କମୁଛି ଆକ୍ରାନ୍ତଙ୍କ ସଂଖ୍ୟା: ବଢ଼ୁଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ହେଲେ ବଢିଛି କରୋନା ମୃତ୍ୟୁସଂଖ୍ୟା । ଦିନକରେ ୨୦୨୦ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ଦେଶରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୪ଲକ୍ଷ ୧୦ହଜାର ୭୮୪ ରହିଛି । ସେପଟେ ୧୧୮ଦିନରେ ସବୁଠୁ କମ୍ ପଜିଟିଭ ୩୧ହଜାର ୪୪୩ ଚିହ୍ନଟ ହୋଇଛନ୍ତି । ସୁସ୍ଥତା ହାର ୯୭.୨୮ ପ୍ରତିଶତକୁ ବଢିଥିବା ବେଳେ ଆକ୍ଟିଭ କେସ୍ ୧୦୯ ଦିନରେ ସବୁ କମ୍ ୪ଲକ୍ଷ ୩୧ହଜାର ୩୧୫ ରହିଛି ।

ଅପରପକ୍ଷରେ ରାଜ୍ୟରେ ଲଗାତାର ଖସୁଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୯୩୦ କରୋନା ପଜିଟିଭ। କ୍ୱାରେଣ୍ଟାଇନରୁ ୧୧ ଶହ ୧୭ ଜଣ ଥିବା ବେଳେ ଲୋକାଲ କଣ୍ଟାକ୍ଟ ରହିଛି ୮୧୩ । ତେବେ ସଂକ୍ରମଣ ନିୟନ୍ତ୍ରଣ ଆସୁଥିଲେ ବି ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌। ରାଜ୍ୟରେ ଆଉ ୬୮ ଜଣଙ୍କର ଜୀବନ ନେଲା ମହାମାରୀ। ଖୋର୍ଦ୍ଧାରୁ ସର୍ବାଧିକ ୪୩୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୫୦, ବାଲେଶ୍ୱରରୁ ୧୩୪, ବରଗଡ଼ରୁ ୧୨, ଭଦ୍ରକରୁ ୯୮, ବଲାଙ୍ଗୀରୁ ୧, ବୌଦ୍ଧରୁ ୩, ଦେବଗଡ଼ରୁ ୮, ଢ଼େଙ୍କାନାଳରୁ ୬୨, ଗଜପତିରୁ ୪, ଗଞ୍ଜାମରୁ ୧୭, ଜଗତସିଂହପୁରରୁ ୭୫, ଯାଜପୁରରୁ ୧୨୫, ଝାରସୁଗୁଡ଼ାରୁ ୧୬, ଗଳାହାଣ୍ଡିରୁ ୭, କନ୍ଧମାଳରୁ ୨୭, କେନ୍ଦ୍ରାପପଡ଼ାରୁ ୧୨୩, କେନ୍ଦୁଝରରୁ ୪୮, କୋରାପୁଟ ରୁ ୧୪, ମାଲଗାନାଗିରିରୁ ୨୮, ମୟୂରଭଞ୍ଜରୁ ୯୮, ନବରଙ୍ଗପୁରରୁ ୫, ନୟାଗଡ଼ରୁ ୫୮, ନୂଆପଡ଼ାରୁ ୨, ପୁରୀରୁ ୨୭, ରାୟଗଡ଼ାରୁ ୩୮, ସମ୍ବଲପୁରରୁ ୨୫, ସୋନପୁରରୁ ୫, ସୁନ୍ଦରଗଡ଼ରୁ ୯୪, ଷ୍ଟଟପୁଲରୁ ୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ପୁଅ କାହିଁକି ଭୋଗିବ ପିତାର ସଜ୍ଜା; ଆତଙ୍କବାଦୀ ସଲାହୁଦ୍ଦିନଙ୍କ ପୁଅର ସମର୍ଥନରେ ବାହାରିଲେ ମହବୁବା

Leave a Reply