ମାଙ୍କିଡିଆ ସଂପ୍ରଦାୟର ଶିକ୍ଷିତ ଯୁବକ ପାଇଲେ ସରକାରୀ ଚାକିରି

ମୟୂରଭଞ୍ଜ: ଆଦିମ ଜନଜାତିଙ୍କ ଉନ୍ନତି ଦିଗରେ ରାଜ୍ୟ ସରକାର । ମୟୂରଭଞ୍ଜରେ ମାଙ୍କିଡିଆ ସଂପ୍ରଦାୟର ଶିକ୍ଷିତ ଯୁବକଙ୍କୁ ମିଳିଲା ସରକାରୀ ଚାକିରି । ଜନଜାତିର ପ୍ରଥମ ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ବାୟା ମାଙ୍କିଡିଆ । ଉଦଳା ପ୍ରତିଭା ଛାତ୍ରାବାସରେ ତାଙ୍କୁ ଶିକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ମୟୂରଭଞ୍ଜ ଜିଲ୍ଲାପାଳ ଭିନିତ ଭରଦ୍ଵାଜ, ବାୟାଙ୍କୁ ନିଯୁକ୍ତି ଦେଇଛନ୍ତି ।

ଲାପଟପ୍ ପ୍ରଦାନ ସହ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଛି । 2010 ମସିହାରେ ମ୍ୟାଟ୍ରିକ୍ ପରୀକ୍ଷା ପାସ୍ କରିଥିଲେ ବାୟା ମାଂକିଡିଆ । ପରେ ଯୁକ୍ତ ଦୁଇ ପାସ କରିଥିଲେ । ଆଜି ମୟୂରଭଂଜ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଅପହଞ୍ଚ ଅଞ୍ଚଳର ଜନଜାତି ଲୋକଙ୍କ ସ୍ଥିତି ସ୍ୱଛଳ କରିବାରେ ରାଜ୍ୟ ସରକାର ପ୍ରମୁଖ ପଦକ୍ଷେପ ମାନ ଗ୍ରହଣ କରିଛନ୍ତି  । ଏହି କ୍ରମରେ ଆଜି ମାଙ୍କିଡ଼ିଆ ଜନଜାତିର ଯୁବକଙ୍କୁ ଶିକ୍ଷକ ପଦବୀ ମିିଳିଛି  ।

Leave a Reply