Tokyo Olympics 2020: ସେମିରେ ପ୍ରବେଶ କଲେ ପି.ଭି ସିନ୍ଧୁ

1 min read

ଟୋକିଓ: ପଦକ ପକ୍କା କଲେ ପି.ଭି ସିନ୍ଧୁ । ଟୋକିଓ ଅଲିମ୍ପିକ୍ସରେ ପଦକ ସୁନିଶ୍ଚିତ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା ପି.ଭି ସିନ୍ଧୁ । କ୍ୱାର୍ଟର ଫାଇନାଲରେ ଜାପାନର ଆକାନେ ୟାମାଗୁଚୀଙ୍କୁ ପରାସ୍ତ କରି ସେମିରେ ପ୍ରବେଶ କରିଛନ୍ତି ସିନ୍ଧୁ । ପ୍ରଥମ ସେଟ୍‌ରେ ୨୧-୧୩, ଦ୍ୱିତୀୟ ସେଟ୍‌ରେ ୨୨-୨୦ରେ ଜିତିଲେ ସିନ୍ଧୁ ।  ରିଓ ଅଲିମ୍ପିକରେ ଭାରତ ପାଇଁ ରୌପ୍ୟ ପଦକ ଆଣିଥିଲେ ସିନ୍ଧୁ ।

ଅପରପକ୍ଷରେ  ରିଓ ଅଲିମ୍ପିକ୍ସ ପଦକ ବିଜେତା କେସିନିଆ ପେରୋଭାଙ୍କୁ ପରାସ୍ତ କରିଛନ୍ତି ଭାରତୀୟ ମହିଳା ତୀରନ୍ଦାଜ ଦୀପିକା କୁମାରୀ । ଏଥିସହିତ ଟୋକିଓ ଅଲିମ୍ପିକ୍ସ୍‌ର ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଦୀପିକା । ‘ଫାଇଭ୍-ସେଟର୍‌ ରେଗୁଲେସନ୍‌’ରେ ୫-୫ରେ ଅଟକି ରହିବା ପରେ ୨୭ ବର୍ଷୀୟ ଦୀପିକା ଲକ୍ଷ୍ୟସ୍ଥଳର କେନ୍ଦ୍ରବିନ୍ଦୁକୁ ତୀର ସନ୍ଧାନ କରି ୧୦ ପଏଣ୍ଟ୍‌ ହାସଲ କରିବା ସହ ୨୦୧୬ ରିଓ ଅଲିମ୍ପିକ୍ସ୍‌ରେ ରୌପ୍ୟ ପଦକପ୍ରାପ୍ତ ରୁଷୀୟ ତୀରନ୍ଦାଜ ପେରୋଭୋଙ୍କୁ ପରାଜିତ କରିଥିଲେ ।

ଏକକ ତୀର ଚାଳନା ପ୍ରାରମ୍ଭରେ ହିଁ ପେରୋଭୋଙ୍କର ୭ଟି ତୀର ଲକ୍ଷ୍ୟଭ୍ରଷ୍ଟ ହୋଇଥିଲା। କିନ୍ତୁ, ଦୀପିକା ବିବ୍ରତ ନ ହୋଇ ୬-୫ (୧୦-୭) ପଏଣ୍ଟ୍‌ ହାସଲ କରିଥିଲେ।  ଅଲିମ୍ପିକ୍ସ୍‌ ପ୍ରତିଯୋଗିତାରେ ମହିଳା ତୀରନ୍ଦାଜି ଭାବେ ମହିଳା ସିଙ୍ଗଲ୍ସ ବିଭାଗର ଅନ୍ତିମ-ଆଠଟି ପର୍ଯ୍ୟାୟରେ ଅଂଶଗ୍ରହଣ କରିବାରେ ସେ ମଧ୍ୟ ହେଉଛନ୍ତି ପ୍ରଥମ ଭାରତୀୟ। ପରବର୍ତ୍ତୀ ପର୍ଯ୍ୟାୟରେ ସେ କୋରିଆର ଆନ୍‌ ସାନ୍‌ଙ୍କ ସହ ମୁହାଁମୁହିଁ ହେବେ ।

ଏଥିସହିତ ପଢ଼ନ୍ତୁ: କ୍ୱାର୍ଟର ଫାଇନାଲରେ ପ୍ରବେଶ କଲେ ତୀରନ୍ଦାଜ ଦୀପିକା କୁମାରୀ

ଏଥି ସହିତ ପଢ଼ନ୍ତୁ: ହଂକଂ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେଲେ ପି.ଭି ସିନ୍ଧୁ

Leave a Reply