spot_img
Home Blog Page 5520

ଟୋକିଓ ଅଲମ୍ପିକରେ ଚମକିବେ ଓଡ଼ିଆ ଝିଅ, ମହିଳା ହକି ଟିମରେ ଦୀପଗ୍ରେସ ଏକ୍କା

ଭୁବନେଶ୍ୱର: ଟୋକିଓ ଅଲମ୍ପିକ୍ ଖେଳିବେ ଓଡ଼ିଆ ଝିଅ । ମହିଳା ହକି ଦଳରେ ସାମିଲ ହୋଇଛନ୍ତି ଦୀପଗ୍ରେସ ଏକ୍କା । ଟୋକିଓ ଅଲମ୍ପିକ ପାଇଁ ମହିଳା ହକି ଦଳ ଭାରତ ଘୋଷଣା କରିଥିବାବେଳେ ଦଳରେ ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଦୀପଗ୍ରେସ ଏକ୍କାଙ୍କୁ ସୁଯୋଗ ମିଳିଛି । ୨୦୧୬ ରିଓ ଅଲମ୍ପିକରେ ମଧ୍ୟ ଦଳରେ ସାମିଲ ହୋଇଥିଲେ ଦିପଗ୍ରେସ୍ ।

୧୬ଜଣିଆ ଦଳ ଘୋଷଣା କରିଛି ହକି ଇଣ୍ଡିଆ । ୮ ବରିଷ୍ଠଙ୍କ ସହ ୮ ନୂଆ ଖେଳାଳିଙ୍କ ନାଁ ଘୋଷଣା କରିଛି ଦଳ । ଟିମରେ ସବିତାଙ୍କୁ ଗୋଲ କିପର ଭାବେ ମିଳିଛି ଦାୟିତ୍ୱ । ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ରାନି, ମୋନିକା, ନିକ୍କି ପ୍ରଧାନ, ନବଜୋତ କୌର, ଗୁରଜିତ କୌର, ଉଦିତା, ବନ୍ଦନା କଟାରିୟା, ନିସା, ନେହା । ଚଳିତବର୍ଷ ଖେଳାଯିବ ଟୋକିଓ ଅଲମ୍ପିକ୍ ।

 

ବାଲେଶ୍ୱରରେ ବେଧଡ଼କ ଦେହ ବେପାର, ଦର ମୁତାବକ ଯୁବତୀ ଯୋଗାଉଛି ରାଣୀ ମହୁମାଛି

ବାଲେଶ୍ୱର: କୋଭିଡ ଭିତରେ ମେଣ୍ଟୁଛି ଶରୀରର ଭୋକ  । ଆଗ ଟଙ୍କା ପରେ ଯୁବତୀ ନେଇ ହେଉଛି ମୂଲଚାଲ  । ହଁ, ଏହି କୋଭିଡ କଟକଣା  କାହା ପାଇଁ ଦୁଃଖର ବନ୍ୟା  । ଆଉ କାହା ପାଇଁ ଅନ୍ଧାରୀ ଅୟସ । ସାରା ସହରରେ ଝୁଲୁଛି ତାଲା  । କିନ୍ତୁ ଲୁଚୁ ଛପି ଚାଲିଛି ବେଧଡ଼କ ବେଶ୍ୟାଳୟ  ।   ଲକ୍‌ଡାଉନ୍‌ ଏବଂ ସଟଡାଇନର କଡା କଟକଣା ଭିତରେ ଦେବ ବାଲେଶ୍ୱରରେ ଦେହ ବେପାର ଭଳି ଖବର ଏବେ ସାମ୍ନାକୁ ଆସିଛି  । ନନ୍ଦିଘୋଷ ଟିଭି ହାତରେ ଲାଗିଛି ବେଶ୍ୟାଳୟର ଭିତିରି କଥା  ।

କୋଭିଡ୍‌ ମହାମାରୀର ଭୟ ଭିତରେ ଜୀବନ ଜୀବୀକି ସବୁ  କିଠି ଠପ  । ଜୀବନ ରଖିବା ମଧ୍ୟ ଏଠି ସହଜ ହୋଇନାହିଁ   । କିନ୍ତୁ ବାଲେଶ୍ୱର ପୋଲିସ ପଛପଟେ ଚାଲିଛି ଖୁଲମଖୋଲା ଦେବ ବ୍ୟବସାୟ  । ଏପରି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି  । କିନ୍ତୁ କିପରି ଓବଂ କେମିତି ପୋଲିସର ନାକ ତଳେ ଏପରି ବ୍ୟବସାୟ ଚାଲିଛି, ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି  ।

ମିଳିଥିବା ପ୍ରମାଣ ମୁତାବକ, ଜଣେ ମହିଳା ଏଠାରେ ୭ରୁ ୮ ଜଣ ଯୁବତୀଙ୍କୁ ରଖି ବେଶ୍ୟାଳୟ ଚଳାଇଛନ୍ତି  । ଦର ମୁତବାକ ଝିଅ ଭେଟିଦେଉଛନ୍ତି  । ଏବଂ ଗ୍ରାହକଙ୍କ ସହ ସିଧାସଳଖ ମୁଲଚାଲ କରୁଥିବା ଖବର ସାମ୍ନାକୁ ଆସିଛି  । ଦର ମୁତବାକ ଝିଅ ସେ ଭେଟିଦେଉଥିବା ଜଣେ ଗ୍ରାହଙ୍କ ସହ ହୋଇଥିବା ଫୋନ ରେକର୍ଡିଂରୁ ଏହା ସ୍ପଷ୍ଟ ହୋଇଛି  । ସବୁଠାରୁ ବଡ କଥା, ସରକାରଙ୍କ କଠୋର କଟକଣା ଏବଂ ଲକଡାଉନ, ସଟଢାଉନର ପ୍ରଭାବ ଭିତରେ କିଭଳି ଏଠାରେ ଦେବ ବେପାର ଚାଲିଛି ?

କିପରି ପୋଲିସ ଏହି ଘଟଣା ବିଷୟରେ ସୂଚନା ପାଇ ପାରିଲା ନାହିଁ  । କଟକଣାର କଡ଼ା ପ୍ରହରୀ ଭିତରେ ଏଠାରେ ପିପାଷୁ ଗ୍ରାହକଙ୍କ ଲମ୍ବା ଲାଇନ ଲାଗୁତିବାବେଳେ କିପରି ପୋଲିସ ସାମାନ୍ୟତମ ସୂଚନା ମଧ୍ୟ ପାଇ ପାରିଲା ନାହିଁ ? ସେପଟେ ନନ୍ଦିଘୋଷ ଟିଭିରେ ଖବର ପ୍ରସାରିତ ହେବାପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ସୂଚନା ମିଳିଛି  । ସେକ୍ସ ସ୍କାଣ୍ଡାଲ ଚାଲିତିବା ସ୍ଥାନରେ ପରବର୍ତ୍ତୀ ସମୟରେ ପହଁଚି ଖୋଲତାଡଡ ଆରମ୍ଭ କରିଥିବା ଜଣାପଡ଼ିଛି  ।

ବ୍ୟକ୍ତି ସାଧ୍ୱୀନତା ସହ ଜଡ଼ିତ ମାମଲାର ଶୁଣାଣୀ ତୁରନ୍ତ କରାଯାଉ, ସୁପ୍ରିମକୋର୍ଟ କ୍ଷୁବ୍ଧ

ନୂଆଦିଲ୍ଲୀ: ଜାମିନ ଆବେଦନର ଶୁଣାଣି ଲାଗି କୋର୍ଟଙ୍କ ଅଗ୍ରାହ୍ୟ ନେଇ କ୍ଷୁବ୍ଧ ସୁପ୍ରିମକୋର୍ଟ । କହିଛନ୍ତି- ଏହା ଦ୍ବାରା ଅଭିଯୁକ୍ତଙ୍କ ଅଧିକାରର ଉଲ୍ଲଂଘନ ହେଉଛି । ସୁପ୍ରିମକୋର୍ଟ କହିଛନ୍ତି- ବ୍ୟକ୍ତିଗତ ସ୍ବାଧୀନତା ସହ ସହ ଜଡିତ ଜରୁରୀ ମାମଲାଗୁଡିକର ଶୁଣାଣିକୁ ଗୁରୁତର ସହ ନେବା ଉଚିତ । ଏଥିରେ କୌଣସି ବିଳମ୍ବ ଅବଲମ୍ବନ କରିବା ଅନୁଚିତ । ନିୟମିତ ଜାମିନ ଲାଗି ଆଗତ ହୋଇଥିବା ଆବେଦନକୁ ତାଲିକାଭୁକ୍ତ ନ କରିବା ଅର୍ଥ ହେଉଛି ହାଜତରେ ଥିବା ବ୍ୟକ୍ତିଙ୍କ ସ୍ବାଧୀନତାକୁ କ୍ଷୁଣ୍ଣ କରିବ ।

ଅର୍ଥ ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ଶିଳ୍ପପତି ଚୁନ୍ନି ଲାଲ ଗାବାଙ୍କ ଜାମିନ ଆବେଦନର ଶୁଣାଣ କରି ସୁପ୍ରିମକୋର୍ଟ ଏହା କହିଛନ୍ତି । ତାଙ୍କର ଜାମିନ ଆବେଦନ ପଞ୍ଜାବ ଓ ହରିୟାଣା ହାଇକୋର୍ଟରେ ଗତ ଫେବ୍ରୁଆରି ୨୦୨୦ରୁ ପଡିଥିଲେ ବି ତାଙ୍କ ଆବେଦନର ଶୁଣାଣି ହୋଇପାରୁନାହିଁ । ତୁରନ୍ତ ଶୁଣାଣି ଲାଗି ତାଙ୍କ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିବା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ।

ସୁପ୍ରିମକୋର୍ଟ ଜଷ୍ଟିସ ହେମନ୍ତ ଗୁପ୍ତା ଓ ଭି. ରାମସୁବ୍ରମଣିୟମଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଜାମିନ ଲାଗି ଅଭିଯୁକ୍ତ ବାରମ୍ବାର ଆବେଦନ କରିଥିଲେ ବି ନ୍ୟାୟ ପାଇନାହାନ୍ତି । ଜାମିନ ଲାଗି ତାଙ୍କ ଆବେଦନର ଶୁଣାଣି ହେଉଛି ତାଙ୍କର ଏକ ଅଧିକାର । ଏହି ଶୁଣାଣି ନକରିବା ହେଉଛି ତାଙ୍କ ବ୍ୟକ୍ତିଗତ ସ୍ବାଧୀନତାକୁ କ୍ଷୁଣ୍ଣ କରିବା ।

ଟିକା କାମ ଦେଉଛି କି ନାହିଁ କରାଯିବ ତର୍ଜମା, ସର୍ଭେଲାନ୍ସ ଉପରେ ସରକାରଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଟିକା କେତେ ଫଳପ୍ରଦ ହେଉଛି ସେନେଇ ତର୍ଜମା କରାଯିବ । ଟୀକା ନେବା ପରେ କେତେ ଲୋକ ସଂକ୍ରମିତ ହେଉଛନ୍ତି ଓ କେତେ ଭଲ ହେଉଛନ୍ତି ଓ କେତେ ଗୁରୁତର ହେଉଛନ୍ତି ସେ ନେଇ ସବୁ ସ୍ଥାନରେ ତର୍ଜମା ଆରମ୍ଭ ହେଲାଣି । ରାଜ୍ୟରେ ମଧ୍ୟ ଏହି ପ୍ରକ୍ରିୟା ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି । ଏହି ପ୍ରକ୍ରିୟା ସମୟ ସାପେକ୍ଷ । ତେବେ ସବୁ ଟିକାର ପ୍ରୋଟେକ୍ସନ ୭୧ରୁ ୯୧% ରହୁଛି । ସେପଟେ ଯେଉଁ ଜିଲ୍ଲାରେ ଏବେ ଅଧିକ ସଂକ୍ରମଣ ରହିଛି ଆକ୍ରାନ୍ତଙ୍କୁ ଖୋଜି ବାହାର କରିବା ମୁଖ୍ୟ ଷ୍ଟ୍ରାଟେଜି ।

ସର୍ଭେଲାନ୍ସ କରି ଚିହ୍ନଟ କରିବା, କଣ୍ଟାକ୍ଟ ଟ୍ରେସିଂ ଓ ଆଇସୋଲେଟ କରି ଟ୍ରିଟମେଂଟ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର । ଅଧିକ ସଂକ୍ରମିତ ହେଉଥିବା ସ୍ଥାନକୁ କଣ୍ଟେନମେଣ୍ଟ କରାଯିବ । ସରକାର ବହୁତ ଚେଷ୍ଟା କରୁଛନ୍ତି । ଲୋକଙ୍କ ସହଯୋଗ ଦରକାର । ଅନଲକ ହୋଇଗଲା ଭାବି ଲୋକ ଢିଲା ନହେବା ଉଚିତ । କୋଭିଡ ନିୟମ ସଠିକ ଭାବେ ଅନୁପାଲନ ନ କଲେ ସରକାର ଚେଷ୍ଟା ସମ୍ପୂର୍ଣ୍ଣ ସଫଳ ହେବନି । ପଶ୍ଚିମ ଓଡ଼ିଶାରେ ଆଗ ଆରମ୍ଭ ହୋଇଥିବାରୁ ସେଠାରେ ଆଗ କମିଛି । ଆଶା କରାଯାଉଛି ଏହି ମାସ ଶେଷ ସୁଦ୍ଧା ଭଲ ସ୍ଥିତି ଆସିବ ।

ଆସିସିୟୁରେ ଏବେ ବି ୫୪ ପ୍ରତିଶତ ଓ ଭେଣ୍ଟିଲେଟରରେ ୫୬ ପ୍ରତିଶତ ରୋଗୀ ଅଛନ୍ତି । ଅଧିକ ଦିନର ରୋଗୀ ଥିବାରୁ ମୃତ୍ୟୁ ସଂଖ୍ୟା ଅଧିକ ରହୁଛି ବୋଲି କହିଛନ୍ତି ବିଜୟ ମହାପାତ୍ର । ଏବେ ନୂଆ ରୋଗୀ ଆଇସିୟୁରେ ଆଡମିସନ ସଂଖ୍ୟା ବହୁତ କମ । ମେଡିକାଲ କଲେଜରେ ଏକ୍‌ମୋ ମେସିନ ଲଗାଇବା ନେଇ ପ୍ରକ୍ରିୟା ଚାଲିଛି । ଏମ୍ସରେ ଏହି ମାସ ଶେଷ ସୁଦ୍ଧା ଲାଗିପାରେ ବୋଲି କୁହାଯାଉଛି ।

SBIର ୪୪କୋଟି ଗ୍ରାହକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ! ଭୁଲରେ ବି କରନ୍ତୁ ନାହିଁ ଏହି ୩ଟି କାର୍ଯ୍ୟ…

ନୂଆଦିଲ୍ଲୀ: ଯଦି ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ)ର ଗ୍ରାହକ, ତେବେ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା । ଦେଶର ବୃହତ୍ତମ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ତାହାର ୪୪ କୋଟି ଗ୍ରାହକଙ୍କ ପାଇଁ ଏକ ସତର୍କ ସୂଚନା ଜାରି କରିଛି। ଏସବିଆଇ KYC ନାମରେ ଠକେଇ ସମ୍ପର୍କରେ ଚେତାବନୀ ଦେଇଛି । ବ୍ୟାଙ୍କ ଟ୍ୱିଟର ମାଧ୍ୟମରେ ଗ୍ରାହକଙ୍କୁ ଏଥିପ୍ରତି ସତର୍କ ରହିବାକୁ କହିଛି । ବ୍ୟାଙ୍କ ତାହାର ପୋଷ୍ଟ ମାଧ୍ୟମରେ କହିଛି ଯେ, ଠକମାନେ ଗ୍ରାହକଙ୍କୁ KYC ଯାଞ୍ଚ ନାମରେ ଲୋକଙ୍କୁ ଠକୁଛନ୍ତି । କହି ରଖୁଛୁ ଯେ, SBIର ସବୁ ଗ୍ରାହକଙ୍କ ପାଇଁ ଜୁନ୍ ୩୦ ସୁଦ୍ଧା KYC କରିବା ବାଧ୍ୟତାମୂଳକ, ଯଦି କୌଣସି ଗ୍ରାହକ ତାହା ନକରନ୍ତି ତେବେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସ୍ଥଗିତ ହୋଇପାରେ ।

ଏସବିଆଇ କ’ଣ କହିଛି ?

ବ୍ୟାଙ୍କ ଅନୁଯାୟୀ, ଠକମାନେ ଆପଣଙ୍କ ବ୍ୟକ୍ତିଗତ ବିବରଣୀ ସଂଗ୍ରହ କରିବାକୁ ବ୍ୟାଙ୍କ / କମ୍ପାନୀର ପ୍ରତିନିଧୀ ବୋଲି ଦର୍ଶାଇଥାନ୍ତି ଏବଂ ଏକ ବାର୍ତ୍ତା ପଠାଇଥାନ୍ତି । ଗ୍ରାହକମାନେ ଭୁଲରେ ବି ଏହାର ଶିକାର ହେବା ଉଚିତ୍ ନୁହେଁ ଏବଂ KYC ପାଇଁ କୌଣସି ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । ଆହୁରି ମଧ୍ୟ, ଯଦି ଏହା ଗ୍ରାହକଙ୍କ ସହିତ ଘଟେ, ତେବେ ତୁରନ୍ତ ସାଇବର କ୍ରାଇମକୁ ଜଣାନ୍ତୁ ।

ବ୍ୟାଙ୍କ ତରଫରୁ ବିଶେଷ ସୂଚନା

୧. କୌଣସି ଅଜ୍ଞାତ ଲିଙ୍କରେ କ୍ଲିକ୍ କରିବା ଠାରୁ ଦୂରେଇ ରୁହନ୍ତୁ  ।

୨. ବ୍ୟାଙ୍କ କେବେ KYC ଅଦ୍ୟତନ ପାଇଁ ଲିଙ୍କ ପଠାଏ ନାହିଁ ।

୩. ଆପଣଙ୍କର ମୋବାଇଲ୍ ଏବଂ ବ୍ୟକ୍ତିଗତ ସୂଚନା କାହା ସହିତ ସେୟାର କରନ୍ତୁ ନାହିଁ ।

ଘରେ ବସି KYC ଅପଡେଟ କରନ୍ତୁ

ସୂଚନା ଯୋଗ୍ୟ ଯେ, କରୋନା ମହାମାରୀ ମଧ୍ୟରେ SBI ତାହାର ଆକାଉଣ୍ଟଧାରୀମାନଙ୍କୁ KYC ଡକ୍ୟୁମେଣ୍ଟଗୁଡ଼ିକୁ ଅନଲାଇନରେ ଅପଡେଟ୍ କରିବାର ସୁବିଧା ଦେଇଥିଲା । KYC ଅପଡେଟ୍ ପାଇଁ ଗ୍ରାହକଙ୍କୁ ପଞ୍ଜୀକୃତ ଇମେଲ୍ କିମ୍ବା ପୋଷ୍ଟ ମାଧ୍ୟମରେ ତାଙ୍କର ଠିକଣା ପ୍ରୁଫ୍ ଏବଂ ପରିଚୟ ପତ୍ର ପଠାଇବାକୁ ପଡିବ । ଏବଂ ଆପଣ ସେହି ସମାନ ମେଲ୍ ଆଇଡିରୁ ଆପଣଙ୍କ ଡକ୍ୟୁମେଣ୍ଟ୍ ପଠାଇବେ, ଯାହାକୁ ଆପଣ ବ୍ୟାଙ୍କରେ ଅପଡେଟ୍ କରିଛନ୍ତି । ସେହି ଇମେଲରୁ, ଡକ୍ୟୁମେଣ୍ଟଗୁଡିକର ସ୍କାନ କରି ଏହାର କପି ବ୍ୟାଙ୍କ ଶାଖାର ଇମେଲ ଠିକଣାକୁ ପଠାଇବାକୁ ପଡିବ ।

ୟେଲୋ ପରେ ଆତଙ୍କ ଖେଳାଇଛି ଗ୍ରୀନ ଫଙ୍ଗସ

ନୂଆଦିଲ୍ଲୀ: ବ୍ଲାକ, ହ୍ୱାଇଟ ଓ ୟେଲୋ ପରେ ଆତଙ୍କ ଖେଳାଇଛି ଗ୍ରୀନ ଫଙ୍ଗସ। ମଧ୍ୟପ୍ରଦେଶ ଇନ୍ଦୋର ସହରରେ ପ୍ରଥମ କରି ଜଣେ ଗ୍ରୀନ ଫଙ୍ଗସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କରୋନାକୁ ସୁସ୍ଥ ହେବା ପରେ ଗ୍ରୀନ ଫଙ୍ଗସ ବା ଏସ୍ପରଗିଲୋସିସ୍ ଫଙ୍ଗସର ଶିକାର ହେଉଛନ୍ତି କରୋନା ଆକ୍ରାନ୍ତ।

Has Coronavirus Killed Flu Influenza Cases Nosedive By 98 Percent

ସୂଚନା ଅନୁଯାୟୀ, ଇନ୍ଦୋରର ଜଣେ ୩୪ ବର୍ଷୀୟ ବିଶାଲ ଶ୍ରୀଧର କରୋନାରେ ଆକ୍ରାନ୍ତ ହୋଇଥିଲେ। ସୁସ୍ଥ ହେବା ପରେ କରୋନା ପରବର୍ତ୍ତୀ ସମସ୍ୟା ଯୋଗୁ ତାଙ୍କୁ ଦିଲ୍ଲୀର ଅରବିନ୍ଦ ହସ୍ପିଟାଲରେ ଭର୍ତ୍ତି କରଯାଇଥିଲା । ତାଙ୍କ ରକ୍ତ, ଫୁସଫୁସ ଓ ସାଇନସରେ ଗ୍ରୀନ ଫଙ୍ଗସ ଠାବ କରାଯାଇଛି । ଗ୍ରୀନ ଫଙ୍ଗସରେ ତାଙ୍କ ଫୁସଫୁସ ୯୦ପ୍ରତିଶତ ସଂକ୍ରମିତ ଥିବା ଜଣାପଡ଼ିଛି ।

 

ତେବେ ଏହାକୁ ଦେଶରେ ଗ୍ରୀନ ଫଙ୍ଗସ ଜନିତ ପ୍ରଥମ ମାମଲା ବୋଲି କୁହାଯାଉଛି । ଏବେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ଦେଶରେ ବ୍ଲାକ ଫଙ୍ଗସ, ହ୍ୱାଇଟ ଫଙ୍ଗସ ଓ ୟେଲୋ ଫଙ୍ଗସରେ ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି।

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ

ଭୁବନେଶ୍ୱର: ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ଆୟୋଜିତ ସ୍ବେଛାକୃତ ରକ୍ତଦାନ ଶିବିର ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟଙ୍କ ଦ୍ଵାରା ଉଦଘାଟନ ହୋଇଯାଇଛି। ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟ ଙ୍କ ତତ୍ତ୍ଵବଧାନରେ ଯୁବ ବିଜେଡ଼ି ରାଜ୍ୟ ସାଧାରଣ ସମ୍ପାଦକ ଆଶିଷ ରଂଜନ ମିଶ୍ରଙ୍କ ନେତୃତ୍ବ ରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିର ରେ ରକ୍ତଦାନ ଶିବିରରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ଏବଂ ଦିବ୍ୟାଙ୍ଗ ବ୍ୟକ୍ତିମାନେ ସ୍ବେଛାକୃତ ଭାବେ ରକ୍ତଦାନ କରି ସମାଜ ସେବା ରେ ବ୍ରତି ହେବାର ଏକ ଅଭିନବ ବାର୍ତ୍ତା ପ୍ରଦାନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭିନ୍ନକ୍ଷମ ଆୟୋଗ କମିଶନର ସୁଲୋଚନା ଦାସ୍, ଓଡ଼ିଶା ଉଠାଜଳସେଚନ ନିଗମ ଅଧ୍ୟକ୍ଷ ଅମରେଶ ପତ୍ରୀ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ବିଜେଡି ସମ୍ପାଦକ ଶ୍ରୀ ଦୂର୍ଗା ସାମନ୍ତରାୟ, ରୁଦ୍ର ସାମନ୍ତରାୟ, ଯୁଗ୍ମ ସମ୍ପାଦକ ଜ୍ୟୋତି ରଞ୍ଜନ ଜେନା, ତନ୍ମୟ ସ୍ବାଇଁ ପ୍ରମୁଖ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ।

ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟ ମହାସଚିବ ଏଲିନା ଦାଶ, ବରିଷ୍ଠ ଉପସଭାପତି ଧୃତି ରଞ୍ଜନ ମାର୍ଥା, ଉପସଭାପତି ସୋଫିଆ ଆଲାମ୍, ସୁନିଲ୍ ପଣ୍ଡା, ଭୁବନେଶ୍ୱର ଜୋନ୍ ସଭାପତି ବିଜୟ କେତନ ସାହୁ,କଟକ ଜୋନ୍ ସଭାପତି ଶୁଭ୍ରାଂଶୁ ମିଶ୍ର, କଟକ ଜିଲ୍ଲା ସଭାପତି ସ୍ମୁତି ରଂଜନ ନାୟକ, ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ପଣ୍ଡା, ତାରିଣୀ ନାୟକ,ଅବିନାଶ ପ୍ରଧାନ, ସମ୍ପାଦକ ଲଗ୍ନଦୀପା ମିଶ୍ର, ଯୁଗ୍ମ ସମ୍ପାଦକ ଶିବାନୀ ସାହୁ, ଯୁବନେତା ଉମାକାନ୍ତ ପୃଷ୍ଟି, ନିଳକଣ୍ଠ ଦାସ, ପ୍ରାଣବନ୍ଧୁ ବେହେରା,ମାନସ ତ୍ରିପାଠୀ,କିରଣ ଦାଶ,ମାନସ ଥାଟୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

କରୋନା ଦ୍ୱିତୀୟ ଲହରରେ ଦେଶର ଅର୍ଥନୀତିରେ ୨ ଲକ୍ଷ କୋଟି ଟଙ୍କା କ୍ଷତି: RBI

ନୂଆଦିଲ୍ଲୀ: କୋଭିଡ ଦ୍ବିତୀୟ ଲହରୀକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ଚିନ୍ତାଜନକ ତଥ୍ୟ । ଏହି ଲହରୀ କାଳରେ ଦେଶ ସମ୍ମୁଖୀନ ହୋଇପାରେ ଗଭୀର ଅର୍ଥନୈତିକ ଦୁଃସ୍ଥିତି । ଚଳିତ ଆର୍ଥିକ ବର୍ଷରେ ଦେଶ ୨ ଲକ୍ଷ କୋଟି ଟଙ୍କା କ୍ଷତିର ସମ୍ମୁଖୀନ ହୋଇପାରେ ବୋଲି ପ୍ରକାଶ କରିଛି ଆରବିଆଇ । ୨୦୨୧ ଜୁନ ଲାଗି ପ୍ରକାଶିତ ମାସିକ ବୁଲେଟିନରେ ଆରବିଆଇ କହିଛି- କୋଭିଡଜନିତ ବିଭିନ୍ନ କଣ୍ଟେନମେଣ୍ଟ ପଦକ୍ଷେପ ଯୋଗୁ ବହୁ କ୍ଷୁଦ୍ର ସହର ଓ ଗ୍ରାମରେ ଚାହିଦା ବହୁମାତ୍ରାରେ ହ୍ରାସ ପାଇଛି ।

କୋଭିଡର ଦ୍ବିତୀୟ ଲହରୀ ମୁଖ୍ୟତଃ ଆଭ୍ୟନ୍ତରୀଣ ଚାହିଦାକୁ ଗଭୀର ଭାବେ ପ୍ରଭାବିତ କରିଛି । କରୋନା ଭାଇରସଜନିତ ମହାମାରୀ ପରିପ୍ରେକ୍ଷୀରେ ପୂର୍ବାବସ୍ଥା ଫେରି ଆସିବା ନେଇ ଏବେ ବି ସଂଶୟ ଜାରି ରହିଛି । ଏହି ବୁଲେଟିନରେ ରିଜର୍ଭ ବ୍ୟାଙ୍କ ଦେଶର ସାମଗ୍ରିକ ଆର୍ଥିକ ସ୍ଥିତିର ଚିତ୍ର ପ୍ରକାଶ କରିଥିବାବେଳେ ଦେଶର ରାଜସ୍ବ ଫ୍ରେମୱର୍କ ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଛନ୍ତି । ରିପୋର୍ଟରେ କୁହାଯାଇଛି- ଦ୍ବିତୀୟ ଲହର ପରିପ୍ରେକ୍ଷୀରେ ଦେଶରେ ଆଭ୍ୟନ୍ତରୀଣ ଚାହିଦା ଉପରେ ପ୍ରଭାବ ପଡିଛି । ଏହା ସତ୍ତ୍ବେ କୃଷି, ଶିଳ୍ପ ଉତ୍ପାଦନ, ରପ୍ତାନି, ପ୍ରତ୍ୟକ୍ଷ ସମ୍ପର୍କବିହୀନ ସେବା ଆଦି ଗତ ବର୍ଷ ତୁଳନାରେ ବୃଦ୍ଧି ପାଇଛି ।

ତେବେ ଦେଶରେ ପରିବର୍ଦ୍ଧିତ ଟିକାକରଣ ପ୍ରକ୍ରିୟା ଆର୍ଥିକ ଅବସ୍ଥାକୁ ପୂର୍ବାବସ୍ଥାକୁ ଫେରାଇବା ଦିଗରେ ସକ୍ଷମ ହୋଇପାରିବ ବୋଲି ଆରବିଆଇ ଆଶା ବ୍ୟକ୍ତ କରିଛି । ରାଜସ୍ବ ଫ୍ରେମୱର୍କ ଓ ଗୁଣବତ୍ତାଭିତ୍ତିକ ବ୍ୟୟ ଦୃଷ୍ଟିରୁ ଆରବିଆଇ କହିଛି- ସାରା ବିଶ୍ବରେ କରୋନା ଭାଇରସ ଯୋଗୁ ଅନେକ ରାଷ୍ଟ୍ରର ସରକାରଙ୍କ ଆର୍ଥିକ ପଦକ୍ଷେପ ପରି ଭାରତରେ ମଧ୍ୟ ସମଅବସ୍ଥା ପରିଲକ୍ଷିତ ହୋଇଛି ।

ଦୁଇଟି ଆପ ଲଞ୍ଚ କଲା କମିଶନରେଟ ପୋଲିସ, ରହିବ ଅପରାଧିଙ୍କ ଡାଟା

ଭୁବନେଶ୍ୱର: କମିଶନରେଟ ପୋଲିସ ପକ୍ଷରୁ ଦୁଇଟି ଆପ ଲଞ୍ଚ ହୋଇଛି । ଯେଉଁ ଆପରେ ରହିବ ଅପରାଧି ମାନଙ୍କ ଡାଟା । ‘କୁଣ୍ଡଳୀ’ ଓ ‘ସନ୍ଧାନ’ ନାମରେ ଦୁଇଟି ଆପର ଶୁଭାରମ୍ଭ କରିଛି ପୋଲିସ କମିଶନର। ଭୁବନେଶ୍ୱର ଡିସିପି ଅଫିସରେ ଅପରେଟର ହେବ ଏହି ଆପ।

ସୂଚନା ଅନୁଯାୟୀ, ‘କୁଣ୍ଡଳୀ’ ଆପରେ ଅପରାଧୀର ରହିବ ଅପରାଧ ପଞ୍ଜିକା। ‘ସନ୍ଧାନ’ ଆପରେ ପ୍ରପଟି ଅଫେନ୍ସର ଡିଟେଲସ ରହିବ । ପ୍ରପର୍ଟି ସମ୍ପର୍କିତ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଆରମ୍ଭ କଲା ଦୁଇଟି ଆପ । ଚୋରଙ୍କ ସମ୍ପର୍କରେ ଜାଣିବାକୁ ‘କୁଣ୍ଡଳି’ ଓ ଚୋରା ସାମଗ୍ରୀ ସମ୍ପର୍କରେ ଜାଣିବାକୁ ‘ସନ୍ଧାନ’ ଆପ୍ । ପ୍ରପର୍ଟି ଖୋଜିବାରେ ମିଳିଛି ଅଧିକ ସଫଳତା।

ଭୁବନେଶ୍ୱର କମିଶନରେଟ ପୋଲିସ ପ୍ରଥମ ଥର ପାଇଁ ଆରମ୍ଭ କଲା ପ୍ରୟାସ । ଆଗକୁ ଓଡିଶା ପୋଲିସ ୱେବସାଇଟ ସହ ଯୋଗାଯୋଗ କରାହେବ । ଏବେ ପୋଲିସ ବିଭାଗରେ ଏହା ସହଯୋଗ କରିବ ଆଗକୁ ସାଧାରଣ ଲୋକଙ୍କ ପାଇଁ ଏହା ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି।

ଶୋଇଥିବା ବେଳେ ମାଡ଼ିଆସିଲା ବନ୍ୟାପାଣି, ଭାସିଗଲେ ଅଞ୍ଚଳବାସୀ

ଥିମ୍ଫୁ: ଶୋଇଥିବା ବେଳେ ମାଡ଼ିଆସିଲା ବନ୍ୟାପାଣି । ମୂଷଳ ଧାରା ବର୍ଷା ଯୋଗୁ ଭୁଟାନରେ ଜଳ ପ୍ରଳୟ। ଆଉ ଏଥିରୁ ବର୍ତ୍ତିପାରିନି ନେପାଳ । ନେପାଳରେ ମଧ୍ୟ ଅତି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ।  ନଦୀରେ ପ୍ରବଳ ଜଳ ପ୍ରବାହ ଯୋଗୁ ଭୁଟାନର ପାହାଡ଼ ପାଦଦେଶରେ ରହୁଥିବା ଲୋକଙ୍କ ମଧ୍ୟରୁ ଅନେକ ଭାସି ଯାଇଥିବା ବେଳେ ୧୦ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ମଧ୍ୟରାତ୍ରୀରେ ବନ୍ୟା ଜଳ ମାଡ଼ି ଆସିବା କାରଣରୁ ପାହାଡ଼ ତଳିଆ ଅଞ୍ଚଳବାସୀ ଶୋଇଥିବା ଅବସ୍ଥାରେ ଭାସି ଯାଇଥିଲେ । ରାଜଧାନୀ ଥିମ୍ଫୁଠାରୁ ପ୍ରାୟ ୬୦ କିଲୋମିଟର ଦୂର ଲାୟା ନିକଟରେ ଥିବା ଏକ କ୍ୟାମ୍ପ  ଧୋଇଯାଇଥିବା ମଧ୍ୟ ରିପୋର୍ଟ ମିଳିଛି । ୨ଟି ହେଲିକପ୍ଟର ଯୋଗେ ଉଦ୍ଧାରକାରୀ ଦଳ ପ୍ରବାଭିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ସେପଟେ ନେପାଳରେ ଏବେ ସୁଦ୍ଧା ୭ଜଣ ନିଖୋଜ ଥିବା ସୂଚନା ମିଳିଛି । ବନ୍ୟା ସ୍ଥିତି ଯୋଗୁ ଅନେକ ପୋଲ ଭୁଶୁଡ଼ି ପଡ଼ିଥିବାରୁ ଉଦ୍ଧାରକାରୀ ଦଳଗୁଡ଼ିକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି । ଗତ ୨୪ ଘଣ୍ଟାରେ ଅତି ପ୍ରବଳ ବର୍ଷା ଯୋଗୁ ମଧ୍ୟ ନେପାଳର ସିଂଘୁପାଲଚୌକ ସବୁଠୁ ଅଧିକ ପ୍ରଭାବିତ ହୋଇଛି ।