ପ୍ରାଇଭେସି ପଲିସିରେ ଟ୍ୱିଟର କଲା ପରିବର୍ତ୍ତନ: ଜାଣନ୍ତୁୁ କେବେଠୁ ହେବ ଲାଗୁ

ନୂଆଦିଲ୍ଲୀ:  ମାଇକ୍ରୋ ବ୍ଳଗିଂ ସାଇଟ୍ ଟ୍ୱିଟର ଏବଂ ସରକାରଙ୍କ ମଧ୍ୟରେ ଚାଲିଥିବା ବିବାଦ ଏବେ ସମାପ୍ତ ହେଲା ଭଳି ମନେ ହେଉଛି । ଗତ କିଛି ଦିନ ମଧ୍ୟରେ ଟ୍ୱିଟର ଅନେକ ଗୁଡ଼ିଏ ଫିଚର୍ସ ଆଡ୍ କରିଛି । ଏହା ସହିତ କମ୍ପାନୀ ଏହାର ସର୍ତ୍ତାବଳୀ, ସେବା ଏବଂ ପ୍ରାଇଭେସି ବା ଗୋପନୀୟତା ନିୟମରେ ମଧ୍ୟ ଅନେକ ପରିବର୍ତ୍ତନ ଆଣିଛି । ତେବେ ଏହି ନୂଆ ନିୟମଗୁଡ଼ିକ ଅଗଷ୍ଟ ୧୯ରୁ ଲାଗୁ ହେବ ।

ବିଶେଷକରି ଟ୍ୱିଟର ସ୍ପେସ୍, ଟ୍ୱିଟର ବ୍ଲୁ ଏବଂ ପେମେଣ୍ଟ ବିଭାଗରେ ଏହି କିଛି ନୂଆ ଫିଚର୍ସ ଆଡ୍ କରିବା ସହ ଏଥିଲାଗ ନିୟମରେ ପରିବର୍ତ୍ତନ ଆଣିଛି । ପ୍ରାଇଭେସି ପଲିସିର ପ୍ରଥମ ଭାଗରେ ରହିଛି ଟ୍ୱିଟର ସ୍ପେସ୍ । ଯାହା ସାହାଯ୍ୟରେ ଟ୍ୱିଟର ବ୍ୟବହାରକାରୀ ନିଜ ମଧ୍ୟରେ ଅଡିଓ ମାଧ୍ୟମରେ ବାର୍ତ୍ତାଳାପ କରିପାରିବେ | ଟ୍ୱିଟର ଅନୁଯାୟୀ, ସ୍ପେଶରେ ହୋଇଥିବା ବାର୍ତ୍ତାଳାପ ସାର୍ବଜନୀନ । ଏଣୁ ଏହାର ଗୋପନୀୟତା ନେଇ କୌଣସି ଆବଶ୍ୟକତା ନାହିଁ ।

ଏଥିସହିତ ଟ୍ୱିଟର ବ୍ଳୁ’ର ପ୍ରାଇଭେସି ପଲିସିରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ତେବେ ଏହା ଏକ ପ୍ରିମିୟମ୍ ସବସ୍କ୍ରିପସନ୍ ଫିଚର । ଯାହା ବର୍ତ୍ତମାନ କାନାଡା ଏବଂ ଅଷ୍ଟ୍ରେଲିଆରେ ସୀମିତ | ଏହା ବ୍ୟତୀତ ଟ୍ୱିଟର ଅଟୋ ପ୍ଲେ ଭିଡିଓ ଫିଚର୍ସରେ ମଧ୍ୟ କିଛି ପରିବର୍ତ୍ତନ ଆଣିଛି । କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଏହା ପ୍ରାୟତ ଥାର୍ଡ ପାର୍ଟି ଦ୍ୱାରା ନିୟନ୍ତ୍ରିତ । ୟୁଜର ଚାହିଁଲେ ସେଟିଂରେ ଯାଇ ଏହାକୁ ବନ୍ଦ କରିପାରିବେ ।

ଏଥିସହିତ ପଢ଼ନ୍ତୁ: ଭାରତରେ ଆରମ୍ଭ ହେବ ଡିଜିଟାଲ କରେନ୍ସୀ,ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଡିଜିଟାଲ୍ କରେନ୍ସୀ ( ସିବିଡିସି) ପ୍ରଚଳନ ପାଇଁ ଆରବିଆଇ ତତ୍ପର

Leave a Reply