ବିଜେପି କାର୍ଯ୍ୟକ୍ରମରେ କୋଭିଡ ନାହିଁ, ନେତାଙ୍କ ମୁହଁରେ ମାସ୍କ ନାହିଁ

ସମ୍ବଲପୁର: ନା ମାସ୍କ ନା ସାମାଜିକ ଦୂରତା । ବିଜେପିର ରାଜନୈତିକ କାର୍ଯ୍ୟକ୍ରମରେ କୋଭିଡ୍ ନିୟମକୁ ଫୁ ।  ସମ୍ବଲପୁର ଆରଡିସି ଅଫିସ ସାମନାରେ କୋଭିଡ ନିୟମର ସାଙ୍ଘାତିକ ଉଲ୍ଲଂଘନ । ବିଜେପି ନେତାଙ୍କୁ ଜଣା ପଡୁନି କୋଭିଡର ଭୟବହତା  । ସଭା ସମିତି କରି ସାଧାରଣ ଲୋକଙ୍କ ପାଇଁ ବଢାଉଛନ୍ତି ଭୟବହତା  ।  ସମ୍ବଲପୁର ସାଂସଦ ନିତେଶ ଗଙ୍ଗଦେବ, ବରଗଡ ସାଂସଦ ସୁରେଶ ପୂଜାରୀ, ରେଙ୍ଗାଳି ବିଧାୟକ ନାଉରୀ ନୟାକ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ବୀରମିତ୍ରପୁର ବିଧାୟକ ଭବାନୀ ଭୋଇ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ପ୍ରମୁଖ ଏକ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଛନ୍ତି । ଯେଉଁଠାରେ କୋଭିଡ କଟକଣାର ସାଙ୍ଗାତିକ ଉଲ୍ଲଂଘନ ହୋଇଥିବା ଦେଖିବାକୁ ମିଳିଛି  ।

କାର୍ଯ୍ୟକ୍ରମରେ ଅଧିକାଂଶ ନେତାଙ୍କ ମୁହଁରେ ମାସ୍କ ନାହିଁ, ସାମାଜିକ ଦୂରତା କଥା ପଚାରେ କିଏ । କରୋନା ସଂକଟରେ ରାଜନୈତିକ ଏକତ୍ରିକରଣ ପାଇଁ ଅନୁମତି ନାହିଁ । ହେଲେ ଦେଖନ୍ତୁ ଜୀବନକୁ ପଛ କରି କେମିତି ରାଜନୀତି କରୁଛି ବିଜେପି । ପ୍ରତି ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର କୋଭିଡ୍ ସମୀକ୍ଷା କରୁଛନ୍ତି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖିବାକୁ ଦେଶବାସୀଙ୍କୁ ନିବେଦନ କରୁଛନ୍ତି । ହେଲେ ନିଜ ଦଳର ବରିଷ୍ଠ ନେତା ବି ମାନୁନାହାନ୍ତି ପ୍ରଧାନମନ୍ତ୍ରୀଙ୍କ କଥା। ମହାମାରୀ ବେଳେ ଜନନାୟକ ଯଦି ଅମାନିଆ ହେବେ, ତେବେ ସାଧାରଣ ଲୋକଙ୍କୁ କିଏ ସଚେତନ କରିବ । ଏଭଳି କାର୍ଯ୍ୟକ୍ରମ କରୋନା ସଂକ୍ରମଣ ବଢାଇବ ବୋଲି ଡାକ୍ତରମାନେ ଆଶଙ୍କା କରିଛନ୍ତି ।

Leave a Reply