spot_img
Home Blog Page 5574

ଶ୍ରୀକ୍ଷେତ୍ରରେ ସଂପର୍ଣ୍ଣ ହେଲା ଭଉଁରୀ ନୀତି, ୨୧ ଦିନ ଧରି ଜଳକ୍ରୀଡ଼ା କରିଥିଲେ ମହାପ୍ରଭୁ

ପୁରୀ: ଶ୍ରୀକ୍ଷେତ୍ରରେ ସଂପର୍ଣ୍ଣ ହେଲା ଭଉଁରୀ ବା ଜଳକ୍ରୀଡା ନୀତି । ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡ଼ା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା । ଚଳିତ ବର୍ଷ କରୋନା କଟକଣା ଭିତରେ ବିନାଭକ୍ତରେ ଜଳକ୍ରୀଡ଼ାର ଆୟୋଜନ କରାଯାଇଥିଲା । ଅକ୍ଷୟ ତୃତୀୟା ତିଥିରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ହୋଇ ୨୧ଦିନ ବ୍ୟାପୀ ଚାଲିଥିଲା।

ଯାତଭୋଗ ସରିବା ପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ରାମକୃଷ୍ଣ, ଭୂଦେବୀ, ଶ୍ରୀଦେବୀ ଓ ଶ୍ରୀକ୍ଷେତ୍ରର ପଞ୍ଚମହାଦେବ ପାଲିଙ୍କି ଓ ମଣି ବିମାନରେ ନରେନ୍ଦ୍ର ପୁଷ୍କରିଣୀକୁ ବିଜେ କରିଥିଲେ । ଆସନ୍ତାକାଲି ମହାପ୍ରଭୁଙ୍କ କୌଣସି ଜଳକ୍ରୀଡ଼ା ହେବନାହିଁ । କେବଳ ହଳଦୀପାଣି ନୀତି ଅନୁଷ୍ଠିତ ହେବ । ମହାପ୍ରଭୁ ପ୍ରଚଣ୍ଡ ରୌଦ୍ରତାପ ଓ ଗ୍ରୀଷ୍ମପ୍ରବାହରୁ ରକ୍ଷା ପାଇଁ ଜଳକ୍ରୀଡ଼ା କରିଥାନ୍ତି । ଯାତ୍ରା ପାଇଁ ଶ୍ରୀମନ୍ଦିର ଠାରୁ ନରେନ୍ଦ୍ର ପୁଷ୍କରିଣୀ ଓ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ଵରେ ୧୪୪ଧାରା ଜାରି କରାଯାଇଥିଲା ।

ଅପହରଣ ଘଟଣାରେ ନୂଆ ମୋଡ: ନିଶା ନିବାରଣ କେନ୍ଦ୍ରରୁ ପଳାଇ ଆସିଥିଲେ ଯୁବକ

ଭୁବନେଶ୍ବର: ରାଜଧାନୀ ଅପହରଣ ଘଟଣାରେ ନୂଆ ମୋଡ । ଅପହରଣ ନୁହେଁ ବଂର ନିଶା ନିବାରଣ କେନ୍ଦ୍ରରୁ ଖସିଯାଇଥିବା ଜଣେ ଯୁବକଙ୍କୁ ଉଦ୍ଧାର କରାଯାଇଥିବା ନେଇ ଖବର ମିଳିଛି । ଡିସିପି ଉମାଶଙ୍କର ଦାସ ଏନେଇ ସୂଚନା ପ୍ରଦାନ କରିଛନ୍ତି । ଅପରାହ୍ନ ସମୟରେ ଭୁବନେଶ୍ୱରର ଡେଲ୍ଟା ଛକ ନିକଟରେ ଏଭଳି ଘଟଣା ଘଟିଥିବାବେଳେ ସାଧାରଣରେ ଏହି ଘଟଣାକୁ ନେଇ ଢେର ଚର୍ଚ୍ଚା ହୋଇଥିଲା ।

ସେପଟେ ସଦ୍ୟ ରିପୋର୍ଟ ଏହା ଅପହରଣ ନୁହେଁ ନିଶା ନିବାରଣ କେନ୍ଦ୍ରରୁ ଖସି ପଳେଇ ଥିଲେ ଉକ୍ତ ଯୁବକ । ନିଶା ନିବାରଣ କେନ୍ଦ୍ରରୁ ଯୁବକ ଖସି ପଳେଇ ଥିବାରୁ ସଂପୃକ୍ତ ସଦସ୍ୟ ଉଠେଇ ନେଇଥିଲେ । କାର ଗାଡି ନମ୍ବର ଆଧାରରେ ପୋଲିସ ଠାବ କରିଥିବାବେଳେ ଏହି ସୂଚନା ପ୍ରାପ୍ତ ହୋଇଛି ।

ନିଶା ନିବାରଣ କେନ୍ଦ୍ରରୁ ଯୁବକ ଜଣଙ୍କ ଖସି ଯିବା ପରେ ସ୍ଥାନୀୟ ଥାନାକୁ ଅବଗତ କରାଯାଇନଥିଲା । ବଂର ଉକ୍ତ ସଂସ୍ଥାର ସଦସ୍ୟମାନେ ଖୋଜା ଖୋଜି କରିବା ପରେ ଡେଲ୍ଟା ଛକ ନିକଟରେ ଠାବ କରିଥିଲେ । ଏବଂ ଯୁବକ ଜଣଙ୍କୁ ଗାଡିରେ ବସାଇବା ବେଳେ ସେ ଚିତ୍କାର କରିବା ସହ ନାରାଜ ହୋଇଥିଲେ । ଫଳରେ ଅପହରଣ କରାଯାଇଥିବା ନେଇ ସ୍ଥାନୀୟ ଲୋକେ କହିଥିଲେ । ପରେ ଭୁବନେଶ୍ୱର ଡିସିପିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ କରାଯାଇଛି ।

ତପୁ ମିଶ୍ରଙ୍କୁ ସୋନୁଙ୍କ ଆଶ୍ୱସ୍ତି, ତୁମର କିଛି ହବନି..

ଭୁବନେଶ୍ୱର: ଦୁଃଖିର ସାଥ ଦେଉଥିବା ସୋନୁ ଏବେ ତପୁଙ୍କ ଦେଇଛନ୍ତି ଆଶ୍ୱସ୍ତି । ମେଡିକାଲରେ ଚିକିତ୍ସିତ ହେଉଥିବା ଓଡ଼ିଆ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ପାଇଁ ସହାୟତା ପାଇଁ ନିବେଦନ କରିଛନ୍ତି ଅନେକ କଳାକାର ଏବଂ କଣ୍ଠଳିଳ୍ପୀ । କଣ୍ଠଳିଳ୍ପୀ ଗୀତା ଦାସ ସୋନୁ ସୁଡଙ୍କୁ ଟ୍ବିଟ କରି ତପୁ ମିଶ୍ରଙ୍କୁ ୨ଡିଜି ଭ୍ୟାକସିନ ଯୋଗାଇଦେବା ପାଇଁ ନିବେଦନ କରିଥିଲେ । ଏବଂ ଦୀର୍ଘ ଦିନ ଧରି ତପୁ ମିଶ୍ର ଅସୁସ୍ଥ ରହିଥିବା ବେଳେ ତାଙ୍କୁ ସାହାଯ୍ୟ ସହଯୋଗ କରିବା ପାଇଁ ମଧ୍ୟ ଜଣାଇଥିଲେ ।

ସଂନ୍ଧ୍ୟାରେ ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ ଏହି ଟ୍ବିଟର ଉତ୍ତର ରଖିଥିଲେ । ଏବଂ କହିଥିଲେ ତପୁ କିଛି ହବନି ତୁମର । ସୋନୁଙ୍କ ଏହି ଟ୍ବିଟ ହିଁ ସ୍ପଷ୍ଟ କରୁଛି, ସେ କିଛିନା କିଛି ପ୍ରୟାସ କରିବାକୁ ଯାଉଛନ୍ତି । କଣ୍ଠଶିଳ୍ପୀ ତମୁ ମିଶ୍ରଙ୍କୁ ସହାୟତା ଏବଂ ସହଯୋଗର ହାତ ବଢାଇବାକୁ ଯାଉଥିବା ନେଇ ସୋନୁଙ୍କ ଟ୍ବିଟରୁ ଆଭାସ ମିଳିଛି ।

କୋଭିଡର ଭୟବହତା ଭିତରେ ଏବେ ମଧ୍ୟ ସାଧାରଣ ଲୋକଙ୍କ ସେବା ଜାରି ରଖିଛନ୍ତି ଅଭିନେତା ସୋନୁ ସୁଡ । ଭରସା ଏବଂ ବିଶ୍ବାସର ଅନ୍ୟ ନାମ ପାଲଟିଥିବା ସୋନୁଙ୍କ ଘର ଆଗରେ ପ୍ରତି ଦିନ ଶହ ଶହ ସାଧାରଣ ଲୋକଙ୍କ ଭିଡ ଜମୁଛି । ଅର୍ଥାତ ଭିନ୍ନ ଭିନ୍ନ ସମସ୍ୟାରେ ନେଇ ସୋନୁଙ୍କ ନିକଟକୁ ଆସୁଥିବାବେଳେ ସମସ୍ତଙ୍କ ସମସ୍ୟାର ସମାଧାନ କରିବାରେ ଲାଗିଛନ୍ତି ସୋନୁ ।

ଦିଲ୍ଲୀରୁ ଦୂରଉଛି କୋଭିଡ, ୫ଶହ ତଳେ ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ମହାମାରୀରୁ ମୁକୁଳୁଛି ରାଜଧାନୀ ଦିଲ୍ଲୀ । ଧିରେ ଧିରେ କମିବାରେ ଲାଗିଛି ଭୂତାଣୁ ଭୟ । ଦିଲ୍ଲୀରେ ୫୦୦ ତଳକୁ ଖସିଛି ଦୈନିକ ସଂକ୍ରମଣ ସଂଖ୍ୟା । ଯାହାକି ଦିଲ୍ଲୀବାସୀଙ୍କୁ ଆଶ୍ବସ୍ତି ଆଣିଦେଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪୮୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୫ ଜଣକ ମୃତ୍ୟୁ ହୋଇଛି । ଦିଲ୍ଲୀରେ ୯୭.୬୭ ପ୍ରତିଶତ ଆରୋଗ୍ୟ ହାର ରହିଥିବାବେଳେ ୧.୭୧ ପ୍ରତିଶତ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

ଏପ୍ରିଲ୍ ୧୯ରୁ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢି ଚାଲିଥିଲା । ସେହିଭଳି ମେ ୩ରେ ୪୪୮ ଜଣକ ଜୀବନ ନେଇଥିଲା କରୋନା । ଯାହାକି ସବୁଠୁ ସର୍ବାଧିକ ଅଟେ । ତେବେ ଗତ ସପ୍ତାହେ ଧରି ଦିଲ୍ଲୀରେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି । ଗୋଟେପଟେ କୋଭିଡ ଲହରୀ ଅନ୍ୟପଟେ ଅକ୍ସିଜେନ ଅଭାବରେ ଆଉଟପାଉଟ ହୋଇଯାଉଥିଲେ ଦିଲ୍ଲୀବାସୀ  । କିନ୍ତୁ ଗତ ସପ୍ତାହରେ ଲଗାତର କମିବାରେ ଲାଗୁଥିବା କୋଭିଡ ସଂକ୍ରମଣ ସଂଖ୍ୟା ଦିଲ୍ଲୀବାସୀଙ୍କୁ ଆସ୍ୱସ୍ତି ଆଣିଦେଇଛି  ।

ରିଲାଏନ୍ସ ଜିଓ ପକ୍ଷରୁ ଓଡ଼ିଶାରେ ଗ୍ରାହକ ଅନୁଭୂତିକୁ ଅଧିକ ସମୃଦ୍ଧ କରିବା ପାଇଁ ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍ ମୃତୟନ

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ରାଜ୍ୟରେ ଗ୍ରାହକ ଅନୂଭତିକୁ ଅଧିକ ସମୃଦ୍ଧ କରିବା ଲାଗି ନିକଟରେ ଅନୁଷ୍ଠିତ ସ୍ପେକ୍ଟ୍ରମ୍ ନିଲାମରେ ହାସଲ କରାଯାଇଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ସଫଳତାର ସହ ସମଗ୍ର ରାଜ୍ୟରେ ମୂତୟନ କରିବା କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି । ଭାରତ ସରକାରଙ୍କ ଦୂରସଂଚାର ବିଭାଗ ପକ୍ଷରୁ ନିକଟରେ ଶେଷ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମ ପ୍ରକ୍ରିୟାରେ ଦେଶର ସମସ୍ତ ୨୨ଟି ସର୍କଲରେ ସ୍ପେକ୍ଟ୍ରମ୍ ବ୍ୟବହାର କରିବାର ଅଧିକାରକୁ ସଫଳତାର ସହ ହାସଲ କରିଥିବା ରିଲାଏନ୍ସ ଜିଓ ଇନ୍‌ଫୋକମ୍ (ଆର୍‌ଜେଆଇଏଲ୍‌) ପକ୍ଷରୁ ମାର୍ଚ୍ଚ ମାସରେ ଘୋଷଣା କରାଯାଇଥିଲା । କଂପାନି ୮୦୦, ୧୮୦୦ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ସ୍ପେକ୍ଟ୍ରମ୍ ହାସଲ କରିଥିଲା । ଏହି ସ୍ପେକ୍ଟ୍ରମ୍ ନିଲାମରେ ରିଲାଏନ୍ସ ଜିଓ ଓଡ଼ିଶାରେ ୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ, ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୫ ମେଗାହର୍ଜ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ ସ୍ପେକ୍ଟ୍ରମ୍ ସମେତ ମୋଟ ୨୦ ମେଗାହର୍ଜ ଅତିରିକ୍ତ ସ୍ପେକ୍ଟ୍ରମ୍ ହାସଲ କରିଥିଲା ।

ଜିଓ ପକ୍ଷରୁ ସାରା ରାଜ୍ୟରେ ଥିବା ୧୦,୦୦୦ରୁ ଅଧିକ ନେଟ୍‌ୱର୍କ ସ୍ଥଳରେ ସମସ୍ତ ତିନି ପ୍ରକାରର ସ୍ପେକ୍ଟ୍ରମ୍ ମୂତୟନ ସମ୍ପୁର୍ଣ୍ଣ କରାଯାଇଛି । ଏଥି ସହିତ ଓଡ଼ିଶାରେ ବ୍ୟବହାର ଲାଗି ଜିଓ ପାଖରେ ଉପଲବ୍ଧ ଥିବା ମୋଟ ସ୍ପେକ୍ଟ୍ରମ୍ ୬୦ ମେଗାହର୍ଜରେ ପହଂଚିଛି ଯେଉଁଥିରେ ସାମିଲ ରହିଛି ୮୦୦ ଓ ୧୮୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୧୦ ମେଗାହର୍ଜ ଲେଖାଏଁ ସ୍ପେକ୍ଟ୍ରମ୍ ଏବଂ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ୪୦ ମେଗାହର୍ଜ ସ୍ପେକ୍ଟ୍ରମ୍ । ସ୍ପେକ୍ଟ୍ରମ୍‌ରେ ଏହିଭଳି ବ୍ୟାପକ ବୃଦ୍ଧି ଜିଓକୁ ନିଜ ନେଟ୍‌ୱର୍କକୁ ଅଧିକ ସୁଦୃଢ କରିବାରେ ସହାୟକ ହେବା ସହିତ ସାରା ଓଡ଼ିଶାର ଜିଓ ଗ୍ରାହକମାନଙ୍କ ପାଇଁ ମୋବାଇଲ୍ ବ୍ୟବହାର ଅନୁଭୂତିକୁ ବହୁଗୁଣା ସମୃଦ୍ଧ କରିବ ।

ସଂପ୍ରତି ମହାମାରୀ ଯୋଗୁଁ ସୀମିତ ଗମନାଗମନ ଓ ଲକ୍‌ଡାଉନ୍ ସ୍ଥିତି ଦୃଷ୍ଟିରୁ ଏହା ହେଉଛି ଏକ ସମୟୋପଯୋଗୀ ଯୋଗଦାନ ଯାହା ଛାତ୍ରଛାତ୍ରୀମାନଙ୍କୁ ଅନଲାଇନ୍ କ୍ଲାସ୍ କରିପାରିବା ଏବଂ କର୍ମଚାରୀ ଓ ପେସାଦାରମାନଙ୍କୁ ୱାର୍କ-ଫ୍ରମ୍‌-ହୋମ୍‌ରେ କାମ କରିବା ସହ ସୁରକ୍ଷିତ ଭାବେ ଘରେ ରହି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ ସମ୍ପାଦନ କରିବାରେ ସହାୟକ ହେବ । ଯୋଗାଯୋଗ, ବେଗ ଓ ଅନୁଭତିରେ ବ୍ୟାପକ ଉନ୍ନତି ମହାମାରୀର ମୁକାବିଲା ଲାଗି ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିବା ସ୍ୱାସ୍ଥ୍ୟ କ୍ଷେତ୍ର ଓ ଆଗଧାଡ଼ିର ଯୋଦ୍ଧାଙ୍କ ପାଇଁ ବିଶେଷ ଭାବରେ ସହାୟକ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ୧.୪ କୋଟି ମୋବାଇଲ୍ ଉପଭୋକ୍ତାଙ୍କ ସହିତ ରିଲାଏନ୍ସ ଜିଓ ଓଡିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ହେବା ସହିତ ଓଡ଼ିଶାର ୪୧% ମୋବାଇଲ୍ ଗ୍ରାହକ ତଥା ଏହି କ୍ଷେତ୍ରରେ ରାଜସ୍ୱର ୫୦%ରୁ ଅଧିକ ବଜାର ଅଂଶ ହାସଲ କରିଛି । ୪ଜି ଟାୱାରର ଅଧିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି ୨୦୨୧ରେ ଜିଓ ଓଡ଼ିଶାରେ ଏହାର ୪ଜି ନେଟ୍‌ୱର୍କକୁ ଅଧିକ ସମ୍ପ୍ରସାରିତ କରୁଥିବା ବେଳେ ଅନେକ ଅପହଂଚ ଇଲାକାରେ ସଂଯୋଗ ପ୍ରଦାନ କରୁଛି । ବର୍ତମାନ ରାଜ୍ୟରେ ଜିଓର ୧୦,୦୦୦ରୁ ଅଧିକ ୪ଜି ନେଟ୍‌ୱର୍କ ଟାୱାର ରହିଛି ଯାହା ହେଉଛି ସର୍ବବୃହତ ବାସ୍ତବ ୪ଜି ଉପସ୍ଥିତି । ମାସ ପରେ ମାସ ରାଜ୍ୟର ପ୍ରତି ଜିଲ୍ଲାରେ ଅଧିକରୁ ଅଧିକ ଉପଭୋକ୍ତା ଯୋଡ଼ି ଜିଓ ରାଜ୍ୟର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ହୋଇରହିଛି ।

ନିକଟରେ ଅନୁଷ୍ଠିତ ହୋଇଥିବା ସ୍ପେକ୍ଟ୍ରମ୍ ନିଲାମରେ ରିଲାଏନ୍ସ ଜିଓ ପକ୍ଷରୁ ୫୭,୧୨୩ କୋଟି ଟଙ୍କା ମୂଲ୍ୟରେ ୨୦ ବର୍ଷ ଅବଧି ପାଇଁ ଦେଶର ୨୨ଟି ସର୍କଲ୍ ନିମନ୍ତେ ୮୦୦ ମେଗାହର୍ଜ, ୧୮୦୦ ମେଗାହର୍ଜ ଓ ୨୩୦୦ ମେଗାହର୍ଜ ବ୍ୟାଣ୍ଡ୍‌ରେ ମୋଟ ୪୮୮.୩୫ ମେଗାର୍ହ ସ୍ପେକ୍ଟ୍ରମ୍ ହାସଲ କରାଯାଇଛି । ଏହା ସହିତ ଜିଓ ଦେଶରେ ଏହାର ସ୍ପେକ୍ଟ୍ରମ୍ ଉପସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ଆଣି ୫୫% ବୃଦ୍ଧି ସହ ୧୭୧୭ ମେଗାହର୍ଜରେ ପହଂଚାଇଛି । ଭାରତରେ ଜିଓର ଏବେ ୪୨.୬ କୋଟିରୁ ଅଧିକ ଉପଭୋକ୍ତା ରହିଛନ୍ତି ଏବଂ ସ୍ପେକ୍ଟ୍ରମ୍‌ରେ ବୃଦ୍ଧି ସହିତ ଜିଓ ପାଖରେ ନୂଆ ଓ ପୁରୁଣା ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବା ଲାଗି ଏକ ସୁଦୃଢ଼ ନେଟ୍‌ୱର୍କ ଦକ୍ଷତା ରହିବ । ଏହି ଉନ୍ନତି ପରବର୍ତୀ ୩୦୦ ନିୟୁତ ଉପଭୋକ୍ତା ଯୋଡ଼ିବାରେ ସହାୟକ ହେବ ଯାହା ଡିଜିଟାଲ୍ ସେବାକୁ ବଢ଼ାଇବା ସହ ୫ଜି ସେବାକୁ ରୂପାନ୍ତରିତ ହେବାରେ ସହାୟକ ହେବ ।

ରାଜଧାନୀରେ ଲାଇଭ କିଡନାପ, ଯୁବକଙ୍କୁ ବିଚ୍ ରାସ୍ତାରୁ ଟେକିନେଲେ…

ଭୁବନେଶ୍ୱର: ଦବଙ୍ଗଗିରି, ଦାଦାଗିରି ବା ଗୁଣ୍ଡାରାଜ । ଏମିତି କିଛି ଭାଷାରେ ସମ୍ବୋଧନ କଲେ ବି କମ ହୋଇଯିବ ବୋଧ ହୁଏ । କାରଣ ସୁରକ୍ଷା ବଳୟରେ ଥିବା ରାଜଧାନୀରେ ଅସୁରକ୍ଷିତ ହୋଇପଡିଛି । କାରଣ ଖୋଦ ଭୁବନେଶ୍ୱରରେ ଘଟିଛି ଏମିତି କିଛି ଘଟଣା । ଯାହାକୁ ଲାଇଭ୍‌ କିଡନାପ୍‌ ବୋଲି ମଧ୍ୟ କୁହାଯାଇ ପାରିବ। ଭୁବନେଶ୍ବରରେ ଯୁବକଙ୍କୁ କରାଯାଇଛି ଅପହରଣ ।

ରାଜଧାନୀରେ ବିହାର ଷ୍ଟାଇଲରେ କିଡନାପିଂ । ବିଚରାସ୍ତାରେ ଦାଦାଗିର । ଭୁବନେଶ୍ୱର ଡେଲ୍ଟା ଛକରେ ଯୁବକକୁ କରାଯାଉଛି ଅପହରଣ । ଜଣେ ଯୁବକଙ୍କୁ ୩ ଜଣ ଯୁବକ ଜୋର ଜବରଦସ୍ତ କାରରେ ବସାଇ ଫେରାର ହୋଇଯାଉଛନ୍ତି ।

ନିଜକୁ ବଞ୍ଚାଇବା ପାଇଁ ଯୁବକ ଜଣକ ଖୁବ ଚିତ୍କାର କରୁଛନ୍ତି । ଘଟଣା ପଛରେ ରହିଛି ଟଙ୍କା କାରବାରର କାହାଣୀ । ବକେୟା ଟଙ୍କାକୁ ନେଇ ଖୁଲ୍ଲମଖୁଲା ଦାଦାଗିରି ରାଜଧାନୀରେ ଅପରାହ୍ନରେ ଘଟିଛି ଏଭଳି ଅରାଜକତା । କିଏ ଏହି ଦୁର୍ବୃତ୍ତ ? କାହାକୁ କରାଯାଉଛି ଅପହରଣ ? କ୍ୟାପିଟାଲରେ କିଡନାପିଂ କ୍ରାଇମର ଖୋଲିବ କି ଗୁମର ? ଏନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି । ସେପଟେ କିଡନାପ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବେସ ଭାଇରାଲ ହେବାରେ ଲାଗିଛି ।

ସଂକ୍ରମିତ ଶାଶୁର ଉନ୍ମତ୍ତ କାଣ୍ଡ, କହିଲା ‘ମୁଁ ମଲା ପରେ ତୁ ଖୁସି ହେବାକୁ ଚାହୁଁଛୁ ?’

ହାଇଦ୍ରାବାଦ: ମୁଁ ଯଦି ସଂକ୍ରମିତ ତାହାଲେ ତୁ ବି ସଂକ୍ରମିତ ହେବୁ । ଏହା ଆମେ କହୁନୁ ଏ ଜଣେ ସଂକ୍ରମିତ ମହିଳା ତାଙ୍କ ବୋହୂକୁ କହିଛନ୍ତି । ଘଟଣାଟି ହେଉଛି ତେଲେଙ୍ଗାନାର ଏକ ଗାଁର । ଯେଉଁଠି ମହିଳା ଜଣଙ୍କ ସଂକ୍ରମିତ ହେବା ପରେ ତାଙ୍କୁ କେହି ନ ଛୁଇଁବା ସହିତ ତାଙ୍କୁ ଏକ ଘରେ ବନ୍ଦ କରି ରଖାଯାଇଥିଲା । ଆଉ ଏହି କଥାରେ ମହିଳା ଜଣଙ୍କ ଏତେ ରାଗି ଯାଇଥିଲେ ଯେ, ନିଜେ ସଂକ୍ରମିତ ଥିବା ବେଳେ ତାଙ୍କ ବୋହୂକୁ କୁଣ୍ଢାଇ ପକାଇ ତାଙ୍କୁ ମଧ୍ୟ ସଂକ୍ରମିତ କରି ଦେଇଥିଲେ ।

ସୂଚନା ଅନୁସାରେ,ମହିଳାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ପରିବାର ଲୋକେ ଏକ ଘରେ ଆଇସୋଲେସନରେ ରଖିଥିଲେ । ଏବଂ ଅନ୍ୟ କେହି ସଂକ୍ରମିତ ନ ହୁଅନ୍ତୁ ତେଣୁ ପରିବାର ଲୋକେ ତାଙ୍କ ସହ ମିଳାମିଶା ମଧ୍ୟ ବନ୍ଦ କରିଦେଇଥିଲେ । ଏହି କଥାରେ ମହିଳା ଜଣଙ୍କ ଏତେ ରାଗି ଯାଇଥିଲେ ଯେ, ସେ ତାଙ୍କ ନିଜ ବୋହୂକୁ କୁଣ୍ଢାଇ ଧରି ତାଙ୍କୁ ମଧ୍ୟ ସଂକ୍ରମିତ କରିଦେଇଥିଲେ ।

ବୋହୂ ଜଣଙ୍କ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ କହିଥିଲେ ଯେ, ମୋ ଶାଶୁ ମୋତେ କୁଣ୍ଢାଇ କହିଥିଲେ ଯେ ‘ତୁ ମଧ୍ୟ କରୋନା ସଂକ୍ରମିତ ହେବା ଉଚିତ୍ବୋ ।’ କରୋନାରେ ସଂକ୍ରମିତ ହୋଇଥିବା ତାଙ୍କ ଶାଶୁଙ୍କୁ ପରିବାରଠାରୁ ଅଲଗା ରଖାଯାଇଥିଲା ଏବଂ ତାଙ୍କୁ ଏକ ଭିନ୍ନ ସ୍ଥାନରେ ଖାଦ୍ୟ ଦିଆଯାଉଥିଲା । ଏବଂ ତାଙ୍କ ନାତି ନାତୁଣୀଙ୍କୁ ମଧ୍ୟ ତାଙ୍କ ନିକଟକୁ ଯିବାର ଅନୁମତି ଦିଆଯାଇନଥିଲା।

ତେଣୁ ସେ ଅତ୍ୟଧିକ ଦୁଃଖି ହୋଇ ତାଙ୍କ ବୋହୂକୁ ମଧ୍ୟ ସଂକ୍ରମିତ କରିବାକୁ ଚାହିଁଥିଲେ। କେବଳ ସେତିକି ନୁହେଁ ଶାଶୁ ପରିବାରକୁ କହିଥିଲେ ଯେ ମୋର ମୃତ୍ୟୁ ପରେ ତୁମେ ସମସ୍ତେ ଖୁସି ହେବାକୁ ଚାହୁଁଛ ? ଏହା କହି ସେ ନିଜ ବୋହୂକୁ ଜବରଦସ୍ତ କୁଣ୍ଢାଇ ପକାଇଥିଲେ । ଯେଉଁଥିପାଇଁ ବୋହୂ ମଧ୍ୟ ସଂକ୍ରମିତ ହୋଇଥିଲେ। ତାଙ୍କର ଚିକିତ୍ସା ଏବେ ତାଙ୍କ ଭଉଣୀ ଚାଲୁଥିବା ଜଣାପଡ଼ିଛି ।

ଟିକା ନେଲେ ଏଠାରେ ମିଳୁଛି ମାଗଣା ବିରିୟାନୀ ସହ ଆକର୍ଷଣୀୟ ପୁରସ୍କାର

ଚେନ୍ନାଇ: କରୋନା ଟିକାକରଣ ଅଭିଯାନରେ ସମସ୍ତ ଶ୍ରେଣୀର ଲୋକ ଅଂଶଗ୍ରହଣ କରୁଛନ୍ତି । କିନ୍ତୁ କିଛି ଏମିତି ସ୍ଥାନ ଅଛି ଯେଉଁଠାରେ କରୋନା ଟିକା ନେବାକୁ ଲୋକମାନେ ଭୟଭୀତ ହେଉଛନ୍ତି । ତେଣୁ ବିଭିନ୍ନ ସ୍ଥାନରେ ଟିକାକରଣକୁ ପ୍ରୋତ୍ସାହନ ଦିଆଯାଉଛି । ସେହିପରି ଚେନ୍ନାଇର ମତ୍ସ୍ୟଜୀବୀମାନଙ୍କ ଗୋଟିଏ ଗାଁରେ ଲୋକଙ୍କୁ ଟୀକାକରଣ ପାଇଁ ଉତ୍ସାହିତ କରିବା ପାଇଁ ବିରିୟାନୀ ଏବଂ ମାଗଣାରେ ଉପହାର ଦେବା ପାଇଁ ଏକ ଯୋଜନା କରାଯାଇଛି । ତେବେ ଏହି ସ୍କିମ ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରୁଥିବା କୁହାଯାଉଛି । ଏବଂ ଗାଁରେ ଦିଆଯାଉଥିବା ଟୀକାକରଣ ସଂଖ୍ୟାରେ ମଧ୍ୟ ବୃଦ୍ଧି ହୋଇଛି ।

ତେବେ ଏହି ଗାଁରେ ଜନସଂଖ୍ୟା ୧୪,୩୦୦ ରହିଥିବା ବେଳେ ୬,୪୦୦ଜଣ ୧୮ ବର୍ଷରୁ ଅଧିକ ବୟସ୍କ ଅଛନ୍ତି । ଏସଟିଏସ ଫାଉଣ୍ଡେସନ ଚଳାଉଥିବା ବ୍ୟକ୍ତିଙ୍କ ଅନୁଯାୟୀ, ଦୁଇ ମାସ ମଧ୍ୟରେ ଏଠାରେ କେବଳ ୫୮ଜଣଙ୍କୁ ଟିକା ଦିଆଯାଇଛି । ଏଭଳି ପରିସ୍ଥିତିରେ, ବିଭିନ୍ନ ଫାଉଣ୍ଡେସନର ବ୍ୟକ୍ତିମାନେ ଏକତ୍ରିତ ହୋଇ ଏଭଳି ଏକ ଯୋଜନା ପ୍ରସ୍ତୁତ କରିଛନ୍ତି । ଯେଉଁଥିରେ ଅଧିକରୁ ଅଧିକ ଲୋକେ ଟିକାକରଣରେ ସାମିଲ ହେବେ ।

ଏସଏନ ରାମଦାସ ଫାଉଣ୍ଡେସନ, ଏସଟିଏସ ଫାଉଣ୍ଡେସନ ଏବଂ ଚିରାଜ ଟ୍ରଷ୍ଟର ସ୍ବେଚ୍ଛାସେବୀମାନେ ଏକତ୍ରିତ ହୋଇ ଟୀକାକରଣକୁ ପ୍ରୋତ୍ସାହନ ଦେବାକୁ ମାଗଣାରେ ଖାଦ୍ୟ ଯୋଗାଇ ଲୋକଙ୍କୁ ଆକର୍ଷିତ କରିବାକୁ ନିଷ୍ପତ୍ତି ନେଇଥିଲେ। ଏସଟିଏସ ଫାଉଣ୍ଡେସନ ଟ୍ରଷ୍ଟର ମୁଖ୍ୟ ସୁନ୍ଦର କହିଛନ୍ତି ଯେ, “ଗତ ତିନି ଦିନ ମଧ୍ୟରେ ଆମେ ୩୪୫ ଜଣଙ୍କୁ ଟିକାକରଣ କରିଛୁ ଏବଂ ଏହି ଯୋଜନା ମାଧ୍ୟମରେ ଅନେକ ଲୋକ ଆକର୍ଷିତ ହୋଇଛନ୍ତି । ସେମାନେ ବିରିୟାନୀ ଏବଂ ଉପହାର ପାଇଁ ଟିକା ପାଇବାକୁ ଆଗେଇ ଆସୁଛନ୍ତି।”

କେବଳ ସେତିକି ନୁହେଁ ଏହାକୁ ଅଧିକ କର୍ଷଆଣୀୟ କରିବାକୁ ସ୍ୱେଚ୍ଛାସେବୀ ଦଳ ସାପ୍ତାହିକ ଭାଗ୍ୟଶାଳୀ ପ୍ରତିଯୋଗୀଙ୍କ ନାଁ ଘୋଷଣା କରୁଛନ୍ତି ଯେଉଁଥିରେ ଉକ୍ତ ବ୍ୟକ୍ତିଙ୍କୁ ଗ୍ରାଇଣ୍ଡର୍ ଏବଂ ସୁନା ମୁଦ୍ରା ପରି ମାଗଣା ଉପହାର ଦେବାକୁ ନିଷ୍ପତ୍ତି ନିଆଯାଇଛି । ଏହାସହ ଏକ ବମ୍ପର ଉପହାର ମଧ୍ୟ ରହିଛି ଯେଉଁଠାରେ ବିଜେତାମାନଙ୍କୁ ରେଫ୍ରିଜରେଟର, ୱାସିଂ ମେସିନ୍ ଏବଂ ଏକ ସ୍କୁଟର ସହିତ ପୁରସ୍କାର ଆକାରରେ ଦିଆଯିବାର ବ୍ୟବସ୍ଥା ରହିଛି ।

ଫାଉଣ୍ଡେସନର କହିବା ଅନୁସାରେ ଏଭଳି ଯୋଜନା କରିବା ଦ୍ୱାରା ଅଧିକ ଲୋକ ଆକର୍ଷିତ ହେବା ସହ ଟୀକାକରଣ ପାଇଁ ଆଗକୁ ଆସୁଛନ୍ତି । ଏହିମାଧ୍ୟମରେ ସେମାନେ ଗାଁର ୧୦୦ପ୍ରତିଶତ ଲୋକଙ୍କୁ ଏହି ଟିକାକରଣରେ ସାମିଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

ସମାଜବାଦୀ ସାଂସଦଙ୍କ ଅଜବ ବୟାନ, ଆଲ୍ଲାଙ୍କ ସାମ୍ନାରେ କାନ୍ଦି କ୍ଷମା ମାଗିଲେ କରୋନା ଯିବ

ସମ୍ଭଲ: ଗୋମୂତ୍ର ପିଇଲେ କରୋନା ହେବ ନାହିଁ ବୋଲି ଜଣେ ବିଜେପି ସାଂସଦ କହିଥିଲେ । ଏବେ ଏଭଳି ବଡବୋଲାଙ୍କ ତାଲିକାରେ ସାମିଲ ହୋଇଛନ୍ତି ସମାଜବାଦୀ ପାର୍ଟିର ଜଣେ ସାଂସଦ । ମୁରାଦାବାଦର ସାଂସଦ ଏସ ଟି ହାସନଙ୍କ ବିବାଦିତ ବୟାନ ପରେ ଏବେ ସମାଜବାଦୀ ପାର୍ଟିର ଆଉ ଜଣେ ସାଂସଦ ଶଫିକୁରରହମାନ ବର୍କ କହିଛନ୍ତି ଯେ, କରୋନା କୌଣସି ରୋଗ ନୁହେଁ । କରୋନା ଯଦି ରୋଗ ହୋଇଥାନ୍ତା ତେବେ ଏହାର ଚିକିତ୍ସା ପଦ୍ଧତି ବାହାରି ସାରନ୍ତାଣି । କରୋନା ସରକାରଙ୍କ ଭୁଲର ପରିଣାମ ବୋଲି ସେ କହିଛନ୍ତି । ଆଲ୍ଲାଙ୍କ ସମ୍ମୁଖରେ କାନ୍ଦି କ୍ଷମା ମାଗିଲେ ଏହି ରୋଗ ଯିବ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, ବର୍ତ୍ତମାନର ସରକାର ଶରିୟତ ସହିତ ହିଁ ଖରାପ ବ୍ୟବହାର କରିନାହିଁ । ଏହାମଧ୍ୟ ଝିଅଙ୍କ ସହିତ ଅସଦାଚରଣ କରିବା ସହିତ ଭିଡ ଦ୍ୱାର ହତ୍ୟା ଓ ଅନ୍ୟ ଅତ୍ୟାଚାର କରିଛି । ଯେଉଁଥିପାଇଁ କରୋନା ଆସିଛି । ମୁରାଦାବାଦର ସମାଜବାଦୀ ସାଂସଦ ଏସଟି ହାସନଙ୍କ ବୟାନ ପରେ ଶଫିକୁର ରହମାନଙ୍କ ଏହି ବୟାନ ଆସିଛି । ଏସଟି ହାସନ ତାଙ୍କ ବୟାନରେ କହିଥିଲେ ଯେ, ବିଜେପି ସରକାର ୭ ବର୍ଷ ଭିତରେ ଶରିୟତର ଅପମାନ କରିଥିବାରୁ କରୋନା ରୋଗ ଓ ବାତ୍ୟା ଭଳି ବିପଦ ଆସୁଛି ।

ନିସ୍ତବ୍ଦ ରାଜଧାନୀରେ ଅମ୍ରିତଙ୍କ ଆମ୍ବୁଲାନ୍ସ, ସ୍ୱତନ୍ତ୍ର ଏୟାରଲିଫ୍ଟରେ ଚେନ୍ନାଇ ସ୍ଥାନାନ୍ତର

ଭୁବନେଶ୍ୱର: ରାସ୍ତା ଥିଲା ଶୂନ ଶାନ । କାଁ ଭାଁ ଗାଡି କେଇଟି ଗଡୁଥାଏ । ରାଜଧାନୀ ରାସ୍ତାରେ ସାଇରନ ଦେଇ ମାଡିଚାଲୁଥାଏ ଆମ୍ବୁଲାନ୍ସ । କାରଣ ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେବାକୁ ଥିଲେ ଗୁରୁତର ରୋଗୀ ଅମ୍ରିତ ପ୍ରଧାନ । ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ଅମ୍ରିତଙ୍କୁ ଚେନ୍ନାଇ ସ୍ଥିତ ଆପୋଲୋକୁ ସ୍ଥାନାନ୍ତରଣ କରାଯାଇଛି । ଇକ୍ମୋ ସଂଯୁକ୍ତ ସ୍ବତନ୍ତ୍ର ବିମାନରେ ଆଜି ଅପରାହ୍ନରେ ଅମ୍ରିତଙ୍କୁ ଚେନ୍ନାଇ ନିଆଯାଇଛି।

ପ୍ରଥମେ କୋଭିଡ ସଂକ୍ରମିତ ହୋଇଥିଲେ ଅମ୍ରିତ । ପରେ ତାଙ୍କର ଫୁସଫୁସ କିଛି ମାତ୍ରାରେ ନଷ୍ଟ ହୋଇଥିବା କହିଛନ୍ତି ପରିବାର ଲୋକେ । ଏହା ସାଙ୍ଗକୁ ସେ ନିମୋନିଆ ଓ ସେପଟିସେମିଆରେ ପୀଡ଼ିତ ଅଛନ୍ତି । ଗତ ମାସ ୨ ତାରିଖରେ କୋଭିଡ ପଜିଟିଭ ଚିହ୍ନଟ ହେବା ପରେ ପରେ ସ୍ବାସ୍ଥ୍ୟ ବିଗିଡିବାରେ ଲାଗିଥିଲା । ଏଥିପାଇଁ ଗତ ୧୨ ତାରିଖରୁ ଭେଣ୍ଟିଲେଟରରେ ଅଛନ୍ତି । ସ୍ଥିତି ଜଟିଳ ହେବାରୁ ରୋଗୀକୁ ସ୍ଥାନାନ୍ତରଣ କରିବା ପାଇଁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ । ସେପଟେ ଅମ୍ରିତଙ୍କୁ ଏୟାରଲିଫ୍ଟ କରିବା ପାଇଁ ଚେନ୍ନାଇ ଆପୋଲୋରୁ ଆସିଥିଲେ ୬ ଜଣିଆ ଡାକ୍ତରୀ ଦଳ । ଏହି ଟିମ୍ ସହିତ ଏୟାର ଲିଫିଂରେ ଚେନ୍ନାଇ ନିଆଯାଇଛି ।

ଚେନ୍ନାଇ ନେବା ପରେ ପ୍ରଥମେ ଇକ୍ମୋ ଚିକିତ୍ସା ଚାଲିବ । ଆବଶ୍ୟକ ପଡିଲେ ଫୁସଫୁସ ପ୍ରତିରୋପଣ ବି କରାଯାଇପାରେ । ଇକ୍ମୋ ସଂଯୁକ୍ତ ଏୟାରଲିଫ୍ଟ ପାଇଁ ୩୦-୪୦ ଲକ୍ଷ ଖର୍ଚ୍ଚ ହେବ । ସେହିଭଳି ଆଇସିୟୁ , ଇକ୍ମୋ, ଡାକ୍ତରଖାନା ଫିସ ପାଇଁ ୨ ଲକ୍ଷ ଖର୍ଚ୍ଚ ହେବ । ଫୁସଫୁସ ପ୍ରତିରୋପଣ ହେଲେ ୪୫ ଲକ୍ଷ ଖର୍ଚ୍ଚ ହେବ । ଡାକ୍ତରୀ ଦଳର ସୂଚନା ଅନୁଯାୟୀ ୩୦ ଦିନ ଚାଲିବ ଚିକିତ୍ସା । ସେପଟେ ଏତେ ଅର୍ଥ ଖର୍ଚ୍ଚ କରିବାକୁ ପରିବାର ଲୋକ ଅକ୍ଷମ ଥିବାରୁ ରାଜ୍ୟ ସରକାର ଆର୍ଥିକ ସହାୟତା ଦେବାକୁ ଦାବି ମଧ୍ୟ ପରିବାର ଲୋକେ ଗୁହାରୀ କରିଛନ୍ତି।