spot_img
Home Blog Page 5582

ପଵ୍‌ଜି ଖେଳୁଥିବା ବେଳେ ଯୁବକଙ୍କୁ ଛୁରାମାଡ଼ ଅଭିଯୋଗ

ରାଉରକେଲା: ରାଉରକେଲାରେ ଯୁବକଙ୍କୁ ଛୁରାମାଡ଼ । ମାଲଗୋଦାମ ଅଞ୍ଚଳରେ ସାଙ୍ଗ ହୋଇ ପଵ୍‌ଜି ଖେଳୁଥିବା ବେଳେ ଜଣେ ଯୁବକଙ୍କୁ ଛୁରାମାଡ ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଆହତ ଅବସ୍ଥାରେ ଯୁବକଙ୍କୁ ରାଉରକେଲା ଇସ୍ପାତ ଜେନେରାଲ ହସପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ଗୁରୁତର ଆହତ ଯୁଵକ ଜଣଙ୍କ ମାଲଗୋଦାମ ଅଞ୍ଚଳର ବିକାଶ ଦାସ ବୋଲି ଚିହ୍ନଟ କରାଯାଇଛି ।

ଗତକାଲି ରାତିରେ ରାଉରକେଲା ମାଲଗୋଦାମ ଅଞ୍ଚଳରେ ସାଙ୍ଗ ହୋଇ ପଵଜି ଖେଳୁଥିବା ବେଳେ ବିକାସ ଦାସଙ୍କୁ ଅନ୍ୟ ଜଣେ ଯୁବକ ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଏସମ୍ପର୍କରେ ଆହତ ଯୁବକଙ୍କ ପରିବାର ଲୋକ ଉଦିତନଗର ଥାନାରେ ଅଭିଯୋଗ କରିନଥିବା ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ଆହତ ଯୁବକଙ୍କ ପରିବାର ଲୋକ ଅର୍ଥ ଅଭାବରୁ କିପରି ଚିକିତ୍ସା କରିବେ ସେନେଇ ଚିନ୍ତିତ ଥିବା କହିଛନ୍ତି ।

ରାଜଧାନୀ ରାଜରାସ୍ତାରେ ବିକ୍ରି ହେଉଛି ବିଷ, ଫଳକୁ ପଚାଇବାକୁ ବ୍ୟବହାର ହେଉଛି ବିଷାକ୍ତ କେମିକାଲ

ଭୁବନେଶ୍ୱର: ରାସ୍ତା ଉପରେ ଖୋଲାଖୋଲି ବିକ୍ରି ହେଉଛି ବିଷ । ଖାଦ୍ୟରେ ମିଶାଯାଉଛି ରସାୟନିକ ବିଷ । ଆମ୍ବ, କଦଳୀ, ସପୁରୀ ସବୁଥିରେ ହେଉଛି ବ୍ୟବହାର । ପୂର୍ବରୁ ଚାଇନା ଆଉ ଏବେ ଖାଦ୍ୟରେ ବୋଳା ହେଉଛି ଜାପାନ ରସାୟନ । ରାଜଧାନୀର ରାଜରାସ୍ତାରେ ଟ୍ରକରୁ ଓହ୍ଲାଯାଉଛି ସପୁରୀ । ସବୁ କଞ୍ଚା । ଆଗକୁ ରଜ ଓ ସାବିତ୍ରୀ । ପୂଜା ପୂର୍ବରୁ କିନ୍ତୁ ସବୁ ପାଚିବାକୁ ହେବ ଆଉ ଶେଷ ବି ହେବାକୁ ପଡିବ । ଏଥିପାଇଁ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ମାରି ବ୍ୟବସାୟୀ କେବଳ ଠକୁ ନାହାନ୍ତି ବରଂ ବିଶ୍ୱାସରେ ବିଷ ଦେଉଛନ୍ତି ।

ସପୁରୀ ଗଦା ପାଖରେ ଅଛି ଏଥେଫୋନ ନାମକ ଏକ ରସାୟନିକ ତରଳ ପଦାର୍ଥ । ଯାହାକୁ ପାଣିରେ ମିଶାଇ ସପୁରୀରେ ସିଞ୍ଚନ କରାଯାଉଛି । ଏବଂ ପରେ ପାଳ ଓ ଅଖାରେ ଘୋଡାଇ ରଖିଲେ ଦିନେ କିମ୍ବା ଦୁଇଦିନ ସପୁରୀର ରଙ୍ଗ ବଦଳି ଯାଉଛି । କେବଳ ସପୁରୀ ନୁହଁ ଆମ୍ବ, କଦଳୀ ଭଳି ସବୁ ଫଳକୁ ପଚାଇବାକୁ ଏହି ପ୍ରଣାଳୀ ଅପଣାଉଛନ୍ତି ବ୍ୟବସାୟୀ । ପୂର୍ବରୁ କାର୍ବୋରାଇଡ଼ ଓ ପରେ ଚାଇନାରୁ ଆସୁଥିବା ପାଉଚ । ସେଗୁଡିକ କଟକଣା ଯୋଗୁଁ ଉପଲବ୍ଧ ହେଉନଥିବାରୁ ବଜାରରେ ମିଳୁଥିବା ଜାପାନ ପ୍ରସ୍ତୁତ ଏହି ଏଥେଫୋନକୁ ବ୍ୟବହାର କରୁଥିବା ସ୍ୱୀକାର କରିଛନ୍ତି ବ୍ୟବସାୟୀ । ସେପଟେ ସବୁ ଜାଣି ଗ୍ରାହକ ଏସବୁ କିଣିବାକୁ ବାଧ୍ୟ ହେଉଥିବା କହିଛନ୍ତି ।

ଅଧିକ ଦାମରେ ବିକ୍ରି କରି ମୁନାଫା କମାଇବା ସହ ଲୋକଙ୍କୁ ଠକୁଛନ୍ତି ବ୍ୟବସାୟୀ । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗୃହିଣୀ । ସେପଟେ ବଜାରରେ ଏଭଳି କାରବାରକୁ ତୁରନ୍ତ ରୋକିବା ଆବଶ୍ୟକ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ । ପାଚିଲା ଫଳକୁ ଆମେ ସିଧା ଗ୍ରହଣ କରୁଥିବା ବେଳେ ସେଥିରେ କେତେ ପରିମାଣର ରାସାୟନିକ ପଦାର୍ଥ ମିଶିଛି ଓ ଆମ ଶରୀରକୁ କେତେ କ୍ଷତିକାରକ ତାହା ଜାଣିବା କଷ୍ଟ । ତେବେ ଏହାଦ୍ୱାରା ମନୁଷ୍ୟର ଦୃଷ୍ଟିଶକ୍ତି, କିଡନୀ ଓ ସ୍ନାୟୁ ଉପରେ ପ୍ରତିକୂଳ ପ୍ରଭାବ ପଡିବ ବୋଲି ସେ କହିଛନ୍ତି ।  କେବଳ ରାଜଧାନୀରେ ନୁହେଁ ବରଂ ସବୁ ସହରରେ ସବୁ ବଜାରରେ ଦେଖିବାକୁ ମିଳୁଛି ଏଭଳି ଦୃଶ୍ୟ । ବର୍ତ୍ତମାନ କରୋନା ପରିସ୍ଥିତିରେ ମଣିଷ ଫଳ ଜରିଆରେ ବିଷ ଚିନ୍ତା ବଢାଇଦେଇଛି ।

ବାର୍ଦ୍ଧକ୍ୟ ଅବସ୍ଥାରେ ଦୁଃଖର କଳା ବାଦଲ: ପାଗଳ ପୁଅକୁ ଧରି ଗଛ ମୁଳେ ଆଶ୍ରୟ ନେଇଛି ମାଆ

ଭଦ୍ରକ: ଏଠି ଭାଗ୍ୟ ହଜିଯାଇଛି ଆଉ ଦୁଃଖ ସାଥି ସାଜିଛି । ମନ ମରିଯାଇଛି ହେଲେ ମମତା ବଞ୍ଚିଛି । ଭଦ୍ରକ ଜିଲ୍ଲା ରଣପଦା ଗାଁର ମାତାଜୀ ରାଉତ । ସେ କେଉଁ ଦୁଃଖ କଥା କହିବ ? ଅଭାବର ଅଭିଯୋଗ କରିବ ନାଁ ସନ୍ତାନର ସମସ୍ୟା ବଖାଣିବ ? ଦୁଃଖର ଦରିଆରେ କେମିତି ଖୋଜିବ ଆଶ୍ବସ୍ତିର ଆଶା ? ସ୍ବାମୀଙ୍କ ପରେ ପରେ ଗୋଟିଏ ପୁଅ ମଧ୍ୟ ଆରପାରିକୁ ପଳାଇଲା । ସାନ ପୁଅ ପାଗଳ ଆଉ ବଡ ଦୁଇ ମାଆଠୁ ଅଲଗା । ଆଉ ଇଏ ହେଉଛି ସେଇ ବାସ ଟିକ କ । ଦିନରେ ସୂର୍ଯ୍ୟ ଆଉ ରାତିରେ ତାରାର ଆଲୁଅରେ ବିତିଯାଉଛି ଦିନ ପରେ ଦିନ, ରାତି ପରେ ରାତି । କେତେବେଳେ ତାଳ ବରଡ଼ା ତଳେ ତ ଆଉ କେତେବେଳେ ବର ଗଛ ତଳେ ଆଶ୍ରୟ ନେଉଛନ୍ତି ମାଆ ପୁଅ ।

ବାର୍ଦ୍ଧକ୍ୟ ଅବସ୍ଥାରେ ଦୁଃଖର କଳା ବାଦଲ । ପାଗଳ ପୁଅକୁ ଧରି ଗଛ ମୁଳେ ଆଶ୍ରୟ ନେଉଛନ୍ତି ଭଦ୍ରକ ଜିଲ୍ଲା ରଣପଦା ଗାଁର ମାତାଜୀ ରାଉତ । ଅନ୍ୟ ଦୁଇ ପୁଅ ଥିଲେ ମଧ୍ୟ ମାଆ ଆଉ ମାନସିକ ରୋଗାଗ୍ରସ୍ତ ଭାଇକୁ ପାଳିବାକୁ ସମ୍ବଳ ନାହିଁ । ଫଳରେ ଭାଗ୍ୟକୁ ଆଦରି ଖୋଲା ଆକାଶ ତଳେ ବିତୁଛି ଉଭୟଙ୍କର ଜୀବନ ।

 

ମାତାଜୀଙ୍କ ଜୀବନର ସଞ୍ଜ ପାଖେଇଆସିଲାଣି । ବାର୍ଦ୍ଧକ୍ୟରେ ଆଖି ବି ଶୋଇ ଆସିଲାଣି । ମାଆ ଆଉ ମୁଣ୍ଡ ଖରାପ ଭାଇକୁ ଚଳାଇବାକୁ ଅନ୍ୟ ଦୁଇପୁଅ ମଧ୍ୟ ଆର୍ଥିକ ସ୍ବଚ୍ଛଳ ନୁହନ୍ତି । ଏଭଳି ପରିସ୍ଥିତିରେ ପାଗଳ ପୁଅର ପେଟକୁ ଦାନା ଗଣ୍ଡେ ଦେବାବି ସହଜ ହେଉନି । ଝଡ ତୋଫାନରେ ବଡ ପୁଅ ଦୁଆରେ ଆଶ୍ରୟ ନେଉଛି ମାଆ । ହେଲେ ମୁଣ୍ଡ ଠିକ୍ ନଥିବା ପୁଅକୁ କିଏ ପଚାରିବ ? ସରକାରଙ୍କ ତରଫରୁ ମିଳୁଥିବା ରାସନ ଓ ଭତ୍ତା ହେଉଛି ଉଭୟଙ୍କର ଏକମାତ୍ର ସମ୍ବଳ । ତେବେ ଅଭାବକୁ ଦେଖି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଭଦ୍ରକ ବିଡିଓ । ଏଖବର ଜାଣିବାପରେ ଉଭୟଙ୍କୁ ଆବାସ ଯୋଜନାରେ ଘର ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ପ୍ରଶାସନିକ ଅଧିକାରୀଙ୍କ ଆଶ୍ବସନା ପରେ ଆଶ୍ବସ୍ତିର ଆଶା ଉଇଁଛି । ତେବେ ସମୟ କହିବ କେତେ ଶୀଘ୍ର ସମାଧାନ ହେଉଛି ମାଆପୁଅଙ୍କ ସମସ୍ୟା ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା, ଏଣିକି ଗ୍ଲାବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ ଫାଇଜର ଓ ମଡର୍ଣ୍ଣା

ଭୁବନେଶ୍ୱର: ଏଣିକି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟାରେ ସାମିଲ ହୋଇପାରିବେ ଫାଇଜର, ମଡର୍ଣ୍ଣା । DCGI ଦ୍ୱାରା ଅନୁମୋଦିତ କମ୍ପାନୀ ଟେଣ୍ଡର ପ୍ରକ୍ତିୟାରେ ସାମିଲ ହୋଇପାରିବେ । ଏନେଇ ନିୟମର ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଟିକାକରଣ ଟେଣ୍ଡରରେ ସାମିଲ ହେବା ପାଇଁ ପରିବର୍ତ୍ତନ କରାଯାଇଛି । ୪ତାରିଖରୁ ପୁଣି ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହେବ, ଏ ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ  ।

ଅନ୍ୟପଟେ ଗ୍ଲୋବାଲ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଟିକା ମିଳିବା ପ୍ରକ୍ରିୟାକୁ ସହଜ ଓ ସରଳୀକରଣ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛି ରାଜ୍ୟ । ଗ୍ଲୋବାଲ ଟେଣ୍ଡର ଜରିଆରେ ବିଦେଶୀ କମ୍ପାନୀଠାରୁ ଟିକା କିଣିବା ପାଇଁ ଓଡ଼ିଶା ସମେତ ଅନ୍ୟ ରାଜ୍ୟମାନେ ଯେଉଁ ପ୍ରକ୍ରିୟା ଆରମ୍ଭ କରିଥିଲେ ସେଥିରେ କମ୍ପାନୀମାନେ ବିଶେଷ ଆଗ୍ରହ ଦେଖାଉନାହାନ୍ତି । ତେଣୁ କେନ୍ଦ୍ର ସରକାର ବିଶ୍ୱ ବଜାରରୁ ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇ ଦିଅନ୍ତୁ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଚିଠି ଲେଖି ଦାବି କରିଛନ୍ତି । ଏଥିସହିତ ଯୁକ୍ତ ୨ ଛାତ୍ରଛାତ୍ରୀ ଓ ତାଙ୍କ ପରିବାରକୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ଏବଂ ଉପାନ୍ତ ଅଞ୍ଚଳରେ ଟିକାକରଣ ସହଜ ହେବା ପାଇଁ ବ୍ୟବସ୍ଥା କରିଛନ୍ତି ।

କରୋନାର ପିକ୍ ସମୟ ପାର କରିସାରିଛି ଦେଶ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନାର ଦ୍ୱିତୀୟ ଲହରର କହର ଧିରେ ଧିରେ କମିବାରେ ଲାଗିଛି । ଧୀରେ ଧୀରେ ଦେଶରେ କରୋନା ମିଟର ଖସିବାରେ ଲାଗିଛି। ଲଗାତାର କିଛିଦିନ ହେବ ୧ଲକ୍ଷ ତଳେ ରହୁଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏହାରି ଭିତରେ ଏକ ଆଶ୍ୱସ୍ତିକର ଖବର ଆସିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ ଦେଶରେ କରୋନାର ପିକ୍ ସମୟ ମେ ୭ ପର୍ଯନ୍ତ ଥିଲା ଯାହାକୁ ଦେଶ ପାର କରିସାରିଛି । ଏବଂ ଏହା ପରେ ନୂଆ ମାମଲାରେ ୬୯ ପ୍ରତିଶତ ହ୍ରାସ ପାଇଥିବା ରେକର୍ଡ଼ ହୋଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଗତ ତିନି ସପ୍ତାହ ମଧ୍ୟରେ ଭାରତରେ କରୋନା ପରୀକ୍ଷା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗୋଟିଏ ସପ୍ତାହରେ ହାରାହାରି ୨୦ ଲକ୍ଷ ପରୀକ୍ଷା କରାଯାଉଛି। ଏଥିସହ ଦେଶରେ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇଛି। ଭାରତରେ ସଂକ୍ରମଣ ହାର ୮.୩୧ ପ୍ରତିଶତ ରହିଛି। ଭାରତରେ ଦୈନିକ ସଂକ୍ରମଣ ହାର ବର୍ତ୍ତମାନ ୬.୬୨ ପ୍ରତିଶତ ରହିଛି। ଏପ୍ରିଲ୍ ୨୧ ଠାରୁ ଏହା ସର୍ବନିମ୍ନ ସଂକ୍ରମଣ ହାର।

ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ସକ୍ରିୟ ମାମଲା ୫୦ ପ୍ରତିଶତ ହ୍ରାସ ପାଇଛି। ଗୋଟିଏ ଦିନରେ ସକ୍ରିୟ ମାମଲାରେ ୧.୩ ଲକ୍ଷ ପର୍ଯ୍ୟନ୍ତ ହ୍ରାସ ପାଇଛି । ୩୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ, ଏକ ସପ୍ତାହ ହେଲା ସଂକ୍ରମଣ କ୍ରମାଗତ ଭାବରେ ହ୍ରାସ ପାଇଛି। ଏବଂ ଏହା  ଏକ ସକରାତ୍ମକ ଧାରା ।

ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧ଲକ୍ଷ ୨୭ ହଜାର ୫୧୦ ମାମଲା ପଞ୍ଜିକୃତ ହୋଇଛି। ମେ ୨୮ ତାରିଖରୁ ଦେଶରେ ଲଗାତାର ଭାବେ ସଂକ୍ରମଣ ସଂଖ୍ୟା ଦୁଇ ଲକ୍ଷରୁ କମ୍ ରହୁଛି। ଏବଂ ଏହା ବ୍ୟତୀତ ଦୈନିକ ସୁସ୍ଥତା ହାର ମଧ୍ୟ ବଢଞିବାରେ ଲାଗିଛି । ସେ କହିଛନ୍ତି ଯେ ଦେଶରେ ବର୍ତ୍ତମାନ ସଂକ୍ରମଣ ହାରଠୁ ଅଧିକ ସୁସ୍ଥତା ହାର ରହିଛି । ବର୍ତ୍ତମାନ ଦେଶରେ ସୁସ୍ଥତା ହାର ୯୨ ପ୍ରତିଶତକୁ ବୃଦ୍ଧି ହୋଇଛି।

ମୃତ୍ୟୁ ଅକସ୍ମାତ୍ ନା ଆତ୍ମହତ୍ୟା: ମୃତ୍ୟୁର କାରଣ ଜାଣିବା ପାଇଁ ମାଟି ଖୋଳି ଶବ ବାହାର କଲା ପୋଲିସ୍

ଚଣ୍ଡିଖୋଲ: ମୃତ୍ୟୁର ସତ ଜାଣିବାକୁ ପୋତା ହୋଇଥିବା ଶବକୁ ଖୋଳିଲା ପୋଲିସ । ଯାଜପୁର ଧର୍ମଶାଳା ଥାନା ଆରୁହା ପଂଚାୟତରେ ଯୁବତୀଙ୍କ ମୃତ୍ୟୁ ହୋଇଥିଲା । କାହାକୁ କିଛି ନକହି ମୃତଦେହକୁ ପୋତି ଦେଇଥିଲେ ପରିବାର ବର୍ଗ । ତେବେ ମୃତ୍ୟୁର ସତ ଜାଣିବାକୁ ଶବକୁ ଖୋଳି ଶବବ୍ୟବଛେଦ ପାଇଁ ପଠାଇଛି ପୋଲିସ୍ । ଏହା ସହିତ ଯୁବତୀଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରାଯାଇଛି ।

ଯାଜପୁର ଧର୍ମଶାଳାରେ ଚାଞ୍ଚଲ୍ୟ । ମାଟି ତଳୁ ବାହାର କରାଗଲା ମୃତଦେହ । କେମିତି ହେଲା ଯୁବତୀଙ୍କ ମୃତ୍ୟୁ ? ରହସ୍ୟ ଖୋଲିବ ବ୍ୟବଛେଦ ରିପୋର୍ଟ । ମାରି ଦେଲେ ନାଁ ମରିଗଲେ ? ମୃତ୍ୟୁର ସତ ଜାଣିବାକୁ ପୋତା ହୋଇଥିବା ଶବକୁ ବାହାର କରିଛି ଯାଜପୁର ପୋଲିସ । ଗତ ୩୦ତାରଖରେ ଧର୍ମଶାଳା ଥାନା ଆରୁହା ପଂଚାୟତର ସ୍ବର୍ଗତ ଅନନ୍ତ ଜେନାଙ୍କ ଝିଅ ଉପାସନାଙ୍କର ମୃତ୍ୟୁ ହୋଇଥିଲା । କାହାକୁ କିଛି ନକହି ମୃତଦେହକୁ ଶ୍ମାଶନରେ ପୋତି ଦେଇଥିଲେ ପରିବାର ଲୋକ । ଘଟଣାର ସତ ଜାଣିବାକୁ ସ୍ଥାନୀୟ ସରପଞ୍ଚ ଓ ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ମୃତ ଦେହକୁ ଖୋଳି ବାହାର କରିଛି ପୋଲିସ୍ ।

ବିଧବା ମା ଓ ଭାଇଙ୍କ ସହ ରହୁଥିଲେ ଉପାସନା । କେମିତି ଝିଅର ମୃତ୍ୟୁ ହେଲା ସେନେଇ ମୁହଁ ଖୋଲୁନାହାନ୍ତି ପରିବାର ଲୋକେ । ପୁରା ଘଟଣାରୁ ପରଦା ହଟାଇବାକୁ ଖୋଳତାଡ ଆରମ୍ବ କରିଛି ପୋଲିସ୍ । ପ୍ରାଥମିକ ପର୍ଯ୍ୟାରେ ମାଆ, ଭାଇଙ୍କୁ ପଚରାଉଚରା କରାଯାଇଛି । ଯଦି ଏହା ଆକସ୍ମିକ ମୃତ୍ୟୁ ଥିଲା ତେବେ ଡାକ୍ତରଖାନା ନନେଇ କାହିଁକି ଶବକୁ ପୋତିଦେଲେ ? ଯଦି ଆତ୍ମହତ୍ୟା ତେବେ ପୋଲିସକୁ ସୂଚନା ଦିଆଗଲାନି କାହିଁକି ? ଏ ସବୁ ଘଟଣା ପରିବାର ବର୍ଗଙ୍କୁ ସନ୍ଦେହ ଘେରକୁ ଆଣିଛି । ଏବେ ଯୁବତୀଙ୍କ ମୃତ୍ୟୁର ସତ କହିବ ଶବ ବ୍ୟବଛେଦ ରିପୋର୍ଟ । ପୋଷ୍ଟମଟମ ରିପୋର୍ଟ ଆସିଲେ ଜଣାପଡିବ ମୃତ୍ୟୁର କାରଣ ।

କରୋନା ସଂକଟ ବେଳେ ଅସହାୟଙ୍କୁ ଖାଦ୍ୟ ଯୋଗାଇଲେ ଉଡ୍ର ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଆକାଶ ଦାଶ ନାୟକ

ଯାଜପୁର: କରୋନା ସଂକଟ ବେଳେ ଅସହାୟଙ୍କୁ ଖାଦ୍ୟ ଯୋଗାଉଛନ୍ତି ଉଦାରବାନ ବ୍ୟକ୍ତି । ଯାଜପୁର ବ୍ୟାସନଗର ଗାନ୍ଧୀ କୃଷ୍ଠାଶ୍ରମରେ ଲୋକଙ୍କୁ ରାସନ ବାଣ୍ଟିଛନ୍ତି ପୂର୍ବତନ ବିଧାୟକ ଆକାଶ ଦାଶ ନାୟକ । ଅନ୍ୟପଟେ ଝାରସୁଗୁଡା ଓ ନବରଙ୍ଗପୁରରେ ସଂଗରୋଧରେ ସଂକ୍ରମିତଙ୍କୁ ଖାଦ୍ୟ ଯୋଗାଉଛନ୍ତି ସ୍ୱେଚ୍ଛାସେବୀ ।

ବିପଦ ବେଳର ସାଥି । ଭୂତାଣୁର ଭୟାବହତା ସମୟରେ ସାହାଯ୍ୟର ହାତ । କରୋନାକୁ ଅଟକାଇବାକୁ ସବୁଆଡେ ଲକଡାଉନ୍ ଓ ସଟଡାଉନ୍ । ଏହି ସମୟରେ ଅଭାବୀଙ୍କୁ ସହାୟ ହୋଇଛନ୍ତି ପୂର୍ବତନ ବିଧାୟକ ତଥା ଉଡ୍ର ଚାରିଟେବୁଲ ଟ୍ରଷ୍ଟ ଅଧ୍ୟକ୍ଷ ଆକାଶ ଦାଶନାୟକ । ଯାଜପୁର ବ୍ୟାସନଗର ଗାନ୍ଧୀ କୃଷ୍ଠାଶ୍ରମରେ ସେ ଲୋକଙ୍କୁ ରାସନ ବାଣ୍ଟିଛନ୍ତି । ବସ୍ତିରେ ଲୋକଙ୍କୁ ଡାଲି, ଚାଉଳ, ତେଲ ସହିତ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯାଇଛି ।

ଅନ୍ୟପଟେ ଝାରସୁଗୁଡାରେ ସଂଗରୋଧରେ ଥିବା ସଂକ୍ରମିତଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ଯେସିଆଇ କୋଭିଡ ଆର୍ମିର ସଦସ୍ୟ । ଆକ୍ରାନ୍ତଙ୍କୁ ସୁଷମ ଖାଦ୍ୟ ଦେବା ସହିତ ମାସ୍କ ଓ ଅକ୍ସିଜେନ ମଧ୍ୟ ଯୋଗାଇ ଦେଉଛନ୍ତି ।

ସେପଟେ ନବରଙ୍ଗପୁର ପାଇଁ ବିଦେଶରୁ ଆସିଛି ସହାୟତାର ହାତ । ତାରା ଗାଁର ଦୁଇଭାଇ ଦୁବାଇରୁ ପଠାଉଛନ୍ତି ସାହାଯ୍ୟ । ଗାଁରେ ସଂକ୍ରମିତଙ୍କ ପରିବାରକୁ ପ୍ରତିଦିନ ରନ୍ଧା ଖାଦ୍ୟ ଯୋଗାଇ ଆସୁଛନ୍ତି । ଏଥିପାଇଁ ଦୈନିକ ୪ହଜାର ଟଙ୍କା ଖର୍ଚ୍ଚ ହେଉଛି । ଏସବୁର ପରିଚାଳନା କାର୍ଯ୍ୟରେ ଗାଁରେ ଥିବା ବାପାଭାଇ ସହଯୋଗ କରୁଛନ୍ତି । ଉଭୟଙ୍କର ଗାଁ ପ୍ରେମ ଓ ମହତ କାର୍ଯ୍ୟ ପାଇଁ ସବୁଠୁ ପ୍ରଂଶସାର ଛୁଟୁଛି । କରୋନା ସଂକଟ ସମୟରେ ଏଭଳି ସେବା ପାଇଁ ଲୋକଙ୍କର ଆଶୀର୍ବାଦ ଓ ଭଲପାଇବା ମିଳୁଛି । ଏହାଦ୍ବାରା ଅନେକ ଅସହାୟ ମଧ୍ୟ ସାହା ପାଉଛନ୍ତି ।

ଟିକା ଅଭାବ ଦୂର କରିବାକୁ ଓଡ଼ିଶାର ପ୍ରସ୍ତାବ: ବିଦେଶରୁ ଟିକା କିଣିଦେଲେ ରାଜ୍ୟ ସରକାର ଦେବେ ଟଙ୍କା

ଭୁବନେଶ୍ୱର: କରୋନା ଟିକାକରଣ କାର୍ଯ୍ୟକ୍ରମକୁ ଅଧିକ ତ୍ବରାନ୍ବିତ କରିବା ପାଇଁ ଓଡ଼ିଶା ସରକାର କେନ୍ଦ୍ରକୁ ଏକ ଜରୁରୀକାଳୀନ ପ୍ରସ୍ତାବ ଦେଇଛନ୍ତି। ଏହି ପ୍ରସ୍ତାବରେ ରାଜ୍ୟ ସରକାର ବିଦେଶରୁ ଟିକା କିଣିବା ଲାଗି ଉପୁଜୁଥିବା ସମସ୍ୟାକୁ ସମାଧାନ କରିବାକୁ ନିବେଦନ କରିଛନ୍ତି। ଯେଉଁ ବୃହତ୍ ଆନ୍ତର୍ଜାତୀୟ ଟିକା ନିର୍ମାତାମାନେ ରାଜ୍ୟଗୁଡ଼ିକୁ ସିଧାସଳଖ ଟିକା ଦେବାକୁ ମନା କରୁଛନ୍ତି ସେମାନଙ୍କଠାରୁ ଓଡ଼ିଶା ପାଇଁ ଟିକା କିଣିବାକୁ କେନ୍ଦ୍ରକୁ ଅନୁରୋଧ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ରମନ୍ତ୍ରୀ ନବ କିଶୋର ଦାସ। ପ୍ରତିବଦଳରେ ଟିକା କିଣାର ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର କେନ୍ଦ୍ରକୁ ପ୍ରଦାନ କରିବେ ବୋଲି ଉଲ୍ଳେଖ କରିଛନ୍ତି।

ଶ୍ରୀ ଦାସ କେନ୍ଦ୍ର ସ୍ବାସ୍ଥ୍ରମନ୍ତ୍ରୀ ହର୍ଷବର୍ଦ୍ଧନଙ୍କୁ ଲେଖିଥିବା ଏକ ଚିଠିରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ମାଗଣା ଟିକା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଦେଶରେ ଟିକା ଅଭାବ ଥିବାରୁ ଆନ୍ତର୍ଜାତୀୟ ସ୍ତରରୁ ଟିକା କିଣିବା ଲାଗି ଯଥା ସମ୍ଭବ ପ୍ରୟାସ ହୋଇଛି। ଗ୍ଲୋବାଲ୍ ଟେଣ୍ଡର ପ୍ରକାଶ କରାଯାଇଛି। ହେଲେ ବହୁରାଷ୍ଟ୍ରୀୟ କମ୍ପାନୀ ସିଧାସଳଖ ରାଜ୍ୟଙ୍କୁ ଟିକା ଦେବାକୁ ଚାହୁଁନଥିବା କଥା ସ୍ୱାସ୍ଥ୍ୟମନ୍ତ୍ରୀ ପତ୍ରରେ ଉଲ୍ଲେଖ କରିଛନ୍ତି । ବହୁରାଷ୍ଟ୍ରୀୟ ଔଷଧ କମ୍ପାନୀ,ଯେପରିକି ଫାଇଜର ଓ ମଡର୍ଣ୍ଣା ସିଧା ସଳଖ ରାଜ୍ୟଙ୍କୁ ଟିକା ବିକ୍ରି କରିବା ବଦଳରେ ସଂଘୀୟ ସରକାରଙ୍କ ସହିତ ଟିକା ବିକ୍ରି ସମ୍ବନ୍ଧିତ ଚୁକ୍ତି କରିବାକୁ ଅଧିକ ଇଛୁକ ବୋଲି ଜଣା ପଡୁଛି । ନିକଟରେ କିଛି ରାଜ୍ୟ ସିଧାସଳଖ ଟିକା କିଣିବା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରିଥିଲେ । କିନ୍ତୁ କୌଣସି ବିଦେଶୀ କମ୍ପାନୀ ଏଥିପାଇଁ ଆଗ୍ରହ ପ୍ରକାଶ କରିନଥିଲେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଟିକା କିଣି ରାଜ୍ୟଙ୍କୁ ଦେଉ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ପତ୍ରରେ ଲେଖିଛନ୍ତି ।

ଏହି ପ୍ରସ୍ତାବ ଦେବା ବେଳେ ଓଡ଼ିଶା ସରକାର ଅନ୍ୟ ରାଜ୍ୟମାନଙ୍କଠାରୁ ଆଉ ପାଦେ ଆଗକୁ ଯାଇଛନ୍ତି। କେନ୍ଦ୍ର ଓଡ଼ିଶା ପାଇଁ ଆବଶ୍ୟକ ଟିକା କିଣିଲେ ତାହାର ସମସ୍ତ ଖର୍ଚ ରାଜ୍ୟ ସରକାର ବହନ କରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଏହି ଚିଠି ସ୍ପଷ୍ଟ କରୁଛି। ଅର୍ଥାତ୍ ଓଡ଼ିଶା ଏହାର ଅଧିବାସୀଙ୍କୁ ଟିକାକରଣ କରିବା ଲାଗି କେନ୍ଦ୍ର ଉପରେ ଆଉ ଏକ ବୋଝ ହେବାକୁ ଚାହୁଁ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଅନୁସାରେ ଓଡ଼ିଶା ନିଜ ପାଣ୍ଠିରୁ ଟିକା ବାବଦ ଖର୍ଚ ତୁଲାଇବ । କିନ୍ତୁ ରାଷ୍ଟ୍ରୀୟ ସ୍ତରରେ ଥିବା ଆଇନଗତ ପ୍ରତିବନ୍ଧକକୁ ନଜରରେ ରଖି କେନ୍ଦ୍ର ସରକାର ରାଜ୍ୟଠୁ ଆବଶ୍ୟକ ଅର୍ଥ ନେଇ ଟିକା କିଣି ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସ୍ପଷ୍ଟ କରିଛନ୍ତି ରାଜ୍ୟ ସ୍ବାସ୍ଥ୍ର ମନ୍ତ୍ରୀ।

ଏହି ଚିଠିରେ କୋୱିନ ପୋର୍ଟାଲକୁ ନେଇ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଟିକାକରଣ ପାଇଁ କୋୱିନ୍ ପୋର୍ଟାଲରେ ପଂଜିକରଣକୁ ବାଧ୍ୟତାମୁଳକ କରାନଯାଉ ବୋଲି ସେ ଅନୁରୋଧ କରିଛନ୍ତି । ରାଜ୍ୟର ଆଭ୍ୟନ୍ତରୀଣ ଅଂଚଳରେ ଇଣ୍ଟରନେଟ୍ ସମସ୍ୟା ରହିଛି। ଏହାଛଡ଼ା କୋ ୱିନ୍ ପୋର୍ଟାଲ୍ ବ୍ୟାପକ ଟିକାକରଣରେ ପ୍ରତିବନ୍ଧକ ହେଉଥିବା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ । ତେଣୁ କୋୱିନ୍ ପଂଜିକରଣକୁ ବର୍ତ୍ତମାନ ପାଇଁ ବାଦ୍ ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି । ଏମିତି ହେଲେ ଶୀଘ୍ର ଟିକାକରଣ ହୋଇ ପାରିବ ବୋଲି ସେ ଲେଖିଛନ୍ତି ।

ରାଜ୍ୟ ସରକାର କେନ୍ଦ୍ର ସ୍ବାସ୍ଥ୍ରମନ୍ତ୍ରୀଙ୍କୁ କହିଛନ୍ତି ଯେ, ଟିକାକରଣରେ ଓଡ଼ିଶା ଦେଶର ଅନ୍ୟ ରାଜ୍ୟଙ୍କ ମଧ୍ୟରେ ଅଧିକ ସକ୍ରିୟ ଥିବା ବେଳେ ଟିକା ନଷ୍ଟ ହାର ୪ ପ୍ରତିଶତ ରହିଛି।ଓଡ଼ିଶା ୬୧ ଲକ୍ଷ ୬ ହଜାର ୪୧୫ ଜଣଙ୍କୁ ଏପର୍ଯ୍ୟନ୍ତ ଅତିକମରେ ଗୋଟିଏ ଡୋଜ୍ ଟିକା ଦିଆ ସରିଛି । ଯଦିଓ ଆମର ଟିକାକରଣ କ୍ଷମତା ଦୈନିକ ୩ ଲକ୍ଷ ରହିଛି, କିନ୍ତୁ ଟିକା ଅଭାବ ଯୋଗୁ ଏବେ ଦୈନିକ ୬୦ରୁ ୭୦ ହଜାର ଲୋଙ୍କଙ୍କୁ ହିଁ ଟିକା ଦିଆଯାଉଛି । ଏପ୍ରିଲ ମାସରେ ଓଡ଼ିଶା ଦୈନିକ ୨ ଲକ୍ଷ ଲୋକଙ୍କୁ ଟିକା ଦେଇଥିବା ରେକର୍ଡ଼ ରହିଛି।

ଭାରତରେ ଉତ୍ପାଦିତ ଟିକାକୁ ଅନୁମତି ମିଳିବା ପରେ ଓଡ଼ିଶା ସରକାର ୨ଶହ ୨୦ ଲକ୍ଷ କୋଭିସିଲ୍ଡ୍ ଡୋଜ୍ ଲାଗି ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଓ ୧୦ ଲକ୍ଷ ୩୪ ହଜାର କୋଭାକ୍ସିନ୍ ଡୋଜ୍ ପାଇଁ ପାଇଁ ଭାରତ ବାୟୋଟେକକୁ ଅର୍ଡର ଦେଇଥିଲେ। କିନ୍ତୁ ସିରମ ଇନଷ୍ଟିଚ୍ୟୁଟ୍ ଏଭିତରେ ମାତ୍ର ୫ ଲକ୍ଷ ୭୮ ହଜାର ୪୮୦ କୋଭିସିଲ୍ଡ୍ ଡୋଜ୍ ଯୋଗାଇ ପାରିଥିବା ବେଳେ ଭାରତ ବାୟୋଟେକ୍ ୧ ଲକ୍ଷ ୬୫ ହଜାର ୪୯୦ ଡୋଜ୍ କୋଭାକ୍ସିନ୍ ଦେଇଛନ୍ତି । ଓଡ଼ିଶାର ଜନସଂଖ୍ୟା ଦୃଷ୍ଟିରୁ ଏତିକି ଟିକା ଯଥେଷ୍ଟ ନୁହେଁ ।

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

ଛତିଶଗଡ଼: ଛତିଶଗଡ଼ର କୋଣ୍ଡାଗାଓ ଜିଲ୍ଲାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ। ସୁରକ୍ଷାକର୍ମୀଙ୍କ ଗୁଳିରେ ବହୁ ମାଓବାଦୀ ଆହତ ହୋଇଥିବା ବେଳେ ୨ଜଣଙ୍କ ଜୀବନ ଯାଇଛି। ତେବେ ଏଥିସହ ସୁରକ୍ଷାକର୍ମୀ ମାଓବାଦୀଙ୍କ ୩ଟି ବନ୍ଧୁକ ସହ ଅନ୍ୟ କେତେକ ମାରଣାସ୍ତ୍ର ଜବତ କରିଛନ୍ତି । ଏନେଇ ସୂଚନା ଦେଇଛନ୍ତି ବସ୍ତର ଆଇଜି ପି.ସୁନ୍ଦରରାଜ।

କୋଆକୋଣ୍ଡାର ଏକ ଜଙ୍ଗଲରେ ମାଓବାଦୀମାନେ ଲୁଚି ରହିଥିବା ଖବର ପାଇ ଡିଷ୍ଟ୍ରିକ୍‌ଟ ରିଜର୍ଭ ଗାର୍ଡ (ଡିଆର୍‌ଜି) ପକ୍ଷରୁ ସର୍ଚ୍ଚ ଅପରେସନ୍‌ ଆରମ୍ଭ ହୋଇଥିଲା । ଏହି ସମୟରେ ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲେ । ଫଳରେ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀ ଗୁଳିରେ ଦୁଇ ଜଣ ମାଓବାଦୀ ପ୍ରାଣ ହରାଇବା ସହ ଅନେକ ଆହତ ହୋଇଛନ୍ତି। ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ବୋଲି ସୂଚନା ଦେଇଛନ୍ତି ବସ୍ତାର ଆଇଜି ପି. ସୁନ୍ଦରରାଜ୍।

ଭାରତ ପକ୍ଷରେ ଟିକା ଡୋଜର ଅଦଳବଦଳ ଉପରେ ଚିନ୍ତା କରିବାର ସମୟ ଆସିଛି କି ?

ନୂଆଦିଲ୍ଲୀ: ଭାରତରେ ଜାରି ରହିଛି ଟିକାକରଣ  । ୧୮ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ୪୫ରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ କୋଭିଶିଲ୍ଡ ଟିକା ଦିଆଯାଉଛି । ତେବେ ଭାରତରେ ଟୀକାକରଣର ଦକ୍ଷତା ବୃଦ୍ଧି ତଥା ଅଧିକ ସୁରକ୍ଷା ପ୍ରଦାନ ପାଇଁ ବିଭିନ୍ନ COVID-19 ଟିକା ଡୋଜର ମିଶ୍ରଣ ପାଇଁ ଭାରତ ପରୀକ୍ଷା ଆରମ୍ଭ କରିପାରେ ବୋଲି ସୋମବାର ଜଣେ ବରିଷ୍ଠ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

ଟିକାର ଅଦଳବଦଳ ଡୋଜ୍ ବ୍ୟବସ୍ଥାର ପରୀକ୍ଷଣ ସମ୍ଭାବନା ବିଷୟରେ କହି, NITI ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ) ଭି କେ ପାଲ କହିଛନ୍ତି ଯେ, “ବିଶ୍ୱବ୍ୟାପୀ ଏହି ପ୍ରସଙ୍ଗରେ ବୈଜ୍ଞାନିକଙ୍କ ଆଗ୍ରହ ବଢ଼ୁଛି ଏବଂ ଭାରତ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବା ଉଚିତ । ଏହା ଏକ ଜୈବିକ ଯଥାର୍ଥତା ଏବଂ ଯଦି ପ୍ରଭାବଶାଳୀ ପ୍ରମାଣିତ ହୁଏ ତେବେ ଏହା ଖୁବ ଶୀଘ୍ର କାମରେ ଲଗାଯିବ ଏବଂ ଏକ ଉନ୍ନତ ବୁଷ୍ଟର ଡୋଜ ଭାବରେ କାର୍ଯ୍ୟ କରିବାରେ ବହୁ ଦୂର ଯାଇପାରେ ବୋଲି ଆଶା ପ୍ରକାଶ କରାଯାଇଛି । ତେବେ ଏହି ପରୀକ୍ଷଣ କେବେଠୁ ଆରମ୍ଭ ହେବ ସେ ନେଇ ଡାକ୍ତର ଭିକେ ପୈଲ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦେଇନାହାନ୍ତି ।

“ଦୁଇଟି ଭିନ୍ନ ଟିକା ବ୍ରାଣ୍ଡର ଡୋଜ୍ ନେବାର ଉଦ୍ଦେଶ୍ୟ ହେଉଛି ଉନ୍ନତ ପ୍ରତିରକ୍ଷା ପ୍ରଭାବ, ନିରାପତ୍ତା ଏବଂ ପ୍ରୋଗ୍ରାମେଟିକ୍ ସୁବିଧା । ଏହାକୁ Interchangeability ମଧ୍ୟ କୁହାଯାଏ । ଟିକା ଟ୍ରାକିଂ ସିଷ୍ଟମ ସର୍ବାଧିକ ଟିକା ଫଳପ୍ରଦତା ପାଇଁ ସୂକ୍ଷ୍ମ ଟ୍ୟୁନିଂ ଡୋଜ୍ ବ୍ୟବଧାନରେ ସାହାଯ୍ୟ କରିବ ବୋଲି ଭିକେ ପୈଲ କହିଛନ୍ତି।