ଅଗଷ୍ଟ ୧ରୁ ରାଜ୍ୟର ସମସ୍ତ ଧାର୍ମିକ କ୍ଷେତ୍ର ଖୋଲିବାକୁ ଦାବି

ପୁରୀ: କଟକଣାରେ ଭକ୍ତଙ୍କ ପାଇଁ ଖୋଲୁ ଧାର୍ମିକ କ୍ଷେତ୍ର । ଅଗଷ୍ଟ ୧ରୁ ମନ୍ଦିର ଖୋଲିବାକୁ ଦାବି କରିଛି ଓଡିଶା ମନ୍ଦିର ସେବାୟତ ସଂଘ । ସେବାୟତ ସଂଘର ଜରୁରୀ ବୈଠକରେ ଏମ୍ପର୍କରେ ଦାବି କରାଯାଇଛି । କରୋନା ସମୟରେ ମନ୍ଦିର ବନ୍ଦ ଥିବାରୁ ଭକ୍ତମାନେ ଦର୍ଶନରୁ ବଞ୍ଚିତ ହେଉଛନ୍ତି । ଏହା ସହିତ ସେବାୟତ ମାନେ ମଧ୍ୟ ରୋଜଗାର ହରାଇଛନ୍ତି । ଏବେ ରାଜ୍ୟରେ କରୋନା ସ୍ଥିତିରେ ସୁଧାର ଆସିଛି । ତେଣୁ ତୀର୍ଥ ସ୍ଥାନ ଗୁଡିକ ଖୋଲିବାର ଯଥାର୍ଥ ରହିଥିବା କୁହାଯାଇଛି  ।

ତେଣୁ ଏପରି ସ୍ଥିତିରେ ତୁରନ୍ତ ଭକ୍ତଙ୍କ ପାଇଁ ସବୁ ମନ୍ଦିର ଖୋଲିବା ସହିତ ସେବାୟତମାନଙ୍କୁ କରୋନା ସହାୟତା ଦାବି କରାଯାଇଛି । ଦାବି ନମାନିଲେ ଆସନ୍ତା ଏକ ତାରିଖରେ ସେବାୟତ ମାନେ ସବୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବ ସଂଘ  । କୋଭିଡ ସଂକ୍ରମଣ କମିଥିବାବେଳେ ରାଜ୍ୟ ସରକାର ବସ ଚଳାଚଳ ସହିତ ବିଭିନ୍ନ କଟକଣାକୁ କୋହଳ କରିଛନ୍ତି  । ତେଣୁ ଏବଳି ସ୍ଥିତିରେ ଭକ୍ତଙ୍କୁ ବଞ୍ଚିତ କରାନଯାଉ ବୋଲି ଦାବି କରିଛି ସଂଘ  ।

 

Leave a Reply