୧୯୮୩ କ୍ରିକେଟ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟଙ୍କ ହୃଦଘାତରେ ଦେହାନ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ସଦସ୍ୟ ୟଶପାଲ ଶର୍ମାଙ୍କ ପରଲୋକ । ୧୯୮୩ ବିଶ୍ୱକପ୍ ବିଜୟୀ ଦଳର ସଦସ୍ୟ ଥିଲେ ୟଶପାଲ । ମଙ୍ଗଳବାର ସକାଳେ ହୃଦଘାତରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ୟଶପାଲ ଶର୍ମା ଭାରତ ପାଇଁ ୩୭ଟି ଟେଷ୍ଟ ମ୍ୟାଚ୍ ଓ ୪୨ଟି ଏକଦିବସୀୟ ମ୍ୟାଚ୍ ଖେଳିଥିଲେ । ୧୯୮୩ରେ ଭାରତକୁ ବିଶ୍ୱକପ୍ ଜିତାଇବା ପାଇଁ ୟଶପାଲଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ସେ ୧୧ ଅଗଷ୍ଟ ୧୯୫୪ ମସିହାରେ ଲୁଧିୟାନାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଦକ୍ଷ ମିଡିଲ ଅର୍ଡର ବ୍ୟାଟ୍ସମ୍ୟାନ୍ ଥିଲେ । ସେ ୧୯୭୯ରେ ଇଂଲଣ୍ଡ ବିପକ୍ଷରେ ଡେବ୍ୟୁ କରିଥିବା ବେଳେ ୩୭ଟି ଟେଷ୍ଟରେ ୧୬୦୬ରନ୍ କରିଥିଲେ  । ଯେଉଁଥିରେ ୨ଟି ଶତକ ଏବଂ  ୯ଟି ଅର୍ଦ୍ଧ ଶତକ ରହିଛି । ସେ ୧୯୭୮ ମସିହାରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ କରିଥିଲେ ।

ଏଥିସହିତ ପଢ଼ନ୍ତୁ: କମୁଛି ଆକ୍ରାନ୍ତଙ୍କ ସଂଖ୍ୟା: ବଢ଼ୁଛି ମୃତକଙ୍କ ସଂଖ୍ୟା

Leave a Reply