spot_img
Home Blog Page 5544

ଆଜି ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟିହେବ ଲଘୁଚାପ, ପ୍ରଭାବରେ ଚାରିଦିନ ପର୍ଯ୍ୟନ୍ତ ତୁହାକୁ ତୁହା ବର୍ଷା

ଭୁବନେଶ୍ୱର: ଆଜି ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟିହେବ ଲଘୁଚାପ। ଫଳରେ ରାଜ୍ୟରେ ଚାରିଦିନ ପର୍ଯ୍ୟନ୍ତ ଲାଗି ରହିବ ତୁହାକୁ ତୁହା ବର୍ଷା। ଆସନ୍ତା ୨୪ ଘଣ୍ଟା ପାଇଁ ୯ଟି ଜିଲ୍ଲାକୁ ରେର୍ଡ ଆଲର୍ଟ। ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଏହା ସହ ୧୧ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବର୍ଷା ଫଳରେ ନଦୀଗୁଡ଼ିକରେ ଜଳସ୍ତର ବଢ଼ିବା ଆଶଙ୍କା ରହିଛି। ଫ୍ଲାସ୍ ଫ୍ଲଡ୍ ଆଶଙ୍କା କରି ସଜାଗ ହୋଇଛି ଜଳସମ୍ପଦ ବିଭାଗ। ବିଭାଗୀୟ ସଚିବ ଅନୁ ଗର୍ଗ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକୁ ହାଇ ଆଲର୍ଟ ଜାରି କରିଛନ୍ତି। କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଓ ଯାଜପୁର ଭଳି ଜିଲ୍ଲାକୁ ଫୋକସ୍ କରାଯାଇଛି। ଦୁର୍ବଳ ଥିବା ୨୦ଟି ନଦୀବନ୍ଧ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି। ଏହାସହ ଓଡ଼ିଶା ଛୁଇଁଛି ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ। ଆସନ୍ତା ୨୪ ଘଣ୍ଟାରେ ସମଗ୍ର ରାଜ୍ୟରେ ମୌସୁମୀ ବାୟୁ ପହଞ୍ଚିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ପେଟ୍ରୋଲ ଦର ବୃଦ୍ଧି ନେଇ ସମସ୍ତ ପେଟ୍ରୋଲ ପମ୍ପ ସାମ୍ନାରେ କଂଗ୍ରେସର ବିକ୍ଷୋଭ

ଭୁବନେଶ୍ୱର: ଦେଶରେ ହୁ ହୁ ହୋଇ ବଢିଚାଲିଛ ପେଟ୍ରୋଲ ଓ ଡିଜେଲ୍ ଦର। ଓଡ଼ିଶାରେ ବି ଦର ବଢିବାରେ ଲାଗିଛି। ସ୍ଥିତି ଏଭଳି ହୋଇଛି ରାଜ୍ୟରେ ଅନେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଟପିଛି। ବଢୁଥିବା ତୈଳ ଦରକୁ ନେଇ ଆଜି ରାଜ୍ୟର ସମସ୍ତ ପେଟ୍ରୋଲ ପମ୍ପ ଆଗରେ ଧାରଣା ଦେବା ସହ ବିକ୍ଷୋଭ କରୁଛି କଂଗ୍ରେସ। ଏହି ବିକ୍ଷୋଭ ସକାଳ ୧୧ଟା ପର୍ଯ୍ୟନ୍ତ ଧାରଣା ଓ ବିକ୍ଷୋଭ କରିବାକୁ ଦଳ ନିଷ୍ପତ୍ତି ନେଇଛି। କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ବେଳେ କେନ୍ଦ୍ର ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲ ଦର ବଢାଇ ଚାଲିଛନ୍ତି । ଦେଶର ଅନେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର କରିଥିବାବେଳେ ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁରେ ପହଂଚିଛି। ଯାହାକୁ ନେଇ ପ୍ରତିବାଦ କରୁଛି ରାଜ୍ୟ କଂଗ୍ରେସ।

ସେପଟେ ପେଟ୍ରୋଲ,ଡିଜେଲ ଏବଂ ଗ୍ୟାସ ଦରବୃଦ୍ଧି ପ୍ରତିବାଦରେ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସମସ୍ତ ପେଟ୍ରୋଲ ପମ୍ପରେ ବିକ୍ଷୋଭ ପ୍ରଦର୍ଶନ। କରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି କରି ସାଧାରଣ ଜନତାଙ୍କୁ ସରକାର ଶୋଷଣ କରୁଛନ୍ତି, ଏଣୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି କଂଗ୍ରେସ ଦଳ।

ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଭୁବନେଶ୍ୱର: ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଛି। କିଛି ଦିନ ହେବ ଅସୁସ୍ଥ ହୋଇ ସମ୍ ହସପିଟାଲରେ ଚିକିତ୍ସାଧୀନ ଥିଲେ। ଜଣେ ଶିକ୍ଷାବିତ୍, ସାମାଜିକ କର୍ମୀ ଓ ପରାମର୍ଶ ଦାତା ଭାବେ ବେଶ ପରିଚିତ ଥିଲେ ପ୍ରଫେସର ରାଧାମୋହନ। ଏହାସହ ଜଣେ ଆଗଧାଡିର ପରିବେଶବିତ ଭାବେ ମଧ୍ୟ ବେଶ ଜଣାଶୁଣା ଥିଲେ ପ୍ରଫେସର ରାଧାମୋହନ। ତାଙ୍କ ଅକାଳ ବିୟୋଗରେ ଓଡ଼ିଶା ଜଣେ ଗୁରୁ ଓ ପଥ ପ୍ରଦର୍ଶକଙ୍କୁ ହରାଇଛି।

ଶ୍ରୀଲଙ୍କା ସହ ଖେଳିବ ଭାରତ, ବିସିସିଆଇ ଘୋଷଣା କଲା ଟିମ

ଭୁବନେଶ୍ୱର:  ଭାରତ ଓ ଶ୍ରୀଲଙ୍କା ଦିନିକିଆ ଓ ଟି-୨୦ ମ୍ୟାଚ ପାଇଁ ଟିମ୍‌ ଘୋଷଣା କରିଛି BCCI  ।  ବିସିସିଆଇର ଘୋଷଣା ମୁତାବକ ଶିଖର ଧାଓ୍ବନ ହେଲେ ଦିନିକିଆ ଓ ଟି-୨୦ର କ୍ୟାପ୍‌ଟେନ  । ସେହିପରି ଭୁବନେଶ୍ୱର କୁମାର ହୋଇଛନ୍ତି ଭାଇସ କ୍ୟାପଟେନ୍‌ ଅର୍ଥାତ ଉପ ଅଧିନାୟକ  । ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଟିମ  ଦିନିକିଆ ମ୍ୟାଚ୍‌ ଖେଳିବାକୁ ଯାଉଛି  । ଆସନ୍ତା  ୧୩, ୧୬, ୧୮ ଜୁଲାଇରେ ହେବ ଏହି ମ୍ୟାଚ  ।

ସେହିପରି ୨୧, ୨୩, ୨୫ ଜୁଲାଇରେ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବା ନେଇ ନିର୍ଦ୍ଧାରିତ ହୋଇଛି ସମୟ ଏବଂ ତାରିଖ  । ଘୋଷଣା ହୋଇଥିବା ଟିମରେ ଅନ୍ୟମାନଙ୍କ ମଧ୍ୟରେ ଟିମ୍‌ରେ ଅଛନ୍ତି ପୃଥ୍ୱୀ ଶ, ସୂର୍ଯ୍ୟକୁମାର ଯାଦବ, ମନିଷ ପାଣ୍ଡେ, ଇଶାନ କିଶାନ, ସଞ୍ଜୁ ସାମସନ୍‌, ଜୁଜୁବେନ୍ଦ୍ର ଚହଲ , କୁର୍ଣ୍ଣାଲ ପାଣ୍ଡ୍ୟା, କେଦାର ଯାଦବ, ଏନ ସାଇନ୍‌  । ସେହିପରି ବର୍ତ୍ତମାନ ଜାରି ରହୁଥିବା ଚର୍ଚ୍ଚା ମୁତାବକ ରାହୁଲ ଦ୍ରାବିଡ ଟିମ୍‌ ମୁଖ୍ୟ କୋଚ୍‌  ଭେବେ ନିଯୁକ୍ତ ହୋଇପାରନ୍ତି  ।

ପଶ୍ଚିମ ଓଡ଼ିଶାକୁ ନବୀନ ଦେଇଥିଲେ ୨୫ କୋଟି, ଭର୍ଚ୍ଚୁଆଲରେ ଲୋକାର୍ପଣ କରିବେ ଅନେକ ପ୍ରକଳ୍ପ

ଭୁବନେଶ୍ୱର: ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଲାଗୁଛି ମୁଖ୍ୟମନ୍ତ୍ରୀଙ୍କ ୨୫ କୋଟି ଟଙ୍କାର ସହାୟତା । କୋଭିଡ୍‌ ମୁକାବିଲା ପାଇଁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦକୁ ମୁଖ୍ୟମନ୍ତ୍ରୀ ଦେଇଥିଲେ ୨୫ କୋଟି ଟଙ୍କା । ଏହି ଅର୍ଥରେ ଅକ୍ସିଜେନ ସିଲିଣ୍ଡର, ମାସ୍କ, ଗ୍ଲୋବ୍‌ସ କିଣା ପରେ ଏବେ ହାତକୁ ନିଆଯାଇଛି ଅନେକ ଯୋଜନା । ଆର୍‌ଟି-ପିସିଆର୍ ମେସିନ କିଣାଯାଇଥିବା ବେଳେ ଟେକ୍ନସିଆନ୍ ନିଯୁକ୍ତ ହୋଇଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ସହାୟତା ଅର୍ଥରେ ଅନେକ ମେଡିକାଲରେ ଅତିରିକ୍ତ ଆଇସିୟୁ ବେଡ୍‌ ପ୍ରସ୍ତୁତ କରାଯାଇଛି । ଆବଶ୍ୟକ ସ୍ଥାନରେ ଅଟୋ-ସାନିଟାଇଜିଂ ମେସିନ୍‌ର ଲଗାଯାଇଛି । ଏହି ଟଙ୍କାରେ ବିଭିନ୍ନ ଡାକ୍ତରଖାନାରେ ବିଶୁଦ୍ଧ ପିଇବା ପାଣିର ସମସ୍ୟା ମଧ୍ୟ ଦୂର କରାଯାଇଛି । ଏହି ସୁବୁର ବ୍ୟବସ୍ଥାର ଶୁକ୍ରବାର ଭର୍ଚୁଆଲ ଜରିଆରେ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡବ୍ଲୁଓଡିସି ପୋଲ, ରାସ୍ତା, କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାମ ହାତକୁ ନେଉଥିବା ବେଳେ ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ଭାବେ କୋଭିଡ୍‌ ମୁକାବିଲା ପାଇଁ ପଦକ୍ଷେପ ନିଆଯାଇଛି । ଏହି ପ୍ରୟାସ ଧୀରେ ଧୀରେ ଆଗକୁ ବଢ଼ିବ ବୋଲି ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ମେଡିକାଲରେ ପିନ୍ଧିଲେ ଶଙ୍ଖା ସିନ୍ଦୁର, ଭିଡ଼ିଓ କଲରେ କଲେ ସ୍ୱାମୀ ଦର୍ଶନ

ବ୍ରହ୍ମପୁର: କୋଭିଡ ବେଳେ ହୃଦୟ ଜିତିଛି ଏମିତି କିଛି ଚିତ୍ର  । ଯେତେବେଳେ କୋଭିଡ଼ ମହାମାରୀ  ସବୁକିଛି ବନ୍ଦ କରିଦେଇଛି  । ସେତେବେଳେ ଓଡ଼ିଆର ଅନ୍ୟନ ପର୍ବ ସାବିତ୍ରୀ ବନ୍ଦ ହୋଇ ଯାଇନାହିଁ  । କଟକଣା ମଧ୍ୟରେ ସମାପନ୍ନ ହୋଇଛି ପତ୍ନୀ ପତିର ଏହି ଅନ୍ୟନ ପରମ୍ପରା ।   ଜିଲା ପ୍ରଶାସନ ପ୍ରୋତ୍ସାହନରେ ଆଜି କୋଭିଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ମହିଳା ରୋଗୀଙ୍କୁ ବଣ୍ଟାଗଲା ଶଙ୍ଖା ସିନ୍ଦୁର।

ନର୍ସ ମାନେ ଚିକିତ୍ସିତ ହେଉଥିବା ମହିଳା ମାନଙ୍କୁ ନେଲ ପଲିଶ ଲଗାଇବା ସହ ଲାଲ ଶଙ୍ଖା ପିନ୍ଧାଇଥିଲେ। ଏଥି ସହ ମଥାରେ ଟିକିଲି ଓ ସିନ୍ଦୁର ଲଗାଇ ଦେଇଥିଲେ  ।
ମହିଳା ରୋଗୀ ମାନେ ଯେଭଳି ସେମାନଙ୍କ ସ୍ୱାମୀଙ୍କୁ ଦର୍ଶନ କରିବେ ସେଥିପାଇଁ ଭିଡ଼ିଓ କଲର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ଏଥି ସହ ଡାକ୍ତର ନିହାର ସାହୁଙ୍କ ତତ୍ୱବଧାନରେ ହସ୍ପିଟାଲ ମ୍ୟାନେଜର ଅଶ୍ୱିନୀ ଦାସ, ଶିବାନୀ ଦାସ ପ୍ରମୁଖ ରହି ଫଳ ବଣ୍ଟନ କରିଥିଲେ।

ଚୁଡି, ଶଙ୍ଖା ଓ ଅନ୍ୟାନ୍ୟ ସାମଗ୍ରୀ ଜିଲା ପ୍ରଶାସନ ପକ୍ଷରୁ ପ୍ରଦାନ ହୋଇଥିଲା। ଏଥିସହ ପୁରୁଷ ରୋଗୀଙ୍କୁ ସେମାନଙ୍କ ସ୍ତ୍ରୀ ମାନଙ୍କ ସହ ଭିଡ଼ିଓ କଲ ଯୋଗେ କଥା ବାର୍ତା କରାଯାଇଥିଲା। ପୂର୍ବରୁ ମେଡିକାଲ ଭିତରେ ରୋଗୀଙ୍କୁ ସେଭିଂ କରିବା, ମହିଳା ରୋଗୀଙ୍କ ଚୁଟି ବେଣୀ ପକାଇବା,ପାଉଡର ଲଗାଇବା ଆଦି କରି ଘର ପରିବେଶ ଭଳି ସୁବିଧା ଦିଆଯାଇଥିଲା। ଯାହାକୁ ନେଇ ରାଜ୍ୟସରକାର ପ୍ରଶଂସା କରିଥିଲେ।

ଓଡ଼ିଶା ଛୁଇଁଲା ମୌସୁମୀ ବାୟୁ, ୧୨ ତାରିଖରୁ ପ୍ରଚୁର ବର୍ଷା

ଭୁବନେଶ୍ୱର: ଓଡ଼ିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଆଜି ଦକ୍ଷିଣ-ପଶ୍ଚିମ ମୋସୁମୀ ବାୟୁ ପ୍ରବେଶ କରିଛି । ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ମୌସୁମୀ ବାୟୁ ସାରା ରାଜ୍ୟରେ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଆଜିଠୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ଉତ୍ତର ବଙ୍ଗୋସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ।

ଏହାର ପ୍ରଭାବରେ ବର୍ଷର ପରିମାଣ ବଢିବ । ଏଥିପାଇଁ ୧୧ ଜିଲ୍ଲା କୁ ଅରେଞ୍ଜ ଏବଂ ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୨ ତାରିଖରେ ବର୍ଷା ର ପରିମାଣ ଆହୁରି ବୃଦ୍ଧି ହେବ । ଏଥିପାଇଁ ୯ ଜିଲ୍ଲା କୁ ରେଡ୍ ଆଲର୍ଟ ଜାରି ହୋଇଛି । ବର୍ଷାର ପ୍ରଭାବରେ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ଜଳ ଆସିପାରେ । ଏପରିକି ପାହାଡ଼ିଆ ଅଞ୍ଚଳରେ ଅତଡ଼ା ଖସିବା ଆଶଙ୍କା ଥିବା ବେଳେ, ସମୁଦ୍ର ଜୁଆରିଆ ଓ ଅଶାନ୍ତ ରହିବ । ୧୧ ତାରିଖ ପରେ ସମୁଦ୍ରକୁ ନ ଯିବା ଲାଗି ମତ୍ସ୍ୟଜୀବୀମାନଙ୍କୁ ସତର୍କ କରିଦିଆଯାଇଛି । କ୍ଷୟକ୍ଷତି ରୋକିବା ଲାଗି ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ।

ବିଶେଷ କରି ପ୍ରଭାବିତ ହେବାକୁ ଥିବା ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ସହିତ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକ ପ୍ରସ୍ତୁତ ରଖିବା ଲାଗି କୁହାଯାଇଛି । ସେହିପରି ବନ୍ୟା ମୁକାବିଲା ପାଇଁ ଦୁର୍ବଳ ନଦୀବନ୍ଧ ଉପରେ ନଜର ରଖିବାକୁ କୁହାଯାଇଛି । ସହରାଞ୍ଚଳରେ ପାଣି ଖଲାସ କରିବା ଏବଂ ତଳିଆ ଅଞ୍ଚଳରେ ଯେମିତି ପାଣି ନ ଜମିବ ସେଥିପ୍ରତି ଦୃଷ୍ଟି ରଖିବା ଲାଗି ମଧ୍ୟ କୁହାଯାଇଛି । ପାଣିପାଗ ବିଭାଗର ପୂର୍ବାନୁମାନକୁ ଭିତ୍ତି କରି ସମସ୍ତ ଜିଲ୍ଲା ପ୍ରଶାସନକୁ ସତର୍କ କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ରାମାୟଣ ଫିଲ୍ମରେ ‘ରାବଣ’ ଭୂମିକାରେ ନଜର ଆସିବେ ହ୍ରିତିକ୍

ମୁମ୍ବାଇ: ନିର୍ମାତା ମଧୁ ମଣ୍ଟେନାଙ୍କ ବହୁ ପ୍ରତିକ୍ଷୀତ ପ୍ରୋଜେକ୍ଟ ‘ରାମାୟଣ’କୁ ନେଇ ଫ୍ୟାନ୍ସଙ୍କ ଠାରେ ଆଗ୍ରହ ଦେଖାଦେଇଛି । ଫିଲ୍ମକୁ ନେଇ ବଲିଉଡରରେ ଆଲୋଚନା ହେଉଛି ଯେ ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନଙ୍କୁ ରାବଣ ଭୂମିକାରେ ଦେଖିବାକୁ ମିଳିବ। ସୂଚନା ଅନୁସାରେ, ଦୀପିକା ପାଦୁକୋନ ଏଥିରେ ହ୍ରିତିକଙ୍କ ବିପକ୍ଷରେ ନଜର ଆସିବେ। ଯଦିଓ ଫିଲ୍ମରେ ଏହି ଦୁଇ କଳାକାରଙ୍କ  ବିଷୟରେ ଏପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ। ତଥାପି, ଏହି ଚଳଚ୍ଚିତ୍ର ବିଷୟରେ ଏକ ଭଲ ଖବର ଆସିଛି । ଏହି ଚଳଚ୍ଚିତ୍ରକୁ ଆହୁରି ଆକର୍ଷିତ କରିବାକୁ ନିର୍ମାତାମାନେ ହଲିଉଡର ବ୍ଲକବଷ୍ଟର ‘ଅବତାର’ର କଷ୍ଟ୍ୟୁମ ଡିଜାଇନରଙ୍କ ସହ ଆଲୋଚନା ଚିଲିଛି ।


Iwmbuzz ରେ ଏହି ଚଳଚ୍ଚିତ୍ରର ପୋଷାକ ବିଷୟରେ ଏକ ଖବର ପ୍ରକାଶ ପାଇଛି । କୁହାଯାଉଛି ଯେ, ରାମାୟଣର ନିର୍ମାତାମାନେ ଆମେରିକାର ଚର୍ଚ୍ଚିତ କଷ୍ଟ୍ୟୁମ ଡିଜାଇନରଙ୍କ ସହ କଥାବାର୍ତ୍ତା କରୁଛନ୍ତି । ଏହି ଡିଜାଇନର ଟିମ୍ ଲୋକପ୍ରିୟ ଚଳଚ୍ଚିତ୍ର ‘ଅବତାର’ର କଷ୍ଟ୍ୟୁମ ଡିଜାଇନ କରିଛନ୍ତି । ଯଦି ଏହା ହୁଏ ତେବେ ଏହି ଟିମ୍ ରାମାୟଣରେ ହ୍ରିତିକଙ୍କ ପୋଷାକ ଡିଜାଇନ କରିବେ ।

ଏହି ଚଳଚ୍ଚିତ୍ର ବିଷୟରେ ଅଧିକ ରୋଚକ ଜିନିଷ ସାମ୍ନାକୁ ଆସିଛି । ଏହି ଚଳଚ୍ଚିତ୍ରର ବଜେଟ୍ ବହୁତ ଅଧିକ ରହିବ । ଏପର୍ଯ୍ୟନ୍ତ ସୁଦ୍ଧା ଚଳଚ୍ଚିତ୍ରରେ ପ୍ରାୟ ୫୦୦ କୋଟି ଖର୍ଚ୍ଚ ହେବାକଥା କୁହାଯାଇଛି । ଫିଲ୍ମଟି 3D ରେ ସୁଟ୍ ହେବ ଏବଂ ଏହା ଏକ ଲାଇଭ୍ ଆକ୍ସନ୍ ଟ୍ରାଇଲୋଜି ହେବ । ଏହି ଚଳଚ୍ଚିତ୍ରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ନିର୍ମିତ ହେବ। ଫିଲ୍ମଟିକୁ ମଧୁ ମଣ୍ଟେନା, ଅଲୁ ଅରବିନ୍ଦ ଏବଂ ନାମିତ ମଲହୋତ୍ରା ଏକାଠି ମିଶି ନିର୍ମାଣ କରିବେ । ହ୍ରିତିକଙ୍କ ଫିଲ୍ମ ‘ଯୁଦ୍ଧ’ରେ ତାଙ୍କର ଭୁମିକାକୁ ଖୁବ ପସନ୍ଦ କରାଯାଇଥିଲା । ଫିଲ୍ମରେ ହ୍ରିତିକଙ୍କ ବ୍ୟତୀତ ଏଥିରେ ମୁଖ୍ୟ ଭୂମିକାରେ ଟାଇଗର ଶ୍ରଫ୍ ମଧ୍ୟ ରହିଥିଲେ।

ଗଞ୍ଜା ମରିବାରୁ ପଡ଼ୋଶୀ ଘର ଉପରକୁ ଫିଙ୍ଗିଦେଲେ ବୋମା

ପାଟଣା: କୁକୁଡ଼ା ମରିବାରୁ ବୋମାମାଡ଼ । ଏମିତି ଘଟଣା ଘଟିଛି ବିହାରର ଗୋପାଳଗଞ୍ଜ ଜିଲ୍ଲାରେ । ଯେଉଁଠି କିଛି ଲୋକ ଏକ ଗଞ୍ଜା ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ଘର ଉପରକୁ ବୋମାମାଡ଼ କରିବା ସହ ଗୁଳିମାଡ଼ କରିଛନ୍ତି । ଏହାପରେ ଦୁଇ ଦୁର୍ବୃତ୍ତ ବାଇକରେ ଖସି ପଳାଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି ।

ଗୋପାଳଗଞ୍ଜ ସହରର ଅଧିବକ୍ତା ନଗରରେ ଏଭଳି ଘଟିଛି । ପୋଲିସ ଘଟଣାସ୍ଥଳରେ ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରୁଛି । ଦିନେଶଲାଲ୍ ଶ୍ରୀବାସ୍ତବଙ୍କ ଘରେ ଉପରକୁ ବୋମାମାଡ଼ ହୋଇଥିବା ବେଳେ କାହାର କ୍ଷତି ହୋଇ ନାହିଁ । ଦିନେଶଲାଲଙ୍କ ଭାଇ କହିଛନ୍ତି, ଅଭିଯୁକ୍ତ ପରିବାର ଯାଦୁ ଉପରେ ଭରସା ରଖନ୍ତି । ଭାଇର ଘର ଆଗରେ କିଛି ଲୋକ ଏକାଠି ହୋଇ କଥା ହେଲେ ତ ସେମାନଙ୍କୁ ଲାଗିଲା ଷଡ଼ଯନ୍ତ୍ର ହେଉଛି । ସେହି ସମୟରେ ତାଙ୍କ ଗଞ୍ଜା ମରିଯିବାରୁ ସେମାନଙ୍କୁ ଲାଗିଲା ସେହି ଲୋକମାନେ ଗଞ୍ଜାକୁ ମାରିଦେଲେ ।

ଦିନେଶଙ୍କ ଭାଇ ଦେବେନ୍ଦ୍ରଙ୍କ ଅନୁସାରେ, ବୋମା ଫିଙ୍ଗିବା ପୂର୍ବରୁ ଦୁର୍ବୃତ୍ତ ଘର ଉପରକୁ ଚଢ଼ିଥିଲେ । ଦିନେଶ ଘରେ ନଥିବାରୁ ସେମାନେ ବାହାରୁ ବୋମା ଫିଙ୍ଗିଥିଲେ । ପୋଲିସ ଏବେ ଘଟଣାର ଯାଞ୍ଚ କରୁଥିବା ବେଳେ କେହି ଅଭିଯୁକ୍ତ ଧରାପଡ଼ି ନାହାଁନ୍ତି ।

ସଂକ୍ରମଣ କମୁଛି, କୋଭିଡ ଯାଇନି: ଘରେ ରହି ରଜ ପାଳିବାକୁ ପୋଲିସର ଅପିଲ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସୁଧିରିବାରେ ଲାଗିଛି  । ଯାହା ଲକଡାଉନ୍ ଓ ସଟଡାଉନ୍ ପାଇଁ ମିଳିଛି ଏହି ସଫଳତା । ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଟ୍ୱିନ ସିଟି ପୋଲିସର ବରିଷ୍ଠ ଅଧିକାରୀ  । ପ୍ରେସମିଟ ମାଧ୍ୟମରେ  ଏଡିଜି  କହିଛନ୍ତି ରାଜ୍ୟରେ କୋଭିଡ ସ୍ଥିତ କମିବାରେ ଲାଗିଛି କିନ୍ତୁ  ଚିନ୍ତା ବଢାଉଛନ୍ତି କିଛି ଅମାନିଆ  ।  ଏଣୁ ଆହୁରି ସଚେତନ ହେବା ପାଇଁ ଅପିଲ୍ କରିଛନ୍ତି ଆଇନ୍ ଶୃଙ୍ଖଳା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶବନ୍ତ ଜେଠଓ୍ବା ।

ଚଳିତବର୍ଷ କୋଭିଡ ଭୟବହତା ସଭିଙ୍କୁ ଅସ୍ତବ୍ୟସ୍ତ କରିଦେଇଛି  । ତେଣୁ ଏଭଳି ସ୍ଥିତିରେ  ଘରେ ରହି କରୋନା କଟକଣାରେ ସମସ୍ତେ ରଜ ପାଳିବା ପାଇଁ କହିଛନ୍ତି ଜେଠଓ୍ବା । ସେପଟେ ଦୁଇ ମାସ ମଧ୍ୟରେ ୪ ଲକ୍ଷ ୭୬ ହଜାର ଆଇନ୍ ଭାଙ୍ଗିଛନ୍ତି ।୧୪ କୋଟି ୫୮ ଲକ୍ଷ ଟଙ୍କାର ଫାଇନ୍ ଆଦାୟ ହୋଇଛି । ୩ ହଜାର ୫୦୦ ଦୋକାନ ଓ ଶିକ୍ଷାନୁଷ୍ଠାନ ସିଲ୍ କରାଯାଇଛି । ୨୭୮ଟି କେସ୍ ଦାୟର ହୋଇଥିବାବେଳେ୧୩ ହଜାର ୩୨ ଜଣକୁ ଗିରଫ କରାଯାଇଛି । ସେହିଭଳି ୨୯ ହଜାର ଗାଡି ସିଜ୍ କରାଯାଇଥିବା ସୂଚନା ଦେଇଛନ୍ତି ଜେଠଓ୍ବା ।

ପର୍ବ ପର୍ବାଣୀ ପାଇଁ ଆହୁରି ଶକ୍ତ ହେବ ଏନଫୋର୍ସମେଣ୍ଟ ଡ୍ରାଭଭ୍ । ସାଇବର କ୍ରାଇମ୍ ଓ ଠକଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ସମସ୍ୟାରେ ପଡିଲେ ହେଲପ୍ ଲାଇନ୍ ନମ୍ବର ୧୫୫୨୬୦ର ସହାୟତା ନେଇପାରିବେ । ଭୁବନେଶ୍ବର ଓ କଟକବାସୀ ଲକଡାଉନ୍ ନିୟମ ମାନିଛନ୍ତି, ହେଲେ ଆଗକୁ ଆହୁରି ସଚେତନ ହେବା ପାଇଁ ଅପିଲ୍ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେହିଭଳି ଭୁବନେଶ୍ବର ଓ କଟକ ଡିସିପି ମଧ୍ୟ ପ୍ରେସମିଟରେ ଟ୍ବିନ୍ ସିଟିବାସୀଙ୍କୁ ସଚେତନ ହୋଇ ରଜ ପାଳିବା ସହ କୋଭିଡ୍ ନିୟମ ମାନିବା ପାଇଁ ଅପିଲ୍ କରିଛନ୍ତି ।