ଆଗାମୀ ଦିନରେ ଆସୁଛି ଭଲ ଦିନ, ବୃଦ୍ଧି ଅର୍ଥନୈତିକ ଅଭିବୃଦ୍ଧି ହାର

1 min read

ନୂଆଦିଲ୍ଲୀ: ଆଗକୁ ଅର୍ଥନୀତି ଲାଗି ଭଲ ଦିନ ଆସୁଛି । ଚଳିତ ଆର୍ଥିକ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ହାର ଦୁଇ ଅଙ୍କ ବିଶିଷ୍ଟ ହେବ । ପୁଞ୍ଜିପ୍ରତ୍ୟାହାର ବ୍ୟବସ୍ଥା ଅର୍ଥନୀତି ଲାଗି ସହାୟକ ହୋଇଛି ବୋଲି କହିଛନ୍ତି ନିତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର । ୨୦୨୦-୨୦୨୧ରେ ଅର୍ଥନୀତି ପ୍ରଭାବିତ ହୋଇଥିବା ସତ୍ତ୍ବେ ଅର୍ଥନୀତି ବେଶ୍ ଭଲ କରିବ ବୋଲି ସେ ଆଶାବାଦୀ ଅଛନ୍ତି । ସେ କହିଛନ୍ତି- ଗତ ଦୁଇଟି କୋଭିଡ ଲହରୀର ଅଭିଜ୍ଞତା ଅନୁସାରେ ଭାରତ କୌଣସି ପ୍ରତିଘାତର ମୁକାବିଲା ଲାଗି ଯଥେଷ୍ଟ ପ୍ରସ୍ତୁତ ଅଛି ।

ଏନେଇ ଆଗକୁ ଯିବାର ସାମର୍ଥ୍ୟ ବି ପରିପ୍ରକାଶ ହୋଇଛି । କରୋନା ଭାଇରସ ଯୋଗୁ ଭାରତୀୟ ଅର୍ଥନୀତି ପ୍ରଭାବିତ ହୋଇଛି । ତେବେ ଦ୍ବିତୀୟ ଲହରୀରେ ସାମାନ୍ୟ ଅଗ୍ରଗତି ଲାଭ କରିଛି । ଦେଶରେ ଅର୍ଥନୈତିକ ଅଭିବୃଦ୍ଧି କ୍ରମଶଃ ଅଧିକ ଶକ୍ତିଶାଳୀ ହେବ । ଏହା ସହ ଯେଉଁ ସଂସ୍ଥା ବା ସଂଗଠନ ଜିଡିପି ପରିମାଣ ହ୍ରାସ ପାଇବ ବୋଲି ଦର୍ଶାଇଛନ୍ତି ତାହା ଉର୍ଦ୍ଧ୍ବମୁଖୀ ହେବା ଆଶା ରହିଛି ବୋଲି ସେ କହିଛନ୍ତି । ଦେଶର ଜିଡିପି ପରିମାଣ ଦୁଇ ଅଙ୍କ ବିଶିଷ୍ଟ ହେବ ବୋଲି ଆଶା କରାଯାଉଛି । ଗତ ୨୦୨୧ ମାର୍ଚ୍ଚ ୩୧ ସୁଦ୍ଧା ଅର୍ଥନୀତି ୭.୩ ପ୍ରତିଶତକୁ ହ୍ରାସ ପାଇଛି ବୋଲି ସେ କହିଛନ୍ତି ।

Leave a Reply