୪୮ ବର୍ଷରେ ପାଦ ଥାପିଲେ ସୋନୁ ସୁଦ: ଜନ୍ମଦିନରେ ରଖିଲେ ଏଭଳି କାମନା

1 min read

ମୁମ୍ୱାଇ: ବଲିଉଡର ଜଣେ ଚର୍ଚ୍ଚିତ ଚେହେରା । ସାଧାରଣ ଲୋକଙ୍କ ପାଇଁ ଭଗବାନ ଓ ଅସହାୟଙ୍କର ସାହାରା । ଏମିତି ଜଣେ ବ୍ୟକ୍ତିତ୍ୱ ଯିଏ ପରଦାରେ ସାନଦାର୍ ଅଭିନୟ କରି ଦର୍ଶକଙ୍କୁ ନିଜ ଆଡକୁ ଆକୃଷ୍ଠ କରିପାରନ୍ତି । ତା’ସହ ପ୍ରକୃତ ଜୀବନରେ ଲୋକଙ୍କ ସୁଖଦୁଃଖର ସାଥୀ ହୋଇ ସେମାନଙ୍କୁ ସାହାର୍ଯ୍ୟ କରନ୍ତି । ହଁ ସେ ହେଉଛନ୍ତି ବଲିଉଡର ଜଣେ ଖାସ୍ କଳାକାର ସନୁସୁଦ୍ ।

ଆଜି ସନୁଙ୍କର ୪୮ତମ ଜନ୍ମଦିବସ । ଆଜିର ଦିନରେ କୋଟିକୋଟି ଲୋକ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି ଓ ତାଙ୍କର ଲମ୍ବା ଆୟୁଷର କାମନା କରୁଛନ୍ତି । କରୋନା ସମୟରେ ଲୋକଙ୍କୁ ଭିନ୍ନ ଭିନ୍ନ ପ୍ରକାରର ସାହାର୍ଯ୍ୟ କରିଛନ୍ତି ସନୁସୁଦ୍ । କାହାକୁ ଲକଡାଉନରେ ବାହାର ରାଜ୍ୟରୁ ନିଜ ଘରକୁ ସୁରକ୍ଷିତ ପଠାଇଛନ୍ତି ତ ପୁଣି କାହାକୁ ହସ୍ପିଟାଲରେ ପହଞ୍ଚାଇ ଚିକିତ୍ସା କରାଇଛନ୍ତି । ଯିଏ କେହି ନିଜର ଗୁହାରି ସନୁଙ୍କ ପାଖରେ ବଖାଣିଛି ତାର ସାହାର୍ଯ୍ୟ କରିବାକୁ ଆଗେଇ ଆସିଛନ୍ତି ସନୁ  । ଖାସ୍ ସେଇଥିପାଇଁ ତ ଆଜି ସଭିଙ୍କ ମୁହଁରେ ସନୁସୁଦଙ୍କ ପାଇଁ ରହିଛି ଅସରନ୍ତି ଭଲପାଇବା ଓ ସମ୍ମାନ । ଆଜି ତାଙ୍କ ଜନ୍ମଦିନ ଅବସରରେ ସନୁ ଏହିଭଳି କିଛି କଥା କହିଛନ୍ତି ଯାହାକୁ ଜାଣିଲେ ଯେ କେହି ତାଙ୍କର ପ୍ରଶଂସା ନ କରି ରହିପାରିବନି । ସାଧାରଣତଃ ଜନ୍ମଦିନରେ ପ୍ରତ୍ୟେକ ଲୋକ ନିଜ ପାଇଁ କିଛି ମାଗନ୍ତି । ନିଜର କିଛି ଅଧୁରା ସ୍ୱପ୍ନକୁ ପୂରା କରିବାକୁ ଚାହାନ୍ତି । କିନ୍ତୁ ସୋନୁସୁଦ ନିଜ ଜନ୍ମଦିନରେ ନିଜ ପାଇଁ ନୁହଁ ବରଂ ନିଜ ଦେଶର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୋଲାରସିପ୍ ଏବଂ ଗରିବ ରୋଗୀମାନଙ୍କ ପାଇଁ ବେଡ୍ ମିଳୁ ବୋଲି ନିଜର ଇଚ୍ଛା ପ୍ରକାଶ କରିଛନ୍ତି । ସନୁସୁଦ୍ ଆହୁରି ମଧ୍ୟ କହିଛନ୍ତି- ଏହା ବହୁତ ବଡ କଥା ଯେ ମୋ ଉପରେ ମୋ ପ୍ରଶଂସକ ଓ ଦେଶରଜନତା ଅସରନ୍ତି ଭଲପାଇବା ଅଜାଡି ଦେଇଛନ୍ତି । ଯାହା ଦେଖି ମୁଁ ବହୁତ ଖୁସି । ଲୋକଙ୍କର ସାହାର୍ଯ୍ୟ କରିବା ପାଇଁ ମୁଁ ଯେଉଁ କ୍ୟାମ୍ପେନ ଆରମ୍ଭ କରିଛି ତାହା କେଉଁ ଗାଁ କିମ୍ବା ସହରରେ ସୀମିତ ନ ରହି ସାରା ଦେଶବାସୀଙ୍କ ପାଖରେ ପହଞ୍ଚୁ । ସେଥିପାଇଁ ଏହାକୁ ଆହୁରୀ ବିଶାଳ କରିବାକୁ ଆପଣ ମାନଙ୍କ ପାଖରେ ପହଂଚିବାକୁ ମୁଁ ଚାହେଁ .. ଆଗାମୀ ଦିନରେ ପିଲାଙ୍କୁ ମାଗଣା ଶିକ୍ଷା ମିଳୁ ବୋଲି ମୋର ଚେଷ୍ଟା ରହିବ..ମୋତେ ଭଲପାଉଥିବା ଅନେକ ଲୋକ ବିଭିନ୍ନ ପ୍ରାନ୍ତରୁ ସାଇକେଲ ଓ ମୋଟର ବାଇକରେ ମୁମ୍ବାଇ ଆସୁଛନ୍ତି..ସେମାନଙ୍କ ଭଲପାଇବାକୁ ଦେଖି ମୁଁ ଚାହେଁ ଆରବର୍ଷ ମୋ ଜନ୍ମଦିନ ବେଳକୁ ପ୍ରତ୍ୟେକ ହସ୍ପିଟାଲରେ ଗରିବ ଲୋକଙ୍କ ପାଇଁ ବେଡ୍ ଓ ଛାତ୍ରଛାତ୍ରୀଙ୍କ ପାଇଁ ୧୦ଗୁଣା ଅଧିକ ଛାତ୍ରବୃତ୍ତିର ବ୍ୟବସ୍ଥା ହୋଇପାରିବ । ସୋନୁସୁଦଙ୍କର ଏହିଭଳି ମହତ୍ ଚିନ୍ତାଧାରାକୁ ସବୁ ମାହୋଲରୁ ପ୍ରଶଂସା କରାଯାଉଛି  । ସୋନୁସୁଦ ପଞ୍ଚାବର ମୋଗା ଜିଲ୍ଲାରେ ୩୦ ଜୁଲାଇ ୧୯୭୩ରେ ଜନ୍ମ ଗ୍ରହଣ କରିଥିଲେ । ସୋନୁସୁଦ ଅନେକ ସ୍ୱପ୍ନ ନେଇ ମୁମ୍ବାଇ ଆସିଥିଲେ । ଆଉ ଧିରେ ଧିରେ ଷ୍ଟ୍ରଗଲ କରି ସେ ଜଣେ ସଫଳ କଳାକାରର ପରିଚୟ ପାଇଲେ । ଏବଂ ଏବେ ନିଜ ସ୍ୱପ୍ନ ପୂରା କରି ସେ ନିଜ ଦେଶବାସୀଙ୍କ ସ୍ୱପ୍ନକୁ ପୂରା କରିବାର ଲକ୍ଷ୍ୟ ରଖି ମହତ୍ କାମ କରିଚାଲିଛନ୍ତି ଓ ଲୋକଙ୍କ ପାଇଁ ଦେବଦୂତ ପାଲଟିଛନ୍ତି ।

Leave a Reply