ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରାଙ୍କଠାରୁ କେଜିଏ ସୁନା ସହ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଲେ ସଚିନ ଯୋଶୀ

ନୂଆଦିଲ୍ଲୀ: ଅନୈତିକ ପର୍ଣ୍ଣ ବ୍ୟବସାୟର ସାମ୍ରାଜ୍ୟ ବିସ୍ତାର କରି ଧରା ପଡ଼ିଥିବା ଅଭିନେତ୍ରୀ ସିଲ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବ୍ୟବସାୟର ଆଉ ଏକ କଳା କାରନାମାକୁ ଉନ୍ମୋଚନ କରିଛନ୍ତି ଅଭିନେତା ସଚିନ୍ ଯୋଶୀ। ଉଭୟ ଶିଳ୍ପା ଓ ରାଜ କୁନ୍ଦ୍ରା ନିର୍ଦେଶକ ଭାବେ କାମ କରୁଥିବା ତଥା ଶିଳ୍ପାଙ୍କ ଅଧ୍ୟକ୍ଷତାରେ ଚାଲୁଥିବା ସତ୍ୟଯୁଗ ଗୋଲ୍ହ କିପରି ତାଙ୍କୁ ଏବଂ ତାଙ୍କ ପରି ଶହ ଶହ ନିବେଶକଙ୍କ ଆଖରେ ଆଙ୍ଗୁଠି ଗେଞ୍ଜି ଠକିଥିଲା ତାହାକୁ ବଣ୍ଣନା କରିଛନ୍ତି। ଖାଲି ସେତିକି ନୁହେଁ, କୋର୍ଟଙ୍କ ନିକଟରେ ଏହି ଠକଙ୍କୁ ପଦାରେ ପକାଇ ସେ ତାଙ୍କ କମ୍ପାନୀଠୁ ୧ କିଲୋ ସୁନା ଏବଂ ୩ ଲକ୍ଷ ଟଙ୍କା କ୍ଷତିପୂରଣ ପାଇଥିବା ବି ଗଣମାଧ୍ୟମ ଆଗରେ କହିଛନ୍ତି।

ଶିଳ୍ପା ଓ ରାଜ କୁନ୍ଦ୍ରା ଦ୍ୱାରା ପରିଚାଳିତ ସତ୍ୟଯୁଗ ଗୋଲ୍ଡ କମ୍ପାନୀ ତାଙ୍କୁ ଠକିଥିବା ନେଇ ବମ୍ବେ ହାଇକୋର୍ଟଙ୍କୁ ଜଣାଇଥିଲେ ସଚିନ୍ ଯୋଶୀ। ୨୦୨୧ ଜାନୁୟାରୀ ମାସରେ ସେ ପୁଲିସ ନିକଟରେ ଏନେଇ ମାମଲା ଦାୟର କରିଥିଲେ। ଆଉ ଏହି ମାମଲାର ବିଚାର କରି କୋର୍ଟ ସତ୍ୟଯୁଗ କମ୍ପାନୀକୁ ୧ କିଲୋ ସୁନା ଦେବାକୁ ଆଦେଶ ଦେବା ସହ , ଏହି ଆଇନର ଲଢ଼େଇ ଲଢ଼ିବାକୁ ସେ ଯେଉଁ ୩ ଲକ୍ଷ ଟଙ୍କର ଖର୍ଚ କରିଛନ୍ତି ତାହାକୁ ତୁରନ୍ତ ପଇଠ କରିବାକୁ କହିଥିଲେ। ଗଣମାଧ୍ୟମକୁ ଯୋଶୀ କହିଛନ୍ତି ଏହି ଘଟଣାଟି ହେଉଛି ଶହ ଶହ ସଂଖ୍ୟାର ନିବେଶକଙ୍କୁ ଠକିଥିବାର ଏକ ନମୁନା। ଅନ୍ୟମାନଙ୍କ ଭଳି ସେ ସତ୍ୟଯୁଗ ଗୋଲ୍ଡ କମ୍ପାନୀରେ ନିଜ ପୁଞ୍ଜିକୁ ବଢ଼ାଇବା ଲାଗି ନିବେଶ କରିଥିଲେ। ଏହି ଯୋଜନାରେ ସେ ଅନ୍ୟମାନଙ୍କ ଭଳି କେବେ ସୁନା ପାଇବା ଲକ୍ଷ୍ୟ ରଖି ନଥିଲେ। ଏଣୁ କମ୍ପାନୀ ତାଙ୍କୁ ନିବେଶର ଫାଇଦା ଦେବା ଆବଶ୍ୟକ ଥିଲା। କିନ୍ତୁ ଶିଳ୍ପା ଓ ରାଜ୍‌ଙ୍କ କମ୍ପାନୀ ତାଙ୍କ ଦ୍ୱାରା ନିବେଶ କରାଯାଇଥିବା ପୁଞ୍ଜିଦ୍ୱାରା ସୁନା କଣିଛନ୍ତି ଏବଂ ଏହା ଦ୍ୱାରା ଏବେ ତାଙ୍କର କ୍ଷତି ହୋଇଛି ବୋଲି ଦର୍ଶାଇଥିଲେ। ଖାଲି ସେତିକି ନୁହେଁ କମ୍ପାନୀର କ୍ଷତି ବାବଦରେ ୨୫ ଲକ୍ଷ ୫୦ ହଜାର ଟଙ୍କାର ଜୋରିମାନା ଦାବି କରିଥିଲେ। ସେତେବେଳେକୁ ସଚିନ୍ ୧୮ ଲକ୍ଷ ୫୭ ହଜାର ଟଙ୍କା ଶିଳ୍ପାଙ୍କ କମ୍ପାନୀରେ ଜମା ରଖି ସାରିଥିଲେ। ଏଣୁ ତାଙ୍କ ଦ୍ୱାରା ଜମା କରାଯାଇଥିବା ୧୮ ଲକ୍ଷ ୫୭ ହଜାର ଟଙ୍କା ପାଇବା ଲାଗି ତାଙ୍କୁ ସାଢ଼େ ୨୫ ଲକ୍ଷ ଜମାଦେବା ଲାଗି ସତ୍ୟଯୁଗ ଗୋଲ୍ଡ ଆଦେଶ ଦେଇଥିଲା। ନହେଲା ସମୁଦାୟ ଟଙ୍କା ରଫାଦଫା ହେବାର ଆଶଙ୍କା ଥିଲା। ଏହାକୁ ଦିନ ଅଧରେ ଠକାମୀ କାର୍ଯ୍ୟ ବୋଲି ବିବେଚନା କରି ସଚିନ୍ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କୋର୍ଟ ଉଭୟ ପକ୍ଷଙ୍କୁ ଶୁଣିବା ପରେ ସଚିନ୍‌ଙ୍କୁ ସୁନା ସହ ତାଙ୍କ ଆଇନଗତ ଲଢ଼େଇ ବାବଦ ଖର୍ଚ୍ଚ ପ୍ରଦାନ ପାଇଁ ନିର୍ଦେଶ ଦେଇଛନ୍ତି। ଏବେ ରାଜ କୁନ୍ଦ୍ରାଙ୍କୁ କ୍ରାଇମ୍ ବ୍ରାଞ୍ଚ ଗିରଫ କରିବା ଘଟଣାକୁ ସେ କର୍ମ ଫଳ ବୋଲି ଅଭିହିତ କରିଛନ୍ତି।

ଏଥିସହିତ ପଢ଼ନ୍ତୁ: ରାହୁଲ ଗାନ୍ଧୀଙ୍କ ଦାବି: ‘ଟ୍ୟାପ୍ ହୋଇଛି ମୋ ଫୋନ୍, ଇସ୍ତଫା ଦିଅନ୍ତୁ ଶାହ’

 

Leave a Reply