ମାଟ୍ରିକ ପରୀକ୍ଷା ଦେଉଛନ୍ତି ସୋରଡ଼ା ବିଧାୟକ

ସୋରଡ଼ା: ଶୁକ୍ରବାର ଠାରୁ ରାଜ୍ୟରେ ଆରମ୍ଭ ହୋଇଛି ଅଫ୍‌ଲାଇନ୍ ମାଟ୍ରିକ୍‌ ପରୀକ୍ଷା । କରୋନା କାରଣରୁ ମାଟ୍ରିକ ପରୀକ୍ଷା ବାତିଲ ହୋଇଥିବା ବେଳେ ଏ ନେଇ ବିକଳ୍ପ ପ୍ରକ୍ରିୟାରେ ମୂଲ୍ୟାଙ୍କନ କରାଯାଇଥିଲା । ତେବ ମୂଲ୍ୟାଙ୍କନରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଜି ଅଫ୍ ଲାଇନ୍‌ରେ ପରୀକ୍ଷା ଦେଇଛନ୍ତି । ତେବେ ରୋଚକ କଥା ଏହା ଯେ, ଆଜି ଏହି ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ସହ ତିନି ତିନି ଥର  ବିଧାୟକ ହୋଇଥିବା ଗଞ୍ଜାମ ଜିଲ୍ଲା ସୋରଡ଼ା ବିଧାୟକ ପୂର୍ଣଚନ୍ଦ୍ର ସ୍ୱାଇଁ ମଧ୍ୟ ମାଟ୍ରିକ ପରୀକ୍ଷା ଦେଉଛନ୍ତି। ସୋରଡ଼ା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି ଶାସକ ଦଳ ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ।

ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ଅନେକ ଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ପାରିବାରିକ, ରାଜନୈତିକ, ଲୋକଙ୍କ ସମାଜସେବା ଭିତରେ ରହି ସୁଯୋଗ ପାଇ ପାରିନଥିଲେ। କିନ୍ତୁ ଆଜି ସେ ମାଟ୍ରିକ ପରୀକ୍ଷା ଦେବା ପାଇଁ ନିଜର ଆଡ଼ମିଟ କାର୍ଡ ଧରି ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିଛନ୍ତି। ବିଧାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିବାରୁ ତାଙ୍କ ପାଇଁ ଏକ ଆଇସୋଲେସନ ୱାର୍ଡରେ ବସି ପରୀକ୍ଷା ଦେବାର ବ୍ୟବସ୍ଥା କରିଛନ୍ତି ସ୍କୁଲ କର୍ତ୍ତୃପକ୍ଷ।

ଏଥିସହିତ ପଢ଼ନ୍ତୁ: ପ୍ରକାଶ ପାଇଲା ସିବିଏସ୍‌ଇ ଦ୍ବାଦଶ ରେଜଲ୍ଟ , ୯୯.୩୭ ପ୍ରତିଶତ ରହିଛି ପାସ୍‌ ହାର

Leave a Reply