spot_img
Home Blog Page 5572

ଚାକିରି ଦେବେ କହି ଦୁଷ୍କର୍ମ କଲେ ପୋଲିସ ବାବୁ, ନ୍ୟାସନାଲ ଆଥଲେଟଙ୍କ ଅଭିଯୋଗରେ ହଇଚଇ

ଲୁଧିୟାନା: ପଞ୍ଜାବର ଲୁଧିୟାନାରେ ସାମ୍ନାକୁ ଆସିଛି ଏକ ରୋମାଂଚକ ଘଟଣା । ଜଣେ ପୋଲିସ ଅଫିସରଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ପୀଡ଼ିତ ମହିଳା ଦୀର୍ଘ ସମୟ ଧରି ଦୁଷ୍କର୍ମର ଶୀକାର ହୋଇଥିବା ଅଭିଯୋଗ କରିଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ମହଲରେ ଚାଂଚଲ୍ୟ ସୃଷ୍ଟି ହୋଇଛି ।

 


ପୀଡ଼ିତ ମହିଳା ହେଉଛନ୍ତି ଜଣେ ନ୍ୟାସନାଲ ଓ୍ୱେଟଲିଫ୍ଟିଂ ଖେଳାଳି, ଆଉ ସେ ନ୍ୟାୟ ପାଇଁ ପୋଲିସ କମିଶନରଙ୍କୁ ଗୁହାରି କରିଛନ୍ତି । ତେବେ ବରିଷ୍ଠ ପୋଲିସ ଅଧିକାରୀ ଏହି ମାମଲାକୁ ଗୁରୁତର ସହିତ ତଦନ୍ତ କରିବା ପାଇଁ କହିଛନ୍ତି ।

ମହିଳା ନ୍ୟାସନାଲ ଓ୍ୱେଟଲିଫ୍ଟିଂ ଖେଳାଳିଙ୍କର ପୋଲିସ ଅଫିସରଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ ଆଣିବା ଘଟଣା ହଇଚଇ ସୃଷ୍ଟି କରିଛି । ସ୍ପୋର୍ଟସ କୋଟାରେ ଚାକିରି ଦେବେ କହି ବାରମ୍ବାର ହୋଟେଲକୁ ଡାକୁଥିଲେ ପୋଲିସ ଅଫିସର ଏବଂ ମହିଳାଙ୍କ ସହିତ କରୁଥିଲେ ଦୁଷ୍କର୍ମ । ସେତିକିରେ ଶେଷ ହୋଇନଥିଲା ପୂରା କାହାଣୀ । କ୍ୟାମେରାରେ ଅଶ୍ଳୀଳ ଭିଡ଼ିଓ ମଧ୍ୟ କଏଦ କରାଯାଇଥିଲା । ମିଛ ସାମ୍ନାକୁ ଆସିବା ପରେ ବିରୋଧ କରିଥିଲେ ମହିଳା । କିନ୍ତୁ ଭିଡ଼ିଓକୁ ବ୍ୟବାହାର କରି ବ୍ଲାକମେଲ କଲେ ପୋଲିସ ବାବୁ । ପ୍ରାୟ ଏକ ବର୍ଷ ହେବ ତାଙ୍କୁ ମିଛ କହୁଥିବା ହୃଦୟଙ୍ଗମ କରିବା ପରେ ମୁହଁ ଖୋଲିଛନ୍ତି ମହିଳା ଏବଂ ପୋଲିସ ଅଫିସରଙ୍କ ବିରୋଧରେ ଥାନାରେ ଅଭିଯୋଗ ଆଣିଛନ୍ତି ।

 

ତୁରନ୍ତ ମାମଲାକୁ ଗୁରୁତର ସହିତ ନେଇ ଜଣେ ମହିଳା ପୋଲିସ୍‌କର୍ମଚାରୀଙ୍କୁ ନିଯୁକ୍ତ କରିଛନ୍ତି ପୋଲିସ୍‌କମିଶନର । ମାମଲାକୁ ନେଇ ଏଡିସିପି ପ୍ରଜ୍ଞା ଜୈନଙ୍କ କହିବା ହେଉଛି ଘଟଣାର ତଦନ୍ତ ଜାରି ରହିଛି । ଅନ୍ୟପଟେ ଯଦି ଘଟଣା ସତ ତେବେ ଏହାକୁ ନେଇ କମିଶନରେଟ୍‌ପୋଲିସ୍‌କ’ଣ କରୁଛି ତାହାକୁ ନେଇ ପ୍ରଶ୍ନ ଉଠୁଛି ।

ଚୋରା ଚାଲାଣ ବେଳେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର, ୩୦ ଗୋରୁ ମୃତ

ବରପାଲି: ଗାଇ ଚୋରା ଚାଲାଣ ବେଳେ ଓଲଟିଲା ଗୋରୁ ବୋଝେଇ କଣ୍ଟେନର। ବାରସାମ୍ୟ ହରାଇ ଓଲଟିଲା କଣ୍ଟେନର। ତେବେ କଣ୍ଟେନର ଓଲଟି ଫଳରେ ୩୦ଟି ଗୋରୁଙ୍କର ଘଟଣା ସ୍ଥଳରେ ମୃତ ହୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କର ମଧ୍ୟ ମୃତ ହୋଇଛି। ଏଭଳି ଏକ ଘଟଣା ବରଗଡ଼ ଜିଲ୍ଲା ବରପାଲି – ଟିଙ୍ଗିପାଲି ଛକ ରୋଡ ନିକଟରେ ଘଟିଛି।

ତେବେ ଗାଈ ଚୋରା ଚାଲାଣ ହେଉଥିବା ପ୍ରଥମିକ ତଦନ୍ତରୁ ସୂଚନା ମିଳିଛି। ଦୁର୍ଘଟଣା ପରେ ଘଟଣା ସ୍ଥଳରେ ବରପାଲି ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ତେବେ ଗାଡ଼ିଟି କେମିତି ଓଲଟିଲା ଏବଂ ଗାଡିରେ ଏତେବ ପରିମାଣରେ ଗୋରୁଙ୍କୁ ନେଇ କେଉଁଠିକୁ ଯାଉଥିଲା ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ଦୁର୍ଘଟଣା ପରେ ଗାଡ଼ିର ଡ୍ରାଇଭର ଫେରାର ହୋଇଯାଇଛି।

୧୮ରୁ୪୪ ବର୍ଷ ବୟସ ବର୍ଗଙ୍କୁ ଟିକା ପାଇଁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ

ଭୁବନେଶ୍ୱର: ୧୮ରୁ୪୪ ବର୍ଷ ବୟସ ବର୍ଗଙ୍କ ଦ୍ୱିତୀୟ ଡୋଜ ଟିକାକରଣ ପାଇଁ ବିଏମସିର ପ୍ରସ୍ତୁତି। ଆସନ୍ତା ୮ ଓ ୯ ତାରିଖରୁ ଆରମ୍ଭ ହେବ ସ୍ୱତନ୍ତ୍ର ଡ୍ରାଇଭ। ଟିକାର ଅଭାବ କାରଣରୁ ବନ୍ଦ ଥିବା ମୋବିଲାଇଜେସନ କେନ୍ଦ୍ର ପୁଣି ହେବ କାର୍ଯ୍ୟକ୍ଷମ। ପୂର୍ବରୁ ଗତ ମେ ୩, ୪ ଓ୫ ତାରିଖରେ ପ୍ରଥମ ଡୋଜ ନେଇଥିବା ବ୍ୟକ୍ତିଙ୍କୁ ଦିଆଯିବ ଦ୍ୱିତୀୟ ଡୋଜ ଟିକା।

ମୋବିଲାଇଜେସନ ସେଣ୍ଟର ଜରିଆରେ ଟିକା ନେଇଥିବା ବ୍ୟକ୍ତିଙ୍କୁ ବିଏମସି ପକ୍ଷରୁ ସୂଚନା ଦିଆଯିବା ସହ ପୂର୍ବରୁ ଦେଇଥିବା କେନ୍ଦ୍ରରେ ହିଁ ଦିଆଯିବ ଟିକା। ତେବେ ଯେଉଁମାନେ କୋଉଇନ ଆପ ଜରିଆରେ ସ୍ଲଟ ବୁକିଂ କରି ଟିକା ନେଇଥିଲେ ସେମାନଙ୍କୁ ପୁଣି ସ୍ଲଟ ବୁକିଂ କରିବାକୁ ହେବ। ଟିକାର ପରିମାଣକୁ ଦୃଷ୍ଟିରେ ରଖି ଟିକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ।

କରୋନା ସମୟରେ ରେପୋ ରେଟରେ କୌଣସି ପରିବର୍ତ୍ତନ ନାହିଁ !

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି କେନ୍ଦ୍ରୀୟ ବ୍ୟାଙ୍କର ମୁଦ୍ରା ନୀତି କମିଟି (ଏମପିସି) ପ୍ରମୁଖ ହାର ଉପରେ ନିଷ୍ପତ୍ତି ଘୋଷଣା କରିଛନ୍ତି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏଥର ମୁଦ୍ରା ନୀତିରେ କୌଣସି ପରିବର୍ତ୍ତନ କରିନାହାଁନ୍ତି। ମୁଦ୍ରାସ୍ଫୀତି ବୃଦ୍ଧି ହେତୁ ରିଜର୍ଭ ବ୍ୟାଙ୍କର ଏମପିସି ହାରରେ କୌଣସି ପରିବର୍ତ୍ତନ ନକରିବାକୁ ନିଷ୍ପତ୍ତି ନେଇଛି। ଆରବିଆଇର ଏମପିସି ନିଷ୍ପତ୍ତି ନେଇଛି ଯେ, କରୋନାର ପ୍ରଭାବ ଶେଷ ନହେବା ପର୍ଯ୍ୟନ୍ତ କେବଳ ଆବାସିକ ପଦ୍ଧତି ହିଁ ବଜାୟ ରହିବ। କରୋନା ମହାମାରୀ ହେତୁ ଆର୍ଥିକ ପରିସ୍ଥିତି ନସୁଧୁରିବା ଯାଏଁ ଏବଂ ପୁନରୁଦ୍ଧାର ଜାରି ରଖିବା ପାଇଁ ଏହି ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ । ତେଣୁ ଦରରେ କୌଣସି ପରିବର୍ତ୍ତନ ନକରିବାକୁ ଆରବିଆଇ ନିଷ୍ପତ୍ତି ନେଇଛି ।

ରେପୋ ରେଟ୍ ରେ କୌଣସି ପରିବର୍ତ୍ତନ ହୋଇନାହିଁ

ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି (MSF) ଏବଂ ବ୍ୟାଙ୍କ ଦର ପୂର୍ବ ଭଳି ୪.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିବ ରିପୋର୍ଟ ରେପୋ ରେଟ୍ ରେ ମଧ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ ଏମପିସି ରେପୋ ରେଟକୁ ପ୍ରତିଶତରେ ରଖିଥିବା ବେଳେ ଏବଂ ରିଭର୍ସ ରେପୋ ରେଟକୁ .୩୫ ପ୍ରତିଶତରେ ରଖାଯାଇଛି। ଆରବିଆଇର MPC ତିନି ଦିନିଆ ବୈଠକ ଜୁନ୍ ୨ରୁ ଆରମ୍ଭ ହୋଇଥିଲା। ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେଉଁ ସମୟରେ କରୋନାର ଦ୍ୱିତୀୟ ଲହର ଦେଶର ଅର୍ଥନୀତିରେ ଖରାପ ପ୍ରଭାବ ପକାଇଛି।

ଆରବିଆଇର ମୁଦ୍ରା ନୀତି

ରିଭର୍ସ ରେପୋ ରେଟ ୩.୩୫%, MSF ହାର .୨୫% ଏବଂ ବ୍ୟାଙ୍କ ହାର .୨୫% ରେ ସ୍ତିର ରହିଛି

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଯେ, ଯେତେ କଷ୍ଟ ପରିସ୍ଥିତି ହେବ, ତାହାକୁ ଅତିକ୍ରମ କରିବାକୁ ସେତେ ଶୀଘ୍ର ଆଗକୁ ବଢିବାକୁ ସାହାଯ୍ୟ ମିଳିବ ।

ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ, ଏମପିସି ରେପୋ ରେଟକୁ %ରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛି।

ବିଶେଷଜ୍ଞମାନେ ମୁଦ୍ରାସ୍ଫୀତି ପାଇଁ ଏକ ଉନ୍ନତ ସଂଶୋଧନ ଏବଂ ଜିଡିପି ଅଭିବୃଦ୍ଧି ପାଇଁ ଏକ ନିମ୍ନ ସଂଶୋଧନ ପାଇଁ ପୂର୍ବାନୁମାନ କରିଛନ୍ତି।

କଇଁଚ ଚୋରା ଚାଲାଣ ଚାଲିଥିଲା ବେଳେ ମାଡ଼ି ବସିଲା ବନ ବିଭାଗ, ୧୫୦ କଇଁଚ ଉଦ୍ଧାର

କାଲିମେଳା: ଲକ୍‌ଡାଉନ୍‌ରେ ଚାଲିଛି କଇଁଚ ଚୋରା ଚାଲାଣ। ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କଇଁଛ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ୍‌ କରାଯାଇଛି। ଚଡ଼ାଉ ସମୟରେ ଚାଲାଣକାରୀଙ୍କ ଠାରୁ ୧୫୦ଟି ଜୀଅନ୍ତା କଇଁଛ ଉଦ୍ଧାର କରାଯାଇଥିବା ବେଳେ ୨ଟି ବାଇକ ଜବତ କରାଯାଇଛି।

ଆନ୍ଧ୍ର ଜଙ୍ଗଲରୁ କଇଁଛ ଆଣି କାଲିମେଳା ଟିଗଲ ପଞ୍ଚାୟତର ଏମପିଭି-୬୫ରେ ବିକ୍ରି ପାଇଁ ଡିଲ୍‌ ବେଳେ ଚଢାଉ କରିଥିଲା ବନ ବିଭାଗ। ଚୋରାଚାଲାଣରେ କିଛି ଆନ୍ତଃରାଜ୍ୟ ମାଫିଆ ଓ ସ୍ଥାନୀୟ ବ୍ୟବସାୟୀ ସାମିଲ ଥିବା ସନ୍ଦେହ କରାଯାଉଛି। ତେବେ ଘଟଣାସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରି ରଖିଛି ବନ ବିଭାଗ।

ଝିଅ କଲା ପ୍ରେମ ବିବାହ, ପୁଅ ଘରେ ପଶି ଝିଅ ଘର ଲୋକ କଲେ ମରଣାନ୍ତକ ଆକ୍ରମଣ

ଢେଙ୍କାନାଳ: ପ୍ରେମ ବିବାହକୁ ନେଇ ମରଣାନ୍ତକ ଆକ୍ରମଣ। ରାତି ଅଧରେ ପୁଅ ଘରେ ପଶି  ଆକ୍ରମଣ କରିଛନ୍ତି ଝିଅ ଘର ଲୋକ। ଗୁରୁତର ଅବସ୍ଥାରେ ୩ଜଣ ମେଡିକାଳରେ ଭର୍ତ୍ତି ଓ ଅନ୍ୟ ଦୁଇ ଜଣ ଆହତ। ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ନିମତଇଳା ଗାଁରେ।ସୂଚନା ଅନୁଯାୟୀ ନରସିଂହପୁର ଥାନା ଅଲରା ଗାଁର ପ୍ରଜ୍ଞା ପ୍ରିୟଦର୍ଶିନୀ ଢେଙ୍କାନାଳ ନିମତଇଳା ଗାଁର ଦେବେନ୍ଦ୍ରଙ୍କୁ ଗତ ମେ ମାସ ୧୭ ତାରିଖରେ ପ୍ରେମ ବିବାହ କରିଥିଲେ। କଥା ଥାନା ପର୍ଯ୍ୟନ୍ତ ଯାଇଥିଲା। ଝିଅ ଘର ଲୋକେ ବିବାହରେ ସହମତି ହୋଇ ନ ଥିଲେ। କିନ୍ତୁ ଝିଅ ସ୍ୱାମୀଙ୍କ ସହିତ ରହିବ ବୋଲି ରୋକଠୋକ ଶୁଣାଇ ଦେଇଥିଲା। ନିକଟସ୍ଥ ତରଭା ଫାଣ୍ଡିରେ ସମସ୍ତ ଘଟଣାର ସମାଧାନ ହେବାପରେ ଝିଅ ଘର ଲୋକେ ଫେରିଯାଇଥିଲେ।

ଗତକାଲି ରାତିରେ ହଠାତ ଏକ ବୋଲେରୋ ଯୋଗେ ଝିଅ ଘର ଲୋକେ ପୁଅ ଘରେ ପହଞ୍ଚି ଅତର୍କିତ ଆକ୍ରମଣ କରିବା ସହିତ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ଓ ଝିଅକୁ ସାଙ୍ଗରେ ନେବାକୁ ଚାହୁଁ ଥିଲେ। ଏଥିରେ ପୁଅ ଘର ବାଧା ଦେବାରୁ ଦୁବୃର୍ତ୍ତମାନେ ପୁଅ ଘର ଲୋକଙ୍କୁ ମାଡମାରି ଲହୁ ଲୁହାଣ କରିଥିବା ଅଭିଯୋଗ ହୋଇଛି। ଏପରିକି ବ୍ୟବହୃତ ବନ୍ଧୁକ ଘଟଣାସ୍ଥଳରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେବେ ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରଥମିକ ତଦନ୍ତ ଆରମ୍ଭ କରିଛି।

୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୩୨ ହଜାର ୩୬୪ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ନିୟନ୍ତ୍ରଣକୁ ଆସୁଛି ଭୂତାଣୁ । ଲଗାତାର ଦେଶରେ କମିବାରେ ଲାଗିଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଦେଶରେ ୧ଲକ୍ଷ ୩୨ ହଜାର ୩୬୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨ ହଜାର ୭୧୩ ଜଣଙ୍କ ଜୀବନ ନେଇଛି ଘାତକ ଭୂତାଣୁ । ଏହି ସଂଖ୍ୟାକୁ ମିଶାଇ ଦେଶରେ ମୋଟ୍‌ କରୋନା ମୃତକ ସଂଖ୍ୟା ୩ଲକ୍ଷ ୪୦ ହଜାର ୭୦୨ ପାର୍‌ କରିଛି । ଏବେ ଦେଶରେ ୧୬ ଲକ୍ଷ ୩୫ ହଜାର ୯୯୩ ଆକ୍ଟିଭ୍‌ କେସ୍ ରହିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, କରୋନାକୁ କାବୁ କରିବାକୁ ସାରାଦେଶରେ ଟିକାକରଣ ଜୋରଦାର ଜାରି ରହିଛି ।  ବର୍ତ୍ତମାନ ସୁଦ୍ଧା ଦେଶରେ ୨୨ କୋଟି ୪୧ଲକ୍ଷ ୯ହଜାର ୪୪୮ ଲୋକଙ୍କୁ ଟିକା ଦିଆସରିଛି । କରୋନା ପିକ୍ ସମୟ ସରିଥିବା ବେଳେ ଏବେ କରୋନା ଗ୍ରାଫ୍ ଧିରେ ଧିରେ ତଳମୁହାଁ ହୋଇଛି । ଏବଂ ଏହି ଦ୍ବିତୀୟ ଲହରରେ ଅତି ପ୍ରଭାବିତ ହୋଇଥିବା ରାଜ୍ୟଗୁଡ଼ିକରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି ।

ସେହିପରି କ୍ରମାଗତ ୨୨ତମ ଦିନରେ ଦେଶରେ କରୋନାରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ସୁଦ୍ଧା ୩୫ କୋଟିରୁ ଅଧିକ ଲୋକଙ୍କ କରୋନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟାରେ ୨୦.୭୫ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା । ସେ ମଧ୍ୟରୁ ୬ ପ୍ରତିଶତ କରୋନା  ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।

ସ୍ତ୍ରୀକୁ କୁକୁର କାମୁଡ଼ି ଦେଲା ବୋଲି କୁକୁରକୁ ଗୁଳି କରି ମାରିଲା ସ୍ୱାମୀ

ମଧ୍ୟପ୍ରଦେଶ: କରୋନା କାଳରେ ପଶୁ ମାନଙ୍କ ପ୍ରତି ଅଧିକ ଧ୍ୟାନ ଦିଆଯାଉଛି। କିଛି ସମାଜସେବୀ ପଶୁ ମାନଙ୍କର ଖାଇବା ଠାରୁ ଆରମ୍ଭ କରି ବିଶେଷ ଧ୍ୟାନ ଦିଆଯାଉଛି। କିନ୍ତୁ ଶେଷ୍ଠ ଜୀବ ମଶିଷ ପ୍ରତ୍ୟକଟି ସମୟରେ ଦେଖାଉଛି ତାର ବର୍ବତାର ପରିଚୟ। କରୋନା କାଳରେ ର୍ବରତାର ସୀମା ଟପିଲା ମଣିଷ ରୂପୀ ରାକ୍ଷସ। ଯାହା ଦେଖିଲେ ରୂମ ଟାଙ୍କୁରି ଉଠିବ। କୁକୁର ସ୍ତ୍ରୀକୁ କାମୁଡ଼ି ଦେବାରୁ ପଡ଼ୋଶୀଙ୍କ କୁକୁରକୁ ଗୁଳି କରି ହତ୍ୟା କରିଛନ୍ତି ଜଣେ ବ୍ୟକ୍ତି।

ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି ଏଭଳି ଅମାନବୀୟ ଘଟଣା। ପଶୁଙ୍କ ପ୍ରତି କ୍ରୁରତା ଆଇନ ଅନୁସାରେ ଇନ୍ଦୋର ସୁଦାମା ନଗରର ନରେନ୍ଦ୍ର ବିଶଭେୟଙ୍କୁ ଗିରଫ କରିଛି ପୋଲିସ। ସ୍ତ୍ରୀକୁ କୁକୁର କାମୁଡ଼ି ଦେବାକୁ ଲାଇସେନ୍ସ ବନ୍ଧୁକରେ ନରେନ୍ଦ୍ର କୁକୁରକୁ ଗୁଳି କରିଦେଇଥିଲେ। କୁକୁରର ବେକରେ ଗୁଳି ବାଜିଥିବା ବେଳେ ଘଟଣା ସ୍ଥଳରେ ହିଁ ତାର ମୃତ୍ୟୁ ହୋଇଥିଲା। ପୋଲିସ ସେହି ବନ୍ଧୁକକୁ ଜବତ କରିଛି।

ଶୁକ୍ରବାରରେ ଜମିବ କୁକୁଡ଼ା ଝୋଳ, ଗାଡ଼ି ଦୁର୍ଘଟଣା ପରେ ନେଇ ଗଲେ କୁକୁଡ଼ା

ଗଜପତି: କଥାରେ ଅଛି ବିଲେଇ କପାଳକୁ ଶିକା ଛିଡ଼ିଲା। ଏମିତି କିଛି ଦୃଶ୍ୟ ଆଜି ଗଜପତି ଜିଲ୍ଲାରେ ଦେଖିବାକୁ ମିଳିଛି। ଶୁକ୍ରବାରେ ଅଧିକ ଲୋକ ଆମିଶ ଖାଇବାକୁ ପସନ୍ଦ କରିଥାନ୍ତି। ଆଉ ଆଜି ହିଁ ଲେଉଟିଛି କୁକୁଡ଼ା ଗାଡ଼ି। ଗଛକୁ ଧକ୍କା ଦେଇଛି କୁକୁଡ଼ା ବୋଝେଇ ଟ୍ରକ। ଆଜି ସକାଳୁ ସେଞ୍ଚୁରିଆନ ୟୁନିଭରସିଟି ଓ ରଣଦେଇ ଛକ ମଝିରେ ଘଟିଛି ଏହି ଦୁର୍ଘଟଣା। ବ୍ରହ୍ମପୁର ଠାରୁ ଗୁଣୁପୁର ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି କୁକୁଡ଼ା ବୋଝେଇ ପିକ ଅପ୍ ଭ୍ୟାନ।

ଏଥିରେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ବେଳେ ଅଧାରୁ ଅଧିକ କୁକୁଡ଼ାର ମୃତ୍ୟୁ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛିଯେ ଦୁର୍ଘଟଣା ପରେ ଆଜି ସେହି ଅଞ୍ଚଳର ସମସ୍ତଙ୍କ ଘରେ ହେବ କୁକୁଡ଼ା ଝୋଳ। ଏହାର କାରଣ ହେଉଛି ଦୁର୍ଘଟଣାଗ୍ରସ୍ତ ପିକ୍ଅପ ଭ୍ୟାନରେ ୪ ଲକ୍ଷ ୫୦ ହଜାର ଟଙ୍କାର କୁକୁଡା ଯାଉଥିବା ବେଳେ ଘଟଣାସ୍ଥଳରେ କେହି ନଥିବା ସୁଯୋଗ ନେଇ ସମସ୍ତ କୁକୁଡ଼ା ଆଖପାଖ ଲୋକେ ନେଇଯାଉଥିବା ଦେଖିବାକୁ ମିଳିଛି। ଖବରପାଇ ଘଟଣାସ୍ଥଳକୁ ପହଞ୍ଚିଥିଲେ ମାଲିକ।

ହେଲେ ପହଞ୍ଚିଲା ବେଳକୁ ସବୁ ଖାଲି। ଦୀର୍ଘ ସମୟ ପରେ ଗୁରାଣ୍ଡି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏତେ ମୂଲ୍ୟର କୁକୁଡ଼ା କ୍ଷତି ହୋଇଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ମାଲିକ।

ଅଧିକ ସଂକ୍ରମିତ ବାହାରୁଥିବା ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ବିପଦ ଏବେବି ଟଳି ନାହିଁ। ରାଜ୍ୟରେ ଦ୍ୱିତୀୟ ଲହରୀରେ କରୋନା ସଂକ୍ରମ ଆତଙ୍କ ସୃଷ୍ଟି କରିଛି। ତେବେ ଲକ୍‌ଡାଉନ କାରଣରୁ ଏବେ ୮ ହଜାର ତଳେ ରହିଛି କରୋନାର ଦୈନିକ ସଂକ୍ରମଣ। ଆଗକୁ କରୋନା ସ୍ଥିତିକୁ ଲକ୍ଷ କରି ୫ଟି ଜିଲ୍ଲାରେ କୋଭିଡ ବେଡ ସଂଖ୍ୟା ବୃଦ୍ଧିକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅଧିକ ପଜିଟିଭ ବାହାରୁଥିବା ଖୋର୍ଦ୍ଧା, ଅନୁଗୁଳ, କଟକ, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ବେଡ ଠାରୁ ଆରମ୍ଭ କରି ଆଇସିୟୁ ସଂଖ୍ୟା ବୃଦ୍ଧି କରାଯିବ। ଅନଗୁଳରେ ୧୨୦ ବେଡ୍, କଟକରେ ୧୭୭ ବେଡ୍,  ଖୋର୍ଦ୍ଧାରେ ୩୪୦, ସୁନ୍ଦରଗଡରୁ ୧୫୦ ଓ ଢେଙ୍କାନାଳରେ ୧୦୦ଟି ଶଯ୍ୟା ବଢଯାଇଛି। ଏଥିସହ କୋଭିଡ ମେଡିକାଲ ଗୁଡିକରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ଅଗ୍ନି ସୁରକ୍ଷାକର୍ମୀ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।