ଲିଙ୍ଗଗତ ସମାନତା ଦାବିରେ ଟପ୍‌ଲେସ୍ ହେଲେ ମହିଳା: ସମର୍ଥନ ଜଣାଇ ପୁରୁଷମାନେ କଲେ ଏଭଳି ପ୍ରତିବାଦ

ବର୍ଲିନ୍: ଜର୍ମାନୀରେ ଅଜବ ପ୍ରତିବାଦ । ରାଜଧାନୀ ବର୍ଲିନ୍‌ରେ ଲିଙ୍ଗଗତ ସମାନତା ଦାବି ଟପଲେସ୍ ହୋଇ ପ୍ରତିବାଦ କରିଛନ୍ତି ମହିଳା । ପ୍ରତିବାଦ ବେଳେ ମହିଳାମାନେ ବିନା କପଡ଼ାରେ ସଡ଼କ ଉପରେ ସାଇକେଲ ଚଳାଉଥିବା ଦେଖିବାକୁ ମିଳିଥିଲା । କିଛି ଦିନ ତଳେ ଜଣେ ଫରାସୀ ମହିଳା ସହରର ପାର୍କରେ ବିନା ଟପ୍‌ରେ ସନ୍ ବାଥ୍ ନେଉଥିବା ଅଭିଯୋଗରେ ତାଙ୍କୁ ପାର୍କରୁ ବାହାର କରିଦିଆଯାଇଥିଲା ଯାହାକୁ ବିରୋଧ କରି ଏଭଳି ପ୍ରତିବାଦ କରାଯାଇଛି ।

topless

ମିଳିଥିବା ସୂଚନା ଅନୁଯାୟୀ ଫରାସି ମହିଳା ନିଜର ଜଣେ ବନ୍ଧୁ ଏବଂ ୨ଜଣ ଶିଶୁଙ୍କୁ ସୁଇମିଂ ପାର୍କରେ ଖେଳିବା ପାଇଁ ନେଇଥିଲେ । ସେଠାରେ ସେ  ଟପଲେସ୍ ହୋଇ ସନ୍ ବାଥ୍ ନେଉଥିଲେ । ଏହା ଦେଖଇ ଦାୟିତ୍ୱରେ ଥିବା ଗାର୍ଡ ଜଣଙ୍କ ମହିଳାଙ୍କୁ ସ୍ତନ ଘୋଡ଼ାଇବାକୁ କହିଥିଲେ । କିନ୍ତୁ ଏଥଇରେ ରାଜି ହୋଇନଥିଲେ ମହିଳା, ଏବଂ ସେ କାହିଁକି ଏଳ କରିବେ ବୋଲି ପ୍ରଶ୍ନ କରିଥିଲେ । ତାଙ୍କ ଯୁକ୍ତି ହେଲା ଯେ, ଯଦି ପୁରୁଷମାନେ ବିନା ଟପ୍‌ରେ ବୁଲିପାରୁଛନ୍ତି ସେ କାହିଁକି ନୁହେଁ । କିନ୍ତୁ ଗାର୍ଡ ତାଙ୍କ ଯୁକ୍ତି ନଶୁଣି ତାଙ୍କୁ ପାର୍କୁ ବାହାର କରିଦେଇଥିଲେ  ।

topless

ଶନିବାର ୧୦ ଜୁଲାଇ ଦ୍ୱିପ୍ରହରରେ ବର୍ଲିନର ମେରିଏନ୍‌ପ୍ଳାଜାରେ ମହିଳାମାନେ ଅଧିକାରୀଙ୍କ ଏହି ଫଇସଲାକୁ ବିରୋଧ କରିଥିଲେ । ଏବଂ ଲିଙ୍ଗଗତ ସମାନତା ଦାବି କରିବା ସହ ଟପଲେସ୍ ହୋଇ ସରକାରଙ୍କ ନିକଟରେ ନିଜ ଦାବି ରଖିଥିଲେ । ତେବେ ବିଶେଷ କଥା ଏହା ଯେ, ସମାନତାକୁ ନେଇ କରାଯାଉଥିବା ପ୍ରଦର୍ଶନର ଡ୍ରେସକୋର୍ଡ ଥିଲା ଟପଲେସ୍ ହେବା । ଯାହାକୁ କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା । ତେବେ ଏଥିରୁ କିଛି ମହିଳା ନିଜ ସ୍ତନରେ ଟାଟୁ ମଧ୍ୟ ବନାଇଥିଲେ । ତେବେ ମହିଳାଙ୍କ ଏହି ଦାବିକୁ ସମର୍ଥନ ଜଣାଇ ପ୍ରତିବାଦରେ ସାମିଲ ହୋଇଥିବା ପୁରୁଷମାନେ ବ୍ରା ପିନ୍ଧି ଏହାକୁ ସମର୍ଥନ ଜଣାଇଥିଲେ ।

topless

Leave a Reply