ରାଜ୍ୟର ୫ ଜିଲ୍ଲାର ୨୭ ବ୍ଳକ୍‌ରେ ଗଜା ମରୁଡ଼ି ଆଶଙ୍କା

ଭୁବନେଶ୍ୱର: ରାଜ୍ୟରେ ଚଳିତବର୍ଷ ଗଜା ମରୁଡ଼ି ଆଶଙ୍କା । କମ ବର୍ଷା କାରଣରୁ ସୃଷ୍ଟି ହୋଇପାରେ ମରୁଡ଼ି ପରିସ୍ଥିତି । ଏଭଳି ଆଶଙ୍କା ପ୍ରକାଶ କରିଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକରେ ଗଜାମରୁଡ଼ି ଆଶଙ୍କା ଦେଖାଦେଇଛି । କେନ୍ଦୁଝର, ଗଜପତି, ଅନଗୁଳ, ଭଦ୍ରକ ଓ ବୌଦ୍ଧ ଜିଲ୍ଲାରେ ମରୁଡି ଆଶଙ୍କା ରହିଛି । ତେବେ ଆଗକୁ ବର୍ଷା ହେଲେ ପରିସ୍ଥିତି ସୁଧୁରିବାର ଆଶା ରହିଛି । ଅନ୍ୟପଟେ ଆସନ୍ତା ଖରିଫ ଋତୁ ପାଇଁ କୃଷି ଓ ସମବାୟ ବିଭାଗର ସମନ୍ୱୟ ବୈଠକ ଶେଷ ହୋଇଛି । ବୈଠକରେ କୃଷି ବୀମା, ପଞ୍ଜିକରଣ, ଆୟ ବୃଦ୍ଧି, ପ୍ରସଙ୍ଗରେ ଆଲୋଚନା ହୋଇଛି । ଆଜିଠୁ ଖରିଫ ଋତୁର ଧାନ କିଣା ପାଇଁ ପଞ୍ଜିକରଣ ଆରମ୍ଭ ହୋଇଛି । ଏଥର ଚାଷୀଙ୍କର ପଞ୍ଜିକରଣ ନବୀକରଣ ନହୋଇ ପୁଣି ଥରେ ପଞ୍ଜିକରଣ କରାଯାଉଛି । ତାଲିକାରେ ଅନେକ ଭୂତ ଚାଷୀ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି । ଏଥିପାଇଁ ପାଞ୍ଚୋଟି ବିଭାଗ ଗ୍ରାଉଣ୍ଡରେ କାମ କରୁଛି । ବର୍ତ୍ତମାନ ସୁଦ୍ଧା ଚାଷୀଙ୍କୁ ୫ ହଜାର ୮୦୦ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଉରକେଲାରେ ସେକ୍ସ ରାକେଟ ଘଟଣା; ହୋଟେଲ୍ ମାଲିକ ସମେତ ୫ ଗିରଫ

 

 

Leave a Reply