spot_img
Home Blog Page 5573

ଗ୍ରାହକ ବେଶରେ ମାଡ଼ି ବସିଥିଲା ଏସ୍‌ଟିଏଫ, ଜବତ ହେଲା ୨ କେଜିରୁ ଅଧିକ ବ୍ରାଉନସୁଗାର

ବାଲେଶ୍ୱର: ରାଜ୍ୟରେ ଚାଲିଛି ଲକ୍‌ଡାଉନ କଟକଣା। ପୋଲିସ ମଧ୍ୟ ଲକ୍‌ଡାଉନ୍‌ରେ ସତର୍କ ରହିଛି। ଗଳି ଗଳିରେ ତାର ପାଟ୍ରୋଲିଂ ଜାରି ରଖିଛି। କିନ୍ତୁ ରାତି ହେଲେ ଜାଗି ଉଠୁଛନ୍ତି ଅପରାଧି। ରାତିରେ ଅନ୍ଧାର ବଢ଼ିବା ସହ ବଢ଼ି ଚାଲିଛି ଅପରାଧର କଳା ସାମ୍ରାଯ୍ୟ। ଲକଡାଉନରେ ରାତିରେ ଧଳାଜହର ଧନ୍ଦା ଅଧିକି ସକ୍ରିୟ ହେଉଛି।

ବାଲେଶ୍ୱର ଜିଲ୍ଲାରେ ବାରମ୍ବାର ବଢ଼ିବାରେ ଲାଗିଛି ଧଳା ଜହରର କାରବାର। ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ STF  ଚଢ଼ାଉ କରି ୨କେଜିରୁ ଅଧିକ ବ୍ରାଉନସୁଗର ଜବତ କରାଯାଇଛି। ମାମଲାରେ ୩ ଜଣକୁ ଗିରଫ କରି ପଚରାଉଚରା କରୁଛି ଏସ୍‌ଟିଏଫ୍‌। ଜବତ ବ୍ରାଉନସୁଗର ଆନୁମାନିକ ମୁଲ୍ୟ ୨ କୋଟି ଟଙ୍କା ହେବ। ବ୍ରାଉନସୁଗର ବିକିବାକୁ ଜଗିଥିବା ବେଳେ ଗ୍ରାହକ ବେଶରେ ମାଡି ବସିଥିଲା ଏସଟିଏଫ  ।…

ମୃତ୍ୟୁର ୧୮ଦିନ ପରେ ଘରକୁ ଫେରି ଆସିଲେ ବୃଦ୍ଧା, ଘରେ ସରିଥିଲା ଶୁଦ୍ଧିକ୍ରିୟା

ଆନ୍ଧ୍ରପ୍ରଦେଶ: କରୋନାରେ ପ୍ରତି ଦିନ ହଜାର ହଜାର ଲୋକଙ୍କର ମୃତ୍ୟୁ ହେଉଛି। କରୋନା କାରଣରୁ ମୃତ୍ୟୁ ପରେ ଶବକୁ ପୁରା ସିଲ୍‌ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଉଛି। କିନ୍ତୁ ଆଜି ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। କରୋନାରେ ମୃତ୍ୟୁର ୧୮ଦିନ ପରେ ଘରକୁ ଆସିଲେ ବୃଦ୍ଧା। ଶୁଦ୍ଧିକ୍ରିୟା ସରିବା ପରଦିନ ବୃଦ୍ଧା ଘରେ ପହଞ୍ଚିବାରୁ ଆଚମ୍ବିତ ହୋଇଗଲେ ପରିବାର ଲୋକେ। ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର କୃଷ୍ଣା ଜିଲ୍ଲାରେ। କରୋନା ଆକ୍ରାନ୍ତ ବୃଦ୍ଧା ଗିରିଜାମ୍ମାଙ୍କୁ ମେ ୧୨ ତାରିଖରେ ବିଜୟଓ୍ୱାଡ଼ାସ୍ଥିତ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୫ ମେ’ରେ ଗିରିଜାମ୍ମାଙ୍କ ସ୍ୱାମୀ ହସ୍ପିଟାଲ ଯାଇଥିଲେ ବି ସେଠାରେ ତାଙ୍କୁ ପାଇ ନଥିଲେ। ବୃଦ୍ଧାଙ୍କର ମୃତ୍ୟୁ ହୋଇଯାଇଥିବା ହସ୍ପିଟାଲର ନର୍ସମାନେ କହିବା ସହ ପଲିଥିନରେ ବନ୍ଧା ଯାଇଥିବା ଏକ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

ତେବେ ଶବ ସତ୍କାର କରିବା ସହ ପରିବାର ପକ୍ଷରୁ ୧ଜୁନ୍‌ରେ ଏକ ଶୋକସଭାର ଆୟୋଜନ ମଧ୍ୟ କରାଯାଇଥିଲା। ହେଲେ ଏହା ପରଦିନ ଅର୍ଥାତ୍ ୨ ତାରିଖରେ ଗିରିଜାମ୍ମା ଘରକୁ ଫେରି ଆସିଥିଲେ। କରୋନରୁ ସୁସ୍ଥ ହେବା ପରେ ପରିବାର ଲୋକେ ତାଙ୍କୁ କେହି ଆଣିବାକୁ ଯାଇ ନଥିବାରୁ ହସ୍ପିଟାଲ ପକ୍ଷରୁ ତାଙ୍କୁ ବାଟ ଖର୍ଚ୍ଚ ପାଇଁ ୩ହଜାର ଟଙ୍କା ଯାଇଥିଲା ବୋଲି ବୃଦ୍ଧାଜଣକ କହିଛନ୍ତି। ପରିବାର ଲୋକଙ୍କ କହିବା କଥା ଯେ, ହସ୍ପିଟାଲ ପକ୍ଷରୁ ଯେଉଁ ମୃତଦେହ ଦିଆଯାଇଥିଲା, ସେମାନେ ତାକୁ ନଖୋଲି କବର ଦେଇଦେଇଥିଲେ। ତେବେ ଏ ଯାଏଁ ହସ୍ପିଟାଲ ବିରୋଧରେ କୌଣସି ଅଭିଯୋଗ କରାଯାଇ ନଥିବା ଜଣାପଡ଼ିଛି।

ଲକ୍‌ଡାଉନ୍‌ ପାଇଁ କମୁଛି କରୋନା ସଂକ୍ରମଣ, ଗୋଟିଏ ଦିନରେ ୭ ହଜାର ୭୨୯ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ। ଆଜି ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭ ହଜାର ୭୨୯ ପଜିଟିଭ। ଏଥିସହ ଆଉ ୩୯ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଆଜି କ୍ୱାରେଣ୍ଟାଇନରୁ ୪ ହଜାର ୩୩୧ ଆକ୍ରାନ୍ତ ଥିବା ବେଳେ, ଲୋକାଲ କେସ ରହିଛି ୩ ହଜାର ୩୯୮। ତେବେ ଖୋର୍ଦ୍ଧାରୁ ସର୍ବାଧିକ ୧୦୬୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଅନ୍ୟ ଜିଲ୍ଲା କଥା ଯଦି ନଜର ପକାଇବା, ତେବେ କଟକରୁ ୭୨୦, ଅନୁଗୁଳରୁ ୪୪୯, ମୟୂରଭଞ୍ଜରୁ ୪୪୨, ବାଲେଶ୍ୱରରୁ ୪୨୬, ଯାଜପୁରରୁ ୩୮୮, ପୁରୀରୁ ୩୩୩, ରାୟଗଡ଼ାରୁ ୩୧୦, ଭଦ୍ରକରୁ ୨୮୭, ସୁନ୍ଦରଗଡ଼ରୁ ୨୭୦, ଜଗତସିଂହପୁରରୁ ୨୫୫, ଢେଙ୍କାନାଳରୁ ୨୫୨, କେନ୍ଦ୍ରାପଡ଼ାରୁ ୨୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ରୁ ୨୧୯ ଜଣ ସଂକ୍ରମିତ ଥିବା ବେଳେ, ନବରଙ୍ଗପୁରରୁ ୨୧୯, ବରଗଡ଼ରୁ ୧୮୯, ଷ୍ଟେଟ୍ ପୁଲରୁ ୧୮୮, କୋରାପୁଟରୁ ୧୮୫, କଳାହାଣ୍ଡିରୁ ୧୬୭, କେନ୍ଦୁଝରରୁ ୧୬୬, ସମ୍ବଲପୁରରୁ ୧୬୧, ଗଞ୍ଜାମରୁ ୧୫୩, ବୌଦ୍ଧରୁ ୧୨୮, ମାଲକାନଗିରିରୁ ୧୦୪, ଦେବଗଡ଼ରୁ ୭୨, ଝାରସୁଗୁଡ଼ାରୁ ୭୧, ଗଜପତିରୁ ୬୮, ବଲାଙ୍ଗୀର ଓ ସୋନପୁରରୁ ୬୧ ଜଣ ଲେଖାଏଁ, କନ୍ଧମାଳରୁ ୫୨ ଓ ନୂଆପଡ଼ାରୁ ୪୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୧୦ ହଜାର ୪୩୪ ଜଣ ଆକ୍ରାନ୍ତ। ଏଯାଏଁ ୭ ଲକ୍ଷ ୧୩ ହଜାର ୫୫ ଜଣ ଭଲ ହୋଇଥିବା ବେଳେ, ଆକ୍ଟିଭ୍ କେସ୍ ରହିଛି ୮୨ ହଜାର ୬୭୯।

ପୋଲିସ ବାବୁଙ୍କର ଲାଞ୍ଚୁଆ ମନୋବୃତ୍ତି, କହିଲେ ୫ ଶହ ଖର୍ଚ୍ଚଦେ ନହଲେ ୫ ହଜାର ଫାଇନ୍‌ କାଟିବି

ନୟାଗଡ଼: ସମ୍ମୁଖ ଯୋଦ୍ଧାଙ୍କର ଲାଞ୍ଚୁଆ ମନୋବୃତ୍ତି। ବାଇକ ଚାଳକଙ୍କୁ ଲାଞ୍ଚ ଦେବା ପାଇଁ ବାଧ୍ୟ କଲେ ଏବଂ ଅସଭ୍ୟ ଭାଷାରେ ଗାଳି ମଧ୍ୟ ଦେଲେ।  ୫ ଶହ ଟଙ୍କା ଲାଞ୍ଚ ଦିଅ ନଚେତ ୫ ହଜାର ଟଙ୍କା ଜରିମାନା କାଟଟି ବୋଲି ପୋଲିସ୍‌ ବାବୁଙ୍କର ଧମକ। ଏଭଳି ଏକ ଲାଞ୍ଚୁଆ ପୋଲିସ ଅଫିସଙ୍କ କାରନାମା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଗତକାଲି ନୟାଗଡ଼ ଦଶପଲ୍ଲାର ଦୁର୍ଗା ବଜାରରେ ଗାଡ଼ିର ମାସ୍କ ଓ କାଗଜ ପତ୍ର ଚେକିଙ୍ଗୀ ହେଉଥିଲା। ସେ ସମୟରେ ଦଶପଲ୍ଲା ଥାନାର ହାବିଲିଦାର ଜୟନ୍ତ ସେଠି ଜଣେ ବାଇକ ଚାଳକକୁ ଧରିଥିଲେ। କାଗଜ ପତ୍ର ମାଗି ଦେଖିବାକୁ କହିଥିଲେ। କିଛି କାଗଜ ପତ୍ର ଠିକ ପାଖରେ ନଥିବାରୁ ତାକୁ ୫ ଶହ ଟଙ୍କା ଲାଞ୍ଚ ମାଗିଥିଲେ। ବାଇକ ଚାଳକ ଲାଞ୍ଚ ପାଇଁ ମନା କରିବାରାରୁ ପୋଲିସ ବାବୁ ଜଣକ ବାଇକ ଚାଳକକୁ ଧମକାଇଥିଲେ। ଯଦି ୫ଶହ ଟଙ୍କା ନଦେବୁ ତେବେ ତୋର ୫ ହଜାର ଟଙ୍କା ଫାଇନ କାଟିବି ବୋଲି କହିଥିଲେ। ଏଭଳି ଭିଡିଓ ଭାଇରାଲ ପରେ ଦୋଷୀଙ୍କ ବିରୋଧରେ  ଦୃଢ଼ କାର୍ଯାନୁଷ୍ଠାନ ଦାବୀ ହୋଇଛି।

ବିଦେଶୀ କମ୍ପାନୀଙ୍କୁ ରାଜ୍ୟ ସରକାରଙ୍କ ଖୋଲା ନିମନ୍ତ୍ରଣ, କିଣାଯିବ ୩ କୋଟି ୮୦ ଲକ୍ଷ ଟିକା

ଭୁବନେଶ୍ୱର: ଆଜି ଖୋଲିବ ଗ୍ଲୋବାଲ ଟେଣ୍ଡର। ରାଜ୍ୟ ସରକାର ବିଭିନ୍ନ ବିଦେଶୀ କମ୍ପାନୀଠାରୁ ୩କୋଟି ୮୦ ଲକ୍ଷ କରୋନା ଟିକା କିଣିବେ। ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ ସରକାର ସରଳୀକରଣ କରିଥିବାରୁ ଏଣିକି ଫାଇଜର, ମଡର୍ଣ୍ଣା ଭଳି କମ୍ପାନୀ ଭାଗ ନେଇପାରିବେ। ଟିକା ଅଭାବ ଦୂର ପାଇଁ ସବୁ ଆଡ଼ୁ ଚେଷ୍ଟା କରାଯାଉଛି। ଗ୍ଲୋବାଲ ଟେଣ୍ଡରର ଅର୍ଥ ନୁହେଁ ଯେ କିଏ ପାଇବେ ବୋଲି ଗ୍ୟାରେଣ୍ଟି ରହିଛି। ମାତ୍ର ଅନ୍ୟ ସୂତ୍ରରୁ ପାଇବା ନେଇ ଉଦ୍ୟମ କରାଯାଉଥିବା ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି କହିଛନ୍ତି।

ସେ କହିଛନ୍ତି, ବିଦେଶରୁ ଟିକା ଆଣିବା କ୍ଷେତ୍ରରେ ପୂର୍ବରୁ ଅନେକ କଟକଣା ଥିଲା। ସେଥିପାଇଁ ରାଜ୍ୟକୁ ସୁଫଳ ମିଳିନଥିଲା। ଗତ ଦୁଇ ତିନି ଦିନ ମଧ୍ୟରେ କଟକଣା ବହୁତ କୋହଳ ହୋଇଛି। ବର୍ତ୍ତମାନ କୁହାଯାଇ ପାରିବନି ଗ୍ଲୋବାଲ ଟେଣ୍ଡରକୁ ନେଇ କ’ଣ କରାଯିବ। ବର୍ତ୍ତମାନ ଦିଆଯାଇଥିବା ନୂଆ ତାରିଖ ବିଫଳ ହେଲେ ତାକୁ ରି-ଟେଣ୍ଡର କରାଯିବ କି ଘୁଞ୍ଚାଯିବ ସେ ନିଷ୍ପତ୍ତି ସରକାର ନେବେ ବୋଲି ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି।

କରୋନା କାଳରେ ରେକର୍ଡ ଭାଙ୍ଗୁଛି ପେଟ୍ରୋଲ, ଦୁଇଦିନ ପରେ ପୁଣି ବଢ଼ିଲା ପେଟ୍ରୋଲ ଦର

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଭଢ଼ି ଚାଲିଛି ପେଟ୍ରୋଲ ଦଳ। ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧି ଏହି ସମୟରେ ସମସ୍ତ ରେକର୍ଡ ଭାଙ୍ଗିଛି। ଦୁଇ ଦିନ ପରେ ଆଜି ପୁଣି ତୈଳ ଦରରେ ବୃଦ୍ଧି ଘଟିଛି। ଜୁନ୍ ୪ରେ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ପେଟ୍ରୋଲ ଲିଟର ପିଛା ୨୭ ପଇସା ବୃଦ୍ଧି କରିଥିବା ବେଳେ ଡିଜେଲ ଲିଟର ପିଛା ୨୮ ପଇସା ବୃଦ୍ଧି କରିଛନ୍ତି। ତେବେ ତେଲ ଦର ବୃଦ୍ଧି ପରେ ପରେ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୯୪.୭୬ ଟଙ୍କା ଏବଂ ଡିଜେଲରେ ଲିଟର ପିଛା ୮୫.୬୬ ଟଙ୍କା ରହିଛି। ଯଦି ଦେଖିବା ଏହା ପୂର୍ବରୁ ଜୁନ୍ ୧ ରେ ପେଟ୍ରୋଲ ଏବଂ ଡିଜେଲ ଦରରେ ବୃଦ୍ଧି ଘଟିଥିଲା।

ଜୁନ୍ ମାସରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଦୁଇଥର ବୃଦ୍ଧି ପାଇଥିବାବେଳେ ମେ ମାସରେ ଏହା ମଧ୍ୟବର୍ତ୍ତୀ ସମୟରେ ୧୭ ଗୁଣ ବୃଦ୍ଧି କରାଯାଇଥିଲା। ଏହି ବୃଦ୍ଧି ପରେ ପେଟ୍ରୋଲ ଲିଟର ପିଛା ୪.୧୭  ଟଙ୍କା ବୃଦ୍ଧି ଘଟିଥିଲା। ଏଥି ସହିତ ଡିଜେଲ ଦରରେ ୪.୬୦ ଟଙ୍କା ବୃଦ୍ଧି ମଧ୍ୟ ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼ କଥା ହେଉଛି ବର୍ତ୍ତମାନ ପେଟ୍ରୋଲର ମୂଲ୍ୟ ଅନେକ ସହରରେ ଲିଟର ପିଛା ୧୦୦ଟଙ୍କା ଅତିକ୍ରମ କରିଛି।

ଭାରତରେ ତିଆରି ହେଉଛି ଦ୍ୱିତୀୟ ସ୍ୱଦେଶୀ ଟିକା, ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି

ନୂଆଦିଲ୍ଲୀ: ଦେଶରେ କରୋନା ସଂକଟ ବଢ଼ିବାରେ ଲାଗିଛି। ଏବେ କରୋନା ସଂକ୍ରମଣ ଧିରେ ଧିରେ କମୁଥିଲେ ମଧ୍ୟ ଦେଶରୁ ବିପଦ ଟିଳିନାହିଁ। କାରଣ ଦେଶରେ ଦ୍ୱିତୀୟ ଲହରୀରେ ଅନେକ କ୍ଷତି କରିଛି କରୋନା। ଆଉ ଆଗକୁ ତୃତୀୟ ଲହରୀ ଆସିବା ଭୟ ମଧ୍ୟ ଦେଖା ଦେଲାଣି। ତେବେ ଦେଶରେ ଏବେ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ତେବେ କରୋନା ସଂକଟ ମଧ୍ୟରେ ଭାରତରେ ତିଆରି ହେଉଛି ଦ୍ୱିତୀୟ ସ୍ୱଦେଶୀ ଟିକା। ହାଇଦ୍ରାବାଦର ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା କରୋନା ଟିକାକୁ ମିଳିପାରେ ମଞ୍ଜୁରୀ। ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ଜାରି ରହିଛି।

ଏହା ସଫଳ ହେଲେ ବାୟୋଲୋଜିକାଲ-ଇ ଟିକାକୁ କରୋନା ଟିକାକରଣରେ ସାମିଲ କରାଯିବ।  ଟିକାକରଣ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ବାୟୋଲୋଜିକାଲ-ଇ ର ୩୦କୋଟି ଟିକା ବୁକ୍ କରିସାରିଛନ୍ତି। ଥାର୍ଡ ଫେଜ୍ ଟ୍ରାଏଲ ସଫଳ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଫାର୍ମା କମ୍ପାନୀକୁ ୧୫ଶହ କୋଟି ଟଙ୍କା ଆଡଭାନ୍ସ ଦେବେ। ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୁଥିବା ଟିକା ହେଉଛି ଆରବିଡି ପ୍ରୋଟିନ ସବ-ୟୁନିଟ୍ ଭ୍ୟାକସିନ। ଏହି ଭ୍ୟାକସିନ ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ଜୈବ ପ୍ରଦ୍ୟୋଗିକ ମନ୍ତ୍ରଣାଳୟ ସମସ୍ତ ଖର୍ଚ୍ଚ ବହନ କରୁଛି।

କରୋନା ସଂକଟରେ ଆମେରିକା ଦେଲା ଆଶ୍ୱସ୍ତି, ବାଣ୍ଟିବ ୮ କୋଟି କରୋନା ଟିକା

ନୂଆଦିଲ୍ଲୀ: ବିଶ୍ୱରେ କରୋନା ସଂକ୍ରମଣ ଯୋଗୁଁ ସ୍ଥିତି ବିଗିଡ଼ିବାରେ ଲାଗିଛି। ଅଦୃଶ୍ୟ ଭୂତାଣୁ ପାଇଁ ପ୍ରତିଦିନ ଲୋକେ ମରିବାରେ ଲାଗିଛନ୍ତି। ଏଭଳି ପରିସ୍ଥିତି ବେଳେ ଆସିଲା ଆଶ୍ୱସ୍ତିକର ଖବର। ସଂକଟ ସମୟରେ ଆମେରିକା ୮ କୋଟି ଟିକା ଅନ୍ୟ ଦେଶ ମାନଙ୍କୁ ବିତରଣ କରିବ ବୋଲି ଜଣାପଡ଼ିଛି। ଏହି ଦେଶ ମାନଙ୍କ ଭିତରେ ଭାରତ ମଧ୍ୟ ରହିଛି। ଏନେଇ ଆମେରିକା ଉପରାଷ୍ଟ୍ରପତି କମଲା ହାରିଶ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ୍‌ ଯୋଗେ ଆଲୋଚନା କରିଛନ୍ତି। ଦେଶରେ କରୋନା ସ୍ଥିତି ଓ ଟିକାକରଣ ନେଇ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଛି।

ପ୍ରଥମ ପର୍ଯ୍ୟାୟରେ ଅଢେଇ କୋଟି ଟିକା ଡୋଜ୍‌ ଅନ୍ୟ ଦେଶକୁ ବିତରଣ କରାଯିବ। ଏହି ଦେଶ ମାନଙ୍କ ଭିତରେ ଭାରତ, ଦକ୍ଷିଣ ଆଫ୍ରିକା, ଦକ୍ଷିଣ କୋରିଆ, ମେକ୍ସିକୋ ଭଳି ଦେଶ ରହିଛି। ସେହି ଦେଶର ନେତା ମାନଙ୍କ ସହ ମଧ୍ୟ ଫୋନ ଯୋଗେ ଆଲୋଚନା କରିଛନ୍ତି ଆମେରିକାର ଉପରାଷ୍ଟ୍ରପତି କମଲା ହରିଶ। କରୋନାର ଦ୍ୱିତୀୟ ଲହରୀରେ ଅନେକ ଦେଶରେ ସାଂଘାତିକ ସ୍ଥିତି ସୃଷ୍ଟି କରିଥିବା ବେଳେ ଆମେରିକା ନିଜର ବଳକା ଟିକା ଅନ୍ୟ ଦେଶକୁ ଦେବ ବୋଲି ଘୋଷଣା କରିଥିଲେ।

କରୋନା ସଙ୍କଟରେ ଅମାନିଆଙ୍କର ମନମାନି, କରୋନାରେ ପାଲଟିଛନ୍ତି ସୁପର ସ୍ପ୍ରେଡର

ଢ଼େଙ୍କାନାଳ: ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ କମ୍‌ ହେବାରେ ଲାଗିଛି। ଲକ୍‌ଡାଉନ୍‌ କାରଣରୁ ରାଜ୍ୟରେ ବଦଳୁଛି କରୋନା ପରିସ୍ଥିତି। କିନ୍ତୁ ଢ଼େଙ୍କାନାଳରେ ସାଂଘାତିକ ହୋଇଚାଲିଛି କରୋନା ପରିସ୍ଥିତି। ଢେଙ୍କାନାଳରେ ବଢିଚାଲିଛି ମହାମାରୀ କରୋନା। ଗତ କିଛିଦିନର ସଂଖ୍ୟାକୁ ଦେଖିଲେ ଉପରମୁହାଁ ରହୁଛି ସଂକ୍ରମଣ। କିଛି ଅମାନିଆଙ୍କ ଯୋଗୁ ଏହି ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି। ତେବେ ରାଜ୍ୟରେ ଲକଡାଉନ ଲାଗୁ ହୋଇଥିବା ବେଳେ, ନିୟମ ନମାନି ବାହାରେ ବୁଲୁଛନ୍ତି ଅମାନିଆ।

ଯେଉଁମାନେ ନିୟମ ମାନୁନାହାନ୍ତି, ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ଦୋକାନ ସିଲ୍ କରାଯାଉଛି। ପୋଲିସ ବିଭିନ୍ନ ସ୍ଥାନରେ ଚେକିଂ ବି କରୁଛି। ରାତିରେ କିଭଳି ଚାଲିଛି ଚେକିଂ। ଏହା ପୂର୍ବରୁ ମଧ୍ୟ ଢ଼େଙ୍କାନଳରେ ବାରମ୍ବାର ନିୟମ ଭାଙ୍ଗୁଥିବାର ଦେଖାଯାଇଛି। ହାଟ ଠାରୁ ଆରମ୍ଭ କରି ମାଛ ମାର୍କେଟ ସବୁଠି ଅମାନିଆଙ୍କର ଭିଡ଼।

କରୋନାକୁ ମାତ୍ ଦେବାକୁ ଟେଷ୍ଟିଂ ସହ ଟିକାକରଣକୁ ବିଏମସିର ଗୁରୁତ୍ୱ

ଭୁବନେଶ୍ୱର: ଟିକାକରଣ ପାଇଁ ବିଏମସି ପକ୍ଷରୁ ଆରମ୍ଭ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ। ଚିହ୍ନଟ ତଥା ପଞ୍ଜିକୃତ ବାସହୀନଙ୍କର ଟିକାକରଣ କରାଯିବ। ଲୋକଙ୍କ ପାଖକୁ ଯାଇ ଟିକା ଦିଆଯିବ। ନିଳାଦ୍ରୀବିହାର ସ୍ଥିତ ସହରାଞ୍ଚଳ ବାସହୀନ ଥଇଥାନ କେନ୍ଦ୍ରରେ ହେବ ଟିକାକରଣ। ବିଏମସିର ୩ଟି ଯୋନରେ ଏହି କାର୍ଯ୍ୟକ୍ରମ କରାଯିବ। ଅନ୍ୟପଟେ ବୁଲା ବିକାଳିଙ୍କର ବାଧ୍ୟତାମୂଳକ ଟେଷ୍ଟିଂ କରାଯିବ।

ସେମାନେ ଅଧିକ ଲୋକଙ୍କ ସଂସ୍ପର୍ଷରେ ଆସୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି। ମୋବାଇଲ ଟେଷ୍ଟିଂ ଭ୍ୟାନ ମାଧ୍ୟମରେ ଟେଷ୍ଟିଂ କରାଯିବ। ବିଏମସି ନର୍ଥ ଜୋନରେ ଗୋପବନ୍ଧୁ ଷ୍ଟାଡିୟମ ନିକଟ ମାଛ ମାର୍କେଟରୁ ଆରମ୍ଭ ହେବ ଅଭିଯାନ। ପୂର୍ବରୁ ସହରାଞ୍ଚଳ ବାସହୀନଙ୍କର ସ୍ୱାସ୍ଥ୍ୟ ପରୀକ୍ଷାକୁ ଗୁରୁତ୍ୱ ଦିଆଯାଇଥିଲା। କରୋନାକୁ ମାତ୍ ଦେବାକୁ ଟେଷ୍ଟିଂ ସହ ଟିକାକରଣକୁ ପ୍ରାଥମିକତା ଦେଉଛି ବିଏମସି।