spot_img
Home Blog Page 5545

ସୋନିଆଙ୍କୁ ପଞ୍ଜାବ କଂଗ୍ରେସ କମିଟି ଦେଲା ୪ ପୃଷ୍ଠାର ରିପୋର୍ଟ, ‘ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ବିଧାୟକ’

ଚଣ୍ଡିଗଡ଼: ପଞ୍ଜାବ କଂଗ୍ରେସରେ ବିବାଦ । ବିବାଦର ସମାଧାନ ଲାଗି ଗଠନ କରାଯାଇଥିବା ୨ ଜଣିଆ କମିଟି ତାର ରିପୋର୍ଟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ଦେଇଛି । କମିଟି ଆଗରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମ୍ରିନ୍ଦର ସିଂହଙ୍କ ସହ ନବଜୋତ ସିଦ୍ଧୁ ଓ ଅନ୍ୟନେତା ଉପସ୍ଥିତ ହୋଇଥିଲେ । ଏବେ କମିଟି ତାର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛି ।

ସୂତ୍ର ଅନୁସାରେ ରିପୋର୍ଟରେ ଏମିତି କିଛି କୁହାଯାଇଛି-

୧) କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂହଙ୍କ କାର୍ଯ୍ୟଶୈଳୀକୁ ନେଇ କଂଗ୍ରେସ ବିଧାୟକ ଅସନ୍ତୁଷ୍ଟ ଅଛନ୍ତି । ଦୀର୍ଘ ମାସ ହେଲା କ୍ୟାପ୍ଟେନ୍ କଂଗ୍ରେସର ବିଧାୟକ ଓ ନେତାଙ୍କ ସହ ମିଶୁ ନାହାଁନ୍ତି । ଯାହାକୁ ନେଇ ଅସନ୍ତୋଷ ବଢ଼ିଛି ।

୨) କଂଗ୍ରେସ ବିଧାୟକ, ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ଲାଗି ତୁତନ୍ତ ସଂଗଠନରେ ପରିବର୍ତ୍ତନ କରାଯାଉ । ଦଳ ପାଇଁ କାର୍ଯ୍ୟ କରୁଥିବା ନେତାଙ୍କୁ ସ୍ଥାନ ଦିଆଯାଉ ।

୩) ଖାଲି ପଡ଼ିଥିବା ନିଗମ ଓ ବୋର୍ଡରେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ନିଯୁକ୍ତ କରାଯାଉ ।

୪) ନବଜୋତ ସିଦ୍ଧୁଙ୍କୁ ଅସନ୍ତୋଷ ଦୂର ପାଇଁ କମିଟି ସୁପାରିସ୍ କରିଛି । ସିଦ୍ଧୁଙ୍କୁ ରାଜନୈତିକ ଭାବେ କିଛି ପଦ ସୋନିଆ ଗାନ୍ଧି ଦିଅନ୍ତୁ ।

୫) ସୂତ୍ର ଅନୁସାରେ, କ୍ୟାପ୍ଟେନ୍ ଅମ୍ରିନ୍ଦର ସିଂହଙ୍କ ଅଧୀନରେ କାମ କରିବାକୁ ଚାହୁନାହାଁନ୍ତି ସିଦ୍ଧୁ ।

ଭୁବନେଶ୍ୱର ଏମସକୁ ଆସିବ ECMO ମେସିନ

ଭୁବନେଶ୍ୱର: ଓଡ଼ିଶା ଆସିବ ଏକମୋ ମେସିନ  । କୋଭିଡ ସ୍ଥିତିରେ ଅନେକ ରୋଗୀ ଗୁରୁତର ହୋଇ ବାହାର ରାଜ୍ୟକୁ ଯାଉଥିବାବେଳେ  ଭୁବନେଶ୍ୱର ଏମ୍ସକୁ ଆସିବ ଇକମୋ ମେସିନ୍ । ଭୁବନେଶ୍ୱର AIIMS ପକ୍ଷରୁ ECMO ମେସିନ ପରଚେଜ ଅର୍ଡର ଦିଆଯାଇଛି  । ତେଣୁ ଆସନ୍ତା ଦିନରେ ଏହି ମେସିନ ଭୁବନେଶ୍ୱର ଏମସରେ ଉବଲବ୍ଧ ହୋଇପାରିବ ବୋଲି ସୂଚନା ମିଳିଛି  ।

କୋଭିଡ ସଂକ୍ରମିତ ହେବା ପରେ ଗୁରୁତର ରୋଗୀଙ୍କ ପାଇଁ ଆବଶ୍ୟକ ରହୁଛି ଏହି ମେସିନ  । ଯଦ୍ୱାରା ରୋଗୀ ଲାଇଫ୍ ସପୋର୍ଟରେ ରହିବା ଆବଶ୍ୟକ ପଡୁଛି  । ଏପରି ସ୍ଥିତିକୁ ନଜରରେ ରଖି ଭୁବନେଶ୍ୱର ଏମସ ପକ୍ଷରୁ  କିଣାଯିବ ECMO ମେସିନ । ଅନ୍ୟ ICUରୋଗୀଙ୍କ ପାଇଁ ବ୍ୟବହାର ହେବ ECMO ମେସିନ । ଚଳିତ ମାସ ଶେଷ ସୁଦ୍ଧା ECMO ସେବା ଭୁବନେଶ୍ୱର ଏମସରେ ଯୋଗାଇ ଦିଆଯିବ ବୋଲି ସୂଚନା ରହିଛି ।

ଖାଇବା ତେଲ, ଡିଜେଲ, ପେଟ୍ରୋଲ ଦର ଆକାଶ ଛୁଆଁ କେନ୍ଦ୍ର ହିସାବ କରୁଛି ତ ?

ଭୁବନେଶ୍ୱର: ବିଧାନସଭାରେ କୃଷି ଉତ୍ପାଦିତ ଦ୍ରବ୍ୟକୁ ନେଇ ପ୍ରତିକ୍ରିୟା ରଖିଲେ ବିଧାୟକ ପ୍ରତାପ ଦେବ  ।  ସେ କହିଛନ୍ତି,  ସର୍ବସମ୍ମତି କ୍ରମେ ପାରିତ ହୋଇଥିଲା ଯେ ଉତ୍ପାଦନର 50 ପ୍ରତିଶତ ଦେଖିଲେ 2930 କରିବା କଥା MSP। ଯାହା ସ୍ୱାମୀନାଥନ କମିଟି ରିପୋର୍ଟରେ ଅଛି। ହେଲେ କେନ୍ଦ୍ର ତାକୁ ନିଜ ହିସାବରେ ପ୍ରତିବର୍ଷ କିଛି କିଛି MSP ବଢ଼ାଉଛନ୍ତି। ଏଥର 72 ଟଙ୍କା ବଢ଼ାଇଛନ୍ତି। ତାକୁ ସ୍ୱାଗତ କରୁଛୁ। କାରଣ ଚାଷୀର ଉତ୍ପାଦନ ବଢିଲେ ଚାଷୀ ଖୁସି ହେବ। କରିନା ସମୟରେ MSP ବଢ଼ାଇବାର ଆବଶ୍ୟକତା ଥିଲା। ହେଲେ ଯେଉଁଥି ଖାଇବା ତେଲ, ଡିଜେଲ, ପେଟ୍ରୋଲ ଦର ଆକାଶ ଛୁଆଁ ହେଲାଣି, ତାକୁ କେନ୍ଦ୍ର ସରକାର ହିସାବ କରୁଛନ୍ତି ନା ନାହିଁ, ତାହା ପ୍ରଶ୍ନ।

ଡିଜେଲ ଦର ବଢିଲେ ସିଧା ଚାଷୀକୂଳକୁ ଓ ଉତ୍ପାଦନକୁ ପ୍ରଭାବିତ କରିବ। ଗୋଟିଏ ପଟେ 72 ଟଙ୍କା MSP ବୃଦ୍ଧି, ଅନ୍ୟପଟେ ଦରଦାମ ବଢୁଛି। କେନ୍ଦ୍ର ସରକାର ହିସାବକୁ ନେବା କଥା ବାସ୍ତବ ହିସାବ କଣ ? ଅନିଶ୍ଚିତ ଓ ଦୁଃଖ ଏଥିପାଇଁ ଯେ ଦର ଦାମ ବୃଦ୍ଧି ସମୟରେ 72 ଟଙ୍କା କେତେ କାମରେ ଲାଗିବ। ତେଲ ଖର୍ଚ୍ଚ ଉତ୍ପାଦନରେ ମିଶିଵ। ତେଣୁ 2930ରୁ ଅଧିକ ବି ହେବା କଥା। ପ୍ରଶ୍ନ ଉଠୁଛି, ଏହି 72 ଟଙ୍କା କାମରେ ଆସିବ କି ନାହିଁ ବୋଲି କେନ୍ଦ୍ରକୁ ପ୍ରଶ୍ନ କରିଛନ୍ତି ବିଧାୟକ ପ୍ରତାପ ଦେବ  ।

ବାଂଲାଦେଶ ଭିସା ନେଇ ଅବୈଧ ଭାବେ ଭାରତ ଆସୁଥିବା ଚୀନ ନାଗରିକ ଗିରଫ

ନୂଆଦିଲ୍ଲୀ: ଭାରତ-ବାଂଲାଦେଶ ସୀମା ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ମିଲିକ ସୁଲତାନପୁରରୁ ଚୀନ ନାଗରିକଙ୍କୁ ଗିରଫ କରାଯାଇଛି । ଚୀନ ନାଗରିକ ଜଣଙ୍କ ସନ୍ଦେହଜନକ ଭାବେ ସୀମା ନିକଟରେ ବୁଲୁଥିଲେ । ହାନ ଜୁନବେ ନାମକ ବ୍ୟକ୍ତି ଅବୈଧ ଭାବେ ଭାରତ ସୀମାରେ ପଶୁଥିବା ଅଭିଯୋଗରେ ବିଏଏସଏଫ ଧରିଛି । ଜୁନବେ ବାଂଲାଦେଶ ଭିସା ନେଇ ଭାରତ ଆସୁଥିଲା । ବିଏଏସଏଫ ଚୀନ ନାଗରିକଙ୍କୁ ଗିରଫ କରିବା ସହ ପୋଲିସକୁ ହସ୍ତାନ୍ତର କରିଛି । ତା ନିକଟରୁ କ୍ୟାମେରା ଓ ଲାପଟପ୍ ଜବତ କରାଯାଇଛି ।

ଦୁଇ ଦିନ ତଳେ ଆଣ୍ଟି ଟେରରିଷ୍ଟ ସ୍କ୍ୱାଡ୍ ୨ ଜଣ ରୋହିଙ୍ଗ୍ୟାଙ୍କୁ ଗିରଫ କରିଥିଲା । ସେମାନେ ମଧ୍ୟ ଅବୈଧ ଭାବେ ଭାରତରେ ପ୍ରବେଶ କରୁଥିଲେ । ଉଭୟଙ୍କୁ ସୋମବାର ସନ୍ଧ୍ୟାରେ ଗାଜିଆବାଦରୁ ଗିରଫ କରିଥିଲା ଏଟିଏସ୍ । ଏଟିଏଅସର ସୂଚନା ପ୍ରକାରେ, ନୂର ଆଲମ ଓ ଆମିର ହୁସେନ୍ ମୂଳ ରୂପରେ ମିଆଁମାରର ବାସିନ୍ଦା । ନୂର ଆଲମ ମେରଠ ଜିଲ୍ଲାର ଦରବାର ଲବର ଖାସ ଓ ଆମିର ହୁସେନ୍ ଦିଲ୍ଲୀର ଖଜୁରୀ ଖାସ ଅଞ୍ଚଳରେ ରହୁଥିଲେ ।

୪ରୁ ୫ଟି ପର୍ଯ୍ୟାୟରେ ଅନଲକ ହୋଇପାରେ କର୍ଣ୍ଣାଟକ !

ବାଙ୍ଗାଲୁରୁ: କର୍ଣ୍ଣାଟକରେ ଜୁନ୍ ୧୪ ପରେ ପର୍ଯ୍ୟାୟ କ୍ରମେ ଖୋଲିବ ଲକଡାଉନ । ଏନେଇ କର୍ଣ୍ଣାଟକର ରାଜସ୍ୱ ମନ୍ତ୍ରୀ ଆର ଅଶୋକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଜୁନ୍ ୧୪ ପରେ ରାଜ୍ୟରେ ୪ ରୁ ୫ ପର୍ଯ୍ୟାୟରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବ । ଅଶୋକ କହିଛନ୍ତି ଯେ, ମୃତ୍ୟୁ ସଂଖ୍ୟା ଏବଂ କରୋନାର ନୂଆ ମାମଲାକୁ ଦୃଷ୍ଟିରେ ରଖି ଏବଂ କୋଭିଡ ସଂକ୍ରମଣକୁ ଆହୁରି ହ୍ରାସ କରିବା ଲକ୍ଷ୍ୟରେ ଲକଡାଉନକୁ ସଙ୍ଗେ ସଙ୍ଗେ କୋହଳ କରାଯିବ ନାହିଁ ।

ଏନେଇ ଗୃହମନ୍ତ୍ରୀ ବାସବରାଜ ବୋମ୍ମଇ, ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ଏବଂ ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରାଯାଇଥିବା ମନ୍ତ୍ରୀ ଅଶୋକ କହିଛନ୍ତି । ଏହାସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟାୟକ୍ରମେ ଲକଡାଉନରେ କୋହଳ କରାଯିବ । ଏବଂ ଚାରିରୁ ପାଞ୍ଚଟି ପର୍ଯ୍ୟାୟରେ ଅନଲକ କରିଯିବା ନେଇ ଦୃଷ୍ଟି ଦିଆଯିବ । ଯଦିଓ ଏନେଇ ଶେଷ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ୟେଦିୟୁରପ୍ପାଙ୍କର ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର କହିଛନ୍ତି ।

ଜୁନ୍ ୧୧ କିମ୍ବା ୧୨ ରେ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦିୟୁରପ୍ପା ଏହି ପ୍ରସଙ୍ଗରେ ନିଷ୍ପତ୍ତି ନେଇପାରନ୍ତି । ରାଜ୍ୟରେ ବୈଷୟିକ ପରାମର୍ଶଦାତା କମିଟି (TAC) ମଧ୍ୟ ପର୍ଯ୍ୟାୟକ୍ରମେ ରାଜ୍ୟରେ ଅନଲକ୍ କାର୍ଯ୍ୟକଳାପ ଆରମ୍ଭ କରିବାକୁ ସୁପାରିଶ କରିଛି। ସେହିପରି ରାଜ୍ୟରେ ସଂକ୍ରମଣ ହାର ଯଦିଓ ୫ ପ୍ରତିଶତ କମିଛି ତଥାପି ଦୈନିକ ସଂକ୍ରମଣ ୫୦୦୦ ମଧ୍ୟରେ ରହିଲେ ହିଁ ଅନଲକ୍ ପ୍ରକ୍ରିୟା ଶୀଘ୍ର ଆରମ୍ଭ କରିବାକୁ ସୁପାରିଶ କରାଯାଇଛି ।

ରାଜସ୍ୱ ମନ୍ତ୍ରୀ ତଥା କର୍ଣ୍ଣାଟକର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଉପାଧ୍ୟକ୍ଷ ଅଶୋକ କହିଛନ୍ତି, ‘ବାଙ୍ଗାଲୋରରେ ଦୈନିକ ପ୍ରାୟ ଦୁଇ ହଜାର ସଂକ୍ରମଣ ମାମଲା ସାମ୍ନାକୁ ଆସୁଛି । ଏହି ସଂକ୍ରମଣକୁ ୫୦୦ ମଧ୍ୟରେ ସୀମିତ ରଖିବାକୁ ପଡ଼ିବ । ଯେତେବେଳେ ଆମେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିବୁ, ସଂକ୍ରମଣ କିଭଳି ନ ବୃଦ୍ଧି ପାଉ ସେନେଇ ଯତ୍ନବାନ ମଧ୍ୟ ହେବାକୁ ପଡିବ ।

ତେବେ ଯଦି ଅନଲକ ପ୍ରକ୍ରିୟା ଆରମ୍ଭ ହୁଏ ତେବେ ସରକାର ଅଟୋ ଏବଂ କ୍ୟାବକୁ ରାତି ୮ଟା ପର୍ଯ୍ୟନ୍ତ ଚାଲିବାକୁ ଅନୁମତି ଦେଇପାରନ୍ତି ଏବଂ ଘରୋଇ କାର୍ଯ୍ୟାଳୟଗୁଡ଼ିକୁ ୫୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟ କରିବାକୁ ଅନୁମତି ଦେଇପାରନ୍ତି। ତେବେ ସାଧାରଣ ପରିବହନ ଏବଂ ଆନ୍ତଃ- ଜିଲ୍ଲା ପରିବହନ ନେଇ କିଛି ପ୍ରତିବନ୍ଧକ ରଖାଯାଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି ।

ଅନ୍ୟପକ୍ଷରେ ମଙ୍ଗଳବାର କର୍ଣ୍ଣାଟକରେ କୋଭିଡ -19 ର ୧୦ହଜାର ନୂଆ ମାମଲା ରୁଜୁ ହୋଇଥିବା ବେଳେ ୧୭୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏହା ସହିତ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୭,୧୭,୨୮୯କୁ ବୃଦ୍ଧି ପାଇଛି । ଏବଂ ମୃତକଙ୍କ ସଂଖ୍ୟା ୩୨,୦୦୯ କୁ ବୃଦ୍ଧି ପାଇଛି ।

ରାଜ୍ୟ ସରକାରଙ୍କ ଘୋଷଣା: ‘ୟାସ’ ପ୍ରଭାବିତ ଚାଷୀଙ୍କୁ ମିଳିବ ସହାୟତା

ଭୁବନେଶ୍ୱର: ବାତ୍ୟା ୟାସ ପାଇଁ ପ୍ରଭାବିତ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ୟାକେଜ ଘୋଷଣା । ବାତ୍ୟା ଦ୍ୱାରା ପ୍ରଭାବିତ ହୋଇଥିବା ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ ସହାୟତା  ।  ୩୩ ପ୍ରତିଶତ ବା ଅଧିକ କ୍ଷତି ହୋଇଥିବା ଫସଲ ପାଇଁ ଅଣଜଳସେଚିତ ଅଞ୍ଚଳରେ ଛୋଟ ଓ ନାମମାତ୍ର ଚାଷୀଙ୍କୁ ହେକ୍ଟର ପିଚ୍ଛା ୬୮୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ । ଜଳସେଚିତ ଅଞ୍ଚଳରେ ହେକ୍ଟର ପିଚ୍ଛା ୧୩ ହଜାର ୫୦୦ ଟଙ୍କା ଏବଂ ସମସ୍ତ ପ୍ରକାର ସବୁଦିନିଆ ଫସଲ ପାଇଁ ହେକ୍ଟର ପିଚ୍ଛା ୧୮ ହଜାର ଟଙ୍କା ଇନ୍‌ପୁଟ ସବ୍‌ସିଡି ଦିଆଯିବ । ଆମ୍ବ, କାଜୁ, ନଡିଆ, କେତକୀ, ପାନ ଆଦି ଫସଲ ସବୁଦିନିଆ ଫସଲ ଶ୍ରେଣୀରେ ଅନ୍ତର୍ଭୁକ୍ତ ।

କେବଳ ପ୍ରକୃତ ଚାଷୀ ମାନଙ୍କୁ ଏହି ସହାୟତା ପ୍ରଦାନ କରାଯିବ । ସବୁ ଦିନିଆ ଫସଲ ପାଇଁ ଚାଷୀଙ୍କୁ ସର୍ବନିମ୍ନ ୨୦୦୦ ଟଙ୍କା ଓ ଅନ୍ୟ ଫସଲ ପାଇଁ ସର୍ବନିମ୍ନ ୧୦୦୦ ଟଙ୍କା ଇନ୍‌ପୁଟ ସବ୍‌ସିଡି ମିଳିବ । ପ୍ରଭାବିତ ଜିଲ୍ଲାର ଚାଷୀମାନଙ୍କୁ ୨୦୨୧ ଖରିଫ ଋତୁ ପାଇଁ ବର୍ତ୍ତମାନ ଦିଆଯାଉଥିବା ରିହାତିର ଅଧିକ ୨୫ ପ୍ରତିଶତ ରିହାତି ସହିତ ଦେଢ ଲକ୍ଷ କ୍ବିଣ୍ଟାଲ ଉନ୍ନତ ମାନର ଧାନ ବିହନ ଯୋଗାଇ ଦିଆଯିବ । ଏହି ରିହାତି ସିଧାସଳଖ DBT ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଯିବ । ଖରିଫ ଋତୁରେ ଅଧିକ ଅମଳ ପାଇଁ ଏକ ଲକ୍ଷ ଏକର ଜମି ପାଇଁ ୧ ଲକ୍ଷ ଚାଷୀଙ୍କୁ ବିହନ ବିଶୋଧନ ପ୍ରଦର୍ଶନ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯିବ । ଖରିଫ ଋତୁରେ ଧାନ, ଝୋଟ ଓ ଡାଲି ଜାତୀୟ ଫସଲ ପାଇଁ ପ୍ରଭାବିତ ଅଞ୍ଚଳରେ ୨୫ ହଜାର ଏକର ଜମିରେ ପ୍ରଦର୍ଶନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ ।

ଧାଡି ବୁଣା ଓ ଧାଡି ରୁଆ ଆଦି ଉନ୍ନତ ଚାଷ ପ୍ରଣାଳୀ ଅବଲମ୍ବନ କରୁଥିବା ଚାଷୀଙ୍କୁ ୩୬ ହଜାର ଏକର ଜମି ପାଇଁ ହେକ୍ଟର ପିଚ୍ଛା ୧୫୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯିବ । ୬୦ ହଜାର ହେକ୍ଟର ଜମିରେ ରୋଗ ପୋକ ମାରିବା ପାଇଁ ଆବଶ୍ୟକତା ଭିତ୍ତିରେ ଇନ୍‌ପୁଟ ସବ୍‌ସିଡି ଚାଷୀ ମାନଙ୍କ ଆକାଉଣ୍ଟକୁ ଦିଆଯିବ । ଉନ୍ନତମାନର କୃଷି ଯନ୍ତ୍ରପାତି କିଣିବାପାଇଁ ପ୍ରଭାବିତ ଜିଲ୍ଲାରେ ଚାଷୀ ମାନଙ୍କୁ ୨୦ କୋଟି ଟଙ୍କାର ରିହାତି DBT ଜରିଆରେ ଦିଆଯିବ । ପ୍ରଭାବିତ ଅଞ୍ଚଳରେ ଚାଷୀ ମାନଙ୍କୁ ରିହାତି ଦରରେ ୨୦୦୦ ପମ୍ପସେଟ୍‌ ଓ ୩୦୦୦ ସ୍ପ୍ରେୟର ଯୋଗାଇ ଦିଆଯିବ । ପମ୍ପସେଟ୍‌ ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୧୫ ହଜାର ଟଙ୍କା, ପାୱାର ସ୍ପ୍ରେୟର ପାଇଁ ୫୦ ପ୍ରତିଶତ ରିହାତିରେ ସର୍ବାଧିକ ୩୮୦୦ ଟଙ୍କା ଓ ହାତରେ ଚାଲୁଥିବା ସ୍ପ୍ରେୟର ପାଇଁ ସର୍ବାଧିକ ୭୫୦ ଟଙ୍କା ରିହାତି ଦିଆଯିବ । ପାନବରଜ ଚାଷ କରୁଥିବା ୧୨୫ ଜଣ ଚାଷୀଙ୍କୁ ଜଣ ପିଚ୍ଛା ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି DBT ଜରିଆରେ ଦିଆଯିବ ।

୧୦ ହଜାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସେମାନଙ୍କ ବାଡିରେ ପରିବା ଚାଷ ପାଇଁ ଉନ୍ନତ ମାନର ଚାରା ୧୧୫ ଟଙ୍କାରେ ଯୋଗାଇ ଦିଆଯିବ । ବାତ୍ୟାରେ କ୍ଷତିଗ୍ରସ୍ତ ୫୦ଟି ଛତୁ ଚାଷ ୟୁନିଟ୍‌କୁ ୪୦ ହଜାର ଟଙ୍କା ଲେଖାଏ ଯୋଗାଇ ଦିଆଯିବ । ଏଥିରେ କ୍ଷତିଗ୍ରସ୍ତ ଚାଷୀମାନେ ସେମାନଙ୍କ ଛତୁ ଚାଷ ୟୁନିଟର ପୁନରୁଦ୍ଧାର କରିପାରିବେ । କ୍ଷତିଗ୍ରସ୍ତ ଅଞ୍ଚଳର ଚାଷୀ ମାନଙ୍କୁ କିଟ୍‌ ପିଚ୍ଛା ୧୧୦ ଟଙ୍କାର ୧୦ ହଜାର ପରିବା ମିନି କିଟ୍‌ ମାଗଣାରେ ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜାନାରେ ବୀମାଭୁକ୍ତ ହୋଇଥିବା କ୍ଷତିଗ୍ରସ୍ତ ଚାଷୀ ମାନଙ୍କର ଦାବୀ ଯେପରି ସମାଧାନ ହୋଇପାରିବ, ସେଥିପାଇଁ ଫସଲ କଟା ରିପୋର୍ଟ ତ୍ବରାନ୍ବିତ ଭାବରେ ପ୍ରସ୍ତତ କରିବା ପାଇଁ ପଦକ୍ଷେପ ନିଆଯିବ । କ୍ଷତିଗ୍ରସ୍ତ ଅଞ୍ଚଳର ୩୩ ପ୍ରତିଶତରୁ ଅଧିକ କ୍ଷତି ସହିଥିବା ଚାଷୀମାନଙ୍କର ସ୍ବଳ୍ପ ମିଆଦୀ ଖରିଫ ଋଣକୁ ମଧ୍ୟମ ମିଆଦୀ ଋଣରେ ପରିଣତ କରାଯିବ ।

ଡୋମିନିକାରେ ଅନୁପ୍ରବେଶକାରୀ ଘୋଷିତ ହେଲା ମେହୁଲ ଚୋକସୀ

ଡୋମିନିକା: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକସୀଙ୍କୁ ଅନୁପ୍ରବେଶକାରୀ ଘୋଷିତ କରିଛନ୍ତି ଡୋମିନିକା ସରକାର । ୨୫ ମେ ରେ ଏ ନେଇ ଡୋମିନିକା ସରକାର ନିର୍ଦ୍ଦେଶ ଜାରି କରିଥିଲେ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୧୪ହଜାର କୋଟି ଠକେଇ ମାମଲାରେ ସମ୍ପୃକ୍ତ ମେହୁଲ ଚୋକସୀ ଆଣ୍ଟିଗୁଆରେ ରହିଆସୁଥିଲେ । ହେଲେ ଗତ ୨୩ ମେ’ରେ ସେ ସେଠାରୁ ଡୋମିନିକା ଲୁଚି ପଳାଇଥିଲେ । ଏବଂ ସେଠାରେ ତାଙ୍କୁ ଡୋମିନିକା ପୋଲିସ ଗିରଫ କରିଥିଲା । ଏବେ ବି ସେ ପୋଲିସ ହେପାଜତରେ ରହିଛନ୍ତି । ଜାମିନ ପାଇଁ ଆବେଦନ କରିଥିଲେ ବି ଏ ନେଇ କୋର୍ଟଙ୍କ ରାୟ ପ୍ରକାଶ ପାଇନାହିଁ ।

ସୂଚନା ଅନୁସାରେ, ଚୋକସୀ ଡୋମିନିକାକୁ ବେଆଇନ ଭାବେ ପ୍ରବେଶ କରିଥିବା ଅଭିଯୋଗ ହୋଇଛି। ଡୋମିନିକାର ଜାତୀୟ ସୁରକ୍ଷା ଏବଂ ଗୃହ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁଯାୟୀ ମେହୁଲ ଚୋକସୀଙ୍କୁ ମେ ୨୫ରେ ଏକ ଅନୁପ୍ରବେଶକାରୀ ଘୋଷିତ କରାଯାଇଛି। ଇମିଗ୍ରେସନ ଏବଂ ପାସପୋର୍ଟ ଅଧିନିୟମ ଧାରା ୫((୧) (୧) ଅନୁଯାୟୀ ଚୋକ୍ସିଙ୍କୁ  ଡୋମିନିକାର ରାଷ୍ଟ୍ରମଣ୍ଡଳରୁ ହଟାଇବାକୁ ମନ୍ତ୍ରଣାଳୟ ପୋଲିସକୁ ନିର୍ଦ୍ଦେଶ ଦେଇଛି।

ରିପୋର୍ଟ ଅନୁଯାୟୀ, ମନ୍ତ୍ରଣାଳୟ ସେହି ଦିନ ହିଁ ଚୋକସିଙ୍କୁ ଆଉ ଏକ ନୋଟିସ୍ ପଠାଇଥିଲେ, ଯେଉଁଥିରେ ପଳାତକ ଚୋକସୀଙ୍କୁ କୁହାଯାଇଥିଲା ଯେ, ତାଙ୍କୁ ଡୋମିନିକାରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନାହିଁ । ନୋଟିସରେ କୁହାଯାଇଛି ଯେ, ଚୋକସୀଙ୍କୁ ଫେରାଇବା ପାଇଁ ସମସ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । ଡୋମିନିକା ସରକାରଙ୍କ ଦ୍ୱାରା ପଠାଯାଇଥିବା ନୋଟିସରେ ଚୋକସୀଙ୍କ ଓକିଲ ବିଜୟ ଅଗ୍ରୱାଲଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ଚୋକସୀଙ୍କୁ  ଅନୁପ୍ରବେଶକାରୀ ନୁହଁନ୍ତି ବରଂ ତାଙ୍କୁ ଅପହରଣ କରାଯାଇଥିଲା।

ଚଳିତ ଥର ବିନା ଭକ୍ତରେ ପୁରୀରେ ହେବ ରଥଯାତ୍ରା: ଏସଆରସି

ଭୁବନେଶ୍ୱର: କୋଭିଡର ୨ୟ ଲହରୀ ଜାରି ରହିଥିବା ବେଳେ ଜୁଲାଇ ୧୨ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ।

ରାଜ୍ୟରେ ଏବେ ସଂକ୍ରମଣ ହାର କମିଛି। ଏହାକୁ ଦୃଷ୍ଟିରେ ରଖି ପୁରୀରେ ଚଳିତ ଥର ରଥଯାତ୍ରା ଆୟୋଜିତ ହେବ । ହେଲେ ପୁରୀକୁ ଛାଡି ଅନ୍ୟ ମନ୍ଦିରରେ ହେବନି ରଥଯାତ୍ରା । ବର୍ତ୍ତମାନର ସ୍ଥିତି ତଥା ସର୍ବସାଧାରଣର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବର୍ଷର ରଥଯାତ୍ରା ଗତ ବର୍ଷ ଭଳି କଟକଣାରେ ହେବ। ହେଲେ ବିନା ଭକ୍ତରେ ହେବ ରଥଯାତ୍ରା ।

ଏସଆରସିଙ୍କ ସୂଚନା ଅନୁଯାୟୀ, ପୁରୀକୁ ବାଦ ଦେଲେ ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହେବନି । ତେବେ ଅନ୍ୟ ସ୍ଥାନରେ ମନ୍ଦିର ପରିସରରେ  ନୀତିକାନ୍ତି କରାଯାଇପାରିବ। ଗତବର୍ଷ କରୋନା ସଂକ୍ରମଣ ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି  ପୁରୀ ଶ୍ରୀମନ୍ଦିର ବ୍ୟତୀତ ରାଜ୍ୟର ଅନ୍ୟ ମନ୍ଦିରରରେ ରଥଯାତ୍ରା ଲାଗି ବାରଣ କରାଯାଇଥିଲା । ଗତ ବର୍ଷ ସୁପ୍ରିମକୋର୍ଟ ମଧ୍ୟ କରୋନା କଟକଣା ମଧ୍ୟରେ ରଥଯାତ୍ରା କରିବା ଲାଗି ଅନୁମତି ଦେଇଥିଲେ । ଆଉ ସେସମୟରେ କେବଳ ସେବାୟତ ମାନେ ସମସ୍ତ ନୀତିକାନ୍ତି କରିଥିଲେ ।

ତେବେ ଯେଉଁ ସେବାୟତ ମାନେ ଚଳିତ ଥର ରଥଯାତ୍ରା ନୀତିକାନ୍ତିରେ ସାମିଲ ହେବ ସେମାନେ ଦୁଇ ଡୋଜ୍ କରୋନା ଟିକା ନେଇଥିବେ । ଏଥିସହିତ ତାଙ୍କ ପାଖରେ ଫାଇନାଲ୍ ଭ୍ୟାକ୍ସିନେସନ୍ ସାର୍ଟିଫିକେଟ୍ ଥିବ କିମ୍ବା ଆରଟିପିସିଆର୍ ନେଗେଟିଭ୍ ରିପୋର୍ଟ ରହିଥିବ।  ଏବର୍ଷ ମଧ୍ୟ ରଥରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ ।

ଗତବର୍ଷ ଭଳି ଚଳି ଥର ମଧ୍ୟ ଯାତାୟାତ କଟକଣା ରହିବ ଏବଂ କର୍ଫ୍ୟୁ ବେଳେ କେବଳ ଜରୁରୀକାଳୀନ ସେବାକୁ ଅନୁମତି ମିଳିବ । ତେବେ ଜରୁରୀ କାଳୀନ ପରିସ୍ଥିତିରେ ଯାତାୟାତ ଲାଗି ଜିଲ୍ଲା ପ୍ରଶାସନଙ୍କ ଠାରୁ ଅନୁମତି ନେବାକୁ ପଡିବ ।

 

 

ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂହଙ୍କ ଦେହାନ୍ତ

ନୂଆଦିଲ୍ଲୀ: ଆଉ ନାହାନ୍ତି ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂହ । ୪୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୧୯୯୮ ବ୍ୟାଙ୍କକ୍‌ ଏସିଆନ ଗେମ୍ସରେ ଗୋଲଡ ମେଡାଲ ପାଇଥିଲେ ବକ୍ସର ଡିଙ୍ଗ୍‌କୋ ସିଂହ। ଲିଭର କ୍ୟାନସରରେ ପୀଡିତ ହୋଇ ତାଙ୍କର ଦେହାନ୍ତ ହୋଇଛି।

ସୂଚନା ଅନୁଯାୟୀ, ୨୦୧୭ରେ ସେ ଲିଭର କ୍ୟାନ୍ସରରେ ପୀଡିତ ହୋଇଥିଲେ । ମଣିପୁର ମୁଖ୍ୟମନ୍ତ୍ରୀ ଏନ. ବୀରେନ୍ ସିଂ ଏହା ସ୍ପଷ୍ଟ କରିଛନ୍ତି । ଡିଙ୍ଗ୍‌କୋଙ୍କ ବିୟୋଗରେ ସେ ଦୁଃଖିତ ବୋଲି ଟ୍ୱିଟ୍ କରି ଜଣାଇଛନ୍ତି। ଏହାସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି ।

ତେବେ ଗତବର୍ଷ ସେ କୋଭିଡ ପଜିଟିଭ ବି ଥିଲେ। ଚିକିତ୍ସା ପାଇଁ ଅର୍ଥ ଅଭାବରୁ ସେ ତାଙ୍କ ଘର ବିକ୍ରି କରିଦେଇଥିଲେ । ଏମିତିକି ଇମ୍ଫାଲରୁ ଦିଲ୍ଲୀକୁ ଏୟାରଲିଫ୍ଟ ହୋଇଥିଲେ ଡିଙ୍ଗ୍‌କୋ । ତାଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି କିରଣ ରିଜିଜୁ ଓ ବିଜେନ୍ଦ୍ର ସିଂହ ।

ଅନେକ ତର୍କବିତର୍କ ପରେ ଟିକା ନେବେ ବାବା ରାମଦେବ !

ନୂଆଦିଲ୍ଲୀ: ଏଲୋପାଥି ବୟାନକୁ ନେଇ ଡାକ୍ତରଙ୍କ ସହ ବାଦ ବିବାଦ ଭିତରେ କରୋନା ଟିକା ନେବେ ଯୋଗଗୁରୁ ବାବା ରାମଦେବ । କରୋନା ଭ୍ୟାକସିନ ନେବାକୁ ଦେଶବାସୀଙ୍କୁ ଅପିଲ କରିବା ସହ ନିଜେ ଖୁବଶୀଘ୍ର ଟିକା ନେବେ ବୋଲି ରାମଦେବ ବାବା କହିଛନ୍ତି । ଏଲୋପାଥିକୁ ନେଇ ଦେଇଥିବା ବୟାନ ଉପରେ ସେ କହିଛନ୍ତି, ଡାକ୍ତରମାନେ ହେଉଛନ୍ତି ଭଗବାନଙ୍କ ଦୂତ । କୌଣସି ଡାକ୍ତର ସଂଗଠନ ସହ ଆମର ଶ୍ରତୁତା ନାହିଁ ।

ଏବଂ ଡାକ୍ତରଙ୍କୁ ନୁହେଁ ଆମେ ଡ୍ରଗ୍ସ ମାଫିଆଙ୍କୁ ବିରୋଧ କରୁଛୁ ବୋଲି ରାମଦେବ ବାବା କହିଛନ୍ତି । ଏହାସହ ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର ଓ ଏଲୋପାଥି ଚିକିତ୍ସା ହିଁ ଉତ୍କୃଷ୍ଟ  । ଏହାସହ ଲୋକମାନେ ଯୋଗ ଓ ଆୟୁର୍ବେଦ ଚିକିତ୍ସା ଉପରେ ବିଶ୍ବାସ ରଖିବା ଆବଶ୍ୟକ । ଏହା ଅନେକ ରୋଗରୁ ଲୋକମାନଙ୍କୁ ରକ୍ଷା କରିଥାଏ ବୋଲି ରାମଦେବ କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ଏଲୋପାଥି ଚିକିତ୍ସା ବିଷୟରେ ବାବା ରାମଦେବ ଗତ ମାସରେ ଏକ ମନ୍ତବ୍ୟ ଦେଇଥିଲେ। କରୋନା ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ କେତେକ ଔଷଧ ଉପରେ ପ୍ରଶ୍ନ କରି ସେ କହିଥିଲେ ଯେ, କୋଭିଡ -19 ଚିକିତ୍ସାରେ ଏଲୋପାଥିକ ଔଷଧ ଖାଇ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଭାରତୀୟ ମେଡିକାଲ ଆସୋସିଏସନ ବାବା ରାମଦେବଙ୍କ ବିରୋଧରେ ମାନହାନି ମକଦ୍ଦମା ମଧ୍ୟ ରୁଜୁ କରିଥିଲା । ​​ଏହାସହ ପୋଲିସ ନିକଟରେ ଅଭିଯୋଗ କରିଥିଲା। ଏହାକୁ ନେଇ ଯେଉଁମାନେ ଏଲୋପାଥିକୁ ବଦନାମ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଏକ ଚିଠି ଲେଖିଥିଲେ ।