ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି, ‘ଆଜିକାଲି’ର ଥିଲେ ସମ୍ପାଦକ

ଭୁବନେଶ୍ୱର: ମୃତ ସାମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା  । ୧୫ଲକ୍ଷ ଟଙ୍କାର ସହାୟତା ରାଶିକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।  କୋଭିଡ ଭୟବହତା ଭିତରେ ସେବା ଜାରି ରଖିଥିବା ସ୍ୱର୍ଗତ ସାମ୍ବାଦିକ  ବିଜୟଲକ୍ଷ୍ମୀ ମହାନ୍ତିଙ୍କ କୋଭିଡର ପ୍ରଥମ ଲହରରେ ଦେହାନ୍ତ ଘଟିଥିଲା  । ଦୈନିକ ଖବର କାଗଜ ‘ଆଜିକାଲି’ର ସମ୍ପାଦକ ତଥା ମୁଖ୍ୟ କରସ୍ପଣ୍ଡେଣ୍ଟ ଥିଲେ ବିଜୟଲକ୍ଷ୍ମୀ  ।

ସାମ୍ବାଦିକ ମାନଙ୍କୁ ସମ୍ମୁଖ ଯୋଦ୍ଧା ଘୋଷଣା କରିଥିଲେ ରାଜ୍ୟ ସରକାର  । କୋଭିଡରେ ଯଦି କୈଣସି କର୍ତ୍ତବ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟେ, ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇଦିଆଯିବା ନେଇ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ  । ପୂର୍ବରୁ ଅନେତକ ସାମ୍ବାଦିକଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ରାଶି ଯୋଗାଇ ଦିଆଯାଇଛି  । ଆଜି ସ୍ୱର୍ଗତ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ପରିବାରକୁ ମଧ୍ୟ ସହାୟତା ଅର୍ଥ ପ୍ରଦାନ ନେଇ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ  ।

Leave a Reply