ ମନ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, ସମ୍ଭବତଃ ମେହୁଲ ଚୋକସି ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ଡୋମିନିକା ଦ୍ୱୀପକୁ ବୁଲିବାକୁ ଯାଇଥିଲେ ।


ତେବେ ଆଣ୍ଟିଗୁଆର ଗଣମାଧ୍ୟମ ମେହୁଲ ଚୋକସିଙ୍କୁ ନେଇ ସେ ସମାନ ତଥ୍ୟ ସାମ୍ନାକୁ ଆଣିଛି । ଏହି ରିପୋର୍ଟରେ କୁହାଯାଇଛିଯେ, ମେହୁଲ ତାଙ୍କ ମହିଳା ବନ୍ଧୁଙ୍କୁ ଭେଟିବାକୁ ଯିବା ସମୟରେ ହିଁ ତାଙ୍କୁ ଅପହରଣ କରାଯାଇଥିଲା। କୁହାଯାଉଛି ଯେ ମେ ୨୩ ରେ ସେ ତାଙ୍କ ମହିଳା ବନ୍ଧୁଙ୍କ ସହ ରାତ୍ରୀ ଭୋଜନ କରିବାକୁ ଯାଉଥିଲେ। କିନ୍ତୁ ରେଷ୍ଟୁରାଣ୍ଟରେ ପହଞ୍ଚିବା ପୂର୍ବରୁ ତାଙ୍କୁ ଅପହରଣ କରାଯାଇଥିଲା ।

ଏହାସହ ଆଣ୍ଟିଗୁଆର ଦାବି ହେଉଛି ଯେ, ଚୋକସି ବାରବରା ନାମକ ଜଣେ ମହିଳାଙ୍କ ସହ ପ୍ରାୟ ବର୍ଷେ ଧରି ଯୋଗାଯୋଗରେ ଥିଲେ। ଏହା ପୂର୍ବରୁ ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗେଷ୍ଟନ୍ ବ୍ରାଉନ୍ ମଧ୍ୟ ଜଣେ ମହିଳାଙ୍କ ସହ ଚୋକସିଙ୍କ ସମ୍ପର୍କ ବିଷୟରେ କହିଛନ୍ତି ।


ସୂଚନାଯୋଗ୍ୟ ଯେ, ଭାରତରୁ ଡୋମିନିକାକୁ ଏକ ସ୍ୱତନ୍ତ୍ର ବିମାନ ପଠାଯାଇଛି ଯେଉଁଥିରେ ମେହୁଲ ଚୋକସିଙ୍କ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଏବଂ କୋର୍ଟର ଶୁଣାଣି ସମୟରେ କିଛି ନିର୍ଦ୍ଦେଶର କପି ସମେତ ଅନ୍ୟାନ୍ୟ ପ୍ରମାଣ ପଠାଯାଇଛି । ଏବଂ ଏହି ପ୍ରମାଣ ଆଧାରରେ ମେହୁଲ ଚୋକସିଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରାଯିବ।

ଆଉ ଏହି ସ୍ୱତନ୍ତ୍ର ବିମାନକୁ ଭାରତ ସରକାର ନିୟୋଜିତ କରିଛନ୍ତି। ଭାରତରୁ ଡୋମିନିକା ଦ୍ୱୀପରେ ପହଞ୍ଚିବା ପାଇଁ ଏହାର ଭଡ଼ା କୋଟିଏ ଟଙ୍କା । ସୂଚନାନୁସାରେ, ଏହି ବିମାନର ଭଡା ଘଣ୍ଟା ପ୍ରତି ପାଞ୍ଚ ଲକ୍ଷ ଟଙ୍କା । ଭାରତରୁ ଡୋମିନିକା ଦ୍ୱୀପରେ ପହଞ୍ଚିବାକୁ ପ୍ରାୟ ୧୬ ଘଣ୍ଟା ସମୟ ଲାଗେ, ଅର୍ଥାତ୍ ଏହା ଅନୁଯାୟୀ ଏହି ବିମାନ ଡୋମିନିକାରେ ପହଞ୍ଚିବାକୁ ଭାରତର ୮୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଯଦି ଅନ୍ୟାନ୍ୟ ଖର୍ଚ୍ଚକୁ ଦେଖାଯାଏ ତେବେ ଏହାର ଭଡା ଏକ କୋଟିରୁ ଅଧିକ ହେବ । ଏହି ସ୍ୱତନ୍ତ୍ର ବିମାନ A7 CEE ଏବଂ ଏହି ବିମାନ ମେ ୨୮ ରେ ଦିଲ୍ଲୀରୁ ଯାଇଥିଲା । ଏବଂ ଏହି ବିମାନରେ ଭାରତୀୟ ଅନୁସନ୍ଧାନ ଏଜେନ୍ସିର ୬ ଜଣଙ୍କ ସମେତ ଦୁଇଟି କମାଣ୍ଡୋ ମଧ୍ୟ ଡୋମିନିକା ଦ୍ୱୀପକୁ ପଠାଯାଇଛି ।

ତାଲାବନ୍ଦରେ ଗଞ୍ଜେଇ କାରବାର, ପୋଲିସ ହାତରେ ଧରାପଡିଲେ ୩ ଅଭିଯୁକ୍ତ

ଫୁଲବାଣୀ : ପୋଲିସ ହାତରେ ଧରାପଡିଲେ ବେଆଇନ ଗଞ୍ଜେଇ ଚାଲଣକାରୀ । ଲକଡାଉନ ଏବଂ ସଟଡାଉନ ଭିତରେ ପୋଲିସକୁ ଚକମା ଦେଇ ଜାରି ରଖିଥିଲେ ଗଞ୍ଜେଇ ଚାଲାଣ । ଲୁଛିଛପି ବେପାର କରୁଥିବାବେଳେ ପୋଲିସ ଆଜି ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।

ସୂଚନା ମୁତାବକ ପିରିଙ୍ଗିଆ ପୋଲିସ 17 କୁଇଣ୍ଟାଲ ରୁ ଅଧିକ ଗଞ୍ଜେଇ ଜବତ କରିଥିବାବେଳେ ଗ୍ୟାଙ୍ଗରେ ସକ୍ରିୟ ଥିବା ତିନିଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେପଟେ ଜବତ ହୋଇଥିବା ଚୋରା ଗଞ୍ଜେଇର ଆନୁମାନିକ ମୂଲ୍ୟ 85 ଲକ୍ଷ 50 ହଜାରରୁ ଅଧିକ ଟଙ୍କା ହେବ ।

ଚୀନରେ ଏବେ ଆମେ ଦୁଇ, ଆମର ତିନି

ବେଜିଂ: ଚୀନରେ ଜନସଂଖ୍ୟା ହ୍ରାସ ହେତୁ ଚିନ୍ତାରେ ପଡିଛନ୍ତି ସରକାର । ଏହାକୁ ଦୃଷ୍ଟିରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଥିସହିତ ପରିବାର ନିୟୋଜନ ନିୟମକୁ ମଧ୍ୟ କୋହଳ କରିଛନ୍ତି ଚୀନ ସରକାର। ସୋମବାର ଦିନ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ଏବେ ଚୀନରେ ଦମ୍ପତ୍ତି ମାନେ ୩ଟି ସନ୍ତାନ ଜନ୍ମ କରିପାରିବେ ।

ସୂଚନା ଅନୁଯାୟୀ ନିକଟରେ ଚୀନର ଜନସଂଖ୍ୟା ସମ୍ବନ୍ଧୀୟ ଏକ ରିପୋର୍ଟ ସାମ୍ନାକୁ ଆସିଥିଲା । ଯେଉଁଥିରେ ଅଧିକାଂଶ ଲୋକ ବୃଦ୍ଧାବସ୍ଥାରେ ଥିବା ନଜର ଆସିଥିଲା ବେଳେ ଶିଶୁ ଜନ୍ମ ସଂଖ୍ୟା ହ୍ରାସ ପାଇଛି। ଯାହା ଫଳରେ ଆଗାମୀ ଭବିଷ୍ୟତକୁ ଦେଖି ଚିନ୍ତା ପ୍ରକଟ କରିଛନ୍ତି ସରକାର ।

ଚୀନର ଗଣମାଧ୍ୟମ ଅନୁଯାୟୀ, ଏହି ନୂଆ ପଲିସିକୁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଙ୍ଗୁରୀ ମିଳିଛି । ଫଳରେ ବହୁ ବର୍ଷରୁ ପ୍ରଚଳିତ ହୋଇ ଆସୁଥିବା ଟୁ-ଚାଇଲ୍ଡ ପଲିସି ଏବେ ଶେଷ ହେବାକୁ ଯାଉଛି ।

ଜନସଂଖ୍ୟା ଆକଳନ ଅନୁଯାୟୀ, ୨୦୧୦ରୁ ୨୦୨୦ ମସିହା ମଧ୍ୟରେ ଚୀନ ଜନସଂଖ୍ୟା ବୃଦ୍ଧି ହାର ୦.୫୩% ଥିଲା । ୨୦୦୦ରୁ ୨୦୧୦ ମଧ୍ୟରେ ଏହି ହାର ୦.୫୭% ରହିଥିଲା । ଏହାକୁ ଦେଖିଲେ ଜଣାପଡିବ ଯେ, ଚୀନରେ ଜନସଂଖ୍ୟା ବୃଦ୍ଧି ହାର ହ୍ରାସ ପାଇଛି।

ଜୁନ୍ ୨୪ରେ ଦେବସ୍ନାନ ପୂର୍ଣ୍ଣିମା: ଭକ୍ତଙ୍କ ଉପସ୍ଥିତି ନେଇ ହୋଇନି ନିଷ୍ପତ୍ତି

ପୁରୀ:  ଜୁନ ୨୪ରେ ମହାପ୍ରଭୁ ଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ । କୋଭିଡ କଟକଣାରେ ନୀତି ସମ୍ପନ୍ନ ନେଇ ଚାଲିଛି ବିଚାରବିମର୍ଶ । ତେବେ ବିନାଭକ୍ତରେ ଆୟୋଜନ ନେଇ ପ୍ରଶାସନ ଏ ଯାଏଁ କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇନି । ବୈଠକ ପରେ ଚୂଡାନ୍ତ ରୂପରେଖ ଜଣାପଡ଼ିବ ବୋଲି ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ତେବେ ପୂର୍ବରୁ ରାଜ୍ୟରେ କରୋନା ସ୍ଥିତିକୁ ଆଖି ଆଗରେ ରଖି ରଥଯାତ୍ରା, ଚନ୍ଦନ ଯାତ୍ର ସୀମିତ ସେବାୟତ ଓ ବିନା ଭକ୍ତରେ କରିବା ନେଇ ନିଷ୍ପତ୍ତି ହୋଇଥିଲା । ଏବଂ ତଦ୍‌ନୁଯାୟୀ ଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ତେବେ ବର୍ତ୍ତମାନ ପରିସ୍ଥିତିରେ ମଧ୍ୟ ରାଜ୍ୟରେ କରୋନା ସମସ୍ୟା ଜାରି ରହିଛି । ସଂକ୍ରମଣ ସଂଖ୍ୟାକୁ ଆଖି ଆଗରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍ ଅବଧିକୁ ମଧ୍ୟ ବୃଦ୍ଧି କରିଛନ୍ତି । ବର୍ତ୍ତମାନର ଲକ୍‌ଡାଉନ୍ କଟକଣା ଅନୁଯାୟୀ ବିିଭିନ୍ନ ଧର୍ମାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ବିନାଭକ୍ତରେ କେବଳ ନୀତିକାନ୍ତି ସମ୍ପନ୍ନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସଂକ୍ରମଣକୁ ରୋକିବାରେ ସହାୟକ ହେବ ଲକ୍‌ଡାଉନ୍: ଜାଣନ୍ତୁ କେବେ ହଟିବ କଟକଣା

କ୍ରେଡିଟ୍ କାର୍ଡର ରିୱାର୍ଡରେ ଜଣେ ବ୍ୟକ୍ତି ଜିତିଲେ ନଗଦ ୨ କୋଟି ଟଙ୍କା , ଜାଣନ୍ତୁ କେମିତି

ୱାସିଂଟନ: କ୍ରେଡିଟ୍ କାର୍ଡ ସାହାଯ୍ୟରେ ଜଣେ ବ୍ୟକ୍ତି ୨କୋଟି ଟଙ୍କାରୁ ଅଧିକ ଟଙ୍କା ରିୱାର୍ଡ ପାଇପାରିଛନ୍ତି । ଆଉ ତାଙ୍କରି ଏହି ରିୱାର୍ଡ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଅନେକ ଥର ଯେତେବେଳେ ଆମେ ଅନଲାଇନରେ ଦେୟ ଦେଇଥାଉ କିମ୍ବା କ୍ରେଡିଟ୍-ଡେବିଟ୍ କାର୍ଡ ସାହାଯ୍ୟରେ ଦେୟ ଦେଇଥାଉ । ଏହାର ପ୍ରତିବଦଳରେ ଆମକୁ ପୁରସ୍କାର ବା ରିୱାର୍ଡ ମିଳିଥାଏ । ଏହି ରିୱାର୍ଡସ ବେଳେବେଳେ ପଏଣ୍ଟ ଆକାରରେ କିମ୍ବା କ୍ୟାସବ୍ୟାକ୍ ଆକାରରେ ମିଳିଥାଏ । ଲୋକମାନେ ସାଧାରଣତଃ ରିୱାର୍ଡ ମାଧ୍ୟମରେ କିଛି ଟଙ୍କା ରୋଜଗାର କରି ଖୁସି ହୋଇଥାନ୍ତି । କିନ୍ତୁ ଜଣେ ଆମେରିକୀୟ ବ୍ୟକ୍ତି କ୍ରେଡିଟ୍ କାର୍ଡର ରିୱାର୍ଡ ମାଧ୍ୟମରେ ୨ କୋଟି ୧୭ ଲକ୍ଷ ଟଙ୍କା ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି ।
ସୂଚନା ଅନୁଯାୟୀ, କୋଷ୍ଟାଟିନ୍ ଅନିକେବ ନାମକ ଜଣେ ବ୍ୟକ୍ତି ତାଙ୍କ କ୍ରେଡିଟ୍ କାର୍ଡରୁ ବହୁ ସଂଖ୍ୟକ ଗିଫ୍ଟ କାର୍ଡ କିଣିବା ଆରମ୍ଭ କରିଥିଲେ। କ୍ରେଡିଟ୍ କାର୍ଡର ଦୈନିକ ସୀମା ଅନୁଯାୟୀ ଅନିକେବ ପ୍ରଥମେ ଏକ ଉପହାର କାର୍ଡ କିଣି ତା’ପରେ ତାକୁ ନଗଦ ଟଙ୍କାରେ ପରିଣତ କରାଉଥିଲେ । ଏହାପରେ ସେ ସେହି ଟଙ୍କାକୁ ବ୍ୟାଙ୍କ ଆକାଉଣ୍ଟରେ ଜମା କରି କ୍ରେଡିଟ୍ କାର୍ଡର ବିଲ୍ ଭରୁଥିଲେ । ଏହାମାଧ୍ୟମରେ ଯାହା ରିୱାର୍ଡ ମିଳିଥାଏ ତାହା ତାଙ୍କ ରୋଜଗାର ହେଉଥିଲା ।
ଅନିକେବ ପାଖରେ ଯେଉଁ ଆମେରିକୀୟ ଏକ୍ସପ୍ରେସ କ୍ରେଡିଟ କାର୍ଡ ଥିଲା, ସେହି କାର୍ଡ ମାଧ୍ୟମରେ ଗ୍ରୋସରୀ ଷ୍ଟୋର୍ କିମ୍ବା ଫାର୍ମାସିରେ କିଣାକିଣି କରିବା ଦ୍ୱାରା ୫ ପ୍ରତିଶତ ଅସୀମିତ ରିୱାର୍ଡ ମିଳୁଥିଲା । ଏହି କାରଣରୁ, ଅନିକେବ ଗ୍ରୋସରୀ ଦୋକାନକୁ ଯାଇ ସେଠାରେ ପ୍ରିପେଡ୍ ଭିସା ଗିଫ୍ଟ କାର୍ଡ କିଣୁଥିଲେ । ଗ୍ରୋସରୀ ଦୋକାନରେ ଗିଫ୍ଟ କାର୍ଡ କିଣିବା ପାଇଁ ଦୈନିକ ସୀମା ରହୁଥିଲା । ସେଥିପାଇଁ ଅନିକେବ ପ୍ରାୟତଃ ଗ୍ରୋସରୀ ଦୋକାନକୁ ଯାଉଥିଲେ । ଅନିକେବ କେବଳ ସେହି ଗିଫ୍ଟ କାର୍ଡ କିମ୍ବା ମନି ଅର୍ଡର କାର୍ଡ କିଣୁଥିଲେ ଯେଉଁଥିରେ ପ୍ରୋଶେସିଂ ଶୁଳ୍କ କମ୍ ରହୁଥିଲା ।
୫୦୦ ଡଲାର ଗିଫ୍ଟ କାର୍ଡ କିଣିବା ଉପରେ ତାଙ୍କୁ ୫ ପ୍ରତିଶତ ହାରରେ ୨୫ ଡଲାର ରିୱାର୍ଡ ମିଳୁଥିଲା । ଗିଫ୍ଟ କାର୍ଡର ଫି ଏବଂ ଏହାକୁ ନଗଦ ଆକାରରେ ପରିଣତ କରିବାକୁ ତାଙ୍କୁ ୬ ଡଲାର ଖର୍ଚ୍ଚ କରିବାକୁ ପଡୁଥିଲା । ଏହି ହିସାବରେ ତାଙ୍କୁ ୧୯ ଡଲାରର ଲାଭ ହେଉଥିଲା । ରିପୋର୍ଟ ଅନୁଯାୟୀ, ଏମିତି କରି କରି ଅନିକେବ ତିନି ଲକ୍ଷ ଡଲାର (ପ୍ରାୟ ଦୁଇ କୋଟି ସତର ଲକ୍ଷ ଟଙ୍କା) ରୋଜଗାର କରିଦେଇଥିଲେ। ଏହାପରେ ଆମେରିକାର ଟିକସ ବିଭାଗର ବ୍ୟବସ୍ଥା ଅଧିକାରୀମାନଙ୍କୁ ସତର୍କ କରାଇ ଦେଇଥିଲା । ଏବଂ ଆୟକର ବିଭାଗ ଏ ସମ୍ପର୍କରେ ଖବର ପାଇ ତାଙ୍କୁ ନୋଟିସ ପଠାଇ ଦେଇଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ ଅନିକେବ ଛାତ୍ର ଜୀବନରୁ କ୍ରେଡିଟ କାର୍ଡରୁ ରୋଜଗାର କରିବାକୁ ଆଗ୍ରହୀ ଥିଲେ। ସେ ୨୦୦୯ରୁ ଏହା କରିଆସୁଥିଲେ। ପରେ ସେ ଅଧିକ ସପିଂ କରିବା ଆରମ୍ଭ କରିଥିଲେ ।

ସଂକ୍ରମଣକୁ ରୋକିବାରେ ସହାୟକ ହେବ ଲକ୍‌ଡାଉନ୍: ଜାଣନ୍ତୁ କେବେ ହଟିବ କଟକଣା

ଭୁବନେଶ୍ୱର: ସଂକ୍ରମଣକୁ ରୋକିବାରେ ସହାୟକ ହେବ ଲକ୍‌ଡାଉନ୍ । ରାଜ୍ୟରେ ଲାକଡାଉନ ପ୍ରଭାବ ନିଶ୍ଚିତ ଭାବେ ଦେଖିବାକୁ ମିଳିବ । ଲାକଡାଉନ ଆରମ୍ଭରୁ ସଂକ୍ରମଣ ହାର ପାଖାପାଖି ୨୬ ପ୍ରତିଶତ ଥିଲା। ଗତକାଲି ୧୪ ପ୍ରତିଶତକୁ ଖସିଆସିଛି । ଏହା ସଂକ୍ରମଣ ତଳମୁହାଁ ହେବାର ସଂକେତ ଦେଉଛି। ହଠାତ କମିବନି ଏଭଳି ସଂକ୍ରମଣ ହାର । ବନ୍ୟା ଅଞ୍ଚଳରୁ ଫେରିଲେ ସଂଖ୍ୟା ପ୍ରାୟ ବଢ଼ିବ। ତେଣୁ ବର୍ତ୍ତମାନ ସଂକ୍ରମର ହାର ଏଭଳି ରହିବ । କିନ୍ତୁ ୨ ସପ୍ତାହ ବେଳକୁ ପ୍ରାୟ ୫ ପ୍ରତିଶତ ଖସିଆସିବା ସମ୍ଭାବନା ରହିଛି। ୫ ପ୍ରତିଶତ ତଳକୁ ଖସିବା ପରେ କଟକଣା କୋହଳ କରି ହେବ। ୩ ଟି ଜିଲ୍ଲାରେ ସଂକ୍ରମଣ ହାର ୫ ପ୍ରତିଶତ ତଳକୁ ଖସିଥିବାରୁ ତିନିଟି ଜିଲ୍ଲାରେ କଟକଣା କୋହଳ କରିଛନ୍ତି ସରକାର, ଯାହାକି ଏକ ଭଲ ନିଷ୍ପତ୍ତି । ଗାଁମାନଙ୍କରେ ବାହାଘରରେ ଯେଭଳି ଅଧିକ ସଂଖ୍ୟାରେ ଲୋକ ଗହଳି ନ ହୁଏ ସେଥପ୍ରତି ଦୃଷ୍ଟି ଦିଆଯିବା ଆବଶ୍ୟକ। ଟ୍ରାନ୍ସମିଶନ ରେଟ କମିବା ସ୍ଥିତିରେ ଥିବାରୁ ସରକାର କିଛି ଜିଲ୍ଲାରେ କୋହଳ କରିଛନ୍ତି। କିନ୍ତୁ ବଢିଲେ କଟକଣା କରିବାକୁ ପ୍ରାବଧାନ ରହିଛି। ତେଣୁ ସମ୍ପୂର୍ଣ୍ଣ ଟିକାକରଣ ନ ହେବା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସଜାଗ ରହିବାକୁ ପଡ଼ିବ । ନୂଆ ଷ୍ଟ୍ରେନ ଆସୁଥିବାରୁ ଟିକାର ପ୍ରଭାବ କମ୍ ରହୁଛି । ଏହା ଚିନ୍ତାର କାରଣ ହୋଇପାରେ। ମାମଲା ସଂଖ୍ୟା ଅଧିକ ଥିବାରୁ ଏହା ମୃତ୍ୟୁ ସଂଖ୍ୟା ବଢିବାର କାରଣ । ସେହି ସମୟରେ କେସ ଲୋଡ଼ ଅଧିକ ଥିଲା। ଆଜିର ଦିନକୁ ଦେଖିଲେ ଜୁନ ୧୫ ଆଡକୁ ମୃତ୍ୟୁ ସଂଖ୍ୟା କମିଯିବ। ବିଶେଷଜ୍ଞଙ୍କୁ ନେଇ ସରକାର ପ୍ୟାନେଲ କରିଥିବାରୁ ଏହା ବହୁତ ଫଳପ୍ରଦ ହେବ। ଗାଁ ମାନଙ୍କରେ ସଂକ୍ରମଣ ବ୍ୟାପିଥିବାରୁ ଅନ୍ୟ ରାଜ୍ୟ ପରି ହଠାତ୍ କମିବନି। କିନ୍ତୁ ଜୁଲାଇ ଆଡ଼କୁ ୩ ଅଙ୍କକୁ ଖସି ଆସିଥିବା ସଂକ୍ରମିତଙ୍କ ସଂଖ୍ୟା । ଟିକାକରଣ ବ୍ୟାପକ ହେଲେ ତୃତୀୟ ଲହରର ଏତେ ପ୍ରଭାବ ପଡିବନି । ଟିକାକରଣ ହେଲେ ମୃତ୍ୟ ସଂଖ୍ୟା ଓ ଗୁରୁତର ରୋଗୀଙ୍କ ସଂଖ୍ୟା କମିବ ନିଶ୍ଚୟ। ଜିନମ ସିକ୍ୟୁଏନ୍ସ କରିବାକୁ ପଡିବ ନୂଆ ଟ୍ରେଣ୍ଡ ବିଷୟରେ ଜାଣିବା ପାଇଁ। ଯାହାଦ୍ୱାରା ଯେଉଁଠି ବଢିବ କିମ୍ବା ନୂଆ ଷ୍ଟ୍ରେନ ଦେଖିବାକୁ ମିଳିବ କଟକଣା କରାଯାଇବାପରିବ।

ଏଥିସହିତ ପଢ଼ନ୍ତୁ: ବାତ୍ୟା କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରଦାନ: ଜଳ ସମ୍ପଦ ବିଭାଗରେ ୮୭କୋଟି ଟଙ୍କାର କ୍ଷତି

ଅସୁସ୍ଥ ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ାଙ୍କୁ ରାଜ୍ୟ ସଂସ୍କୃତି ବଭାଗ ପକ୍ଷରୁ ଆର୍ଥିକ ସହାୟତା

ଭୁବନେଶ୍ୱର: ଅସୁସ୍ଥ ଚିତ୍ରଶିଳ୍ପୀଙ୍କୁ ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ । ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲା ରାଜ୍ୟ ସଂସ୍କୃତି ବିଭାଗ । ବିଶିଷ୍ଟ ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ା ହେଉଛନ୍ତି ଲଳିତ କଳା ଏକାଡେମୀର ପୂର୍ବତନ ସଚିବ । ସେ ବର୍ତ୍ତମାନ ମେଡ଼ିକାଲରେ ଚିକିତ୍ସାଧୀନ ଅଛନ୍ତି ।ଓଡ଼ିଶା ଚିତ୍ରଶିଳ୍ପୀ ଜଗତର ଜଣେ ଜଣାଶୁଣା ନାମ ହେଉଛି ତାରାକାନ୍ତ ପରିଡା । ନିଜର ତୂଳୀରେ ଯାଦୁରେ ନିମିଷେକ ମଧ୍ୟରେ ଆଙ୍କି ଦିଅନ୍ତି ବିଭିନ୍ନ ବିଷୟବସ୍ତୁକୁ ନେଇ ଉତ୍କର୍ଷ ଚିତ୍ରକଳା । ଆହୁରି ମଧ୍ୟ ରାଜ୍ୟରେ ଆର୍ଟ ଗ୍ୟାଲେରୀର ଜନକ ଭାବେ ପରିଚିତ ପରିଡା ଗତ ୧୩ ତାରିଖ ରାତିରୁ ଅସୁସ୍ଥ ହୋଇ ପଡିଛନ୍ତି । ଫଳରେ ତାଙ୍କୁ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କର ଏବେ ଚିକିତ୍ସା ଚାଲିଥିବା ନିକଟତମ ମହଲରୁ ପ୍ରକାଶ। ସୂଚନାଯୋଗ୍ୟ ପରିଡା ଗତ କିଛି ଦିନ ଧରି ମଧ୍ୟ ଅସୁସ୍ଥ ହୋଇ ଭଲ ହୋଇଥିଲେ । ସେ ସ୍ନାୟବିକ ରୋଗରେ ପୀଡ଼ିତ ଅଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ: ଯୁବତୀଙ୍କୁ ଛୁରା ମାଡ଼ କରି ଲୁଟ୍ ଉଦ୍ୟମ, ସିସିଟିଭିରେ କଏଦ ହେଲା ଦୃଶ୍ୟ

ହାର୍ଟ ଆଟାକରେ ’ସାଇକେଲ୍ ଗାର୍ଲ’ ଜ୍ୟୋତିଙ୍କ ପିତାଙ୍କ ଦେହାନ୍ତ

ପାଟନା: ବିହାର ଦରଭଙ୍ଗାର ସାଇକେଲ୍ ଗାର୍ଲ ଭାବେ ପରିଚିତ ଜ୍ୟୋତି ପାସବାନଙ୍କ ପିତା ମୋହନ ପାସବାନଙ୍କର ହୃଦଘାତରେ ମୃତ୍ୟୁ ଘଟିଛି । ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଛି । ଏନେଇ ପରିବାର ବର୍ଗ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଗତ ବର୍ଷ କରୋନା ମହାମାରୀ ଜନିତ ଲକଡାଉନ୍ ସମୟରେ ଜ୍ୟୋତି ନିଜ ପିତାଙ୍କୁ ସାଇକେଲରେ ବସାଇ ଗୁଡଗାଁଓରୁ ଦରଭଙ୍ଗା ଆଣିଥିଲେ । ଯାହା ସେସମୟରେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଥିଲା ।

ଦରଭଙ୍ଗା ଜିଲ୍ଲାର ସିଂହୱାଡା ପ୍ରଖଣ୍ଡ ସ୍ଥିତ ସିରହୁଲ୍ଲି ଗାଁର ୧୩ ବର୍ଷୀୟା ଏହି ଝିଅଟି ସାଇକେଲରେ ନିଜ ପିତାଙ୍କୁ ବସାଇ ଗୁରୁଗ୍ରାମରୁ ବିହାରର ଦରଭଙ୍ଗା ଯାଏ ଆଣିଥିଲେ ମାତ୍ର  ୮ ଦିନରେ । ଆଉ ଯେଉଁଥିପାଇଁ ତାଙ୍କୁ ପ୍ରାୟ ୧୨ ଶହ କିଲୋମିଟର ସାଇକେଲ ଚଳାଇବାକୁ ପଡିଥିଲା ।

କେବଳ ଏତିକି ନୁହେଁ ଜ୍ୟୋତିଙ୍କର ଏହି ସମୟର ଫଟୋକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କା ଟ୍ରମ୍ପ ମଧ୍ୟ ଟ୍ୱିଟ୍ କରିଥିଲେ। ତା ପରେ ସେ ଚର୍ଚ୍ଚା ଘେରକୁ ଆସିଥିଲେ। ତାଙ୍କ ଉପରେ ଫିଲ୍ମ ତିଆରି କରିବାକୁ ମଧ୍ୟ ଚର୍ଚ୍ଚା ହୋଇଥିଲା। ତାଙ୍କୁ କିଛି ସାଇକେଲ କମ୍ପାନୀ ସାଇକେଲିଂ ଟ୍ରେନିଂ ଦେବା ପାଇଁ ମଧ୍ୟ କହିଥିଲେ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ-ଏନସିଆରରେ ମୋହନ ପାସବନ ଅଟୋ ଚଳାଇ ନିଜ ପରିବାର ପ୍ରତିପୋଷଣ କରୁଥିଲେ । ୨୦୨୦ ମସିହା ଜାନୁଆରୀରେ ତାଙ୍କର ଆକ୍ସିଡେଣ୍ଟ ହୋଇଯାଇଥିଲା । ଯାହା ପରେ ପିତାଙ୍କର ଦେଖାଶୁଣା କରିବା ଲାଗି ଜ୍ୟୋତି ସେଠାକୁ ଯାଇଥିଲେ । ହେଲେ ପରେ ସାରା ଦେଶରେ ଲକଡାଉନ୍ ଜାରି କରାଯାଇଥିଲା । ଯାହା ପରେ ଜ୍ୟୋତି ନିଜ ପିତାଙ୍କୁ ଧରି ଘରକୁ ଫେରିଥିଲେ ।

ବାତ୍ୟା କ୍ଷୟକ୍ଷତି ନେଇ ରିପୋର୍ଟ ପ୍ରଦାନ: ଜଳ ସମ୍ପଦ ବିଭାଗରେ ୮୭କୋଟି ଟଙ୍କାର କ୍ଷତି

ଭୁବନେଶ୍ୱର: ବାତ୍ୟା ଓ ବନ୍ୟା ଯୋଗୁଁ ଜଳସମ୍ପଦ ବିଭାଗର ୮୭ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏ ନେଇ ସରକାରଙ୍କୁ ପ୍ରାଥମିକ ଆକଳନ ରିପୋର୍ଟ ଦେଇଛି ବିଭାଗ। ବୃହତ ଜଳ ପ୍ରକଳ୍ପ ଓ ଲୁଣାବନ୍ଧରେ କ୍ଷତି ହୋଇଛି ୬୯.୧୮ କୋଟି। ଡ୍ରେନେଜରେ ୭.୬୬ କୋଟି। ଉଠା ଜଳସେଚନ ପ୍ରକଳ୍ପ ପ୍ରାୟ ୨.୬୩ କୋଟି । ମଧ୍ୟମ ପ୍ରକଳ୍ପରେ ୭.୦୮ କୋଟି କ୍ଷୟକ୍ଷତି ହୋଇଛି। ବାଲେଶ୍ୱରର ଏବେ ବି କିଛି ଅଞ୍ଚଳ ଜଳମଗ୍ନ ଥିବାରୁ ସମ୍ପୂର୍ଣ୍ଣ ଆକଳନ କରାଯାଇପାରିନି।ଆସନ୍ତାକାଲି ସୁଦ୍ଧା ସ୍ଥିତି ସ୍ୱାଭାବିକ ହେବା ପରେ ଆକଳନ କରାଯିବ। ବର୍ତ୍ତମାନ ସୁଦ୍ଧା ଛୋଟ ଓ ବଡ଼ ଘାଇକୁ ମିଶାଇ ୩୫ଟି ଘାଇ ମରାମତି କରାଯାଇଛି। ମୋଟ ୭୭ ଘାଇ ହୋଇଛି। ବାଲେଶ୍ଵରରେ ଲୁଣବନ୍ଧ ବହୁ ମାତ୍ରାରେ ପ୍ରଭାବିତ ହୋଉଛି। ମୌସୁମୀ ବର୍ଷା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସବୁ ମରାମତି କରାଯିବ। ବନ୍ୟା ସ୍ଥିତିରେ ସୁଧାର ଆସୁଛି ।

ଏଥିସହିତ ପଢ଼ନ୍ତୁ: ୪ ଦିନ ଯାଏଁ ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ଆଶଙ୍କା