spot_img
Home Blog Page 5519

WTC Final: ଚୂଡ଼ାନ୍ତ ଏକାଦଶ ଘୋଷଣା କଲା ଭାରତ, ଓପନିଂ କରିବେ ରୋହିତ ଓ ଗିଲ୍

ବ୍ରିଟେନ୍: ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଠାରୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ୍ ମୁକାବିଲା । ଏଥିପାଇଁ ଭାରତୀୟ ଦଳ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଦଳର ଅଧିନାୟକ ବିରାଟ କୋହଲି ଫାଇନାଲ ମୁକାବିଲାର ଦିନକ ପୂର୍ବରୁ ୧୧ ଖେଳାଳିଙ୍କ ନାଁ ଘୋଷଣା କରିଛନ୍ତି । ଏହି ମୁକାବିଲାରେ ଭାରତ ତିନିଜଣ ପ୍ରେସର ଓ ୨ ଜଣ ସ୍ପିନରଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବ ।

India Team Playing 11 For World Test Championship Final Against New Zealand

ନ୍ୟୁଜିଲାଣ୍ଡ ବିରୋଧରେ ଖେଳାଯିବାକୁ ଥିବା ଐତିହାସିକ ମ୍ୟାଚରେ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଓପନିଂ କରିବେ । ଅଷ୍ଟ୍ରେଲିଆ ଗସ୍ତରେ ଗିଲ୍ ବେଶ୍ ଭଲ ପ୍ରଦର୍ଶନ କରିଥିଲେ । ଗାବାରେ ୯୧ ରନର ବିଜୟୀ ଇନିଂସ ଖେଳିଥିଲେ ଗିଲ୍ । ତା’ପରଠାରୁ ଲଗାତାର ଟେଷ୍ଟ ଟିମରେ ସାମିଲ୍ ଅଛନ୍ତି ଗିଲ୍ ।

ଚୂଡ଼ାନ୍ତ ଏକାଦଶରେ ଋଷଭ ପନ୍ତଙ୍କୁ ସ୍ଥାନ ମିଳିଛି । ପନ୍ତ ଅଷ୍ଟ୍ରେଲିଆ ଗସ୍ତ ଓ ଘରୋଇ ଗ୍ରାଉଣ୍ଡରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ । ସାଉଥମ୍ପଟନରେ ୨ ସ୍ପିନରଙ୍କୁ ନେଇ ଭାରତ ଟେଷ୍ଟ ମ୍ୟାଚ ଖେଳିବ । ଦଳରେ ରବୀନ୍ଦ ଜାଡ଼େଜା ଓ ଅଶ୍ୱିନଙ୍କୁ ସାମିଲ୍ କରାଯାଇଛି । ସେହିଭଳି ପ୍ରେସର ବୋଲର ଭାବେ ଦଳରେ ଇଶାନ୍ତ ଶର୍ମା, ମହମ୍ମଦ ସାମି ଓ ଜସପ୍ରୀତ ବୁମରା ଅଛନ୍ତି ।

ଚୂଡ଼ାନ୍ତ ଏକାଦଶ: ଶୁଭମନ ଗିଲ୍, ରୋହିତ ଶର୍ମା, ଚେତେଶ୍ୱର ପୂଜାରା, ବିରାଟ କୋହଲି (ଅଧିନାୟକ), ଅଜିଙ୍କ୍ୟ ରାହାଣେ, ଋଷଭ ପନ୍ତ (ୱିକେଟ୍ କିପର), ରବୀନ୍ଦ୍ର ଜାଡ଼େଜା, ଆର୍ ଅଶ୍ୱିନ, ଇଶାନ୍ତ ଶର୍ମା, ଜଶପ୍ରୀତ ବୁମରା ଓ ମହମ୍ମଦ ସାମି ।

ତପୁ ମିଶ୍ର ଗୁରୁତର, ଚିକିତ୍ସା ପାଇଁ ସହାୟତା ମାଗିଲେ ପରିବାର

ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ତପୁ ମିଶ୍ର ଗୁରୁତର । କରୋନାରୁ ସୁସ୍ଥ ପରେ ଏବେ ଫୁସଫୁସ ସଂକ୍ରମିତ ହୋଇଛନ୍ତି ତପୁ । ଭୁବନେଶ୍ବରର ସମ୍‌ ହସ୍‌ପିଟାଲରେ ସେ ଚିକିତ୍ସାଧୀନ ଅଛନ୍ତି । ମାତ୍ର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସୁନି । ସେପଟେ ତପୁଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଦେବାକୁ ପରିବାର ଲୋକ ଅନୁରୋଧ କରିଛନ୍ତି । ଆଧୁନିକ ଓଡ଼ିଆ ସଂଗୀତ ଜଗତରେ ଜଣାଶୁଣା ନାଁ ତପୁ ମିଶ୍ର । ଦୀର୍ଘ ଦୁଇ ଦଶନ୍ଧି ଧରି ସେ ଓଡ଼ିଆ ଦର୍ଶକ ଓ ଶ୍ରୋତାଙ୍କୁ ଦେଇଛନ୍ତି ବହୁ ହିଟ୍‌ ଗୀତ । ତପୁଙ୍କ ଅସୁସ୍ଥତା ଖବର ଶୁଣି ଶୁଭେଛୁ ମାନେ ତପୁ ମିଶ୍ରଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଜଣେ ଭର୍ସାଟାଇଲ ଫିମେଲ ପ୍ଲେ- ବ୍ୟାକ୍‌ ସିଙ୍ଗର ଭାବେ ସେ ହାତେଇଛନ୍ତି ବହୁ ପ୍ରଶଂସା । ଯେତେବେଳେ ମୁମ୍ବାଇ ଓ କୋଲକାତାରୁ ସିଙ୍ଗରମାନେ ଆସି ଓଡ଼ିଆ ଗୀତ ଗାଉଥିଲେ, ସେତେବେଳେ ତପୁ ଫିଲ୍ମ ଇଣ୍ଡଷ୍ଟ୍ରିରେ ରଖିଥିଲେ ପାଦ । ପନ୍ଦର ବର୍ଷ ହୋଇଥିବା ବେଳେ ତପୁ ଆରମ୍ଭ କରିଥିଲେ କ୍ୟାରିଅର୍‌ । କଭର ସଙ୍ଗ୍‌ ହେଉ ଅବା ଷ୍ଟୁଡିଓ ଭର୍ସନ ପ୍ରତିଟି ଗୀତକୁ ସେ ମନ ଦେଇ ଗାଇଥାନ୍ତି । ରଙ୍ଗବତୀ ଗୀତର ଗୁରୁ ପ୍ରଭୁଦତ୍ତ ପ୍ରଧାନ ଓ ଜ୍ଞାନ ରଞ୍ଜନ ମହାପାତ୍ରଙ୍କ ଠାରୁ କ୍ଲାସିକାଲ ଗୀତ ଶିକ୍ଷା କରିଛନ୍ତି ତପୁ ମିଶ୍ର । ଏହାପରେ ବିଶିଷ୍ଟ ଗୀତିକାର, ନିର୍ଦ୍ଦେଶକ ସ୍ୱରୂପ ନାୟକ ତାଙ୍କୁ ଓଲିଉଡ୍‌ରେ ବ୍ରେକ ଦେଇଥିଲେ ।

ତାଙ୍କ ସହିତ ସେ କୋଲକାତା ଯାଇ ଅନେକ ଡବିଂ କରିଛନ୍ତି । ଫିଲ୍ମ କୁଳନନ୍ଦନରେ ସେ ପ୍ରଥମ ଗୀତ ଗାଇଥିଲେ । ସେହିଠାରୁ ତାଙ୍କର କଣ୍ଠଶିଳ୍ପୀ ଜୀବନର ଜୟଯାତ୍ରା ଆଗକୁ ବଢ଼ିଚାଲିଛି । ତପୁ ମିଶ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ଫ୍ୟାନମାନେ ତାଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଯୁଗର କୃଷ୍ଣ ସୁଦାମା, ମାତୃଶକ୍ତି, ଯେ ପାଞ୍ଚେ ପରମନ୍ଦ, ଆଇ ଲଭ୍‌ ୟୁ ଓ ଚକୋଲେଟ ଭଳି ବହୁ ଫିଲ୍ମରେ ସେ ହିଟ୍‌ ଗୀତ ଗାଇଛନ୍ତି । ଆଇ ଲଭ୍‌ ୟୁ ଫିଲ୍ମରେ ସେ ପାଇଥିଲେ ଢେରସାରା ପ୍ରଶଂସା । ଆରେ ନା.. ବଜାନା ବଂଶୀ, ଏହି ଗୀତ ତାଙ୍କୁ ଆଣିଦେଇଥିଲା ପ୍ଲେ-ବ୍ୟାକ୍‌ ସିଙ୍ଗରର ପ୍ରସିଦ୍ଧି । ସେ ସମ୍ବଲପୁରୀ ଭାଷାରେ ଅନେକ ଗୀତ ଗାଇଛନ୍ତି । କିଛି ଗୀତରେ ସେ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି । ଚାରିଥର ରାଜ୍ୟ ପୁରସ୍କାର ପାଇଛନ୍ତି ତପୁ ମିଶ୍ର । ସମସ୍ତେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଡ୍ୟାମେଜ୍ କଣ୍ଟ୍ରୋଲରେ ଲାଗି ପଡ଼ିଛନ୍ତି ଯୋଗୀ ସରକାର, ୨୦୨୨ ନିର୍ବାଚନ ପାଇଁ ପ୍ଲାନିଂ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏବେଠୁ ରାଜନୀତିକ ଉଷ୍ଣତା ବାରି ହେଇ ପଡ଼ୁଛି । ଯୋଗୀ ସରକାର ଓ ବିଜେପି ସଂଗଠନ ୨୦୨୨ ନିର୍ବାଚନ ପାଇଁ ଗୋଟି ଚାଳନା ଆରମ୍ଭ କରି ଦେଲେଣି । ଯେଉଁଥିପାଇଁ ଗୋଟିଏ ପରେ ଗୋଟିଏ ପଦକ୍ଷେପ ନିଆଯାଉଛି । କାର୍ଯ୍ୟକର୍ତ୍ତାଙ୍କୁ ଉତ୍ସାହିତ କରିବା ପାଇଁ ଓ ମନୋଳ ବଢ଼ାଇବା ଲାଗି ବିଜେପି ନେତୃତ୍ତ୍ୱ କାର୍ଯ୍ୟକୁ ତୀବ୍ର କରିଛନ୍ତି । ଯୋଗୀ ସରକାର ନିଗମ, ଆୟୋଗ, ବୋର୍ଡରେ ଖାଲିଥିବା ପଦରେ ରାଜନୀତିକ ନିଯୁକ୍ତି ଆରମ୍ଭ କରିଛନ୍ତି । ୟୁପି ବିଜେପି ଅଧ୍ୟକ୍ଷ ସ୍ୱତନ୍ତ୍ର ଦେବ ସିଂହ କରୋନା ପୀଡ଼ିତ କାର୍ଯ୍ୟକର୍ତ୍ତାଙ୍କ ଘରେ ପହଞ୍ଚି ସମବେଦନା ଜଣାଉଛନ୍ତି ।

ଉତ୍ତରପ୍ରଦେଶରେ ୭ ମାସ ଭିତରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦେଖି ଯୋଗୀ ସରକାର କାର୍ଯ୍ୟକର୍ତ୍ତା ଓ ନେତାଙ୍କୁ ଖୁସି କରିବାରେ ଲାଗିଛନ୍ତି । ସରକାରୀ ପଦରେ ନିଯୁକ୍ତି ଲାଗି ଜିଲ୍ଲାରୁ ନାଁ ମଧ୍ୟ ମଗାଯାଉଛି । ଏଭଳି ଭାବେ ନିର୍ବାଚନ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତା ଓ ନେତାଙ୍କ ମନୋବଳ ବୃଦ୍ଧି ପାଇଁ ପ୍ରୟାସ କରୁଛି ।

UP Assembly Elction 2022 BJP Yogi Adityanath Govt Trying To Damage Control

ୟୁପିରେ ପ୍ରାଥମିକ ଓ କନିଷ୍ଠ ଶିକ୍ଷକଙ୍କ ସଂଖ୍ୟା ବେଶୀ ରହିଛି । ଯେଉଁମାନଙ୍କ ସରକାର ଗଠନ ଓ ନଷ୍ଟର କ୍ଷମତା ରହିଛି । ବିଗତ ଦିନରେ ପଞ୍ଚାୟତ ନିର୍ବାଚନ ବେଳେ କାର୍ଯ୍ୟରତ ଶିକ୍ଷକ ମଧ୍ୟରୁ ଏକାଧିକ କରୋନା ପୀଡ଼ିତ ହୋଇ ଜୀବନ ହାରିଥିଲେ । ଏହାକୁ ନେଇ ଶିକ୍ଷକଙ୍କ ମଧ୍ୟରେ ଅସନ୍ତୋଷ ଥିବାବେଳେ ଯୋଗୀ ସରକାର ମଳିନ ଛବିକୁ ସଜାଡ଼ିବାରେ ଲାଗି ପଡ଼ିଛନ୍ତି । ମୃତ୍ୟୁବରଣ କରିଥିବା ଶିକ୍ଷକଙ୍କ ପରିବାରକୁ ୩୦ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ସହ ପରିବାରର ଜଣଙ୍କୁ ଚାକିରି ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି ।

ସେହିଭଳି ଯୋଗୀ ସରକାର ରାଜ୍ୟରେ ଖାଲି ପଡ଼ିଥିବା ଶିକ୍ଷକ ପଦରେ ଭର୍ତ୍ତି ପାଇଁ ନେଇଛନ୍ତି ପଦକ୍ଷେପ । UPTET ସାର୍ଟିଫିକେଟ ଆଜୀବନ ବୈଧ ନେଇ ନିଷ୍ପତ୍ତି ନିଆଯାଇଛି । ଶିକ୍ଷକ ଭର୍ତ୍ତି ନେଇ ଯୋଗୀ ସରକାରର ଏଭଳି ପଦକ୍ଷେପ ଡ୍ୟାମେଜ୍ କଣ୍ଟ୍ରୋଲ ଛଡ଼ା ଆଉ କିଛି ନୁହେଁ ବୋଲି ଆଲୋଚନା ହେଉଛି । ଥରେ କ୍ୱାଲିଫାଏ ହେବା ପରେ ପୁଣିଥରେ ପରୀକ୍ଷା ଦେବାର ଆବଶ୍ୟକତା ନାହିଁ । ପୂର୍ବରୁ UPTET ସାର୍ଟିଫିକେଟ ୫ ବର୍ଷ ପାଇଁ ବୈଧ ଥିଲା ।

୩ ଦିନରେ ଆଦାନୀ ହରାଇଲେ ୯୦୦ କୋଟି

ନୂଆଦିଲ୍ଲୀ: ବିଶ୍ୱର ଧନୀ ତାଲିକାର ୨ୟ ସ୍ଥାନ ହରାଇଛନ୍ତି ଗୌତମ ଆଦାନୀ । ବର୍ତ୍ତମାନ ସେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏପରିକି ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତିଙ୍କ ତାଲିକାରେ ତଳକୁ ଖସିଯାଇଛନ୍ତି ଆଦାନୀ । ବୁଧବାର ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ ୫୮ ବର୍ଷିୟ ଟାଇକୁନ୍ ଆଦାନୀ କିଛି ଦିନ ମଧ୍ୟରେ ଅନ୍ୟମାନଙ୍କ ତୁଳନାରେ ଅଧିକ ଟଙ୍କା ହରାଇଛନ୍ତି  । ଏବଂ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ପ୍ରାୟ ୯ ବିଲିୟନ ଡ଼ଲାର (୯୦୦କୋଟି)ରୁ ୬୭.୬ ବିଲିୟନ ଡ଼ଲାରରେ ପହଞ୍ଚିଛି। କିଛି ଦିନ ପୂର୍ବରୁ ମୁକେଶ ଅମ୍ବାନୀଙ୍କ ପରେ ସେ ଏସିଆର ଦ୍ୱିତୀୟ ଧନୀ ବ୍ୟକ୍ତି ଥିଲେ। ଗୁରୁବାର ଦିନ ପର୍ଯ୍ୟନ୍ତ ମଧ୍ୟ ଆଦାନୀ ଗ୍ରୁପ୍‌ର ସେୟାର ହ୍ରାସ ପାଇବାରେ ଲାଗିଛି।

ରିପୋର୍ଟ ଅନୁଯାୟୀ, ଆଦାନୀ ଗ୍ରୁପ୍, ଆଦାନୀ ଏଣ୍ଟରପ୍ରାଇଜେସ୍, ଆଦାନୀ ପୋର୍ଟସ, ଆଦାନୀ ପାୱାର, ଏଟିଜିଏ, ଆଦାନୀ ଟ୍ରାନ୍ସମିସନ ଏବଂ ଆଦାନୀ ଗ୍ରୀନ୍ ଷ୍ଟକରେ ଆଜି ମଧ୍ୟ ଏକ ବୃହତ ଧରଣର କ୍ଷତି ରେକର୍ଡ କରାଯାଇଛି । ରିପୋର୍ଟ ଅନୁଯାୟୀ ଗୌତମ ଆଦାନୀଙ୍କୁ କିଛି ମିନିଟରେ ୬.୩ ବିଲିୟନ ଡ଼ଲାର୍ ​​(ପ୍ରାୟ ୪,୬୩,୯୯,୧୮,୫୦,୦୦୦ଟଙ୍କା)ର କ୍ଷତି ହୋଇଛି । ଫୋର୍ବସ୍ ରିଅଲ୍ ଟାଇମ୍ ବିଲିୟନେୟର୍ସ ଇଣ୍ଡେକ୍ସ ଅନୁଯାୟୀ, ସକାଳ ୯.୩୦ ପର୍ଯ୍ୟନ୍ତ ତାଙ୍କ ନେଟ ୱର୍ଥରେ ୬.୩ ବିଲିୟନ ଡ଼ଲାର ହ୍ରାସ ହୋଇଛି । ଆଦାନୀ ବର୍ତ୍ତମାନ ୬୩.୫ ବିଲିୟନ ଡ଼ଲାରର ସମ୍ପତ୍ତି ସହିତ ବିଶ୍ୱର ୧୬ ତମ ଧନୀ ବ୍ୟକ୍ତି  ।

ସୋମବାର ଦିନ ଇକୋନୋମିକ୍ ଟାଇମ୍ସ ରିପୋର୍ଟ କରିଛି ଯେ ନ୍ୟାସନାଲ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (NSDL) ମାଲିକଙ୍କ ବିଷୟରେ ପର୍ଯ୍ୟାପ୍ତ ସୂଚନା ନ ଥିବାରୁ ମରିସସ୍ ସ୍ଥିତ ତିନି ମରିସସ୍ ଭିତ୍ତିକ ପାଣ୍ଠିର ଆକାଉଣ୍ଟକୁ  ବନ୍ଦ କରିଛି । ଆଲ୍ବୁଲା ଇନଭେଷ୍ଟମେଣ୍ଟ ଫଣ୍ଡ, କ୍ରେଷ୍ଟା ଫଣ୍ଡ ଏବଂ ଏପିଏମଏସ ଇନଭେଷ୍ଟମେଣ୍ଟ ଫଣ୍ଡର ବଡ଼ ଅଂଶୀଦାରୀ ଆଦାନୀ ସଂସ୍ଥାଗୁଡ଼ିକରେ ଲାଗିଛି, ଯାହା ପ୍ରାୟ ୬ ବିଲିୟନ ଡଲାରର ଯାହାକୁ ସମ୍ପୂର୍ଣ୍ଣ ରୂପେ ଫ୍ରିଜ୍ କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଆଦାନୀ ଗ୍ରୁପ୍ ଏହି ରିପୋର୍ଟକୁ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛି ଏବଂ କହିଛି ଯେ ଏହା ଇନଭେଷ୍ଟମେଣ୍ଟକୁ ଜାଣିଶୁଣି ବିଭ୍ରାନ୍ତ କରୁଛି ।

ପ୍ରଦୀପଙ୍କ ପରେ ମୁକୁଳିବେ ପାଠକ: ବାପାକୁ ମଞ୍ଜୁର, ପୁଅକୁ ନାମଞ୍ଜୁର

ଭୁବନେଶ୍ୱର: ପ୍ରଦୀପଙ୍କ ପରେ ମୁକୁଳିପାରନ୍ତି ଅଭୟ ପାଠକ  । ଟଙ୍କା ହଡ଼ପ ଏବଂ ସରକାରୀ ଅର୍ଥରେ ଅୟସ କରିବା ମାମଲାରେ ଗିରଫ ହୋଇଥିବା ବରିଷ୍ଠ ଆଇଏଫଏସ ଅଧିକାରୀ ଅଭୟ ପାଠକଙ୍କୁ ମିଳିବ ଜାମିନ  । ମିଳିଥିବା ସୂଚନା ମୁତାବକ ପୂର୍ବରୁ ଅଭୟଙ୍କୁ ତିନୋଟି ମାମଲାରେ ଜାମିନ ମିଳିସାରିଥିବା ବେଳେ ଚତୁର୍ଥ ମାମଲାରେ ମଧ୍ୟ ମିଳିସାରିଛି ଜାମିନ  । ସେପଟେ ପୁଅ ଆକାଶ ପାଠକଙ୍କୁ କିନ୍ତୁ ଜାମିନ ମିଳିପାରିନାହିଁ  । ବଂର ଖାରଜ ହୋଇଛି ଜାମିନ ପକ୍ରିୟା  ।

ଆୟବର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ ଅଭୟ ପାଠକ । ଗତ ବର୍ଷ ନଭେମ୍ବର ୨୭ ତାରିଖରେ ବାପା-ପୁଅଙ୍କୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଥିଲା । ଏବେ ଆଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କୁ ଜାମିନ ମିଳିଛି  । କିନ୍ତୁ ପୁଅ ଆକାଶଙ୍କୁ ମିଳିପାରିନାହିଁ ଜାମିନ  । ଅନ୍ୟପଟେ ଗୋପାଳ ବିଧାୟକ ପ୍ରଦୀପ ପାଣିଗ୍ରାହୀ ମଧ୍ୟ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଥିଲେ  ।

ଅନ୍ୟପଟେ ଗୋପାଳ ବିଧାୟକଙ୍କୁ ବିଜେଡ଼ି ଦଳରୁ ବହିଷ୍କୃତ କରିଥିଲା  । ପାଠକ ବାପା-ପୁଅକୁ ଗିରଫ କରାଯିବା ସହ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ  । ଗତ ୧୨ ତାରିଖରେ ଗୋପଳପୁର ବିଧାୟକ ପ୍ରଦୀପ ପାଣିଗ୍ରୀଙ୍କୁ ଜାମିନ ମିଳିଥିଲା  । ପରେ ଅର୍ଥାତ ଆଜି ଆଇଏଫଏସ ଅଭୟକାନ୍ତ ପାଠକଙ୍କୁ ମିଳିଛ ଜାମିନ  । ଆଜି ହାଇକୋର୍ଟ ଅଭୟଙ୍କୁ ଜାମିନ ପ୍ରଦାନ ଦେଇଥିବା ଜଣାପଡ଼ିଛି  ।

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ୟାକେଜ, ଉପକୃତ ହେବେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକେ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ କୋଭିଡ ପାଇଁ ସହାୟତା ପ୍ୟାକେଜ  । ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି । ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଗରିବ ଲୋକ, ଆଦିମ ଜନଜାତି, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ  । ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଦ୍ବାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି ।

କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବରୁ ବହୁ ପରିମାଣରେ ଆଶ୍ବସ୍ତି ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ସେ ପୁଣି କହିଛନ୍ତି କୋଭିଡର ଦ୍ବିତୀୟ ଲହର ଯୋଗୁ ରାଜ୍ୟର ବିଭିନ୍ନ ଅଂଚଳରେ ପର୍ଯ୍ୟାୟକ୍ରମେ ଗତ ଦୁଇ ମାସ ହେଲା ଲକ୍‌ଡାଉନ ଜାରି ରହିଛି ।

ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକମାନଙ୍କ ଆର୍ଥିକ ସ୍ଥିତିକୁ ମଧ୍ୟ ଦୁର୍ବଳ କରିଛି। ଏହାକୁ ବିଚାର କରି ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସହାୟତା ପ୍ୟାକେଜ ଘୋଷଣା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ପ୍ୟାକେଜ ଅନୁଯାୟୀ କାଳିଆ ଯୋଜନାର ହିତାଧିକାରୀ ରାଜ୍ୟର ୧୭ ଲକ୍ଷ ୮୩ ହଜାର ଭୂମିହୀନ ଚାଷୀ ପରିବାରଙ୍କୁ ପ୍ରତି ହିତାଧିକାରୀ ପିଚ୍ଛା ୧୦୦୦ ଟଙ୍କା ସ୍ବତନ୍ତ୍ର ସହାୟତା ଦିଆଯିବ । କାଳିଆ ଯୋଜନାରେ ସବୁ ଭୂମିହୀନ ଚାଷୀ ପରିବାରକୁ ମଧ୍ୟ ୩ଟି କିସ୍ତିରେ ୨୦୭ କୋଟି ଟଙ୍କା ସହାୟତା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି କୋଭିଡ ଲକ୍‌ଡାଉନ ସମୟରେ ସହରାଂଚଳରେ ରହୁଥିବା ଗରିବ ଲୋକମାନଙ୍କୁ ରୋଜଗାର ଯୋଗାଇବା ପାଇଁ ରାଜ୍ୟ ସରକାର ମୁକ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏହି ଯୋଜନାରେ ରାଜ୍ୟର ୧୧୪ଟି ପୌରସଂସ୍ଥା ମାନଙ୍କରେ ରହୁଥିବା ଗରିବ ଲୋକଙ୍କୁ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ରୋଜଗାର ଯୋଗାଇବା ପାଇଁ ୨୬୦ କୋଟି ଟଙ୍କାର କାମ ଯୋଗାଇ ଦିଆଯିବ । NREGS ଯୋଜନାରେ କାମ କରୁଥିବା ଶ୍ରମିକ ମାନଙ୍କୁ ସେମାନଙ୍କର ଦୈନିକ ମଜୁରୀ ବ୍ୟତୀତ ପ୍ରତିଦିନ ଅଧିକ ୫୦ ଟଙ୍କା ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ଭାବରେ ଦିଆଯିବ । ଅପ୍ରେଲ ୨୧ରୁ ଜୁନ୍‌ ୨୧ ମଧ୍ୟରେ ଏହି ବର୍ଦ୍ଧିତ ମଜୁରୀ ବାବଦକୁ ରାଜ୍ୟ ସରକାର ୩୦୦ କୋଟି ଟଙ୍କା ବହନ କରିବେ । ସୂଚନାଯୋଗ୍ୟ ଯେ ଏହି ସମୟ ମଧ୍ୟରେ NREGS ଯୋଜନାରେ ୬ କୋଟି ମାନବ ଦିବସ ସୃଷ୍ଟି କରାଯାଇଛି ।

ଖାଦ୍ୟ ନିରାପତ୍ତା ସବୁବେଳେ ରାଜ୍ୟ ସରକାରଙ୍କର ପ୍ରାଥମିକତା ରହିଆସିଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ୨୧ ପର୍ଯ୍ୟନ୍ତ ୫ କେଜି ଲେଖାଏ ଚାଉଳ ପ୍ରତି ବ୍ୟକ୍ତିଙ୍କୁ ମାଗଣାରେ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏଥିପାଇଁ ୯୨.୮୬ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଓଡିଶାରେ ଆମର ୧୩ଟି ଆଦିମ ଜନଜାତିର ୬୬,୨୧୪ ଜଣ ବ୍ୟକ୍ତି ବାସ କରୁଛନ୍ତି । ସେମାନଙ୍କୁ ଜୀବନଜୀବିକା ସହାୟତା ବାବଦରେ ପ୍ରତି ପରିବାରକୁ ୫୦୦୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଏ ବାବଦରେ ୩୩.୧୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଟଙ୍କା ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଜମା କରାଯିବ । ତଫସିଲଭୁକ୍ତ ଜାତି ଓ ଜନଜାତିଙ୍କ ଛାତ୍ରଛାତ୍ରୀଙ୍କର ଅପ୍ରେଲରୁ ୨୧ରୁ ସେପ୍ଟେମ୍ବର ୨୧ ପର୍ଯ୍ୟନ୍ତ ସେମାନଙ୍କ pre-matric ଛାତ୍ର ବୃତ୍ତିକୁ ସେମାନଙ୍କ ପିତାମାତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ସିଧାସଳଖ ଦୁଇଟି ପର୍ଯ୍ୟାୟରେ ଜମା କରାଯିବ । ଏ ବାବଦରେ ୨୫୨.୩୫ କୋଟି ଟଙ୍କା ଖର୍ଚ୍ଚ କରାଯିବ ଏବଂ ୫ ଲକ୍ଷ ୪୦ ହଜାର ଛାତ୍ରଛାତ୍ରୀ ଏଥିରେ ଉପକୃତ ହେବେ । ରାଜ୍ୟରେ ପଞ୍ଜୀକୃତ ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ୧୫୦୦ ଟଙ୍କା ଲେଖାଏ ସ୍ବତନ୍ତ୍ର କୋଭିଡ ସହାୟତା ଘୋଷଣା କରିଛନ୍ତି । ଏ ବାବଦରେ ୩୬୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।

ସ୍ବତନ୍ତ୍ର ବିଦ୍ୟାଳୟ ମାନଙ୍କରେ ପଢୁ ନ ଥିବା ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନଙ୍କୁ ଦିଆଯାଉଥିବା ବାଣୀଶ୍ରୀ ଛାତ୍ରବୃତ୍ତି ଜାରି ରହିବ ଏବଂ ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ସେମାନଙ୍କୁ ୨୦୦ରୁ ୩୫୦ ଟଙ୍କା ପର୍ଯ୍ୟନ୍ତ (ଶ୍ରେଣୀ ଅନୁସାରେ) ଛାତ୍ରବୃତ୍ତି ଯୋଗାଇ ଦିଆଯିବ । ଏହାଦ୍ବାରା ୨୬, ୪୬୫ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଘରେ ରହି ଅନ୍‌ଲାଇନ ଜରିଆରେ ପାଠ ପଢୁଥିବା ସ୍ବତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କର ଅପ୍ରେଲରୁ ଜୁନ୍ ୨୧ ପର୍ଯ୍ୟନ୍ତ ଖାଦ୍ୟ ଖର୍ଚ୍ଚ ବାବଦକୁ ପ୍ରତି ମାସରେ ୧୨୪୫ ଟଙ୍କା ଦିଆଯିବ।

ଏହାଦ୍ବାରା ୬୪୭୧ ଜଣ ଛାତ୍ରଛାତ୍ରୀ ଉପକୃତ ହେବେ ଏବଂ ଏ ବାବଦରେ ୨ କୋଟି ୪୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ଅପ୍ରେଲରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ଅଣ-ଆବାସିକ ଛାତ୍ରଛାତ୍ରୀ ମାନଙ୍କୁ ମାସିକ ୩୭୦ ଟଙ୍କା ଲେଖାଏ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏ ବାବଦରେ ୩ କୋଟି ୬୨ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବ । ସେହିପରି ୩୪୪ ଜଣ ଅଣ-ଆବାସିକ ଛାତ୍ରଛାତ୍ରୀମାନଙ୍କୁ ଅପ୍ରେଲ ୨୧ରୁ ଜୁନ୍‌ ୨୧ ପର୍ଯ୍ୟନ୍ତ ୩୭୦ ଟଙ୍କା ଲେଖାଏ ମାସିକ ଅନୁଦାନ ଯୋଗାଇ ଦିଆଯିବ । ଏଥିପାଇଁ ୩ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାଯାଇଛି ।

୧୫ ଦିନରୁ ମାସେ ଭିତରେ ଆରମ୍ଭ ହୋଇପାରେ ତୃତୀୟ ପର୍ଯ୍ୟାୟ ସଂକ୍ରମଣ

ମୁମ୍ବାଇ: କରୋନାର ଦ୍ୱିତୀୟ ଲହରରେ ଦେଶରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ମହାରାଷ୍ଟ୍ର । ମହାମାରୀର କରାଳ ପ୍ରକୋପରେ ମହାରାଷ୍ଟ୍ରର ମାଟି କାମୁଡ଼ି ପଡ଼ିଥିଲା । ଦ୍ୱିତୀୟ ଲହର ସଂକ୍ରମଣ ମାମଲା ଥମିଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା କରିଛି ଟାସ୍କ ଫୋର୍ସ । ମହାରାଷ୍ଟ୍ରରେ ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ କରୋନାର ତୃତୀୟ ଲହର ଆସିପାରେ । ତେବେ ତୃତୀୟ ଲହରର ପ୍ରଭାବ ଛୁଆଙ୍କ ଉପରେ ପଡ଼ିବ ନାହିଁ ବୋଲି କହିଛି ମହାରାଷ୍ଟ୍ର ଟାସ୍କ ଫୋର୍ସ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଟାସ୍କ ଫୋର୍ସ ଏଭଳି ଅନୁମାନ କରିଛି ।

3rd Covid Wave Could Hit Maharashtra In 2-4 Weeks Says Task Force

ଟାସ୍କ ଫୋର୍ସ ଦେଇଥିବା ସଂକେତ ଅନୁସାରେ, ଦ୍ୱିତୀୟ ଲହର ଅପେକ୍ଷା ତୃତୀୟ ଲହରରେ ମୋଟ ସଂକ୍ରମଣ ମାମଲା ଦୁଇଗୁଣ ହୋଇପାରେ । ଏପରିକି ସକ୍ରିୟ ସଂକ୍ରମଣ ମାମଲା ୮ ଲକ୍ଷ ଯାଏ ପହଞ୍ଚିବା ଆଶଙ୍କା କରିଛି ଟାସ୍କ ଫୋର୍ସ । ଏଥିସହ ୧୦ ପ୍ରତିଶତ ଛୁଆ ସଂକ୍ରମିତ ହେବା ନେଇ ଟାସ୍କ ଫୋର୍ସ ପୂର୍ବାନୁମାନ କରିଛି ।

ଟାସ୍କ ଫୋର୍ସ ସଦସ୍ୟ ଡାକ୍ତର ଶଶାଙ୍କ ଯୋଶୀ କୋଭିଡ୍ ପ୍ରୋଟୋକଲ୍ ପାଳନ ଉପରେ ଜୋର୍ ଦେଇ କହିଛନ୍ତି, ରାଜ୍ୟକୁ ବ୍ରିଟେନ୍ ଭଳି ସ୍ଥିତିର ସାମନା କରିବାକୁ ପଡ଼ିପାରେ । ଦ୍ୱିତୀୟ ଲହର ସଂକ୍ରମଣ ମାମଲା କମିବାର ୪ ସପ୍ତାହ ଭିତରେ କରୋନାର ତୃତୀୟ ଲହର ଆସିବ । ଏଥିରେ ନିମ୍ନ ଓ ମଧ୍ୟମ ବର୍ଗ ଲୋକ ଅଧିକ ପ୍ରଭାବିତ ହେବେ ବୋଲି ଟାସ୍କ ଫୋର୍ସ ଆଶଙ୍କା କରିଛି ।

ଇଲେକ୍ଟ୍ରିକ୍ ମିଟର ନିଜେ ରିଡିଂ କରିବେ ଉପଭୋକ୍ତା, TPCODL MITRA ଆପ୍ ଦେବ ସୂଚନା

ଭୁବନେଶ୍ୱର: ଏଣିକି ନିଜ ଇଲେକ୍ଟ୍ରିକ୍ ମିଟରର ନିଜେ ରିଡିଂ ନେଇପାରିବେ ହିତାଧିକାରୀ । ମାସର ନିର୍ଦ୍ଧାରିତ ତାରିଖରେ ମିଟର ରିଡିଂ ଫଟୋକୁ ଏକ ନିର୍ଦ୍ଧିଷ୍ଟ ଆପରେ ଅପଲୋଡ କରିବା ପରେ ୫ ମିନିଟ ମଧ୍ୟରେ ବିଦ୍ୟୁତ୍ ବିଲ ନେଇ ଆସିଯିବ ମେସେଜ । ଆଣ୍ଡ୍ରଏଡ ମୋବାଇଲରେ TPCODL MITRA ନାମକ ଆପକୁ ଡାଉନଲୋଡ କରି ଏହି ସୁବିଧା ପାଇବେ ହିତାଧିକାରୀ । ବିଲ୍ ପରିମାଣ ଅନଲାଇନ ମାଧ୍ୟମରେ ପଇଠ ବି ହୋଇପାରିବ ।

ଏଭଳି ସ୍ମାର୍ଟ ବ୍ୟବସ୍ଥା ଆରମ୍ଭ କରିଛି ଟାଟା ପାୱାର ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ, TPCODL ।  କୋରୋନା ମହାମାରୀ ସମୟରେ ଉଭୟ ଉପଭୋକ୍ତା ଓ ମିଟର ରିଡର ସୁରକ୍ଷିତ ରହିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । କେବଳ ଏତିକି ନୁହେଁ TCODL MITRA ଆପ ଜରିଆରେ ପାୱାର କଟ, ବିଦ୍ୟୁତ ଚୋରି ସଂପର୍କିତ ତଥ୍ୟ ମଧ୍ୟ ମିଳିପାରିବ ।

କୋଭିଡ ସମୟରେ ଏପରି ଆପର ଆବଶ୍ୟକତା ରହିଥିବା ମତ ପ୍ରକାଶ କରିଛନ୍ତି ଉପଭୋକ୍ତା  । କୌଣସି କର୍ମଚାରୀ ମିଟର ରିଡିଂ କରିବାକୁ ବର୍ତ୍ତମାନ ଆସୁ ନାହାଁନ୍ତି  ।  କୋରୋନାକୁ ନେଇ ଭୟାବହତା ଲାଗି ରହିଥିବା ବେଳେ ପାଖାପାଖି ୨ ମାସ ଧରି ଗ୍ରାମାଞ୍ଚଳରେ ମିଟର ରିଡିଂ ନେବା ପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ କୌଣସି ଲୋକ ଆସୁନଥିବା ଦେଖା ଯାଇଛି । ଏଭଳି ସମୟରେ ଏହି ଆପ ବେଶ ଉପାଦେୟତା ହେବ ବୋଲି ଉପଭୋକ୍ତା କହିଛନ୍ତି ।

ହରିଦ୍ୱାର କୁମ୍ଭରେ ମିଛ କରୋନା ଟେଷ୍ଟକୁ ନେଇ ମାମଲା ରୁଜୁ, ମୁଖ୍ୟମନ୍ତ୍ରୀ କହିଲେ ‘ମୋ ସମୟର ନୁହେଁ ଘଟଣା’

ଡେରାଡୁନ୍: ଏପ୍ରିଲରେ ହୋଇଥିବା ହରିଦ୍ୱାର କୁମ୍ଭ ମେଳାରେ କେବଳ କାଗଜ କଲମରେ ହଜାର ହଜାର ସଂଖ୍ୟାରେ କୋଭିଡ୍ ଟେଷ୍ଟ କରାଯାଇଥିଲା । ଏନେଇ ପୋଲିସ ଏକ କମ୍ପାନୀ ସମେତ ୨ଟି ଘରୋଇ ଲାବ ବିରୋଧରେ ଅଲଗା ଅଲଗା ଧାରାରେ ମାମଲା ରୁଜୁ କରିଛି । ହରିଦ୍ୱାରର ମୁଖ୍ୟ ମେଡିକାଲ ଅଧିକାରୀଙ୍କ ସୁପାରିସ୍ କ୍ରମେ ମ୍ୟାକ୍ସ କର୍ପୋରେଟ୍ ସର୍ଭିସ୍, ଦିଲ୍ଲୀର ଲାଲଚନ୍ଦିନୀ ଓ ହିସାର ନାଲୱା ଲାବ ବିରୋଧରେ ଧୋକା, ମହାମାରୀ ଆଇନ୍, ଅପରାଧିକ ଷଡ଼ଯନ୍ତ୍ର ଆଦି ଧାରାରେ ମାମଲା ହୋଇଛି ।

ଚଳିତ ବର୍ଷ କରୋନାର ଦ୍ୱିତୀୟ ଲହର ବେଳେ ହରିଦ୍ୱାରରେ କୁମ୍ଭମେଳା ହୋଇଥିଲା । ଏହା ପୂର୍ବରୁ ସ୍ଥାନୀୟ ପ୍ରଶାସନ ୨୨ଟି ଲାବ ସହ କରୋନା ଟେଷ୍ଟ ପାଇଁ ରାଜିନାମା କରିଥିଲା । ସେଥିମଧ୍ୟରୁ ଏକ କମ୍ପାନୀ ଥିଲା ମ୍ୟାକ୍ସ କର୍ପୋରେଟ୍ ସର୍ଭିସ୍ । ଯାହା ପାଖରେ ୨ଟି ଲାବ୍ ଥିଲା । ଏହି ଲାବରେ ହୋଇଥିବା ହଜାର ହଜାର ଟେଷ୍ଟିଂ ସନ୍ଦେହ ଘେରରେ । ଯେତେବେଳେ ପଞ୍ଜାବର ଜଣେ ଯୁବକଙ୍କ ମୋବାଇଲକୁ ମେସେଜ ଆସିଲା କି ତାଙ୍କ ରିପୋର୍ଟ କୋଭିଡ୍ ନେଗେଟିଭ୍ ତ ସନ୍ଦେହ ଆହୁରି ବଢ଼ିଲା । କାରଣ ଯୁବକ ଜଣଙ୍କ କେବେ ହରିଦ୍ୱାର ହିଁ ଯାଇନଥିଲେ । ଯୁବକ ଏନେଇ ଆଇସିଏମଆରକୁ ଅଭିଯୋଗ କରିବା ପରେ ICMR ଉତ୍ତରାଖଣ୍ଡର ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ଯାଞ୍ଚରୁ ଜଣା ପଡ଼ିଥିଲା ହଜାର ହଜାର ସଂଖ୍ୟାରେ ମିଛ କୋଭିଡ୍ ଟେଷ୍ଟ ହୋଇଛି ।

Haridwar Kumbh Covid Testing Scam FIR Filed Against Max Corporate Society

ଏବେ ଏହାକୁ ନେଇ ରାଜନୀତିକ ରୁଟି ସେକା ଆରମ୍ଭ ହୋଇ ଯାଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ ଏହି ମାମଲାରେ ଏସଆଇଟି ଯାଞ୍ଚ ଦାବି କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ କହିବା କଥା, ମାମଲା କେବଳ ଟଙ୍କାର ନୁହେଁ, ଏହା ଲୋକଙ୍କ ସ୍ୱାସ୍ଥ୍ୟ ସହ ଜଡ଼ିତ । ଏହି ମାମଲାରେ ଅଭିଯୁକ୍ତ କମ୍ପାନୀ ପ୍ରାୟ ୩ କୋଟି ଟଙ୍କା ପାଇବାକୁ ଥିବାବେଳେ ଦିଆଯାଇ ନାହିଁ ।

ମିଛ କୋଭିଡ୍ ଟେଷ୍ଟ ରିପୋର୍ଟକୁ ନେଇ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । କହିଛନ୍ତି, ମିଛ କୋଭିଡ୍ ଟେଷ୍ଟ ମାମଲା ତାଙ୍କ ସମୟର ନୁହେଁ । ସେ ତ ମାର୍ଚ୍ଚରେ ମୁଖ୍ୟମନ୍ତ୍ରୀ ହୋଇଥିଲେ କହି ଖସିଯିବାକୁ ବସିଛନ୍ତି । ମାମଲାକୁ ନେଇ କଂଗ୍ରେସ ଘେରିଥିବା ବେଳେ ସିବିଆଇ ତଦନ୍ତ ଦାବି କରିଛି ଦଳ । କୁମ୍ଭ ସମୟରେ ପ୍ରାୟ ୪ ଲକ୍ଷ କୋଭିଡ୍ ଟେଷ୍ଟ କରାଯାଇଥିବା ବେଳେ ଏବେ ୨ଟି ଲାବର ରିପୋର୍ଟ ସନ୍ଦେହ ଘେରରେ ଥିବାରୁ ଅନ୍ୟ ଲାବର ରିପୋର୍ଟ ଯାଞ୍ଚ ନେଇ ଚର୍ଚ୍ଚା ଚାଲିଛି ।

ଜୁଲାଇରେ ପିଲାଙ୍କ ପାଇଁ ପରୀକ୍ଷା ହେବ ନୋଭାଭାକ୍ସ, ସେରମ ପ୍ରସ୍ତୁତ କରୁଛି ଟିକା

ନୂଆଦିଲ୍ଲୀ: ଆସନ୍ତା ଜୁଲାଇରେ ପିଲାଙ୍କ କ୍ଷେତ୍ରରେ କ୍ଲିନିକାଲ ଟ୍ରାଏଲ ହୋଇପାରେ ନୋଭାଭାକ୍ସ । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ ପ୍ରସ୍ତୁତ ଏହି ଟିକା ପିଲାଙ୍କ ଲାଗି ଉତ୍ତମ ପ୍ରତିରୋଧକ ସଞ୍ଜୀବନୀ ହେବା ଆଶା କରାଯାଉଛି । ପିଲାଙ୍କ କ୍ଷେତ୍ରରେ କ୍ଲିନିକାଲ ଟ୍ରାଏଲ ଲାଗି ନୋଭାଭାକ୍ସ ହେବ ଚତୁର୍ଥ ଟିକା । ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକର ଟିକା କୋଭାକ୍ସିନକୁ ଇତିମଧ୍ୟରେ ୧୨ରୁ ୧୮ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ପରୀକ୍ଷଣ କରାଯାଇସାରିଛି ।

୨ରୁ ୬ ବର୍ଷ ଓ ପରେ ୬ରୁ ୧୨ ବର୍ଷ ବୟସ୍କ ପିଲାଙ୍କ କ୍ଷେତ୍ରରେ ବି କୋଭାକ୍ସିନର କ୍ଲିନିକାଲ ପରୀକ୍ଷଣ କରାଯିବ । ସେପଟେ ବାୟୋଲୋଜିକାଲ-ଇ’ର ଭ୍ୟାକସିନକୁ ନେଇ ବଢିଛି ଆଶା । ମହାମାରୀ ଭୂତାଣୁ ବିରୋଧରେ ଏହା ଦେଇପାରେ ବଡ ଚେକ୍ । କମ୍ପାନୀ ପକ୍ଷରୁ ପ୍ରସ୍ତୁତ କୋର୍ବେଭାକ୍ସ ଅତି ପ୍ରଭାବଶାଳୀ ବୋଲି କୁହାଯାଇଛି । କୋଭିଡ ଭୂତାଣୁ ବିରୋଧରେ ଏହି ଟିକା ୯୦ ପ୍ରତିଶତ ପ୍ରତିରୋଧସମ୍ପନ୍ନ ହେବ ବୋଲି କହିଛନ୍ତି କେନ୍ଦ୍ର ସରକାରଙ୍କ ଦ୍ବାର ଗଠିତ କୋଭିଡ ୱାର୍କିଂ ଗ୍ରୁପର ଅଧ୍ୟକ୍ଷ ଏନ.କେ. ଆରୋରା ।

ଏହି ଟିକାର ତୃତୀୟ ଫେଜ ପରୀକ୍ଷଣ ଜାରି ରହିଛି ଏବଂ ସକରାତ୍ମକ ଫଳ ଆଶା କରାଯାଉଛି । ଆସନ୍ତା ଅକ୍ଟୋବର ସୁଦ୍ଧା ଏହା ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ସମ୍ପ୍ରତି ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ନୋଭାଭାକ୍ସ ତିଆରି କରୁଥିବାବେଳେ ଅକ୍ସଫୋର୍ଡ- ଆଷ୍ଟ୍ରାଜେନକାର କୋଭିସିଲ୍ଡ ବି ତିଆରି କରୁଛି । ଗତ କିଛି ସପ୍ତାହ ଧରି ନୋଭାଭାକ୍ସ ଉପରେ ଗୁରୁତ୍ବ ଦିଆଯାଉଛି ଏବଂ ଏହି ଟିକା ବାର୍ଷିକ ୧୦୦ କୋଟି ଡୋଜ ତିଆରି ହେବା ନେଇ ଲକ୍ଷ୍ୟ ରଖାଯାଇଛି ।